ଅଭିନୟ ମାୟାରେ ପଡ଼ିଯାଇଛି

ଜଣେ ଚରିତ୍ର ଅଭିନେତା ଭାବରେ ସେ ନିଜର ଦକ୍ଷତା ଦେଖାଇବାରେ ସକ୍ଷମ ହୋଇଛନ୍ତି। ତା’ ସହ ନିଜର ପ୍ରତିଭାର ଆଉ ଏକ ପରିଚୟ ସେ ଦେଇଛନ୍ତି ଜଣେ ନାଟ୍ୟକାର ଭାବରେ। ସାମ୍ପ୍ରତିକ ଘଟଣାବଳୀକୁ ନେଇ ନାଟକ ରଚନା କରି ସେ ସାଉଁଟିଛନ୍ତି ଢେର ପ୍ରଶଂସା। ଏହି ଅଭିନେତା-କମ୍‌-ନାଟ୍ୟକାର ହେଲେ ଦିଲୀପ କୁମାର ନାୟକ। ସେତେବେଳେ ତାଙ୍କୁ ମାତ୍ର ୧୦ବର୍ଷ। ଗଁ।ରେ ପରିବେଷିତ ଏକ ଗୀତିନାଟ୍ୟରେ ତାଙ୍କୁ ଅଭିନୟ କରିବାର ସୁଯୋଗ ମିଳିଥିଲା। ପୁଣି ଭୂମିକାଟି ଥିଲା ନାରୀ ଚରିତ୍ର। ବାସ୍‌, ଏହି ସୁଯୋଗକୁ ସେ ସଦୁପଯୋଗ କରିବାକୁ ପଛାଇ ନ ଥିଲେ। ତା’ପରେ ଅଭିନୟ ସତେଯେମିତି ତାଙ୍କର ନିଶା ପାଲଟି ଯାଇଥିଲା। ଛୋଟ ପରଦାରେ ପ୍ରସାରିତ ବିକ୍ରମ ବେତାଳ ଧାରାବାହିକରେ ପୋଲିସ ଭୂମିକାରେ ଅଭିନୟ କରିବା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଇତି ମଧ୍ୟରେ ସେ ଟେଲି ଧାରାବାହିକ-ଆହୁତି, ଆମ ଘର ଲକ୍ଷ୍ମୀ, ଦୁର୍ଗା, ତୋ ଅଗଣାର ତୁଳସୀ ମୁଁ, ସିନ୍ଦୂର ବିନ୍ଦୁ, ତୋ ପାଇଁ ମୁଁ, ରାଣୀରେ ଅଭିନୟ କରିସାରିଛନ୍ତି। ଏହାବ୍ୟତୀତ ଓଡ଼ିଆ ଚଳଚ୍ଚିତ୍ର ‘ସୁନ୍ଦରଗଡ଼ର ସଲମାନ ଖଁ।, ତୋତେ ଭଲ ପାଏ ୧୦୦ରୁ ୧୦୦, କୁଇନ୍‌, ବିଜୁବାବୁ, ଦୀପୁ-ଦ ଡ୍ୟାନ୍ସ ବୟ ଏବଂ ବାବୁ ଭାଇଜାନ୍‌ରେ ତାଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି। କେବଳ ଅଭିନୟ ନୁହେଁ, ନାଟକ ରଚନା ମୋତେ ବେଶ୍‌ ଆତ୍ମସନ୍ତୋଷ ଦେଇଛି। ପୋଲିସ୍‌, ଓକିଲ, ଗଁ। ମୁଖିଆ କିମ୍ବା ବାପା ଭୂମିକା-ଏଗୁଡିକୁ ମୁଁ ପ୍ରଥମରୁ ହିଁ ସିରିୟସ ଭାବରେ ନେଇଥାଏ। ସମାଜକୁ ନୂଆ ବାର୍ତ୍ତା ଦେବାରେ ନାଟକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ନାଟକ ରଚନା ସମୟରେ ମୁଁ ତାକୁ ପ୍ରାଧାନ୍ୟ ଦେଇଥାଏ ବୋଲି କହନ୍ତି କେନ୍ଦ୍ରାପଡ଼ାର ବଲୁରିଆ ଅନ୍ତର୍ଗତ ଅରାଜି ଗ୍ରାମରେ ଜନ୍ମିତ ଦିଲୀପ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରୁ ଫେରି ଓ୍ବାଘା ବର୍ଡରରେ ମିକାଙ୍କ ଭାରତମାତାର ଜୟଗାନ, ଟ୍ରୋଲ କଲେ ଫ୍ୟାନ୍‌

ବଲିଉଡ୍‌ ସିଙ୍ଗର ମିକା ସିଂ ପାକିସ୍ତାନରୁ ଇଣ୍ଡିଆ ଫେରିଆସିଛନ୍ତି। କେବେ ଫେରିଛନ୍ତି ସେ ସମ୍ପର୍କରେ ଜଣାନାହିଁ। ମାତ୍ର ମିକାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ...

ନେପୋଟିଜମ୍‌କୁ ନେଇ ମୁହଁ ଖୋଲିଲେ ବେବୋ

ମୁମ୍ବାଇ: ବଲିଉଡ୍‌ ପାଇଁ ୨୦୨୦ ହେଉଛି ଏକ ଅଶୁଭ ବର୍ଷ। ଚଳିତବର୍ଷ ବଲିଉଡ୍‌ ବହୁ ଅଭିନେତା ଅଭିନେତ୍ରୀଙ୍କୁ ହରେଇଛି। ସମଗ୍ର ଦେଶରେ କୋଭିଡ୍‌ କଟକଣା ଯୋଗୁ...

ନବାଗତା ଅମ୍ରିତା

ଆଉ ଜଣେ ବଙ୍ଗୀୟ ସୁନ୍ଦରୀ ଓଡ଼ିଆ ସିନେମାରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସେ ହେଲେ ଅମ୍ରିତା। ତାଙ୍କୁ ଏଭଳି ବ୍ରେକ୍‌ ଦେଇଛନ୍ତି ପ୍ରଯୋଜକ...

ନିଆରା ହସ ପାଇଁ ଏହି ଅଭିନେତ୍ରୀଙ୍କୁ ମିଳିଲା ସବୁଠୁ ବଡ଼ ସମ୍ମାନ

ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ ରେ ନିଜର ହସ ମାଧ୍ୟମରେ ସମସ୍ତଙ୍କ ହୃଦୟ ଜିଣିଥିବା ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣିଥରେ କୋଟି କୋଟି ଲୋକଙ୍କ ହୃଦୟ...

ସାମନ୍ଥାଙ୍କ ସହ କାମ କରିବା ନେଇ ଜାଣନ୍ତୁ କ’ଣ କହିଲେ ନାଗା

ସାଉଥ୍‌ ଅଭିନେତା ନାଗା ଚୈତନ୍ୟ ଏବଂ ସାମନ୍ଥା ରୁଥ୍‌ ପ୍ରଭୁ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଉଭୟଙ୍କ ୪ବର୍ଷର ସମ୍ପର୍କରେ ବିଚ୍ଛେଦ...

ଜୁହୁରେ ଘର କିଣିଲେ ଜାହ୍ନବୀ କପୁର

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ମୁମ୍ବାଇ ଜୁହୁରେ ଏକ ନୂଆ ଘର କିଣିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଘରର ମୂଲ୍ୟ ୩୯ କୋଟି ଟଙ୍କା।...

ଏକୁଟିଆ ଅନୁଭବ କରୁଛନ୍ତି କରନ!

ମୁମ୍ବାଇ: ବଲିଉଡର ଆଗଧାଡିର ନିର୍ଦ୍ଦେଶକ କରନ ଜୋହର ଏବେ ଏକୁଟିଆ ଅନୁଭବ କରୁଛନ୍ତି । ଏକଥା ଆମେ କହୁନୁ ଏକଥା କହୁଛି ତାଙ୍କ ଚାଟ ଶୋ’...

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଉର୍ବଶୀ ଡୋଲକିଆ

ମୁମ୍ବାଇ: ଛୋଟ ପରଦାର ଫେମଶ ଅମିନେତ୍ରୀଙ୍କ କଥା ଯଦି ଆଲୋଚନା କରାଯାଏ ତେବେ ଉର୍ବଶୀ ଢୋଲକିଆଙ୍କ ନାମ ନିଶ୍ଚିତ ଭାବେ ଆସିବ । ଏବେ ଉର୍ବଶୀଙ୍କୁ...

Advertisement
Archives

Model This Week