Posted inଖେଳ

‘ଅନ୍‌ଲାଇନ୍‌ ଚେସ୍‌ କୋଚିଂ ଉପାଦେୟ ହେଉଛି’

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)-ଦିନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେବଳ ଚେସ କଥା ଭାବୁଥିବା ଗୁରୁ ସତ୍ୟରଞ୍ଜନ ପଟ୍ଟନାୟକ ଏବେ ଏହି ଗେମ୍‌କୁ ନେଇ ବେଶ୍‌ ଚିନ୍ତିତ। କରୋନା ଭାଇରସ ସଂକ୍ରମଣ ପ୍ରଭାବରେ ଏବେ ସମ୍ପୂର୍ଣ୍ଣ କ୍ରୀଡ଼ା ଜଗତ ପ୍ରଭାବିତ। ତେଣୁ ଗୁରୁତର ଭାବେ ଚେସ୍‌ ମଧ୍ୟ ପ୍ରଭାବିତ ହୋଇଛି। ଦେଶରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିବାରୁ ଏବେ ଘରୁ ବାହାରିବା ମନା। ବର୍ଷ ସାରା କୋଚିଂ ଦେଇ ରାଜ୍ୟ ଓ ଦେଶର ଭବିଷ୍ୟତ ଗଢ଼ୁଥିବା ସତ୍ୟରଞ୍ଜନ ଏପରି ସ୍ଥିତିରେ ନାଚାର। ଘରେ ବସି ଚେସ୍‌ ଖେଳରେ ପଡ଼ିଥିବା ତାଲାକୁ କିପରି ଖୋଲିହେବ ସେହି ଚିନ୍ତାରେ ସେ ଥିଲେ। କାରଣ ପୂର୍ବରୁ ଅନ୍‌ଲାଇନ୍‌ରେ କୋଚିଂ ଦେବାର ଅଭିଜ୍ଞତା ତାଙ୍କର ନ ଥିଲା। ଏପରି ସ୍ଥିତିରେ ତାଙ୍କର ଜଣେ ବନ୍ଧୁଙ୍କ ପିତା ଡାକ୍ତର ମାନସ ରଞ୍ଜନ ମିଶ୍ର(କିମ୍ସ)ଙ୍କ ପରାମର୍ଶ ତାଙ୍କ ପାଇଁ ବେଶ୍‌ ଉପାଦେୟ ହୋଇଛି। ଅନ୍‌ଲାଇନ୍‌ କୋଚିଂ ପାଇଁ ଆବଶ୍ୟକ ଉପକରଣ ଯୋଗାଡ଼ କରି ସେ ଏବେ ୫୦ରୁ ୭୦ ପିଲାଙ୍କୁ ପ୍ରତି ଶନିବାର ଓ ରବିବାର କୋଚିଂ ଦେଉଛନ୍ତି। ଏଥିରୁ ତାଙ୍କୁ ମାନସିକ ଶାନ୍ତି ମିଳିବା ସହ ପିଲାମାନଙ୍କ ପାଇଁ ଉପଯୋଗୀ ହେଉଛି ବୋଲି ଏସ୍‌ଆରଚେସ୍‌ ସେଣ୍ଟର ସମ୍ପାଦକ ସତ୍ୟରଞ୍ଜନ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ରାଜ୍ୟର ଉଦୀୟମାନ ଚେସ୍‌ ପ୍ରତିଭା ଝିଅ ପି. ସାଇରୂପାଙ୍କ ସହ ଚେସ୍‌ ଖେଳି ସମୟ ଅତିବାହିତ ହେଉଛି ବୋଲି ସେ କହିଛନ୍ତି।
ଗତ ସମର କ୍ୟାମ୍ପରେ କୋଚିଂ ଦେଇ ଆମେ ପିଲାମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ପାଇଁ ଭଲ ପ୍ରସ୍ତୁତ କରିଥିଲୁ। ମାତ୍ର କରୋନା ଭାଇରସ ସଂକ୍ରମଣ ପ୍ରଭାବରେ ଏବେ ବିଶ୍ୱରେ ସମସ୍ତ ଗ୍ରାଣ୍ଡମାଷ୍ଟର ଟୁର୍ନାମେଣ୍ଟ ଏବଂ ଏଜ୍‌ ଗ୍ରୁପ ପ୍ରତିଯୋଗିତା ଗୁଡ଼ିକ ବାତିଲ ହୋଇଛି। ଖେଳ ସହ ବ୍ୟକ୍ତିଗତ କୋଚିଂ ବନ୍ଦ। ମୋଟାମୋଟି କହିଲେ ଚେସ୍‌ ଗୁରୁତର ପ୍ରଭାବିତ ହୋଇଛି। ଖେଳ ବନ୍ଦ ହୋଇଯିବା ଦ୍ୱାରା ଛୋଟ ପିଲା ଦିଗହରା ହେବା ସମ୍ଭାବନା ରହିଛି। ତେଣୁ ଆମ ସେଣ୍ଟର ସହ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ପିଲାଙ୍କୁ କିପରି କୋଚିଂ ଦିଆଯିବ ସେଥିନେଇ ଚିନ୍ତା ରହିଥିଲା। ପୂର୍ବରୁ ଅନ୍‌ଲାଇନ୍‌ କୋଚିଂ ଦିଆଯାଇ ନ ଥିବାରୁ ସେ ସମ୍ପର୍କରେ ବିଶେଷ ଜ୍ଞାନ ମଧ୍ୟ ନ ଥିଲା। ମାତ୍ର ଲକ୍‌ ଡାଉନ୍‌ ସମୟ ମୋତେ ବହୁତ କିଛି ଶିକ୍ଷା ଦେଲା ଏବଂ ମୋ ପାଇଁ ପରୋକ୍ଷରେ ବରଦାନ ସଦୃଶ ହୋଇଛି। ଡାକ୍ତର ମାନସ ମୋତେ ଜୁମ୍‌ କ୍ଲାସ ସମ୍ପର୍କରେ ଅବଗତ କରାଇଲେ। ଏଥିରେ ମୁଁ ଖୁବ୍‌ ଉତ୍ସାହିତ ହେଲି। ତାହାକୁ କାର୍ଯ୍ୟରେ ଲଗାଇ ଜୁମ୍‌ ଆପ୍‌ ମାଧ୍ୟମରେ ପିଲାମାନଙ୍କୁ ପ୍ରତି ଶନିବାର ଓ ରବିବାର ଦିନ ୧୨ଟାରୁ ୨ଟା ପର୍ଯ୍ୟନ୍ତ ଅନ୍‌ଲାଇନ୍‌ କୋଚିଂ ଦେବା ଆରମ୍ଭ କଲି। ଏବେ ଆମେରିକା ଓ ଇଂଲଣ୍ଡର ଜଣେ ଲେଖାଏ ପିଲା ମଧ୍ୟ ମୋ ନିକଟରୁ କୋଚିଂ ନେଉଛନ୍ତି। ଚେସ୍‌ ସେଣ୍ଟରରେ ପୂର୍ବରୁ ନିୟମିତ କୋଚିଂ ନେଉଥିବା ପିଲାଙ୍କ ମଧ୍ୟରୁ ୨୦ ଜଣଙ୍କୁ ପ୍ରତିଦିନ ଅନ୍‌ଲାଇନ୍‌ କୋଚିଂ ଦିଆ ଯାଉଛି। ‘ଚେସିଫାୟ’ ଆପ୍‌ ମାଧ୍ୟମରେ ପିଲାମାନେ ମୋ ସହିତ ଖେଳୁଛନ୍ତି। ଆବଶ୍ୟକ ସ୍ଥଳେ ସେହି ଆପ୍‌ ମାଧ୍ୟମରେ ବିଭିନ୍ନ ଟିପ୍ସ ମଧ୍ୟ ଦିଆଯାଇ ପାରୁଛି। ପିଲାମାନେ ପ୍ରଶ୍ନ ମଧ୍ୟ ପଚାରି ପାରୁଛନ୍ତି। ଜୁମ୍‌ କ୍ଲାସରେ ଥିଓରିକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏଥିରେ ପୋଜିଶନ, ଏଣ୍ଡଗେମ୍‌, ମିଡଲ ଗେମ୍‌, ଓପନିଂ ସମ୍ପର୍କରେ ଶିକ୍ଷା ଦିଆଯାଉଛି।
ବର୍ତ୍ତମାନର ସଙ୍କଟ ସମୟରେ ଚେସ୍‌ ଶିଖୁଥିବା ପିଲା ଏବଂ ଏହାକୁ ଜୀବିକାଭାବେ ଗ୍ରହଣ କରିଥିବା କୋଚ୍‌ମାନେ ବହୁତ ପ୍ରଭାବିତ ହୋଇଛନ୍ତି। ବ୍ୟକ୍ତିଗତ କୋଚିଂ ସମ୍ଭବ ନ ଥିବାରୁ ଅନେକ କୋଚ୍‌ ଏବେ ବେକାର ହୋଇ ଯାଇଛନ୍ତି। ଆୟୋଜକମାନେ ମଧ୍ୟ ଚିନ୍ତିତ ଅଛନ୍ତି। ମାତ୍ର ଏବେ ଜୀବନ ଆଗ ହୋଇ ଯାଇଛି। ଅନ୍ୟ ସବୁ ପଛ। ଝିଅ ସାଇରୂପା ଏବେ ଅନ୍‌ଲାଇନ୍‌ରେ ପାଠ ପଢ଼ିବା ସହ ଚେସ୍‌ ଶିଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri