Posted inଖେଳ

ଅବସର ପରେ ଚିତ୍ରକର ହେବେ ଧୋନୀ

ନୂଆଦିଲ୍ଲୀ, ୨୧ା୫ (ପି.ଟି.)- ଜଣେ ଚିତ୍ରକର ହେବାଲାଗି ମହେନ୍ଦ୍ର ସିଂ ଧୋନୀ ପିଲାଦିନେ ଯେଉଁ ସ୍ବପ୍ନ ଦେଖିଥିଲେ, ତାହା ସାକାର କରିବେ। କ୍ରିକେଟ ଛାଡ଼ିବା ପରେ ସେ ପେଣ୍ଟିଂ କାର୍ଯ୍ୟରେ ନିଜକୁ ନିୟୋଜିତ କରବା ଲାଗି ଯୋଜନା ରଖିଥିବା ଏକ ଭିଡିଓରେ କହିଛନ୍ତି। ଆସନ୍ତା ଆଇସିସି ବିଶ୍ୱକପ୍‌ ପରେ ସେ କ୍ରିକେଟରୁ ଅବସର ନେଇପାରନ୍ତି ବୋଲି ଏଥିରୁ ସୂଚନା ମିଳୁଛି। ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ଭିଡିଟିରେ ସେ ପ୍ରସ୍ତୁତ କରିଥିବା କିଛି ପେଣ୍ଟିଂ ଦେଖାଇଛନ୍ତି। ଏଥି ସହିତ ସେ କହିଛନ୍ତି, ମୁଁ ସମସ୍ତଙ୍କ ଆଗରେ ମୋର ଏକ ଗୋପନ କଥା ପ୍ରକାଶ କରିବାକୁ ଚାହୁଁଛି। ବାଲ୍ୟକାଳରେ ପ୍ରକୃତରେ ମୁଁ ଜଣେ ଚିତ୍ରକର ହେବାକୁ ଚାହୁଁଥିଲି। ବହୁତ କ୍ରିକେଟ ଖେଳ ହୋଇଗଲା। ମୁଁ ପ୍ରକୃତରେ ଯାହା ହେବାକୁ ଚାହୁଁଥିଲି ସେ ଦିଗରେ ଧ୍ୟାନ ଦେବା ସମୟ ଆସିଛି। ମୁଁ ନିଜେ ଇତିମଧ୍ୟରେ କିଛି ପେଣ୍ଟିଂ କରିସାରିଛି। ବିଶ୍ୱକପ୍‌ ବିଜୟୀ ଅଧିନାୟକ ୩୭ ବର୍ଷୀୟ ଧୋନୀ ୨୦୧୯ ବିଶ୍ୱକପ୍‌ ଖେଳିବାଲାଗି ୟୁନାଇଟେଡ କିଙ୍ଗଡମ୍‌ (ୟୁକେ) ଯିବା ଲାଗି ବର୍ତ୍ତମାନ ପ୍ରସ୍ତୁତ। ସମ୍ଭବତଃ ଏହି ମେଗା ଇଭେଣ୍ଟରେ ତାଙ୍କ ଉଜ୍ଜ୍ୱଳ କ୍ୟାରିୟରର ପରିସମାପ୍ତି ଘଟିପାରେ। ତାଙ୍କ ପ୍ରଥମ ପେଣ୍ଟିଂ ପ୍ରାକୃତିକ ଦୃଶ୍ୟ ସମ୍ବଳିତ ଥିଲା। ଦ୍ୱିତୀୟଟି ଭବିଷ୍ୟତର ପରିବହନ ବ୍ୟବସ୍ଥାର ଚିତ୍ର ରହିଥିଲା। ତୃତୀୟଟି ତାଙ୍କର ସବୁଠାରୁ ଫେଭରାଇଟ୍‌ ରହିଥିଲା। ତାହା ହେଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଜର୍ସି ସହ ବ୍ୟାଟିଂ କରିଥିବା ଅବସ୍ଥାର ଏକ ପ୍ରତିଛବି। ଧୋନୀ ଆହୁରି ମଧ୍ୟ କହିଛନ୍ତି, ସେ ତାଙ୍କର ପେଣ୍ଟିଂଗୁଡ଼ିକୁ ନେଇ ଖୁବ୍‌ ଶୀଘ୍ର ଏକ ପ୍ରଦର୍ଶନୀର ଆୟୋଜନ କରିବେ। ଏ ନେଇ ସେ ତାଙ୍କ ପ୍ରଶଂସକଙ୍କ ମତାମତ ଲୋଡିଛନ୍ତି। ୨୦୧୪ରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିବା ଧୋନୀ ଇତିମଧ୍ୟରେ ୩୪୧ ଅନ୍ତର୍ଜାତୀୟ ଦିନିକିଆ ଗେମ୍‌ ଖେଳି ୫୦.୭୨ ଆଭରେଜରେ ୧୦,୫୦୦ ରନ ସଂଗ୍ରହ କରିସାରିଛନ୍ତି। ସେଥିରେ ତାଙ୍କର ୧୦ଟି ଶତକ ଏବଂ ୭୧ ଅର୍ଦ୍ଧ ଶତକ ସାମିଲ। ଆଗାମୀ ବିଶ୍ୱକପ୍‌ରେ ଭାରତ, ଆୟୋଜକ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆକୁ ଫେଭରାଇଟ୍‌ ମନେ କରାଯାଉଛି। ଜୁନ୍‌ ୫ରେ ସାଉଥାମ୍ପଟନର ରୋଜ ବାଓଲଠାରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ଖେଳି ଟୁର୍ନାମେଣ୍ଟରେ ଏହାର ଅଭିଯାନ ଆରମ୍ଭ।


Enter your email to get our daily news in your inbox.

All Right Reserved By Dharitri.Com

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri