ଅନ୍‌ଲାଇନ ବାଇବେଲ୍‌ କ୍ଲାସ୍‌ରେ ଚାଲିଲା ଅଶ୍ଳୀଳ ଭିଡିଓ

ସାନ୍‌ ଫ୍ରାନ୍ସିସ୍କୋ,୧୭।୫: ସାରା ବିଶ୍ୱରେ ସମ୍ପ୍ରତି ଲୋକପ୍ରିୟତା ସାଉଣ୍ଟୁଥିବା ଭିଡିଓ କନ୍‌ଫରେନ୍ସିଂ ଆପ୍‌ ‘ଜୁମ୍‌’ ବିରୋଧରେ ମକଦ୍ଦମା ରୁଜୁ କରିଛି ଆମେରିକା କାଲିଫର୍ନିଆର ଏକ ଚର୍ଚ୍ଚ। କାରଣ ଜୁମ୍‌ ଆପ୍‌ ଜରିଆରେ ଅନ୍‌ଲାଇନ ବାଇବେଲ୍‌ ଅଧ୍ୟୟନ କ୍ଲାସ୍‌ ଚାଲିଥିବାବେଳେ ହଠାତ୍‌ ଦେଖିବାକୁ ମିଳିଥିଲା ଅଶ୍ଳୀଳ ଭିଡିଓ। ଜଣେ ହ୍ୟାକର ଏଭଳି କାଣ୍ଡ ଘଟାଇଥିଲେ। ଫଳରେ ବାଇବେଲ୍‌ ଅଧ୍ୟୟନ କରୁଥିବା ବ୍ୟକ୍ତିମାନେ ଚକିତ ହୋଇଯିବା ସହ ଅସହଜ ମନେ କରିଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ବରିଷ୍ଠ ନାଗରିକ ଥିଲେ।
ପ୍ରମୁଖ ଗଣମାଧ୍ୟମ ସଂସ୍ଥା ସିଏନ୍‌ଏନ୍‌ ଅନୁଯାୟୀ, ସାନ୍‌ ଫ୍ରାନ୍ସିସ୍କୋର ଅନ୍ୟତମ ପୁରାତନ ଚର୍ଚ୍ଚ ସେଣ୍ଟ୍‌ ପାଉଲ୍ସ ଲୁଥେରାନ ଚର୍ଚ୍ଚ ଗତ ୬ ତାରିଖରେ ଏକ ବାଇବେଲ୍‌ ଅଧ୍ୟୟନ କ୍ଲାସ୍‌ ଆୟୋଜନ କରିଥିଲା। ହ୍ୟାକର ଜଣକ ସେହି ଅନ୍‌ଲାଇନ କ୍ଲାସ୍‌ରେ ଅନୁପ୍ରବେଶ କରି ଅଶ୍ଳୀଳ ଭିଡିଓ ଚଳାଇଥିଲେ। ଅଧ୍ୟୟନ କ୍ଲାସ୍‌ର ଅଂଶଗ୍ରହଣକାରୀଙ୍କ ପାଇଁ କଣ୍ଟ୍ରୋଲ ବଟନ ଅକ୍ଷମ ହୋଇଯାଇଥିଲା। ସେମାନେ ଉକ୍ତ ସେସନ୍‌କୁ ବନ୍ଦ କରି ପୁଣି ଆରମ୍ଭ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ହ୍ୟାକର ଜଣକ ଅଶ୍ଲୀଳ ଭିଡିଓ ଦ୍ୱାରା ପୁଣି ଆକ୍ରମଣ କରିଥିଲେ।
ମକଦ୍ଦମାରେ ଚର୍ଚ୍ଚ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ, ଭିଡିଓ ଫୁଟେଜ୍‌ ଅତ୍ୟନ୍ତ ଘୃଣ୍ୟ ଥିଲା। ସେଥିରେ ବୟସ୍କମାନେ ପରସ୍ପର ସହ ଯୌନ ସମ୍ପର୍କ ରଖିବା ସହ ପିଲାମାନେ ଯୌନ ଶୋଷଣର ଶିକାର ହେବାର ଦୃଶ୍ୟ ଥିଲା। ହ୍ୟାକର ଜଣକ ଜଣାଶୁଣା ଅପରାଧୀ ବୋଲି ଜୁମ୍‌ ପକ୍ଷରୁ ସ୍ବୀକାର କରାଯାଇଥିବା ଏବଂ ତାଙ୍କ ବିରୋଧରେ ପ୍ରଶାସନ ନିକଟରେ ଏକାଧିକ ଥର ରିପୋର୍ଟ କରାଯାଇଥିବା ମକଦ୍ଦମାରେ ଦର୍ଶାଯାଇଛି। ହେଲେ ଏହି ବିଷୟକୁ ଗମ୍ଭୀର ଭାବେ ନେବାକୁ ଜୁମ୍‌ ମନା କରିବା ପରେ ମାମଲା ରୁଜୁ କରାଯାଇଥିବା ଚର୍ଚ୍ଚର ଅନ୍ୟତମ ଓକିଲ ମାର୍କ ମଲୁମ୍ଫି ସିଏନ୍‌ଏନ୍‌କୁ କହିଛନ୍ତି।
ଜୁମ୍‌ର ଜଣେ ମୁଖପାତ୍ର ଗଣମାଧ୍ୟମ ସଂସ୍ଥା ବିବିସିକୁ ଏକ ବିବୃତି ଦେଇ ଘଟଣାକୁ ଭୟଙ୍କର ବୋଲି କହିଛନ୍ତି। ପ୍ରଭାବିତ ବ୍ୟକ୍ତିମାନଙ୍କ ପ୍ରତି ଆମର ସହୃଦୟତା ଅଛି। ସେହିଦିନ ହିଁ ଆମେ ଘଟଣା ବିଷୟରେ ଜାଣିବା ପରେ ଅପରାଧୀଙ୍କୁ ଚିହ୍ନଟ କରିଥିଲୁ। ତାଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ପଦକ୍ଷେପ ନେବା ସହ କାର୍ଯ୍ୟାନୁଷ୍ଠାନ ଲାଗି ଉପଯୁକ୍ତ ଅଧିକାରୀଙ୍କ ନିକଟରେ ରିପୋର୍ଟ କରିଥିଲୁ ବୋଲି ଜୁମ୍‌ ମୁଖପାତ୍ର କହିଛନ୍ତି।
କରୋନା ଭାଇରସ୍‌ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିଭିନ୍ନ ଦେଶରେ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ବିଭିନ୍ନ ପର୍ଯ୍ୟାୟରେ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ କୋଟି କୋଟି ଲୋକ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ଏଭଳିସ୍ଥଳେ ଘରେ ରହି ଅଫିସ୍‌ ଓ ବାଣିଜି୍ୟକ କାର୍ଯ୍ୟ ନିମନ୍ତେ ଭିଡିଓ ଚାଟିଂ ବେଶ୍‌ ଜରୁରୀ ହୋଇପଡ଼ିଛି। ଏହି ଆବଶ୍ୟକତାକୁ ଅନେକାଂଶରେ ପୂରଣ କରିପାରୁଛି ଜୁମ୍‌ ଆପ୍‌। ଫଳରେ ତାହାର ଲୋକପ୍ରିୟତା ବଢ଼ିଛି। ଏଥିରେ ଏକା ସଙ୍ଗେରେ ୧୦୦ଜଣ ଲୋକ ୪୦ ମିନିଟ୍‌ ଯାଏ ପରସ୍ପରକୁ ଦେଖିପାରୁଛନ୍ତି ଏବଂ କଥା ହୋଇପାରୁଛନ୍ତି। ହେଲେ ବ୍ୟବହାରକାରୀଙ୍କ ଗୋପନୀୟତା ଏବଂ ନିରାପତ୍ତା ସମ୍ବନ୍ଧରେ ଜୁମ୍‌ ଆପ୍‌ କ୍ରମାଗତ ଭାବେ ଟାର୍ଗେଟ ହୋଇଆସୁଛି। ବ୍ୟବହାରକାରୀଙ୍କ ଡାଟା ସୁରକ୍ଷିତ ନ ଥିବା ନେଇ ବହୁ ପୂର୍ବରୁ ଅଭିଯୋଗ ହେବା ସହ କେତେକ ମାମଲା ମଧ୍ୟ ରୁଜୁ ହୋଇଛି। ସାଇବର ଅପରାଧୀମାନେ ଏହି ଆପ୍‌କୁ ନିଜର ଅସ୍ତ୍ର ଭାବେ ବ୍ୟବହାର କରି ଅନ୍ୟକୁ ହଇରାଣ କରିବା ସହ ବିପଦରେ ପକାଇପାରିବେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ। ସେହିପରି ଭାରତରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜୁମ୍‌ ଆପ୍‌ ଏକ ସୁରକ୍ଷିତ ପ୍ଲାଟଫର୍ମ ନୁହେଁ ବୋଲି ଏପ୍ରିଲରେ ଚେତାଇ ଦିଆଯାଇଥିଲା। ତଥାପି ଯେଉଁମାନେ ଏହାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ସୁରକ୍ଷା ସମ୍ପର୍କିତ ଗାଇଡଲାଇନ୍‌ ଜାରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀ କ୍ୱିଭ୍‌ରେ ପଶିଲା ରୁଷିଆ ସେନା

କ୍ୱିଭ୍‌,୨୫।୨: ୟୁକ୍ରେନ ଏବଂ ରୁଷିଆ ମଧ୍ୟ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ରୁଷିଆର ଘନଘନ ଆକ୍ରମଣ କରୁଥିବାର ରାଜଧାନୀ କ୍ୱିଭ୍‌ରେ ସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଛି।...

ଲାଞ୍ଚ କାରବାର ତାଲିକାରେ ତଳକୁ ଖସିଲା ଭାରତ, ଚାଇନା-ପାକିସ୍ତାନ-ବାଂଲାଦେଶ-ନେପାଳରେ ସ୍ଥିତି ଖରାପ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୧୧: ଲାଞ୍ଚ କାରବାର ମାମଲାରେ ପୂର୍ବବର୍ଷ ତୁଳନାରେ ଭଲ ପ୍ରଦର୍ଶନ କରିଛି। ଗତ ବର୍ଷଠାରୁ ଏହା ୫ଟି ସ୍ଥାନ ତଳକୁ ଖସି ଆସିଛି। ଗତ ବର୍ଷ...

ଆମେରିକାକୁ ଉଜାଡିଦେଲା ବାତ୍ୟା

ମେଫିଲ୍ଡ, ୧୨।୧୨: ଆମେରିକାର ମଧ୍ୟପଶ୍ଚିମ ଓ ଦକ୍ଷିଣ ଭାଗରେ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପ୍ରଳୟଙ୍କରୀ ବାତ୍ୟାରେ ଆମେରିକାର ୫ଟି ରାଜ୍ୟରେ ବ୍ୟାପକ କ୍ଷତି ହୋଇଛି।...

ବ୍ରିଟେନ୍‌ ପାର୍ଲାମେଣ୍ଟରେ ପ୍ରସ୍ତାବ

ଲଣ୍ଡନ, ୨୫।୯: ବ୍ରିଟେନର ହାଉସ୍‌ ଅଫ୍‌ କମନ୍ସରେ କଶ୍ମୀରରେ ମାନବାଧିକାରକୁ ନେଇ ଆଲୋଚନା ପାଇଁ ପ୍ରସ୍ତାବ ଅଣାଯାଇଛି। କଶ୍ମୀର ଉପରେ ସେଠାର ଅଲ୍‌ ପାର୍ଟି ପାର୍ଲାମେଣ୍ଟାରି...

ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ବାମୀ ଫିଲିପ୍‌ଙ୍କ ପରଲୋକ

ଲଣ୍ଡନ, ୯ା୪- ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ବାମୀ ପ୍ରିନ୍ସ ଫିଲିପ୍‌ଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ଶେଷ ନିଃଶ୍ୱାସ ତ୍ୟାଗ କଲା ବେଳକୁ ତାଙ୍କୁ ୯୯ ବର୍ଷ...

ସୁରିନାମ୍‌ ରାଷ୍ଟ୍ରପତିଙ୍କୁ ୨୦ ବର୍ଷ ଜେଲ୍‌

ପାରାମାରିବୋ,୧ା୧୨(ଏଏଫ୍‌ପି): ସୁରିନାମ୍‌ର ଏକ ସାମରିକ ଅଦାଲତ ରାଷ୍ଟ୍ରପତି ଡେସି ବୌଟେର୍ସେଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଶୀ ଦଶକରେ ବୌଟେର୍ସେ ଦକ୍ଷିଣ ଆମେରିକୀୟ ଦେଶର...

ଆମେରିକା ହିଂସା: ଇସ୍ତଫା ଦେଲେ ହ୍ୱାଇଟ ହାଉସର ଦୁଇ ମୁଖ୍ୟ ଅଧିକାରୀ

ୱାଶିଂଟନ,୭ ।୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଉଡେନଙ୍କୁ ଅଫିସିୟାଲି ବିଜୟୀ ପ୍ରାର୍ଥୀ ଘୋଷଣା କରାଯିବା ପରେ ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ହିଂସା...

ଯୁଦ୍ଧ ପାଇଁ ରୁଷିଆ ପ୍ରସ୍ତୁତ

ମସ୍କୋ,୩୦ା୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ରୁଷିଆ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ଯୁଦ୍ଧ ସମୟରେ ସୀମାରେ ଆହତମାନଙ୍କ ପାଇଁ...

Advertisement
Archives

Model This Week