ଅବକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଅନୁଗୋଳ ଅଫିସ, ୧୩।୫ – ଅନୁଗୋଳର କରଡ଼ାଗାଡ଼ିଆ ଠାରେ ଥିବା ଦେଶୀ ମଦ ଭାଟିକୁ ଲକ୍‌ଡାଉନ୍‌ ପୂର୍ବରୁ ସିଲ୍‌ କରାଯିବା ପରେ ବି ସେଠାରେ ଚୋରା ମଦ କାରବାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ୱରେ ଅବହେଳା ପାଇଁ ସଦର ଅବକାରୀ ଅଧିକାରୀ ଅରବିନ୍ଦ ରାଉତରାୟଙ୍କୁ ବଇଣ୍ଡାକୁ ବଦଳି କରାଯାଇଛି। ଏଥିସହ ତାଙ୍କ ବିରୋଧରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସରକାର ଓ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା ଅବକାରୀ ଏସ୍‌ପି କ୍ରିଷ୍ଣା ନାୟକ ସୂଚନା ଦେଇଛନ୍ତି।
ବିଭାଗ ପକ୍ଷରୁ କୁହାଯାଇଛି ଯେ, ସିଲ୍‌ କରାଯାଇଥିବା ଭାଟିଗୁଡ଼ିକର ନିୟମିତ ଯାଞ୍ଚ କରାଯିବା ନିୟମ ରହିଛି। କିନ୍ତୁ କରଡ଼ାଗାଡ଼ିଆ ଭାଟି କ୍ଷେତ୍ରରେ ତାହା ପାଳନ କରାଯାଇ ନ ଥିଲା। ଏପରି କି ସିଲ୍‌ ସମୟରେ କେତେ ପରିମାଣର ମଦ ସେଠାରେ ଗଚ୍ଛିତ ଥିଲା ତାହା ମଧ୍ୟ ରାଉତରାୟ ବିଭାଗକୁ ଅବଗତ କରି ନ ଥିଲେ। ପୋଲିସ ରିପୋର୍ଟ ମୁତାବକ ଭାଟିର ଗୋଟିଏ ଗୃହରେ ତାଲା ପକାଯାଇ ସିଲ୍‌ କରାଯାଇଥିବାବେଳେ ଅନ୍ୟ ୪ଟି କୋଠରିରେ ଚୋରା ମଦ ରନ୍ଧା ଚାଲିଥିଲା। ଏହି ଘଟଣାରେ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ଅବକାରୀ ଏସ୍‌ପିଙ୍କୁ ରିପୋର୍ଟ ମାଗିବା ସହ ସଦର ଅଧିକାରୀ ଦାୟିତ୍ୱରେ ଥିବା ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ତେବେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅବକାରୀ ଅଧିକାରୀ ରାଉତରାୟଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କିଛି କହିବାର ନାହିଁ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଶା ନିବାରଣ ଅଭିଯାନପାଇଁ ଅଣ୍ଟା ଭିଡ଼ିଲେ ମହିଳା

ବଡବିଲ, ୨୧।୮ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଦଲକିବସ୍ତିର ଶତାଧିକ ମହିଳା ନିଶା ନିବାରଣ ଅଭିଯାନ ପାଇଁ ଅଣ୍ଟା ଭିଡିଛନ୍ତି। ମା’ ଠାକୁରାଣୀ ମହିଳା...

ଆଇଓସିଏଲ୍‌ ପାଇପ୍‌ କାଟି ତେଲ ଚୋରି

ବାସୁଦେବପୁର,୧୩ା୬(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଶୁଙ୍ଗୁଡ଼ା ଗ୍ରାମ ଦେଇ ବିଲ ମଧ୍ୟରେ ଯାଇଥିବା ଆଇଓସିଏଲ୍‌ର ପାଇପ୍‌ କାଟି ବୁଧବାର ରାତିରେ କେହି...

ଆସନ୍ତା ୯ରେ ପଡ଼ିଥାନ୍ତା ହାତଗଣ୍ଠି, ଫେରିବା ବାଟରେ ଅପେକ୍ଷା କରିଥିଲା ଯମ

ଗଞ୍ଜାମ,୨ା୩(ଡି.ଏନ୍‌.ଏ.): ଆଉ ମାତ୍ର ଦିନ କେଇଟା ପରେ ପଡ଼ିଥାନ୍ତା ହାତଗଣ୍ଠି। ଆସନ୍ତା ୯ରେ ବିବାହ ପାଇଁ ନିମନ୍ତ୍ରଣ ବଣ୍ଟା ସରିଥିଲା। ବନ୍ଧୁ ବାନ୍ଧବଙ୍କୁ ଡକା ମଧ୍ୟ...

ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ ଅଫିସ,୩।୫: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଏ। ତେଣୁ ଏହି ଅବସରରେ...

ଆକ୍ଟିଭାକୁ ଧକ୍କାଦେଲା ଟ୍ରଲର: ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଗୁରୁତର

ଅନୁଗୋଳ ଅଫିସ,୧୫।୧୨: ଅନୁଗୋଳ ଟ୍ରାଫିକ ଛକଠାରେ ଟ୍ରଲର ଓ ଆକ୍ଟିଭା ମଧ୍ୟରେ ଦୁର୍ଘଟଣା ଘଟି ଜଣଙ୍କ ଜୀବନ ଚାଲିଯାଇଛି। ରବିବାର ସମ୍ବଲପୁରରୁ କଟକ ଅଭିମୁଖେ ଏକ...

ଭିନ୍ନ ପ୍ରଜାତିର ସାପ ଉଦ୍ଧାର

ପରଜଙ୍ଗ,୪।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମର ବାନାମ୍ବର ବେହେରାଙ୍କ ଘର ନିକଟରେ ଥିବା କଦଳୀ ବଗିଚାରୁ ଏକ ଭିନ୍ନ ପ୍ରଜାତିର ସାପ ବୁଧବାର...

ଭୋକ ଭୁଲିଛି ବେସାହାରା ହଜାରୀ

ଭଞ୍ଜନଗର,୪।୬(ଡି.ଏନ.ଏ)- ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ଟୋକାଗଣ୍ଡାର ମାନସିକ ଅନଗ୍ରସହ ହଜାରୀ ନାୟକ(୧୭)। ୨ ବର୍ଷ ହେଲା ସେ ବେସାହାର ହୋଇପଡ଼ିଛନ୍ତି। ପେଟରେ ଭୋକ...

ବିନିକାରେ କାଳବୈଶାଖୀ: ଗଛ ଉପୁଜିଲା, ଛପର ଉଡିଲା

ବିନିକା,୬ା୫(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକାରେ ମଙ୍ଗଳବାର ରାତିରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ଝଡତୋଫାନ, ବର୍ଷା ଓ କୁଆପଥର ମାଡରେ ବ୍ଲକ ଅଞ୍ଚଳଳରେ ବ୍ୟାପକ କ୍ଷୟକ୍ଷତି...

Advertisement
Archives

Model This Week