Posted inଜାତୀୟ

ଅବୈଧ ସମ୍ପର୍କର କୁପରିଣତି: ମଦ ପିଆଇ ମହିଳାଙ୍କୁ ନଦୀରେ ବୁଡ଼ାଇ ହତ୍ୟା କଲେ ପ୍ରେମିକ; ଭିଡ଼ିଓ ଭାଇରାଲ

ଭୋପାଳ,୨୨।୪: ମଧ୍ୟପ୍ରଦେଶ ଦେବାସରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଶିପ୍ରା ନଦୀରେ ଜଣେ ମହିଳାଙ୍କୁ ମଦ ପିଆଇ ବୁଡ଼ାଇ ହତ୍ୟା କରାଯାଇଛି। ଏହାର ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ଆରମ୍ଭ କରିଥିଲା ଖୋଳତାଡ଼। କିଛି ଦିନ ତଳେ ଜଣେ ଅଜଣା ମହିଳାଙ୍କ ମୃତ ଦେହ ପୋଲିସ ନଦୀ କୂଳରୁ ଉଦ୍ଧାର କରିଥିଲା। ମହିଳାଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଥିବାବେଳେ ଭାଇରାଲ ହୋଇଥିବା ଭିଡ଼ିଓରୁ ହତ୍ୟାକାରୀଙ୍କର ସୂଚନା ମିଳିଥିଲା। ପପ୍ପି ବାଈ ନାମକ ଏହି ମହିଳାଙ୍କର ସୁରେଶ ନାମକ ଜଣେ ଯୁବକଙ୍କ ସହିତ ଅବୈଧ ପ୍ରେମ ସମ୍ପର୍କ ଥିଲା। ତେବେ ପପ୍ପି ବାଈ ସାମାଜିକ ସ୍ବୀକୃତି ଦାବି କରିବାରୁ ସୁରେଶ ତାଙ୍କୁ ମଦ ପିଆଇ ଏପ୍ରିଲ୍‌ ୧୯ରେ ଶିପ୍ରା ନଦୀରେ ଗାଧୋଇବାକୁ ନେଇ ଯାଇଥିଲେ। ସେଠାରେ ପପ୍ପିଙ୍କୁ ବୁଡ଼ାଇ ବୁଡ଼ାଇ ହତ୍ୟା କରିଥିଲେ। କୂଳରେ ଥିବା କେତେକ ଲୋକ ଏହାର ଭିଡ଼ିଓ କରିଥିଲେ। ପରେ ଏହାକୁ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରାଯାଇଥିଲା। ପୋଲିସ ତଦନ୍ତ କରି ଅଭିଯୁକ୍ତ ସୁରେଶଙ୍କୁ ଗିରଫ କରିଥିବା ସ୍ଥାନୀୟ ଥାନା ଅଧିକାରୀ ଓ.ପି. ଅହୀର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ନିଷ୍ପତ୍ତି; ସେପ୍ଟେମ୍ବର ୧୧ରେ ସରକାରୀ ଛୁଟି, କଣ ଖୋଲା କଣ ବନ୍ଦ ଜାଣନ୍ତୁ

ନୂଆଦିଲ୍ଲୀ,୩ା୯: ରାଜଧାନୀ ଦିଲ୍ଲୀରେ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ସରକାରୀ ଛୁଟି ଘୋଷଣା କରାଯାଇଛି । ଦିଲ୍ଲୀରେ ହେବାକୁ ଥିବା BRICS ସମ୍ମିଳନୀକୁ ଦୃଷ୍ଟିରେ ରଖି ସୁରକ୍ଷା,…

ମନ୍ତ୍ରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ! ଝିଅ ଅଭିଯୋଗ କରିବାରୁ…

ହାଇଦ୍ରାବାଦ,୩।୯: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମନ୍ତ୍ରୀ କୋଣ୍ଡା ସୁରେଖାଙ୍କୁ ତୁରନ୍ତ କ୍ୟାବିନେଟରୁ ବହିଷ୍କାର କରିଛନ୍ତି; ଏଥିପାଇଁ ରାଜ୍ୟପାଳଙ୍କ ନିକଟକୁ ଏକ ସୁପାରିଶ ପଠାଯାଇଥିଲା। ତେଲଙ୍ଗାନା ବନମନ୍ତ୍ରୀ…

CJPକୁ କାହିଁକି ସମର୍ଥନ କରିଥିଲେ? ସୋନମ ୱାଙ୍ଗଚୁକ୍‌ କଲେ ବଡ଼ ଖୁଲାସା, କହିଲେ ପାକିସ୍ତାନ….

ନୂଆଦିଲ୍ଲୀ,୩ା୯: CJP ଆନ୍ଦୋଳନ ସହ ନିଜର ସମ୍ପର୍କ ଏବଂ ଦଳର ବିଦେଶୀ ସମ୍ପର୍କକୁ ନେଇ ଉଠିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ସୋନମ ୱାଙ୍ଗଚୁକ୍‌। ସେ କହିଛନ୍ତି…

ବଡ଼ ନିଷ୍ପତ୍ତି ନେଲେ ସରକାର; ଅଫିସ୍‌ରେ ବଦଳିବ ମେନ୍ୟୁ! ହଟିବ ଜଙ୍କ ଫୁଡ୍‌

ମୁମ୍ବାଇ,୩ା୯: ଆଧୁନିକ ଜୀବନଶୈଳୀରେ ଜଙ୍କ ଫୁଡ୍‌ର ବଢ଼ୁଥିବା ଚାହିଦା ମଧ୍ୟରେ ମହାରାଷ୍ଟ୍ର ସରକାର ଏବେ ଏହାକୁ ନେଇ କଡ଼ା ପଦକ୍ଷେପ ନେଇଛନ୍ତି । ସରକାରୀ କାର୍ଯ୍ୟାଳୟର କ୍ୟାଣ୍ଟିନ୍‌ରେ…

ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି, ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ମିଳିଲା ବେଲ୍, ୨ ଲକ୍ଷ…

ନୂଆଦିଲ୍ଲୀ,୩ା୯: ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (AAP) ନେତା ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି ।…

ଭାରତକୁ ମାଡି ଆସୁଛି ଭୟଙ୍କର ବିପଦ! ବଡ଼ ଚେତାବନୀ ଦେଲା UN

ନୂଆଦିଲ୍ଲୀ,୩।୯: ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନକୁ ନେଇ ପୁଣିଥରେ ଚେତାବନୀ ଦେଇଛି ମିଳିତ ଜାତିସଂଘ। ବିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ସୀମାକୁ…

‘ଅଭିଜିତ ଦୀପକେଙ୍କ ସହ ଡିଲ୍ କରିଛନ୍ତି କେଜ୍ରିୱାଲ୍’, ବଡ଼ ଅଭିଯୋଗ ଆଣିଲେ ମନୀଷ

ନୂଆଦିଲ୍ଲୀ,୩।୯: କକରୋଚ୍ ଜନତା ପାର୍ଟି (CJP) ପରେ ଏବେ ‘କକରୋଚ୍ ଜନତା ପାର୍ଟି ଡେମୋକ୍ରାଟିକ’ (CJPD) ଘୋଷଣା ହୋଇଛି । ମନୀଷ ବ୍ରହ୍ମଭଟ୍ଟ ଗୁରୁବାର ଏହି ଘୋଷଣା…

ମୋଦିଙ୍କ ପଦାଙ୍କ ଅନୁସରଣ କଲେ ଯୋଗୀ! ଇନଷ୍ଟାଗ୍ରାମରେ ରିଲ ପୋଷ୍ଟ କରି କହିଲେ…

ଲକ୍ଷ୍ନୌ,୩।୯: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ପୋଷ୍ଟ କରିଛନ୍ତି। ଏହି ସେଲଫି-ଶୈଳୀର ରିଲ୍ସରେ ବାବା ନୀବ କରୋରିଙ୍କ ପବିତ୍ର ଭୂମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri