Posted inଖେଳ

ଅବସରର ୧୧ ବର୍ଷ ପରେ ସଚିନଙ୍କୁ ୨ଥର ଭୁଲ୍‌ ଆଉଟ୍‌ ଦେଇଥିବା ସ୍ବୀକାର କଲେ ବକ୍‌ନର

ନୂଆଦିଲ୍ଲୀ, ୨୧।୬- ବିଂଶ ଶତାବ୍ଦୀରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ର ଶ୍ରେଷ୍ଠ ଅମ୍ପାୟରଙ୍କ ମଧ୍ୟରେ ଜାମାଇକାର ଷ୍ଟିଭ ବକ୍‌ନର ଅନ୍ୟତମ ଥିଲେ। କିନ୍ତୁ ବକ୍‌ନରଙ୍କ କେତେକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ତାଙ୍କ ଅମ୍ପାୟରିଂ କ୍ୟାରିୟରେ ଲୋକପ୍ରିୟତାକୁ ହ୍ରାସ କରାଇଥିଲା। ବକ୍‌ନର କରିଥିବା ୨ଟି ଚର୍ଚ୍ଚିତ ତ୍ରୁଟିକୁ ଏବେ ମଧ୍ୟ କ୍ରିକେଟ୍‌ ପ୍ରେମୀ ଭୁଲି ପାରୁନାହାନ୍ତି। ସେହି ଦୁଇଟି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ସେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ବିପକ୍ଷରେ ଦେଇଥିଲେ। ପ୍ରଥମଟି ୨୦୦୩ରେ ଦେଖିବାକୁ ମିଳିଥିଲା। ଗାବାରେ ଅଷ୍ଟ୍ରେଲିଆ ବିପକ୍ଷ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଇନିଂସରେ ବକ୍‌ନର ସଚିନଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ ଦେଇଥିଲେ। ପ୍ରତିପକ୍ଷ ଜାସନ ଗିଲେପ୍ସଙ୍କ ବଲକୁ ବାଉନ୍ସର ଭାବି ସଚିନ ବସି ପଡ଼ିଥିଲେ। କିନ୍ତୁ ବଲ୍‌ ଆସି ସଚିନଙ୍କ ହେଲ୍‌ମେଟ୍‌ରେ ବାଜିଥିଲା। ହେଲ୍‌ମେଟ୍‌ରେ ବାଜିଥିଲେ ମଧ୍ୟ ବଲ ଷ୍ଟମ୍ପ ଉପରେ ଯାଉଥିବା ସ୍ପଷ୍ଟ ଜଣାପଡ଼ୁଥିଲା। କିନ୍ତୁ ବକ୍‌ନର ସଚିନଙ୍କୁ ଏଲ୍‌ବିଡବ୍ଲ୍ୟୁ ଘୋଷଣା କରିଥିଲେ। ସେହିଭଳି ୨୦୦୫ରେ ଇଡେନ ଗାର୍ଡେନ୍ସରେ ପାକିସ୍ତାନ ବିପକ୍ଷ ଦିନିକିଆ ମ୍ୟାଚ୍‌ରେ ସଚିନଙ୍କୁ ପୁଣିଥରେ ବକ୍‌ନରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିର ଶିକାର ହେବାକୁ ପଡ଼ିଥିଲା। ଅବଦୁଲ ରଜାକ୍‌ଙ୍କ ବଲ ସଚିନଙ୍କ ବ୍ୟାଟ୍‌ ସ୍ପର୍ଶ ନ କରି ଉଇକେଟ୍‌କିପରଙ୍କ ହାତକୁ ଯାଇଥିବାବେଳେ ମଧ୍ୟ ବକ୍‌ନର ଆଉଟ୍‌ ଦେଇଥିଲେ। ଏହି ୨ଟି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଲାଗି ବକ୍‌ନରଙ୍କୁ ସେ ସମୟରେ ବହୁତ ସମାଲୋଚନା ଶିକାର ହେବାକୁ ପଡ଼ିଥିଲା। ଏହାପରେ ୨୦୦୯ରେ ସେ ଅମ୍ପାୟରିଂରୁ ଅବସର ନେଇଥିଲେ। ତେବେ ଅବସର ନେବାର ଦୀର୍ଘ ୧୧ ବର୍ଷ ପରେ ସେହି ୨ଟି ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ ଥିଲା ବୋଲି ବକ୍‌ନର ସ୍ବୀକାର କରିଛନ୍ତି। ବାର୍ବାଡସରେ ଏକ ରେଡିଓକୁ ସାକ୍ଷାତ୍‌କାର ଦେବା ଅବସରରେ ୭୪ ବର୍ଷୀୟ ବକ୍‌ନର କହିଛନ୍ତି, ସଚିନଙ୍କୁ ୨ଥର ଆଉଟ୍‌ ଦେଇଥିଲି। ସେହି ୨ଟି ନିଷ୍ପତ୍ତି ଭୁଲ ଥିଲା। କୌଣସି ଅମ୍ପାୟର ଜାଣିଶୁଣି ଭୁଲ କରିବାକୁ ଚାହିଁବ ନାହିଁ। ଏହା ତାଙ୍କ ପାଇଁ ଭବିଷ୍ୟତରେ ବିପଦ ଆଣିପାରେ। ଇଡେନ ଗାର୍ଡେନ୍ସରେ ଦର୍ଶକ କ୍ଷମତା ଏକ ଲକ୍ଷ ରହିଛି। ଭାରତ ବ୍ୟାଟିଂ କଲାବେଳେ ଦର୍ଶକ ଯେଉଁଭଳି ପାଟି କରୁଥାନ୍ତି ସେଥିରେ କିଛି ଶୁଭି ନ ଥାଏ। ଏହା ଏଭଳି ଏକ ଭୁଲ ଥିଲା ଯାହାକୁ ନେଇ ମୁଁ ଖୁସି ନ ଥିଲି’ ବୋଲି ବକ୍‌ନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri