ଅବକାରୀ ବିଭାଗ ରିପୋର୍ଟ ନେଇ ଚାଲିଛି ତର୍ଜମା

ଅନୁଗୋଳ ଅଫିସ, ୧।୫ – ଅନୁଗୋଳ ସହର ଉପକଣ୍ଠ କରଡ଼ାଗାଡ଼ିଆ ଭାଟିରେ ଚୋରା ମଦ କାରବାର ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ଜଣାଶୁଣା ବ୍ୟବସାୟୀ ବିକ୍ରମ କିଶୋର ସାହୁଙ୍କ ସମ୍ପର୍କରେ ପ୍ରଶାସନ ପକ୍ଷରୁ ଅଧିକ ଖୋଳତାଡ଼ କରାଯାଉଛି। ଭାଟି ଲାଇସେନ୍ସ ରଦ୍ଦ ପାଇଁ ଅନୁଗୋଳ ପୋଲିସ ପକ୍ଷରୁ ଜିଲାପାଳଙ୍କୁ ସୁପାରିସ କରାଯାଇଥିବା ବେଳେ ଅବକାରୀ ବିଭାଗ ଦେଇଥିବା ରିପୋର୍ଟ ଉପରେ ପ୍ରଶାସନ ତର୍ଜମା କରୁଥିବା ସୂଚନା ମିଳିଛି। ତେବେ ଗିରଫ ହେବା ପରଠାରୁ ବ୍ୟବସାୟୀ ବିକ୍ରମ ଅସୁସ୍ଥ ଥିବା ଦର୍ଶାଇ ଆସୁଥିବା ବେଳେ ଏବେ ତାହାକୁ ଦେଖାଇ ପରିବାର ଲୋକମାନେ ବେଲ୍‌ ପାଇଁ ଉଦ୍ଦ୍ୟମ କରୁଥିବା ଜଣାପଡ଼ିଛି। ଏପରି କି ଗିରଫ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବିକ୍ରମଙ୍କୁ କଟକ ମେଡିକାଲ ସ୍ଥାନାନ୍ତର ପାଇଁ ସେତେବେଳେ ବିଭିନ୍ନ ମହଲରୁ ଚାପ ପକାଯାଇଥିଲା ବୋଲି ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ତାଙ୍କ ନାମରେ ଥିବା ଦେଶୀ ଭାଟି ଗୁଡ଼ିକ ଉପରେ ପୋଲିସ, ଅବକାରୀ ବିଭାଗ କଡ଼ା ନଜର ରଖିଛି। କେବଳ କରଡ଼ାଗାଡ଼ିଆ ଭାଟିରେ ଏପରି ଚୋରା ମଦ ପ୍ରସ୍ତୁତି ଚାଲିଥିଲା ନା ତାଙ୍କ ମାଲିକାନାରେ ଥିବା ଆଉ କେଉଁ ଭାଟି ଏଥିରେ ସାମିଲ ଥିଲା ତାହାର ଖୋଳତାଡ଼ ପ୍ରଶାସନ କରୁଛି। ଅବକାରୀ ବିଭାଗର ରିପୋର୍ଟ ହସ୍ତଗତ ହୋଇଥିବା ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି କହିବା ସହ ଲାଇସେନ୍ସ ରଦ୍ଦ ସମ୍ପର୍କରେ ତର୍ଜମା କରାଯାଉଥିବା ସୂଚନା ଦେଇଛନ୍ତି। ତେବେ ଜେଲ ସମ୍ମୁଖରେ ବିକ୍ରମଙ୍କ ସମର୍ଥକଙ୍କ ଭିଡ଼ ବଢ଼ୁଥିବାରୁ ଆବଶ୍ୟକ ପଡ଼ିଲେ ପାଟ୍ରୋଲିଂ ବଢ଼ାଯିବ ବୋଲି ଏସ୍‌ପି ଜଗମୋହନ ମୀନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବସମ୍ମୁଖରେ ଠେଙ୍ଗାରେ ପିଟି ଯୁବକକୁ ହତ୍ୟା

ଟେନସା,୮।୫(ସମୀର କୁମାର ପାଢୀ): ଭୋଜି ଭାତ ଚାଲିଥିବା ବେଳେ ସାମାନ୍ୟ ବଚସାକୁ ନେଇ ସର୍ବ ସମ୍ମୁଖରେ ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା କରିବା ଘଟଣା ଏବେ କୋଇଡା…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ସୌମ୍ୟରଞ୍ଜନ ହତ୍ୟା ମାମଲା: ରାସ୍ତା ଅବରୋଧ କଲେ ଗ୍ରାମବାସୀ

ନିଆଳି,୮।୫: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାରେ ପ୍ରତିବାଦରେ ଶୁକ୍ରବାର ମୌଜପୁର ଗ୍ରାମବାସୀ ଫୁଲନଖରା-ନିଆଳି ରାସ୍ତା ଅବରୋଧ…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

ବାଣ୍ଟିଲେ ନାହିଁ, ବର୍ଷାପାଣିରେ ଭିଜିଲା ଛାତ୍ରୀଛାତ୍ରଙ୍କ ପାଠ୍ୟପୁସ୍ତକ

କଣାସ,୮ା୫(ବିଭୂତି ଭୂଷଣ ତ୍ରିପାଠୀ): କେନ୍ଦ୍ର ଓ ରାଜ୍ୟ ସରକାର ୧ମ ଶ୍ରେଣୀରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ମାଗଣାରେ ପାଠ୍ୟପୁସ୍ତକ, ପୋଷାକ ଆଦି ଯୋଗାଇ ଦେଉଥିବାବେଳେ ମଧ୍ୟାହ୍ନଭୋଜନ…

ଶ୍ୱଶୁରଘର ପିଣ୍ଡାରେ ଝୁଲୁଛି ଜ୍ୱାଇଁଙ୍କ ମୃତଦେହ, ସ୍ତ୍ରୀ-ଝିଅଙ୍କୁ ନେବାକୁ ଆସି…

ବାସୁଦେବପୁର,୮ା୫(କାଳୀପଦ ରାୟ): ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ ପଞ୍ଚାୟତର ରାଉତ ସାହିରେ ଶ୍ୱଶୁର ଘର ପିଣ୍ଡାରେ ସନ୍ଦେହ ଜନକ ଅବସ୍ଥାରେ ଝୁଲୁଥିବାର ଦେଖିବାକୁ ମିଳିଛି। ସେ…

ବଲାଙ୍ଗୀରରେ ଜିତୁ ମୁଣ୍ଡା ଭଳି ଘଟଣା, ସ୍ତ୍ରୀର ମୃତ୍ୟୁ ପରେ ଟଙ୍କା ଉଠାଇ ପାରୁ ନାହାନ୍ତି ସ୍ବାମୀ

ଲାଠୋର,୮।୫(ଭୁବନେଶ୍ୱର ବାରିକ): କେନ୍ଦୁଝର ଜିଲାର ଜିତୁ ମୁଣ୍ଡା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ନିଜ ମୃତା ଭଉଣୀଙ୍କ…

ନାରୀଙ୍କୁ ସୁରକ୍ଷା, ନାରୀଙ୍କୁ ସମ୍ମାନ ଦାବିରେ ଏକାଠି ହେଲେ ଶତାଧିକ ମହିଳା, ବିରୋଧୀଙ୍କ କୁଶପୁତ୍ତଳିକା ଦାହ କରି…

ପାଟଣା,୮ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ଶୁକ୍ରବାର ଜନଆକ୍ରୋଶ ମହିଳା ସମାବେଶ ରାଲି ପାଟଣା ମୁଖ୍ୟାଳୟ ଆନନ୍ଦେଶର ଶିବ ମନ୍ଦିରରୁ ବାହାରି ବଜାରପରିକ୍ରମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri