ବିଞ୍ଝାରପୁର,୯।୪(ଡି.ଏନ.ଏ.)- ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଳକୁଣ୍ଡ ଫାଣ୍ଡି ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ କେତେଜଣ ଅମାନିଆଙ୍କୁ ସାବାଡ କରିଛି ପୋଲିସ। ବିନା କାରଣରେ ବାଇକ ଧରି ବଜାରକୁ ଆସୁଥିବା ଯୁବକଙ୍କୁ ଗୁରୁବାର ପୋଲିସ ଯୋଗୁ ହଟହଟା ହେବାକୁ ପଡିଛି। ପ୍ରକାଶ ଯେ ରାଜ୍ୟରେ ଲକଡାଉନକୁ ଖାତିର ନ କରି କିଛି ଅମାନିଆ ଯୁବକ ବାଇକ୍ ଧରି ବୁଲୁଛନ୍ତି। ଏନେଇ ବାରମ୍ବାର ତାଗିଦ୍ କରାଗଲେ ବି କେତେଜଣ ଅମାନିଆ ଆଦୌ ଶୁଣୁ ନାହାନ୍ତି। ଯାହାକୁ ନେଇ ପୋଲିସ ପ୍ରଶାସନ କଠୋର ହୋଇଛି। ଗୁରୁବାର ଅଳକୁଣ୍ଡ ଫାଣ୍ଡି ଅଧିକାରୀ ଗଣେଶଚନ୍ଦ୍ର ଘଡାଇ, ପ୍ରଦୀପ ମଲ୍ଲିକ, ଯଯାତି କେଶରୀ ମଲ୍ଲିକ ପ୍ରମୁଖ ପ୍ରୀତିପୁର, ବିତନା, ଉତ୍ତରକୂଳ, ଅଳକୁଣ୍ଡ, ଆଉଁରୀ, ଡିହକୂଳା, ବରିକୂଳ, ଉତ୍ତଙ୍ଗରା ସମେତ ବିଭିନ୍ନ ଅଞ୍ଚଳ ବୁଲି ଅମାନିଆ ଯୁବକଙ୍କ ବାଇକ ଚକାରୁ ପବନ କାଢିଦେବା ସହ ଚଲେଇ ଚଲେଇ ଘରକୁ ବିଦା କରିଥିବା ଦେଖିବାକୁ ମିଳିଥିଲା।
Posted inHome, Home Left, ଆମ ଜିଲା ଖବର, କରୋନା ଭାଇରସ୍, ଯାଜପୁର View All
କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍ରାଇଜର୍ସର ଦ୍ୱିତୀୟ ବିଜୟ
ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍ ଡେବ୍ୟୁ ବଳରେ ସନ୍ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…
ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…
ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…
ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ
ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…
ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ
ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…
ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍ର କୌଶଳ…
ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…
ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ
ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…
ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା
ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…
ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ
ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍ଡ଼ିପିଓ…
Archives

