ଅଭିଯୁକ୍ତଙ୍କୁ ଗିରଫ କରିବାର ନାଁ ଧରୁନି ପୋଲିସ: ପୀଡିତାଙ୍କ ପରିବାରକୁ ହତ୍ୟା ଧମକ

ବିଞ୍ଝାରପୁର,୧୨।୧୦(ଡି.ଏନ.ଏ): ରାଜ୍ୟ ସରକାର ମୋ ସରକାର ଯୋଜନାର ସଫଳତା ପାଇଁ ଦିନ ରାତି ଏକ କରିଦେଇଛନ୍ତି। ହେଲେ ବିଞ୍ଝାରପୁର ଥାନା ଅଞ୍ଚଳରେ ଜଣେ ବଳାତ୍କାର ଓ ପ୍ରତାରଣାରେ ଶିକାର ହୋଇଥିବା ପୀଡିତାଙ୍କୁ ନ୍ୟାୟ ଦେବା ତ ଦୂରର କଥା, ଓଲଟି ବଳାତ୍କାରୀ ବିଜେଡି ନେତାଙ୍କୁ ସୁରକ୍ଷା ମିଳୁଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ମାମଲାକୁ ରଫାଦଫା କରିବା ପାଇଁ ଗୁରୁବାର ଅଭିଯୁକ୍ତଙ୍କ ସମ୍ପର୍କୀୟମାନେ ପୀଡିତାଙ୍କ ପରିବାରକୁ ହତ୍ୟା ଧମକ ଦେଇଥିବା ଜଣାପଡିଛି। ପୋଲିସ କାର୍ଯ୍ୟାନୁଷ୍ଠାନ ନାମରେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କୁ ଗିରଫ କରି ଦାୟିତ୍ୱ ସାରିଦେଇଛି। ମୁଖ୍ୟ ଅଭିଯୁକ୍ତ ଫେରାର୍‌ ହେବା ପଛରେ ଜଣେ ପୋଲିସ ଅଧିକାରୀଙ୍କ ଭୂମିକା ଥିବା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ପ୍ରକାଶ ଯେ, କଏଣା-ରଘୁନାଥପୁର ପଞ୍ଚାୟତରେ ନରୁଆ ଗ୍ରାମର ଜଣେ ଯୁବତୀଙ୍କୁ ବିଞ୍ଝାରପୁର ବ୍ଲକର ପୂର୍ବତନ ଛାତ୍ର ବିଜେଡି ସଭାପତି ଜିତେନ୍ଦ୍ର ପ୍ରଧାନ ୭ବର୍ଷ ଧରି ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖି ଆସୁଥିଲେ। ମାତ୍ର ପରେ ଯୁବତୀଙ୍କୁ ପ୍ରତାରଣା କରି ଅନ୍ୟତ୍ର ବିବାହ ଉଦ୍ୟମ କରିଥିବା ନେଇ ସମ୍ପୃକ୍ତ ଯୁବତୀ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ବିଞ୍ଝାରପୁର ପୋଲିସ ସେପ୍ଟେମ୍ବର ୨୩ରେ ଏକ ମାମଲା (ନଂ.୨୫୧/୧୯) ରୁଜୁ କରିଥିଲା। ଅଭିଯୁକ୍ତ ଜଣକ ଶାସକ ଦଳର ଯୁବନେତା ହୋଇଥିବାରୁ ପୋଲିସ ତାଙ୍କୁ ଗିରଫ କରିବାରେ ଅବହେଳା କରିଥିଲା ବୋଲି ପୀଡିତାଙ୍କ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କ ସମ୍ପର୍କୀୟ ଭାଇ ରମେଶ ପ୍ରଧାନ ଓ ତାଙ୍କ ଭିଣୋଇ ସନ୍ତୋଷ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଦୁଇ ଅଭିଯୁକ୍ତ ଜିତେନ୍ଦ୍ରଙ୍କୁ ଫେରାର୍‌ କରିଦେବା ଅଭିଯୋଗରେ ପୋଲିସ ସେମାନଙ୍କୁ ଗିରଫ କରିଥିବା ଜଣାପଡିଛି। ଏହି ଦୁଇଜଣ ଗିରଫ ହେବା ପରେ ପୋଲିସର ଅସଲ ଚେହେରା ଧରାପଡ଼ିଛି ବୋଲି ଚର୍ଚ୍ଚା ହେଉଛି। ଅଭିଯୁକ୍ତ ଜିତେନ୍ଦ୍ରଙ୍କ ଗାଡ଼ିରେ ବିଞ୍ଝାରପୁର ଥାନାର ଜଣେ ଅଧିକାରୀ କୁଆଡେ ଅନେକ ସମୟରେ ବୁଲିଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି। ଅଭିଯୁକ୍ତ ଜିତେନ୍ଦ୍ରଙ୍କୁ ଫେରାର୍‌ କରିଦେବାରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ଭୂମିକା ରହିଥିବା ଗିରଫ ସମ୍ପର୍କିୟ ଦ୍ୱୟ ବରିଷ୍ଠ ପୋଲିସ ଅଧିକାରୀଙ୍କୁ କହିଥିବା ଶୁଣିବାକୁ ମିଳୁଛି। ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ଫୋନ ଯାଞ୍ଚ କଲେ ସତ୍ୟାସତ୍ୟ ଜଣାପଡିବ ବୋଲି କୁହାଯାଉଛି। ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ ଅବହେଳା ପ୍ରଦର୍ଶନ କରୁଥିବାବେଳେ ପୀଡିତାଙ୍କ ପରିବାରକୁ ହତ୍ୟା ଧମକ ମିଳିବା ନେଇ ଅସନ୍ତୋଷ ତୀବ୍ର ହୋଇଛି। ମାମଲା ପ୍ରତ୍ୟାହାର ନ କଲେ ପୀଡିତାଙ୍କୁ ହତ୍ୟା କରାଯିବ ବୋଲି ଖୁଲମଖୁଲା ଧମକ ମିଳିଛି। ଏ ସମ୍ପର୍କରେ ପୀଡିତାଙ୍କ ବାପା ବିଞ୍ଝାରପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଜଣକ ନିୟମିତ ଫୋନରେ ତାଙ୍କ ସମ୍ପର୍କୀୟଙ୍କ ସହ କଥା ହେଉଥିବାବେଳେ ତାଙ୍କ ଏଟିଏମ କାର୍ଡରେ ବିଭିନ୍ନ ସ୍ଥାନରୁ ପଇସା ଉଠାଉଥିବା ନେଇ ଖବର ମିଳୁଛି। ହେଲେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସାହସ କରୁନାହିଁ ବୋଲି ଚର୍ଚ୍ଚା ହେଉଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରା ନ ଗଲେ ପୀଡିତାଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଆଇଆଇସି ଶିବଚରଣ ବେହେରାଙ୍କୁ ପଚାରିବାରେ ପୋଲିସ ଥାନାଧିକାରୀ ଅଭିଯୁକ୍ତଙ୍କ ପରୋକ୍ଷରେ ସହାୟତା କରୁଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଅମୂଳକ। ସେହିପରି ପୀଡ଼ିତାଙ୍କ ପରିବାର ପକ୍ଷରୁ ହୋଇଥିବା ହତ୍ୟା ଧମକ ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବାକୁ ଚେଷ୍ଟା କରାଯାଉଛି ବୋଲି ମଧ୍ୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଫସିରହିଛି ହାତୀ

ସବଡେଗା,୩ା୧୨(ଅନନ୍ତ ପଟେଲ): ସୁନ୍ଦରଗଡ଼ ଜିଲା ସବଡେଗା ବ୍ଲକର ଡମକୁଡା ପଞ୍ଚାୟତର ଭଦ୍ରାପଡ଼ା ଗାଁମୁଣ୍ଡ ଜଙ୍ଗଲ ପାଖେ ଥିବା ଛୋଟ ପୋଖରୀରେ ଶନିବାର ରାତିରୁ ଏକ ହାତୀ...

କୋରାପୁଟରେ ଭାଲୁ ଆକ୍ରମଣ ଜଣେ ଗୁରୁତର 

କୋରାପୁଟ,୩।୧୨(ଅମିତାଭ ବେହେରା): କୋରାପୁଟ ବ୍ଲକର ମହାଦେଇପୁଟ ପଞ୍ଚଯାତର ରଙ୍ଗେଇଗୁଡା ଗ୍ରାମ ନିକଟରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ଜିତେନ୍ଦ୍ର କୁମାର...

ଟିଏମ୍‌ ଫୋରମର ପ୍ରଥମ ଇନୋଭେଶନ ହବ୍‌

ଭୁବନେଶ୍ୱର,୩।୧୨: ରିଲାଏନ୍ସ ଜିଓ ଓ ଟିଏମ୍‌ ଫୋରମର ମିଳିତ ସହଯୋଗରେ ନଭି ମୁମ୍ବାଇସ୍ଥିତ ରିଲାଏନ୍ସ କର୍ପୋରେଟ୍‌ ଆଇଟି ପାର୍କଠାରେ ଟିଏମ୍‌ ଫୋରମ୍‌ର ପ୍ରଥମ ଇନୋଭେଶନ ହବ୍‌...

ବେଦାନ୍ତ ଆଲୁମିନିୟମର ୩ୟ ବୈଷୟିକ ମାଷ୍ଟର କ୍ଲାସ୍‌

ଭୁବନେଶ୍ୱର,୩।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମ ପକ୍ଷରୁ ଆୟୋଜିତ ୩ୟ ବୈଷୟିକ ମାଷ୍ଟର କ୍ଲାସ୍‌ ନିକଟରେ ଅନୁଷ୍ଠିତ ହୋଇଯାଇଛି।...

ନିଶ୍ଚିନ୍ତକୋଇଲି ପୋଲିସର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଆହତ

ନିଶ୍ଚିନ୍ତକୋଇଲି, ୩।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ପୋଲିସ ଶନିବାର ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ(ଲିପୁ)ଙ୍କୁ ଏନକାଉଣ୍ଟର କରିଛି। ତାଙ୍କ ବାମ...

ବାତ୍ୟା: ୫ ଜିଲାରେ ଅତିପ୍ରବଳ ବର୍ଷା

ଭୁବନେଶ୍ୱର,୩।୧୨(ଅନିଲ ଦାସ)ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ(ଡିପ୍ରେସନ) ଶନିବାର ଗଭୀର ଅବପାତ(ଡିପ୍‌ ଡିପ୍ରେସନ)ରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୮କି.ମି....

କାର୍ଯ୍ୟାଳୟରେ ତାଲା, ଅନୁକମ୍ପା ରାଶି ନ ପାଇ ଫେରିଲେ ମତ୍ସ୍ୟଜୀବୀ

ଅସ୍ତରଙ୍ଗ,୩।୧୨(ମମତା ଜେନା)ବର୍ତ୍ତମାନ ଅଲିଭ ରିଡ୍‌ଲେ କଇଁଛଙ୍କ ପ୍ରଜନନ ସମୟ ଚାଲିଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ସମୁଦ୍ରରୁ ମାଛ ମାରିବା ନିଷେଦ୍ଧ କରାଯାଇଛି। ଏହି ସମୟ ଭିତରେ...

ମଣ୍ଡି ଖୋଲିନି, ଧାନ ବ୍ୟବସାୟୀ ସକ୍ରିୟ

ସୋନପୁର,୩।୧୨(ମୃତ୍ୟୁଞ୍ଜୟ ଶତପଥୀ)ଅଧିକ ଧାନ ଉତ୍ପାଦନ ପାଇଁ ପ୍ରସିଦ୍ଧି ଥିବା ସୁବର୍ଣ୍ଣପୁର ଜିଲାରେ ଖରିଫ ଧାନ ପ୍ରାୟତଃ ୭୦ ପ୍ରତିଶତ ଅମଳ ହୋଇ ସାରିଲାଣି। ହୀରାକୁଦ କେନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri