ଅବୈଧ ପ୍ରେମ ସମ୍ପର୍କକୁ ନେଇ ଶିକ୍ଷକଙ୍କୁ ହତ୍ୟା: ସ୍ତ୍ରୀ, ପ୍ରେମିକ ଓ ସହଯୋଗୀ ଗିରଫ

ମୁନିଗୁଡ଼ା,୩୦।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ କୁଟ୍ରାଗଡ଼ ଗ୍ରାମ ବଂଶଧରା ପୋଲ ତଳୁ ଗତ ୨୦ ତାରିଖରେ ଜଣେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ କରିବା ସହ ୧୦ ଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ମୃତ ଶିକ୍ଷକ ଗୁଣପୁରର ରାଜେନ୍ଦ୍ର ମହାନନ୍ଦିଆ(୩୮)ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି।

ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ରାଜେନ୍ଦ୍ର ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ସମଦଳା ଗ୍ରାମରେ ଶିକ୍ଷକତା କରୁଥିଲେ। ସେ ଗୁଣପୁରର ସୁନିତାଙ୍କୁ ବିବାହ କରି ପରିବାର ସହ ଗୋବର୍ଦ୍ଧନ ସାହିରେ ଭଡ଼ା କରି ରହୁଥିଲେ। ତେବେ ସୁନିତାଙ୍କ ସହ ଆମ୍ବେଦକର ନଗର ନିବାସୀ ରମେଶ ପାତ୍ରିକା(୪୨)ଙ୍କ ବିବାହ ପୂର୍ବରୁ ଓ ପରେ ପ୍ରେମ ସମ୍ପର୍କ ଥିଲା। ଦୀର୍ଘ ୨୨ ବର୍ଷ ଧରି ଉଭୟ ଉଭୟଙ୍କୁ ପ୍ରେମ କରି ଆସୁଥିଲେ। ରମେଶ ସୁନିତାଙ୍କୁ ପାଖରେ ରଖିବାକୁ ଚାହୁଁଥିବା ବେଳେ ରାଜେନ୍ଦ୍ରଙ୍କୁ ଦୂରେଇ ଦେବା ପରେ ଏଭଳି ସମ୍ଭବ ବୋଲି ସୁନିତା କହୁଥିଲେ। ପ୍ରଥମେ ରମେଶ ରାଜେନ୍ଦ୍ରଙ୍କୁ ବିଷାକ୍ତ ଔଷଧ ଦେଇ ମାରିବାର ଯୋଜନା କରିଥିଲେ। ମାତ୍ର ଏଥିରେ ବିଫଳ ହେବା ପରେ ଗତ ୧୯ ତାରିଖ ରାତିରେ ଯୋଜନା କରି ଭଡ଼ାସୁତ୍ରରେ ଏକ କାର ଆଣି ଗାନ୍ଧୀନଗରରେ ରହୁଥିବା ବନ୍ଧୁ କାଳିଆ ଶ୍ରୀରାମଙ୍କ ନିକଟରେ ପହଞ୍ଚିଥିଲେ। ସେଠାରୁ ସନ୍ଧ୍ୟାରେ ବିଦେଶୀ ମଦ କିଣି ସେଥିରେ କିଛି ନିଦ ବଟିକା ଗୁଣ୍ଡ କରି ପକାଇଥିଲେ। କାଳିଆ ରାଜେନ୍ଦ୍ରଙ୍କୁ ଘରୁ ଡ଼ାକି ଆଣିବା ପରେ ୩ ଜଣ ବଂଶଧରା ନଦୀ କୂଳରେ ମଦ ପିଇଥିଲେ। ରାଜେନ୍ଦ୍ର ବାଇକ୍‌ ଯୋଗେ ଯାଇଥିବା ବେଳେ କାଳିଆ ଓ ରମେଶ କାରରେ ଯାଇଥିଲେ। ତେବେ ମଦ ପିଇବା ପରେ ରମେଶ ରାଜେନ୍ଦ୍ରଙ୍କ ମୁଣ୍ଡକୁ ଇଟାରେ ଛେଚିବା ସହ ତଣ୍ଟି ଚିପି ହତ୍ୟା କରିଥିବା ପୋଲିସ ଆଗରେ ସ୍ବିକାର କରିଛନ୍ତି। ହତ୍ୟା ପରେ ମୃତଦେହକୁ ସେଠାରେ ଛାଡ଼ି ଚାଲିଯାଇଥିଲେ। ରମେଶ ଆନ୍ଧ୍ରପ୍ରଦେଶ ପଳାଇବାକୁ ଉଦ୍ୟମ କରୁଥିବା ଖବର ପାଇ ମୁନିଗୁଡ଼ା ପୋଲିସ ଗୁଣପୁର ପୋଲିସର ସହାୟତା ନେଇ ତାଙ୍କୁ ଗିରଫ କରାଯାଇଛି। ପରେ ତାଙ୍କୁ ପଚରାଉଚରା କରିବା ପରେ ସମସ୍ତ ଘଟଣା ଉପରୁ ପର୍ଦ୍ଦା ଉଠିଛି। ପୋଲିସ ମାମଲା ନଂ(୬୬/୧୯) ରୁଜୁ କରି ସୁନିତା ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ହତ୍ୟା ମାମଲାର ତଦନ୍ତରେ ସନ୍ତୋଷ ପାଢ଼ୀ, ମନୋଜ ସାହୁ, ନିରଞ୍ଜନ ଦାସ, ସୁପ୍ରଭା ସାହୁ ପ୍ରମୁଖ ସହାୟତା କରିଥିବା ଥାନା ସୁତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ରେଳ ଷ୍ଟେଶନ ଖାଁ ଖାଁ

କଟକ ଅଫିସ,୨୨।୩: ଜନତା କର୍ଫ୍ୟୁର ପ୍ରଭାବ ରବିବାର କଟକ ରେଳ ଷ୍ଟେଶନରେ ଦେଖିବାକୁ ମିଳିଛି। ଟ୍ରେନ ଚଳାଚଳ ବାତିଲ ନେଇ ପୂର୍ବରୁ ସୂଚନା ଦିଆଯାଇଥିଲା। ଏଣୁ...

ଝାଡ଼ାବାନ୍ତିରେ ୩୫ ଛାତ୍ର ଆକ୍ରାନ୍ତ

ରାୟଗଡା ଅଫିସ,୮।୭: ରାୟଗଡା ଜିଲା ବିଷମ କଟକ ବ୍ଲକ ଅଧୀନ ଡୁମ୍ବୁରିନେଲି ସଦର ପଞ୍ଚାୟତ ଦଣ୍ଡାପୋଡା କେବିକେ ଛାତ୍ର ନିବାସରରେ ୩୫ଜଣ ଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତ...

ବିନା ଭକ୍ତରେ ଚତୁର୍ଦ୍ଧାବିଗ୍ରହଙ୍କ ସୁନାବେଶ

ପୁରୀ ଅଫିସ, ୨।୭: ନବଦିନାତ୍ମକ ଯାତ୍ରା ଶେଷକରି ବୁଧବାର ବାହୁଡ଼ି ଆସିଛନ୍ତି ଚତୁର୍ଦ୍ଧାବିଗ୍ରହ। ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ମହାପ୍ରଭୁଙ୍କର ଗୁରୁବାର ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଛି।...

ଭୁବନେଶ୍ୱର ୪ନଂ. ମାର୍କେଟ୍‌ ସିଲ୍‌

ଭୁବନେଶ୍ୱର,୧୭।୭(ବ୍ୟୁରୋ)-ଭୁବନେଶ୍ୱରର ୪ନଂ. ମାର୍କେଟ୍‌ ସିଲ୍‌। ଗୁରୁବାର ଉକ୍ତ ଅଞ୍ଚଳରୁ କ୍ରମାଗତ ଭାବେ ୭ ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ...

ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଅଭିଯୋଗ ସତ୍ତ୍ୱେ ଥାନାରୁ ନ୍ୟାୟ ନ ପାଇବାରୁ ସୋମବାର ଜଣେ ଯୁବକ ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏୟାରପୋର୍ଟ...

ମନବୋଧଙ୍କ ମୁହଁକୁ ଗ୍ରାସ କରିଚାଲିଛି ଟ୍ୟୁମର: ‘ସହାୟତା ନ ଦେଲେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଅ’

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଯେଉଁ ବୟସରେ ରୋଜଗାର କରି ପରିବାର ପାଇଁ ସହାୟକ ହେବା କଥା, ସେହି ବୟସରେ ଜୀବନ ପାଲଟିଯାଇଛି ନର୍କ। କାରଣ ମୁହଁକୁ ଗ୍ରାସ କରିଚାଲିଛି...

ରାଜ୍ୟରେ ବ୍ୟାପୁଛି ଆଖିଧରା ରୋଗ

ଭୁବନେଶ୍ୱର,୭ା୭(ବନ୍ଦନା ସେଠୀ): ବର୍ଷାଦିନ ଆରମ୍ଭରୁ ରାଜ୍ୟରେ ଡେଙ୍ଗୁ, ହଇଜା ସଂକ୍ରମଣ ମାଡ଼ିଚାଲି ଥିବାବେଳେ ଏବେ ଆଖିଧରା ରୋଗ ବ୍ୟାପିବାରେ ଲାଗିଛି। ରାଜ୍ୟର ବିଭିନ୍ନ ଜିଲାରୁ ପ୍ରତିଦିନ...

ଅଗଷ୍ଟରେ ୪ ଜିଲା ସମେତ ରାଉରକେଲା ମ୍ୟୁନିସପାଲଟି ସପ୍ତାହାନ୍ତ ଶଟଡାଉନ

ଭୁବନେଶ୍ୱର,୩୧।୭(ବ୍ୟୁରୋ)-ରାଜ୍ୟ ସରକାର ଅଗଷ୍ଟ ମାସରେ ୪ଟି ଜିଲା ଓ ଗୋଟିଏ ମ୍ୟୁନିସପାଲଟିରେ ସାପ୍ତାହିକ ଶଟଡାଉନ ଘୋଷଣା କରିଛନ୍ତି। ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କଟକ ଓ ରାଉରକେଲା...

Advertisement
Archives

Model This Week