ଅଫିସରେ ପ୍ଲାଷ୍ଟିକ୍‌ ବ୍ୟବହାର ହେଉଥିବାରୁ ଜିଲାପାଳ ନିଜ ଉପରେ ଲଗାଇଲେ ୫ ହଜାର ଟଙ୍କା ଜରିମାନା

ପୁଣେ,୧୦।୧୦:ମହାରାଷ୍ଟ୍ରର ବିଡ୍‌ ଜିଲାପାଳ ଆସ୍ତିକ ପାଣ୍ଡେ ଏକ ନିଆରା କାର୍ଯ୍ୟ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନିଜ ଅଫିସରେ ପ୍ଲାଷ୍ଟିକ ବ୍ୟବହାର ହେବାରୁ ଏଥିପାଇଁ ନିଜକୁ ଦାୟୀ କରି ନିଜ ଉପରେ ୫ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ସୂଚନାଯୋଗ୍ୟ, ଗତ ସୋମବାର ସନ୍ଧ୍ୟାରେ ଜିଲା ପ୍ରଶାସନ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଥିଲା। ଖବର ସଂଗ୍ରହ ପାଇଁ ଆସିଥିବା ଖବରଦାତାଙ୍କୁ ପ୍ଲାଷ୍ଟିକ୍‌ କପ୍‌ରେ ଚା’ ଦିଆଯାଇଥିଲା। ଦେଶରେ ପ୍ଲାଷ୍ଟିକ୍‌ ଉପରେ କଟକଣା ଲଗାଯାଇଥିବାରୁ ଏହା ନିୟମ ଉଲଂଘନ ବୋଲି ଜଣେ ଖବରଦାତା ଜିଲାପାଳଙ୍କୁ କହିଥିଲେ। ଫଳରେ ଜିଲାପାଳ ନିଜ ଭୁଲ ବୁଝିପାରି କେବଳ କ୍ଷମା ମାଗିଥିଲେ ତା’ ନୁହେଁ, ନିଜ ଉପରେ ୫ ହଜାର ଟଙ୍କା ଜରିମାନା ଲଗାଇଥିଲେ। ଜିଲାପାଳଙ୍କ ଏଭଳି ନିଷ୍ପତି ଯୋଗୁ ସେ ରାତାରାତି ସୋସିଆଲ ମିଡିଆରେ ଷ୍ଟାର ପାଲଟିଯାଇଛନ୍ତି। ଯୁଜର୍ସ ତାଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବନୀତଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି

ମୁମ୍ବାଇ,୭।୧୧: ନକଲି ଜାତି ପ୍ରମାଣପତ୍ର ମାମଲାରେ ମୁମ୍ବାଇର ଏକ କୋର୍ଟ ଲୋକ ସଭା ଏମ୍‌ପି ନବନୀତ୍‌ ରାଣା ଏବଂ ତାଙ୍କ ପିତାଙ୍କ ବିରୋଧରେ ଜାମିନ ବିହୀନ...

ଦେବଭୂମି ଉତ୍ତରାଖଣ୍ଡ

ଉତ୍ତରାଖଣ୍ଡ ଭାରତର ଏକ ସୁନ୍ଦର ରାଜ୍ୟ, ଯାହା ଦେବଭୂମି ବା ଦେବତାଙ୍କ ଭୂମି ଭାବେ ବେଶ୍‌ ପ୍ରସିଦ୍ଧି ଲାଭ କରିଛି। ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ...

୨୦୨୪ ସୁଦ୍ଧା ସାରା ଦେଶରେ ଏନ୍‌ଆର୍‌ସି: ସବୁ ଅନୁପ୍ରବେଶକାରୀ ବିଦାହେବେ

ରାଞ୍ଚି,୩ା୧୨(ପି.ଟି.): ସାରା ଦେଶରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) କାର୍ଯ୍ୟକାରୀ ହେବାର ସମୟସୀମା ୨୦୨୪। ଏହି ସମୟ ମଧ୍ୟରେ ଦେଶରୁ ସମସ୍ତ ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ...

ଜଗନ୍ନାଥ କ୍ଷମାଦେଇ ନ ଥାନ୍ତେ: ସିଜେଆଇ

ନୂଆଦିଲ୍ଲୀ,୧୯ା୬(ପି.ଟି.):ଚଳିତବର୍ଷ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବନାହିଁ। କରୋନା ସଂକ୍ରମଣକୁ ନଜରରେ ରଖି ବୃହତ୍‌ ଜନସ୍ବାର୍ଥ ଦୃଷ୍ଟିରୁ ରଥଯାତ୍ରା ଉପରେ ଗୁରୁବାର ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ଭାରତର...

ହସ୍ପିଟାଲରେ ସତ୍ୟେନ୍ଦ୍ରଙ୍କୁ ଭେଟିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର ଦଳର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ହସ୍ପିଟାଲରେ ଭେଟିଛନ୍ତି। କେଜ୍‌ରିଓ୍ବାଲ ଏନେଇ ଟୁଇଟର ଆକାଉଣ୍ଟରେ ସାକ୍ଷାତ ସମୟର କିଛି...

ବ୍ରହ୍ମପୁତ୍ରରେ ଚାଇନାର ବନ୍ଧ ନିର୍ମାଣ ଉଦ୍ୟମ

ନୂଆଦିଲ୍ଲୀ, ୨୧।୧(ପି.ଟି.): ତିବ୍ବତର ମେଡୋଙ୍ଗଠାରେ ବ୍ରହ୍ମପୁତ୍ର ନଦୀରେ ଚାଇନା ନଦୀବନ୍ଧ ନିର୍ମାଣ ସହ ସୁପର ହାଇଡ୍ରୋ ପାଓ୍ବାର ପ୍ଲାଣ୍ଟ ସ୍ଥାପନ ଉଦ୍ୟମ କରୁଛି। ବେଜିଂର ଏଭଳି...

ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ: ୪ ମୃତ ୬୪ରୁ ଅଧିକ ଆହତ

ଭଦୋହି,୩ ।୧୦: ଉତ୍ତର ପ୍ରଦେଶ ଭଦୋହିର ଓରାଇ କୋତୱାଲିଠାରୁ କିଛି ଦୂରରେ ଥିବା ଏକତା ଦୁର୍ଗା ପୂଜା ପେଣ୍ଡାଲରେ ରବିବାର ରାତି ପ୍ରାୟ ୮ଟାରେ ଆରତି...

କରୋନାରୀ ଷ୍ଟେଣ୍ଟ ୪ ହଜାର ମହଙ୍ଗା: ୬ ବର୍ଷରେ ବଢ଼ିଛି ୧୦ ହଜାରରୁ ଅଧିକ…

ନୂଆଦିଲ୍ଲୀ,୫।୪ : ହୋଲସେଲ ମୂଲ୍ୟ ସୂଚକାଙ୍କରେ ପରିବର୍ତ୍ତନ ଯୋଗୁ ହୃଦୟ ଅବରୋଧ ଖୋଲିବା ପାଇଁ କରୋନାରୀ ଷ୍ଟେଣ୍ଟଗୁଡିକ ଲଗାଇବା ପାଇଁ ବର୍ତ୍ତମାନ ଅଧିକ ଖର୍ଚ୍ଚ ହେବ।...

Advertisement
Archives

Model This Week