ଅଫୁଟା ଗୋଳା ଗୋଟାଇ ବୃଦ୍ଧ ଗୁରୁତର

ବାହାନଗା, ୯ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବରିପଦା ପଞ୍ଚାୟତର ଅଟାସପୁର ସମୁଦ୍ରକୂଳ ବାଲିରୁ ଏକ ଅଫୁଟା ଗୋଳାକୁ ଗୋଟାଇ ଗ୍ରାମର ଜଣେ ବୃଦ୍ଧ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।
ଅଟାସପୁର ଗ୍ରାମର ରବୀନ୍ଦ୍ର ମଳିକ(୬୫) ଶୁକ୍ରବାର ଗ୍ରାମର ଅନ୍ୟ ୩ଜଣ ଲୋକଙ୍କ ସହିତ ଗୋଳା ଗୋଟାଇବାକୁ ଅଟାସପୁର କୂଳରେ ଥିବା ପ୍ରତିରକ୍ଷା ବିଭାଗର ଫାୟାରିଂ ରୁମ୍‌ ନିକଟକୁ ଯାଇଥିଲେ। ଡିଆରଡିଓ(ପ୍ରତିରକ୍ଷା ଗବେଷଣା ଊନ୍ନୟନ ସଂସ୍ଥା ) ଦ୍ୱାରା ଗୋଳା ପରୀକ୍ଷା ସମୟରେ ଗୋଳାଗୁଡିକୁ ବାଲିରେ ପଡି ଫୁଟିଥାଏ। ଏହାପରେ ସେମାନେ ଦୌଡି ଯାଇ ଗୋଳା ଗୋଟାଉଥିବା ବେଳେ ଏକ ଅଫୁଟା ଗୋଳା ଫୁଟିବା ସହିତ ତାହା ଛିଟିକି ଆସି ରବୀନ୍ଦ୍ରଙ୍କ ଜଂଘ ଓ ଅଣ୍ଟାରେ ବାଜିଥିଲା। ସେ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ। ଅନ୍ୟ ଲୋକମାନେ ତାଙ୍କୁ ସଙ୍ଗେ ସଙ୍ଗେ ସେଠାରୁ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ପଦ୍ମପୁର, ୨ା୬(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଲକ୍ଷ୍ମୀଦାସପୁର ପଞ୍ଚାୟତର କାଶୀଅଭିରାମ ଗ୍ରାମର ଦ୍ରୌପଦୀ ରାଉତ(୩୦) ନାମ୍ନୀ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ...

ଜଗତପୁରରେ ଆତଙ୍କ ଖେଳାଉଥିବା ହାତୀ ଢେଙ୍କାନାଳରେ

ଢେଙ୍କାନାଳ ଅଫିସ, ୨୯।୯: କଟକ ଜିଲା ଜଗତପୁରରେ ଆତଙ୍କ ସୃଷ୍ଟି କରିଥିବା ମାଈ ହାତୀକୁ ଢେଙ୍କାନାଳ ଜିଲା କପିଳାସ ପ୍ରାଣି ଉଦ୍ୟାନ ପରିସରରେ ଥିବା ହାତୀ...

ଦୋକାନରେ ସ୍ତ୍ରୀଙ୍କୁ ହତ୍ୟା, ସ୍ବାମୀ ଫେରାର

ମଙ୍ଗୁଳି-ଜଗତପୁର,୨୨ା୬(ମାନସ ସାମଲ)ଜଗତପୁର ଥାନା ଅଧୀନ ତ୍ରିନାଥ ସାହିସ୍ଥିତ ଏକ ଚା’ ଦୋକାନରେ ଜଣେ ମହିଳାଙ୍କୁ ହାଣି ହତ୍ୟା କରାଯାଇଛି। ସେ ହେଲେ ତ୍ରିନାଥ ସାହିର କବିତା...

ବଳଦେବ ଠାକୁରଙ୍କ ଜନ୍ମଉତ୍ସବ

ବୁଗୁଡ଼ା,୧୫।୮(ଡି.ଏନ୍‌.ଏ.)- ବୁଗୁଡ଼ାରେ ଅବସ୍ଥିତ ବଳଦେବ ସ୍ବାମୀ ମନ୍ଦିରରେ ଗୁରୁବାର ଗୁରୁପୂର୍ଣ୍ଣିମା ଅବସରରେ ବଳଦେବ ଠାକୁରଙ୍କ ଜନ୍ମଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ହୋମ, ଯଜ୍ଞ ସହ...

ଅଖିଳ ଭାରତୀୟ ମଜଦୁର ସଭା ପକ୍ଷରୁ ଗଣ ବିକ୍ଷୋଭ: ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ମୁନିଗୁଡା,୨।୧୨(ଡି.ଏନ୍‌.ଏ.): ରାୟଗଡା ଜିଲା ମୁନିଗୁଡାଠାରେ ଅଖିଳ ଭାରତୀୟ ମଜଦୁର ସଭା ପକ୍ଷରୁ ସୋମବାର ଗଣ ବିକ୍ଷୋଭ କରାଯାଇ ୯ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଅଖିଳ...

ବରଗଡ଼ରୁ ୮୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ: ୫ ଶିଶୁ ଆକ୍ରାନ୍ତ

ବରଗଡ଼ ଅଫିସ, ୧୭।୧୦: ବରଗଡ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶନିବାର ଜିଲାରେ ପୁଣି ୮୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।...

ବରଗଡ଼ରେ ଯୋଗ ଦେଲେ ନୂଆ ଏସ୍‌ପି

ବରଗଡ଼ ଅଫିସ,୬ା୫: ବରଗଡ଼ ଜିଲାର ନୂତନ ଏସ୍‌ପି ଭାବେ ଶୁକ୍ରବାର ପରମାର୍‌ ସ୍ମିତ୍‌ ପୁରୁଷୋତ୍ତମ ଦାଶ ଯୋଗଦାନ କରିଛନ୍ତି। ୨୦୧୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ପରମାର୍‌...

ଜଳ ବିଦ୍ୟୁତ୍‌ ପ୍ରକଳ୍ପ କର୍ମଚାରୀଙ୍କ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ଶେଷ

କୋରୁକୋଣ୍ଡା,୭ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳାସ୍ଥିତ ଓଡ଼ିଶା ଜଳ ବିଦ୍ୟୁତ୍‌ ପ୍ରକଳ୍ପ କର୍ମଚାରୀଙ୍କ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ଶନିବାର ଶେଷ ହୋଇଯାଇଛି। ଚଳିତ ୨୦୨୦ ଏବଂ ୨୦୨୧...

Advertisement
Archives

Model This Week