ଅଭିଭାବକ ହେଲ୍‌ମେଟ୍‌ ନ ପିନ୍ଧିଲେ ସେମାନଙ୍କ ଝିଅପୁଅଙ୍କ ମାର୍କ କଟିବ: ବ୍ରହ୍ମପୁର ଏସ୍‌ପି

ବ୍ରହ୍ମପୁର ଅଫିସ୍‌,୨୪ା୮: ପ୍ରତ୍ୟେକ ଜୀବନ ମୂଲ୍ୟବାନ୍‌। କିନ୍ତୁ ଅସାବଧାନତା ଯୋଗୁ ଦୁର୍ଘଟଣାରେ ଦୈନିକ ବହୁ ଜୀବନ ହାନି ହେଉଛି। ଅନେକ ପରିବାର ସେମାନଙ୍କ ମୁରବିକୁ ହରାଉଛନ୍ତି। ଗୋଟିଏ ଦୁର୍ଘଟଣା ସାରା ପରିବାରକୁ ପ୍ରଭାବିତ କରୁଛି । ଏଣୁ ପିଲାମାନେ ଶପଥ ନିଅ, ଯଦି ଘରୁ ବାହାରିବା ବେଳେ ବାପା ହେଲ୍‌ମେଟ୍‌ ପିନ୍ଧି ନାହାନ୍ତି, ତେବେ ଗାଡ଼ିରେ ବସିବାକୁ ମନା କର ବୋଲି ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର। ଶନିବାର ସକାଳେ ବ୍ରହ୍ମପୁରସ୍ଥିତ ସେଣ୍ଟ ଭିନ୍‌ସେଣ୍ଟ କନ୍‌ଭେଣ୍ଟ ସ୍କୁଲରେ ଆୟୋଜିତ ଟ୍ରାଫିକ୍‌ ଏବଂ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏସ୍‌ପି ମିଶ୍ର ଏହି ପରାମର୍ଶ ଦେଇଛନ୍ତି। ଏଥିସହ ସେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଛନ୍ତି ଯେ, ଯଦି କୌଣସି ଅଭିଭାବକ ହେଲ୍‌ମେଟ୍‌ ପିନ୍ଧି ନ ଥିବା ନଜରକୁ ଆସୁଛି, ତେବେ ସେମାନଙ୍କ ଝିଅପୁଅଙ୍କ ମୋଟ ମାର୍କରୁ ୫ ମାର୍କ କାଟି ଦିଆଯାଉ । ପିଲାମାନଙ୍କୁ ସ୍କୁଲରେ ଛାଡ଼ିବା ଏବଂ ସ୍କୁଲରୁ ନେବା ସମୟରେ ଯଦି ଅଭିଭାବକମାନେ ହେଲ୍‌ପେଟ୍‌ ପିନ୍ଧି ନାହାନ୍ତି, ତେବେ ଏ ନେଇ ସେମାନଙ୍କୁ ସଚେତନ କରାଯାଉ ବୋଲି ଏସ୍‌ପି ମିଶ୍ର ସ୍କୁଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି। ଏତଦ୍‌ ବ୍ୟତୀତ ପ୍ରତ୍ୟେକ ଛାତ୍ରୀଛାତ୍ର ନିଜ ସହପାଠୀଙ୍କୁ ସମ୍ମାନ କରନ୍ତୁ, ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ୍‌ ବ୍ୟବହାରଠାରୁ ଦୂରେଇ ରହିବାକୁ ଏସ୍‌ପି ମିଶ୍ର ଗୁରୁତ୍ୱାରୋପ କରିଛନ୍ତି। ପରେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଶୋଭାଯାତ୍ରା ବେଳେ ଛାତ୍ରୀଛାତ୍ର ବୃକ୍ଷରୋପଣ, ଜଳ ସଂରକ୍ଷଣ, ତାପମାତ୍ରା ବୃଦ୍ଧି, ବନ୍ୟଜନ୍ତୁ ସୁରକ୍ଷା ଏବଂ ଟ୍ରାଫିକ୍‌ ନିୟମ ମାନିବା ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ। ବ୍ରହ୍ମପୁର ରୋଟାରୀ କ୍ଲବ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରିନ୍ସପାଲ୍‌ ସିଷ୍ଟର୍‌ ଜିନଥ୍‌, ଭାଇସ୍‌ ପ୍ରିନ୍ସପାଲ୍‌ ସିଷ୍ଟର୍‌ ବିନା, କ୍ଲବର ସଭାପତି ଭି. ଅଜୟ କୁମାର, ସମ୍ପାଦକ ପ୍ରଦ୍ୟୁମ୍ନ ବିଷୋୟୀଙ୍କ ସମେତ କ୍ଲବର ବହୁ ସଦସ୍ୟ ଏବଂ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକ ଯୋଗଦେଇ ପରିଚାଳନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri