ଅଭାବ ଅନାଟନ ସବୁଦିନିଅଁ। ସଖା:ନିଶା ଟ୍ରାଫିକ ସଚେତନତା

ଅତାବିରା, ୧୫।୬ (ଡି.ଏନ.ଏ): ଟ୍ରାଫିକ ନିୟନ୍ତ୍ରଣ ଆର ସଚେତନତାର ଲାଗି ରାଏଜ୍‌ ସରକାର ଫିବଛର କୋଟି କୋଟି ଟଁକା ସାରୁଛନ୍‌। ହେଲେ ସମସିଆର ସମାଧାନ ହେବାର ଜାଗାରେ ବଢ଼ତେଲ ଯାଉଛେ, ସେ ହିସାବେ ଦୁର୍‌ଘଟନା ବି ବଢ଼ତେଲ ଯାଉଛେ। ହେଲେ ଟ୍ରାଫିକ ସଚେତନତା ସୁରୁଷ୍‌ଟି କରବାର ଦିଗେ କାମ୍‌କରି ବରଗଡ଼ ଜିଲା ଭେଡ଼େନ ବ୍ଲକ ବୁର୍ଦ୍ଧା ଗଁାର ପଦ୍ମଲୋଚନ ଭୋସାଗର ଅନେକ ପରଶଁସା ସାଉଁଟି ପାରିଛନ୍‌। ଜିଲା ପରଶାସନନୁ ମୂଲ କରି ଜନପରତିନିଧିମାନେ ତାକର ଇ ସାଧୁ ଉଦିଅମକେ ପରଶଁସା କରିଛନ୍‌। ୨୦୧୪ ସାଲୁ ପଦ୍ମଲୋଚନ ପଶ୍ଚିମ ଓଡ଼ିଶାର ବରଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା ଜିଲାର ଭିନେ ଭିନେ ଥାନା ଅଂଚଲରେ ଟ୍ରାଫିକ ସଚେତନତା କାଯ୍‌କରମ କରିଆସୁଛନ୍‌। ସେ ଝନେ ନିହାତି ଗରିବ ଲୋକ୍‌, ଜମିବାଡ଼ି ବଲି ବିଶେଷ କିଛି ନାଇଁ। ପରିବାର କହେଲେ ମାଏକିନା ଆର ଗୁଟେ ପୁଓକେ ନେଇ ତାକର ସୁଖର ସଁସାର। ପରିବାରଟା ଅଭାବ ଅନାଟନ ଲାଗି ଗୁଟେ ଝାଟି ମାଟିର କୁରିଆରେ ଜୀବନ୍‌ ବିତଉଥିଲେ ବି ଆବାସ ଯୋଜନାରେ ପକାଘର ଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ହେଲେ ଏତେ ସବୁ ଅଭାବ ଅନାଟନ ଭିତରେ ବୁଡ଼ି ରହିଥିଲେ ବି ଟ୍ରାଫିକ ସଚେତନତା ଦିଗେ ପଦ୍ମଲୋଚନ କାମ କରି ଆସୁଛନ୍‌। ଜନସାଧାରନ, ସ୍କୁଲ, କଲେଜର ଛାତ୍ରୀଛାତ୍ରମାନକୁ ସେ ଟ୍ରାଫିକ ବାବ୍‌ଦେ ସଚେତନ କରୁଛନ୍‌। ସେ ଓଡ଼ିଶା ଟ୍ରାଫିକ ତାଲିମ ସମିଆରେ ରାଏଜେ ପରଥମ ଠାନ୍‌ ଦଖଲ କରିଥିଲେ। ତାକର ଇ ମହତ୍‌ କାଯ୍‌ ଲାଗି ସେ ବରଗଡ ଜିଲା ଆରକ୍ଷୀ ଅଧ୍ୟକ୍ଷକ, ଜିଲାପାଲ, ଆରଟିଓ, ବରଗଡ ଧନୁଯାତ୍‌ରା, ଭେଡ଼େନ ରାମଲୀଲା, ଗୋଡ଼ଭଗା ଦୁର୍ଗାପୂଜା, ସୋହେଲା ଦୂର୍ଗାପୂଜା, ତାଲପାଲି, ନୂଆଗାଁ, ଥୁଆପାଲି ଧନୁଯାତ୍‌ରା, ଅତାବିରା ଦୁର୍ଗାପୂଜାରେ ସନାମନା ହେଇଛନ୍‌। ସେନ୍‌ତା ୧୫୦ଟା ସ୍କୁଲ, ୫୦ଟା କଲେଜ, ୨୦ଟା ଥାନା ଅଂଚଲରେ ଟ୍ରାଫିକ ସଚେତନତା କାଯ୍‌କରମ କରିଥିବାର ଭୋସାଗରକୁଁ ପଚରାଲାରୁ କହିଥିଲେ। ଇତାର ବାହାରେ ବିଶ୍ୱ ପରସିଧ୍‌ ପୁରୀ ରଥଯାତ୍‌ରା ବେଲେ ବଡ଼ଦଁାଡ଼ରେ ବାଇକ ଚାଲକକୁଁ ହେଲମେଟ ବେଭାର କରବାର ଉପରେ ସଚେତନ କରି ଚରଚାକେ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାରରେ ବଢୁଛି ବନ୍ୟାଜଳ ପରିମାଣ, ପୁଣି ଖୋଲିଲା ୫ ଗେଟ୍‌, ଜଳସ୍ତର ରହିଛି…

ସମ୍ବଲପୁର,୧୭ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri