ଅବ୍ୟବସ୍ଥାରେ ପୁରାତନ ଶିକ୍ଷାନୁଷ୍ଠାନ

ବାସୁଦେବପୁର, ୧୧।୬ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁରର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଅଟଳ ବିହାରୀ ହାଇସ୍କୁଲ ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ଏହାର ଶୈକ୍ଷିକ ବାତାବରଣ ଦିନକୁ ଦିନ ନଷ୍ଟ ହୋଇଯାଉଛି। ଶିକ୍ଷାନୁଷ୍ଠାନରେ ଅବ୍ୟବସ୍ଥା ଯୋଗୁ ବିଦ୍ୟାଳୟର ସୁନାମ ହ୍ରାସ ପାଉଥିବା ବେଳେ ଛାତ୍ରୀଛାତ୍ର, ଅଭିଭାବକ ଏହା ଉପରୁ ଆସ୍ଥା ତୁଟାଇବାକୁ ବସିଲେଣି। ବିଦ୍ୟାଳୟରେ ଶିକ୍ଷକ ଅଭାବ ସହ ଅନ୍ୟାନ୍ୟ ସମସ୍ୟା ଥିବାବେଳେ ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଗ୍ରାମବାସୀ, ଅଭିଭାବକଙ୍କ ପକ୍ଷରୁ ଜିଲାପାଳ, ଜିଲା ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହେଉଛି।
୧୯୪୪ ମସିହାରେ ନିର୍ମିତ ଏହି ହାଇସ୍କୁଲରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ୬୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ୩ ବର୍ଷରୁ ଊର୍ଦ୍ଧ୍ୱ ଧରି ଏଠାରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନ ଥିବାରୁ ଜଣେ ସହକାରୀ ଶିକ୍ଷକ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କ ପକ୍ଷେ ସମସ୍ତ କାର୍ଯ୍ୟ ତୁଲାଇବା ସହଜ ହେଉନାହିଁ। ସେହିପରି ୬ ଶିକ୍ଷକ ପଦବୀ ଦୀର୍ଘଦିନ ଧରି ଖାଲିପଡ଼ିଛି। ୭ ଜଣ ଶିକ୍ଷକ କାର୍ଯ୍ୟରତ ଥିବାବେଳେ ଏତେସଂଖ୍ୟକ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା କଷ୍ଟକର ହୋଇପଡୁଛି। ୨ଟି ପିଅନ ଓ ରାତ୍ରିଜଗୁଆଳି ପଦବୀ ମଧ୍ୟ ଫାଙ୍କା ପଡ଼ିଛି। ଏଠାରେ ଦୀର୍ଘ ୫୦ ବର୍ଷ ହେବ ହଷ୍ଟେଲ ବ୍ୟବସ୍ଥା ରହିଥିଲା। ହେଲେ କର୍ମଚାରୀ ଅଭାବ ଯୋଗୁ ଏହାର ଦାୟିତ୍ୱ ନେବା ପାଇଁ କୌଣସି କର୍ମଚାରୀ ରାଜି ନ ହେବାରୁ ୩ ବର୍ଷ ଧରି ବନ୍ଦ ହୋଇଯାଇଛି। ହାଇସ୍କୁଲ ପରିସରରେ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥାରେ ନୂତନ ହଷ୍ଟେଲ ଗୃହ ନିର୍ମାଣ ସରି ପିଲା ରହୁଥିଲେ। ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ୱ କେହି ଶିକ୍ଷକ ନେବାକୁ ଅମଙ୍ଗ ହେବାରୁ ଏହା ବନ୍ଦ ରହିଛି। ଫଳରେ ଛାତ୍ରୀଛାତ୍ର ହଇରାଣ ହେଉଛନ୍ତି। ହଷ୍ଟେଲରେ ଥିବା ଛାତ୍ରୀଛାତ୍ର ବାଧ୍ୟହୋଇ ଘରକୁ ପଳାଇ ଯାଇଛନ୍ତି। ଏହି ବିଦ୍ୟାଳୟର ୩୨ ଏକର ଜମି ଥିବାବେଳେ ଏହାକୁ ମଧ୍ୟ ଲୋକେ ନିଜ ଅକ୍ତିଆରକୁ ନେବାକୁ ବସିଥିବା ଅଭିଯୋଗ ହେଉଛି। ବିଦ୍ୟାଳୟ ସାମ୍ନାରେ ଥିବା ମୂଲ୍ୟବାନ ଜମିକୁ କେତେକ ମୁଷ୍ଟିମେୟ ବ୍ୟକ୍ତି ହାତେଇବାକୁ ଉଦ୍ୟମ କରୁଥିବା ସହିତ କେତେକ ଦୋକାନୀ ଓ ବ୍ୟକ୍ତି ଏହାକୁ ଜବରଦଖଲ କରି ରଖିବାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ସ୍ଥାନୀୟ ବୁଦ୍ଧିଜୀବୀମାନେ ନିକଟରେ ନବନିର୍ବାଚିତ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କୁ ଭେଟି ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି। ଏହାର ପ୍ରତିକାର କରା ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଯାମିନୀକାନ୍ତ ପାଢ଼ୀଙ୍କୁ ପଚାରିବାରୁ ଶିକ୍ଷକ ଓ କର୍ମଚାରୀ ଅଭାବ ସାଙ୍ଗକୁ ସେମାନଙ୍କ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ବିଦ୍ୟାଳୟକୁ ଚଳାଇବା କଷ୍ଟକର ହେଉଛି ବୋଲି ପ୍ରକାଶ କରିଛନ୍ତି। ସମସ୍ୟା ବାବଦରେ ସେ ଜିଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଥିଲେ। ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ କହିଛନ୍ତି, ଉକ୍ତ ସ୍କୁଲରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ଓ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ଦିଗରେ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ। ହଷ୍ଟେଲ ସୁପରିଚାଳନା ପାଇଁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖି ସଂକ୍ରମଣରେ ପୀଡ଼ିତ ମାଖନା ହାତୀ: ବନ ବିଭାଗ ପକ୍ଷରୁ ମାଖନା ହାତୀର ସ୍ୱାସ୍ଥ୍ୟ ନିରୀକ୍ଷଣ

ବାଲେଶ୍ୱର,୧୫।୮( ବାଞ୍ଛାନିଧି ଦେ): ବାଲେଶ୍ୱର ବନ ବିଭାଗ ପକ୍ଷରୁ ଦୀର୍ଘ ୧୫ରୁ ୨୦ ଦିନ ଧରି କୁଲଡ଼ିହା ବନ୍ୟପ୍ରାଣୀ ରେଞ୍ଜ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଏକ ମାଖନା (ଦାନ୍ତହୀନ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

ଜଳକା ନଦୀରେ ବନ୍ୟା, ବସ୍ତା ଇଲେକ୍ଟ୍ରି ଅଫିସରେ ପଶିଲା ପାଣି

ବସ୍ତା,୧୪।୮(ହରିଶଙ୍କର ପାଢ଼ୀ): ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ବାଲେଶ୍ବର ବସ୍ତାରେ ଜଳକା ନଦୀରେ ବନ୍ୟା ଆସିବା ଯୋଗୁଁ ଜନଜୀବନ…

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri