ଅଭିଶାପ ପାଲଟିଛେ ଜୀବନ୍‌: ଭିଖ୍‌ ମାଗି ପେଟ୍‌ ପାଲୁଛନ୍‌ ତିନ୍‌ ଦିବ୍ୟାଙ୍ଗ ଭାଇ

ପର୍ଲା, ୨୦।୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଅଧୀନ ଜୟନ୍ତପୁର ପଁଚେତ୍‌ ବାରିକପଡ଼ା ଗାଁର ସ୍ବର୍ଗତ ମା’ବାପ୍‌ ଦିଆଲୁ ଦୁର୍ଗା ଆର କେନ୍ଦୁବୁଢ଼ୀକଁର ୪ ପୁଓ ଗୌରୀଆ(୭୮), ରାମଦାସ(୭୫), ଦମ (୭୧), ରାମଜିଲା(୬୨)। ପୁଓମାନେ ଯୁଆନ ବେଲେ ପରହର କାମ୍‌ବୁତା କରି ଦୁଇପଏସା ରୁଜ୍‌ଗାର କରୁଥିଲେ। ପରିବାରଟା ହଁସ୍‌ଖୁସିରେ ଚଲିଯାଉଥିଲା। ହେଲେ କେହେନ୍‌ସି ଅଜନା ରୋଗ୍‌ରେ ପଡ଼ି ୩ ପୁଓ ନିଜର ଦୃଷ୍ଟିଶକ୍ତି ହରାଲେ। ଆଏଜ୍‌ ବି ୩ ଭାଇ ଚିକିଛା ଅଭାବୁ ଅଁଧ୍‌ ଜୀବନ୍‌ ବିତଉଛନ୍‌।
ସୂଚନା ଅନ୍‌ସାରେ ବାରିକପଡ଼ାର ସ୍ବର୍ଗତ ଦିଆଲୁ ଦୁର୍ଗା ଆର କେନ୍ଦୁବୁଢ଼ୀକଁର ଦୁଇ ନମ୍ବର ପୁଓ ରାମଦାସକୁଁ ୨୫ ବଛର ହେଲାବେଲେ ସେ ଜରେ ପଡ଼ଲେ। ସଖାଲ ପାଏଲା ବେଲେ ଆର ତାକର ଆଏଁଖ୍‌ ନାଇଁ ଦିଶ୍‌ଲା। ସେନ୍‌ତା ଦମକୁଁ ୨୧ ବଛର ହେଲା ବେଲେ କେହେନ୍‌ସି କାରନ୍‌ରୁ ତାକର ଆଏଁଖ୍‌ରେ ସଂକରମନ୍‌ ହେଲା। ଦୁଇଦିନ୍‌ ଉତାରୁ ତାକର ବି ଆଏଁଖ୍‌ ନାଇଁ ଦିଶ୍‌ଲା। ରାମଜିଲାକୁଁ ୨୩ ବଛର ହେଲାବେଲେ ସେ ଜରେ ପଡ଼ଲେ। ଜର ପରଭାବରେ ତାକର ବି ଆଏଁଖ୍‌ ନାଇଁ ଦିଶ୍‌ଲା। ଏନ୍‌ଥେଇ ଭିନେ ଭିନେ ସମିଆରେ ୩ ଭାଇ କେହେନ୍‌ସି ଅଜନା ରୋଗ୍‌ ପରଭାରୁ ଅଁଧ୍‌ ପାଲଟିଗଲେ। ୪୦ରୁ ୪୫ ବଛର ତଲେ କଳାହାଣ୍ଡି ଜିଲାରେ ଆଏଜ୍‌କାଲି ଲେଖେଁ ଚିକିଛା ସୁବିଧା ନାଇଁଥାଇ। ଗରିବ୍‌ ମା’ବାପ୍‌ ସେ ସମିଆରେ ଫୁକାଝରା, ଚେରମୂଲି ଉଷୋକଷା କରିଥିଲେ। ହେଲେ କିଛି ଲାଭ୍‌ ନାଇଁହେଲା। ଏହେଦେ ମା’ବାପ୍‌ ଆରପାରେ, ତିନି ଭାଇ ବୁଢ଼ା ହେଲେନ। ହେଲେ ସେ ପୂରବର କଥାକେ ଆଏଜ୍‌ ବି ହେଜି ଆଏଁଖରୁ ଲହ ଗଡ଼ଉଛନ୍‌। ଚିକିଛା ଅଭାବୁ ସତେ ଯେନ୍‌ତା ସେମାନକର ଜୀବନ୍‌ ଅଭିଶାପ ପାଲଟିଯାଇଛେ। ରାମଦାସ ଆଏଁଖ୍‌ ଭଲ ଥିଲାବେଲେ ବିହା ହେଇଥିଲେ। ତାକର ମାଏକିନା, ଦୁଇ ପୁଓ ଆର ଗୁଟେ ଝି’ ରହିଛନ୍‌। ହେଲେ ଦମ ଆର ରାମଜିଲା ଦୁଇ ଭାଇକର ଘର ସଁସାର ବଲି କିଛି ନାଇଁ। ଦୁଇ ଭାଇ ବଡ଼ ଭାଇ ଘରେ ଆଶ୍‌ରେ ନେଇଛନ୍‌। ଇଆଡ଼େ ସରକାରୀ ସାହାଯ୍‌ କହେଲେ ରାଶନକାର୍ଡରେ ମାସିକ ୫ କେ.ଜି. ଚାଉଲ ଆର ୫ଶହ ଟଁକା ଭତା ମିଲୁଛେ। ହେଲେ ଅଭାବ ଅନାଟନ ଲାଗି ଦମ ଆର ରାମଜିଲା ବାଟ ଅଁଡ଼ାଲି ଅଁଡ଼ାଲି ଆସର ପାସର ଗଁାମାନକେ ଭିଖ୍‌ ମାଗୁଛନ୍‌। ସେନ୍‌ତା ରାମଦାସ ବି ମାଏକିନାର ସାହାରା ନେଇ ଭିଖ୍‌ ମାଗି କୁଟୁମ ପୁଷୁଛନ୍‌। ପରଶାସନ ଇମାନକୁ ଭିନ୍ନକ୍ଷମ ପରମାନପତର, ଭତା, ଚାଉଲ ଦେଉଛେ ସତ୍‌। ହେଲେ କେଭେ ଚିକିଛା ସାହାଯ୍‌ ନାଇଁ ଦେଇ ବଲି ତିନି ଭାଇ ମନ୍‌ଦୁଖ କରି କହିଛନ୍‌। ହୁଏତ ଆଏଜ୍‌ ବି ଚିକିଛା କଲେ ତିନିଭାଇ ଦୁରୁଷ୍‌ଟି ଶକ୍‌ତି ଫିରିପାଏତେ, ଆଘର ଲେଖେଁ ଦୁନିଅଁାର ରଂଗ ଦେଖିପାରତେ। ଇ ତିନି ଭାଇକର ଉପରେ ଜିଲା ପରଶାସନ ଆର ସ୍ବାସ୍ଥ୍ୟ ବିଭାଗ ଦୁରୁଷ୍‌ଟି ଦେଇ ଚିକିଛା ସାହାଯ୍‌, ମାସିକ ୩୫ କେ.ଜି. ଲେଖେଁ ଚାଉଲ ଜୁଗେଇ ଦେବାକେ ଗାଁବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଜିଲା ମୁଖିଆ ଚିକିଛା ଅଧ୍‌କାରୀ ଜଗୁଲାଲ ଅଗ୍ରଓ୍ବାଲକୁଁ ପଚ୍‌ରାଲାରୁ ଆମେ ଖାଲି ଭିନ୍ନକ୍ଷମ ପରମାନପତର ଦେଇ ପାରମୁ, ଇଥ୍‌ରେ ସେମାନେ ଭତା ପାଇପାରବେ। ବାକି କିଛି ସୁବିଧା ଯୁଗେଇ ଦେବାର ସମ୍‌ଭବ ନୁହେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri