ଅବ୍ୟବସ୍ଥାରେ ଚାଲିଛି ଖଜୁରିମୁଣ୍ଡି ପ୍ରାଥମିକ ବିଦ୍ୟାଳୟ: ୩୮୦ ଜଣ ବିଦ୍ୟାର୍ଥୀଙ୍କୁ ୬ ଶିକ୍ଷୟିତ୍ରୀଶିକ୍ଷକ, ୪ ବର୍ଷ ହେଲା ଆକାଉଣ୍ଟାଣ୍ଟ ପଦବୀ ଖାଲି

କେନ୍ଦୁଝର, ୨୧ା୫(ସ୍ବ.ପ୍ର.)-ବାଂଶପାଳ ଭଳି ଆଦିବାସୀ ଅଧ୍ୟୁଷିତ ବ୍ଲକରେ ଶିକ୍ଷାର ଆଲୋକ ଶିଖା ଜାଳିବା ପାଇଁ ୧୯୭୨ ମସିହାରେ ଖଜୁରିମୁଣ୍ଡିଠାରେ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ପରେ ଏହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରୂପାନ୍ତରିତ ହୋଇଥିଲା। ବାଳିକା ଶିକ୍ଷାର ପ୍ରୋତ୍ସାହନ ପାଇଁ ଏହି ବିଦ୍ୟାଳୟରେ ଗୋଟିଏ ୧୦୦ସିଟ ଥିବା କସ୍ତୁରବା ବାଳିକା ଛାତ୍ରୀନିବାସ ରହିଥିଲେ ହେଁ ଉପଯୁକ୍ତ ବ୍ୟବସ୍ଥା ଅଭାବରୁ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ଜଣେ କନିଷ୍ଠ ଶିକ୍ଷୟିତ୍ରୀ ଡେପୁଟେଶନରେ ଘଷିପୁରା ବ୍ଲକକୁ ଯାଇଥିବାରୁ ଏଠାରେ ପାଠପଢା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି ା
କସ୍ତୁରବା ଗାନ୍ଧୀ ଛାତ୍ରୀନିବାସ ପାଇଁ ବର୍ଷକୁ ୨୫ ଲକ୍ଷ ଟଙ୍କାର ଅନୁଦାନ ଆସୁଥିଲେ ହେଁ ଉପଯୁକ୍ତ ତଦାରଖ ଅଭାବରୁ ଛାତ୍ରୀମାନେ ଉପଯୁକ୍ତ ସୁବିଧା ପାଇପାରୁ ନ ଥିବା ବେଳେ ସେମାନଙ୍କ ପାଇଁ ଆସୁଥିବା ଅର୍ଥ ହେରଫେର ହେଉଥିବା ଅଭିଯୋଗ ହୋଇଛି। ଏହି ଛାତ୍ରୀନିବାସରେ ବିଦ୍ୟାଳୟ ସମୟ ବ୍ୟତୀତ ଅନ୍ୟ ସମୟରେ କୋଚିଂ ବ୍ୟବସ୍ଥା ଥିଲେ ହେଁ ସାମୟିକ ଶିକ୍ଷକ ଅଭାବରୁ କୋଚିଂ ବାଧାପ୍ରାପ୍ତ ହେଉଛି। ଅର୍ଥର ଅଭାବ ନ ଥିଲେ ହେଁ ଏହି ଛାତ୍ରୀନିବାସରେ ଗୋଟିଏ ରୋଷେୟା, ଗୋଟିଏ ପିଅନ ଏବଂ ଗୋଟିଏ ଆକାଉଣ୍ଟାଣ୍ଟ (ହିସାବ ରକ୍ଷକ) ପଦବୀ ବହୁ ବର୍ଷ ହେଲା ଖାଲି ପଡିଥିବାରୁ ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଉଛି ା ହିସାବ ରକ୍ଷକ ପଦବୀ ଖାଲି ପଡିଥିବା ବେଳେ ଅନ୍ୟ ସ୍କୁଲର ଜଣେ ଶିକ୍ଷକଙ୍କୁ ବେସରକାରୀ ଭାବେ ନିୟାଜିତ କରାଯାଉଥିବା ଅଭିଯୋଗ ହେଉଛି ା ସର୍ବଶିକ୍ଷା ଅଭିଯାନ କାହା ଚାପରେ କସ୍ତୁରବା ଗାନ୍ଧୀ ଛାତ୍ରୀନିବାସ ପାଇଁ ଖାଲି ପଡିଥିବା ହଷ୍ଟେଲ କର୍ମଚାରୀଙ୍କ ପାଇଁ ବିଜ୍ଞାପନ କରୁନାହିଁ ତାହା ମଧ୍ୟ ତଦନ୍ତ ସାପେକ୍ଷ। ତେବେ ବିଦ୍ୟାଳୟକୁ ଭୋକେଶନାଲ ଶିକ୍ଷା ପାଇଁ ଗତ ୪ବର୍ଷରେ ଆସିଥିବା ଦକ୍ଷତା ବିକାଶ, ଅନୁପୂରକ ପଠନ ସାମଗ୍ରୀ, ଔଷଧ ଖର୍ଚ୍ଚର ସ୍ବତନ୍ତ୍ର ଅଡିଟ ସହ ଖାଲିଥିବା ସାମୟିକ ଶିକ୍ଷକ, ରୋଷେୟା ଏବଂ ଅନ୍ୟ କର୍ମଚାରୀ ପଦବୀ ତୁରନ୍ତ ପୂରଣ କରିବାକୁ ଦାବି ହୋଇଛି। ଏହା ଛଡା ଅନ୍ୟଟି ୧୧୦ ସିଟ ଥିବା ଆଦିବାସୀ ଛାତ୍ରୀନିବାସ କାର୍ଯ୍ୟ କରୁଛି। ଦୁଇଟି ଛାତ୍ରୀନିବାସରେ ମୋଟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୩୮୦। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟଟି ସର୍ବଶିକ୍ଷା ଅଧୀନରେ ଥିବାବେଳେ ୧୧୦ଜଣିଆ ଆଦିବାସୀ ଛାତ୍ରୀନିବାସଟି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ। ବିଦ୍ୟାଳୟରେ ଅନ୍ତେବାସୀ ଅନେକ ସମସ୍ୟାରେ ରହୁଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ନଜର ନ ପଡିବା ଦୁର୍ଭାଗ୍ୟର ବିଷୟ। ବିଦ୍ୟାଳୟରେ ୨୧୦ଜଣ ଛାତ୍ରୀ ଅନ୍ତେବାସୀ ଭାବେ ରହିଥିଲେ ମଧ୍ୟ ସେମାନଙ୍କ ପାଇଁ ମାତ୍ର ଗୋଟିଏ ନଳକୂପ ଓ ଗୋଟିଏ ବୋରୱେଲ ରହିଛି। ଛାତ୍ରୀମାନେ ଗାଧୋଇବା ଓ ପିଇବା ପାଇଁ ହଇରାଣ ହେଉଛନ୍ତି। ବିଦ୍ୟାଳୟରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୩୮୦ଜଣ ଛାତ୍ରୀଛାତ୍ର ପଢୁଥିଲେ ମଧ୍ୟ ଏଠାରେ ମାତ୍ର ୬ଜଣ ଶିକ୍ଷୟିତ୍ରୀ କାର୍ଯ୍ୟରତ। ଏ ନେଇ ବାଳିକା ସଂଯୋଜିକା ସର୍ବଶିକ୍ଷା ଅଭିଯାନ ଅନୁପମା ରାଉତ କହିଛନ୍ତିି ଯେ, ନିର୍ବାଚନ ପରେ ଖାଲି ଥିବା ପଦବୀ ପୂରଣ କରାଯିବ ା ହଷ୍ଟେଲ ପରିଚାଳନାରେ କୌଣସି ସମସ୍ୟା ନାହିଁ ା ଅନ୍ୟ ପକ୍ଷରେ ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସହ ଯୋଗାଯୋଗ କରିବାରୁ ଘଟଣାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?