ଅପହୃତ ସିକ୍ୟୁରିଟି ସଂସ୍ଥା ମାଲିକ, କର୍ମଚାରୀ ଉଦ୍ଧାର

କଟକ ଅଫିସ, ୫ା୩: ବଜ୍ରକବାଟି ରୋଡ୍‌ ଅଞ୍ଚଳରୁ ଅପହୃତ ହୋଇଥିବା ଏକ ଘରୋଇ ସିକ୍ୟୁରିଟି ସଂସ୍ଥାର ମାଲିକ ଓ କର୍ମଚାରୀଙ୍କୁ ବୁଧବାର ବାଦାମବାଡ଼ି ଥାନା ପୋଲିସ ଭୁବନେଶ୍ୱରରୁ ଉଦ୍ଧାର କରିଛି। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ନୟାଗଡ଼ର ପ୍ରଦୀପ କୁମାର ସାହୁ (୪୦), କାକଟପୁରର ପ୍ରଶାନ୍ତ କୁମାର ସ୍ବାଇଁ (୩୦) ଏବଂ ବ୍ରହ୍ମଗିରିର ପ୍ରଶାନ୍ତ ବେହେରା (୨୪)।
ସୂଚନା ଅନୁଯାୟୀ, ବଜ୍ରକବାଟି ରୋଡଠାରେ ‘କଳିଙ୍ଗ ୱାରିୟର ସିକ୍ୟୁରିଟି ସର୍ଭିସ’ ନାମକ ଏକ ଘରୋଇ ସିକ୍ୟୁରିଟି ସଂସ୍ଥାର କାର୍ଯ୍ୟାଳୟ ରହିଛି। କିଛିଦିନ ପୂର୍ବେ ଏହି ସଂସ୍ଥା ପକ୍ଷରୁ ସିକ୍ୟୁରିଟି ଗାର୍ଡ ଆବଶ୍ୟକ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗିରଫ ଅଭିଯୁକ୍ତମାନେ ଚାକିରି ଆଶାରେ ପ୍ରଥମେ କିଛି ଟଙ୍କା ଜମା କରିଥିଲେ। ଉକ୍ତ ସଂସ୍ଥା ତାଙ୍କୁ କିଛିଦିନ ପରେ ଚାକିରି ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲଶ। ମାତ୍ର ସଂସ୍ଥା ପକ୍ଷରୁ ଚାକିରି ଦେବାରେ ଅହେତୁକ ବିଳମ୍ବ ହୋଇଥିଲା। ସେଥିପାଇଁ ଅଭିଯୁକ୍ତମାନେ ଗତ ୨ତାରିଖରେ ଉକ୍ତ ସଂସ୍ଥାର କାର୍ଯ୍ୟାଳୟରେ ପଶି ଗଣ୍ଡଗୋଳ କରିଥିଲେ। ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସାହୁ ୨୦ଜଣ ସହଯୋଗୀଙ୍କ ସହ ମିଶି ସଂସ୍ଥାର ମାଲିକ ମାନସ ରଞ୍ଜନ ଜେନାଙ୍କୁ ମାଡ଼ ମାରିବା ସହ କାର୍ଯ୍ୟାଳୟର ସମସ୍ତ ଜିନିଷପତ୍ର ଭଙ୍ଗାରୁଜା କରିଥିଲେ। ମାଲିକଙ୍କୁ ବଞ୍ଚାଇବାକୁ ଦୁଇଜଣ କର୍ମଚାରୀ ସେକ ଅସଲିମ ଓ ସନ୍ତୋଷ ବିଶ୍ୱାଳ ଆସିଥିଲେ। ମାତ୍ର ଉଭୟ ଆକ୍ରମଣର ଶିକାର ହୋଇଥିଲେ। ଅଭିଯୁକ୍ତମାନେ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି କ୍ୟାମେରା ଭାଙ୍ଗିଦେବା ସହ ଡିଭିଆର ମେଶିନ ସମେତ ମାନସ ଓ ଅସଲିମଙ୍କୁ କାରରେ ଜବରଦସ୍ତ ନେଇ ସେଠାରୁ ଖସି ପଳାଇଥିଲେ। ବାଦାମବାଡି ଥାନା ପୋଲିସ ପହଞ୍ଚିବାବେଳକୁ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ। ଏ ନେଇ ବାଦାମବାଡ଼ିି ଥାନାରେ ଆଇପିସି ଦଫା ୩୬୫, ୩୦୭, ୩୯୫, ୪୫୫, ୩୪ ଅନୁଯାୟୀ କେସ୍‌ ନଂ. ୪୧/୨୦ ରୁଜୁ କରାଯାଇଛି। ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଅଭିଯୁକ୍ତଙ୍କ ପତ୍ତା ପାଇଥିଲା। ସେମାନେ ଦୁଇଜଣଙ୍କୁ ଅପହରଣ କରି ପ୍ରଥମେ ବାରଙ୍ଗ ନେଇଯାଇଥିଲେ। ପରେ ଖଣ୍ଡଗିରି ଓ ଶହୀଦନଗରରେ ଥିବା ଏକ ପରିତ୍ୟକ୍ତ ଘରେ ଲୁଚାଇ ରଖିଥିଲେ। ପୋଲିସ ଘଟଣାର ତଦନ୍ତ କରି ବୁଧବାର ସେହି ଘରୁ ଅପହୃତଙ୍କୁ ଉଦ୍ଧାର କରିବା ସହ ବାଣୀବିହାର ଛକ ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri