ଅମାନିଆଙ୍କୁ କଠୋର ଦଣ୍ଡ ମିଳୁ

ଡ. ମନୋରଞ୍ଜନ ପ୍ରଧାନ

ମହାମାରୀ କୋଭିଡ୍‌-୧୯ ବିଶ୍ୱରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଏହା ଆଗରେ ଶକ୍ତିଶାଳୀ ଯୁକ୍ତରାଷ୍ଟ୍ର ଆମେରିକା ସମେତ ଜର୍ମାନୀ, ସ୍ପେନ୍‌, ଇଟାଲୀ, ଫ୍ରାନ୍ସ, ବ୍ରିଟେନ୍‌ ଭଳି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ବଳଶାଳୀ ଓ ବିତ୍ତଶାଳୀ ରାଷ୍ଟ୍ରମାନେ ନିଜର ଅସହାୟତା ପ୍ରକାଶ କରିସାରିଲାଣି। ଦିନକୁ ଦିନ ଅବସ୍ଥା ଅସମ୍ଭାଳ ହେବାରେ ଲାଗିଛି। ବୈଜ୍ଞାନିକମାନଙ୍କର ଆପ୍ରାଣ ପ୍ରଚେଷ୍ଟା ସେତ୍ତ୍ୱ ଏଯାଏ ପ୍ରତିଷେଧକ ବା ଭ୍ୟାକ୍‌ସିନ୍‌ ବାହାରି ପାରିନାହିଁ। ସବୁଆଡ଼େ ଭୟ ଓ ଆତଙ୍କର ବାତାବରଣ। ଭାରତର ପ୍ରଧାନମନ୍ତ୍ରୀ ଓ ଆମ ଦେଶର ମୁଖ୍ୟମନ୍ତ୍ରୀଙ୍କର ଆଗୁଆ ସତର୍କତାମୂଳକ ପଦକ୍ଷେପ ଯୋଗୁ ଆମେ ଅପେକ୍ଷାକୃତ କମ୍‌ ସଂକ୍ରମିତ ତାଲିକାରେ ଅଛନ୍ତି। ତଥାପି ମହାରାଷ୍ଟ୍ର, ଦିଲ୍ଲୀ, ତାଲିମନାଡୁ, ରାଜସ୍ଥାନ ଭଳି ରାଜ୍ୟଗୁଡ଼ିକରେ କରୋନା ସ୍ଥିତି ଅସମ୍ଭାଳ ହୋଇଗଲାଣି। ଦେଶରେ ପ୍ରାୟ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଓ ମୃତୁସଂଖ୍ୟା ବି ବଢି ଚାଲିଛି। ଅପରପକ୍ଷେ ଆମ ରାଜ୍ୟର ସ୍ଥିତି ଅପେକ୍ଷାକୃତ ଭଲରେ ଅଛି। ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ସଂକ୍ରମିତ ହାର ଦେଶ ତୁଳନାରେ ଯଥେଷ୍ଟ କମ୍‌। ତଥାପି ବିପଦ ଟଳି ନାହିଁ। ଆମକୁ ଅତ୍ୟନ୍ତ ସତର୍କ ରହିବାକୁ ହେବ।
ସବୁଠାରୁ ବଡ଼କଥା ହେଉଛି ବୈଶ୍ୱିକ ମହାମାରୀ କରୋନା କେବଳ ପ୍ରାଣହନ୍ତା ଓ ଗଣହତ୍ୟାକାରୀ ନୁହେଁ, ବିଶ୍ୱ ଅର୍ଥନୀତିର ମଧ୍ୟ ମହାକାଳ। କରୋନାର ପ୍ରତାପ ଆଗରେ ସାରା ବିଶ୍ୱର ଅର୍ଥନୀତି ମେରୁଦଣ୍ଡ ଦୋହଲି ଗଲାଣି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌)ଙ୍କ ଆକଳନ ଅନୁସାରେ ଏସିଆର ଅଭିବୃଦ୍ଧି ହାର ଶୂନ ହେବ ବୋଲି ପୂର୍ବାନୁମାନ କରିସାରିଲେଣି। ଏହି କ୍ରମରେ ଭାରତର ଅଭିବୃଦ୍ଧି ହାର ଶୂନ ହେବ ବୋଲି ମଧ୍ୟ ସତର୍କ କରାଯାଇଛି ଯଦିଚ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଏହାକୁ ଖଣ୍ଡନ କରିଛନ୍ତି। କିନ୍ତୁ ଏହା ସତ୍ୟ ଯେ ଆମ ଅର୍ଥନୀତି କୋଭିଡ୍‌-୧୯ର କୁପ୍ରଭାବରେ ଅଶେଷ କ୍ଷତି ଘଟିବ।
‘ଧନ ଅପେକ୍ଷା ଜନ ଓ ଜୀବନ’କୁ ସର୍ବଦା ଗୁରୁତ୍ୱ ଦେଉଥିବା କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଗଠନାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି। ଯାତ୍ରା କଟକଣା, ସାମାଜିକ ଦୂରତ୍ୱ, ଆଦି ପଦକ୍ଷେପ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି। ସ୍ଥିତିର ଗମ୍ଭୀରତାକୁ ଆଖିଆଗରେ ରଖି ପ୍ରଧାନମନ୍ତ୍ରୀ ମୋଦି ଲକ୍‌ଡାଉନ୍‌ ଅବଧିକୁ ମେ’ତିନି ପର୍ଯ୍ୟନ୍ତ ସଂପ୍ରସାରଣ କରିଛନ୍ତି। ଦେଶର ଗରିବ, ଖଟିଖିଆଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଓଡ଼ିଶା ସରକାର ଖାଉଟିମାନଙ୍କୁ ଆଗୁଆ ୩ ମାସର ରାଶନ ଓ ଭତ୍ତା ବଣ୍ଟନ କରୁଛନ୍ତି। ସବୁ ସୁବିଧା ସତ୍ତ୍ୱେ ଦେଶବାସୀ ସମସ୍ତ ସୁବିଧାରେ ଅଛନ୍ତି କହିବା କଷ୍ଟସାଧ୍ୟ। ଅସହ୍ୟ ଯନ୍ତ୍ରଣା ଓ ମାନସିକ ଆଘାତ ସତ୍ତ୍ୱେ ଅଧିକାଂଶ ଦେଶବାସୀ ସରକାରଙ୍କ ସମସ୍ତ ପଦକ୍ଷେପକୁ ଗ୍ରହଣ କରିବା ସହ ସକାରାତ୍ମକ ଢଙ୍ଗରେ ସହଯୋଗ ମଧ୍ୟ କରୁଛନ୍ତି। କିନ୍ତୁୁ କେତେକ ଅମାନିଆ(ପ୍ରାୟ ଦଶ ପ୍ରତିଶତ) ସରକାରଙ୍କ ସବୁ ତପସ୍ୟାକୁ ଧୂଳିସାତ୍‌ କରିବାକୁ ପ୍ରୟାସ କରୁଛନ୍ତି। ଗଣମାଧ୍ୟମରେ ସବୁ ପ୍ରକାର ସଚେତନତା ଓ ସତର୍କତା, ପୋଲିସ, ସୁରକ୍ଷାକର୍ମୀ ଓ ଅଧିକାରୀମାନଙ୍କର ସମସ୍ତ ଆବେଦନ ଓ ନିବେଦନ ସତ୍ତ୍ୱେ ସାମାଜିକ ଦୂରତ୍ୱ ବଜାୟ ରଖୁନାହନ୍ତି। ମାସ୍କ ପିନ୍ଧୁ ନାହାନ୍ତି। ସରକାରୀ କଳକୁ ବେଖାତିର କରି ବେଧଡ଼କ ବୁଲୁଛନ୍ତି। ସବୁଠାରୁ ପରିତାପର ବିଷୟ କେତେ ଜଣ ମୁଷ୍ଟିମେୟ ଅମାନିଆ ସୁରକ୍ଷାବଳ ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ମଧ୍ୟ କରୁଛନ୍ତି। ସରକାରଙ୍କ ନିର୍ଦ୍ଦେଶନାମା, ସ୍ବେଚ୍ଛାସେବୀ ସଂଗଠନମାନଙ୍କର ସଚେତନତା, ବିଶିଷ୍ଟ ଖେଳାଳି, ସିନେ ତାରକା, ଲେଖକ, ସମାଜସେବୀ ତଥା ଦେଶର ବିଶିଷ୍ଟ ବ୍ୟକ୍ତିମାନଙ୍କର ମର୍ମସ୍ପର୍ଶୀ ବାର୍ତ୍ତା ଓ ଅନୁରୋଧମୂଳକ ବଚନ ଏମାନଙ୍କୁ ପ୍ରଭାବିତ କରିପାରୁନାହିଁ। ଏଭଳି ଅମାନିଆମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କରୋନା ଭଳି ଭସ୍ମାସୁର ମହାମାରୀର ସହକାରୀ ନୁହନ୍ତି କି?
ଏ ଅମାନିଆ ଦଳ ଜ୍ଞାତ ଅବା ଅଜ୍ଞାତରେ ସାଧାରଣ ଜନତାଙ୍କ ଜୀବନ ସହ ଖେଳୁନାହାନ୍ତି କି? ଏମାନଙ୍କର ଅସଞ୍ଜମତା ଓ ବେପରୁଆ ଆଚରଣ ଦେଶ ଓ ବିଶ୍ୱକୁ ମହାସଙ୍କଟ ମଧ୍ୟକୁ ଠେଲି ଦେଉନି କି? ତେଣୁ ଏଭଳି ବିଶୃଙ୍ଖଳିତ ଅମାନିଆମାନଙ୍କୁ ରାଷ୍ଟ୍ରଦ୍ରୋହୀ ଘୋଷଣା କରିବା ସହ କଠୋରରୁ କଠୋର ଦଣ୍ଡ ଦେବାର ସମୟ ଉପନୀତ। ନଚେତ ଭାରତ ଭଳି ଜନବହୁଳ ଦେଶ ବୈଶ୍ୱିକ ମହାମାରୀକୁ ପ୍ରତିହତ କରିବାକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ। ଆଶାକରେ ଅମାନିଆମାନେ ଆତ୍ମସମୀକ୍ଷା ପୂର୍ବକ ଦେଶବାସୀଙ୍କୁ ସହଯୋଗ କରିବା ସହ କରୋନାକୁ ପରାସ୍ତ କରିବା ପାଇଁ ଯୋଦ୍ଧା ହୋଇ ଯୁଦ୍ଧ କ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ନଚେତ୍‌ ନେଡ଼ି ଗୁଡ଼ କହୁଣିକୁ ବୋହିଯିବ।
ଅଧ୍ୟାପକ, ସରକାରୀ ମହିଳା ମହାବିଦ୍ୟାଳୟ
ଜୟପୁର, କୋରାପୁଟ, ମୋ-୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri