ଅନ୍‌ଲାଇନ୍‌ରେ ହେବ ଟ୍ରେଡ୍‌ ଲାଇସେନ୍ସ ଆବେଦନ

ଭୁବନେଶ୍ୱର, ୪ା୩ (ବ୍ୟୁରୋ): ଭୁବନେଶ୍ୱରର ବ୍ୟବସାୟୀମାନେ ପ୍ରଥମଥର ବିନା କିଛି ଝିଞ୍ଜଟରେ ଏବେ ଟ୍ରେଡ୍‌ ଲାଇସେନ୍ସ ପାଇଁ ଆବେଦନ କରିପାରିବେ। ଲାଇସେନ୍ସ ପାଇବାକୁ ସେମାନଙ୍କୁ ଆଉ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଫିସ୍‌କୁ ଦୌଡିବାକୁ ପଡିବନି। ଏବେଠାରୁ ସେମାନେ ଅନଲାଇନ୍‌ରେ ଟ୍ରେଡ଼୍‌ ଲାଇସେନ୍ସର ଆବେଦନ କରିପାରିବେ ବୋଲି ମଙ୍ଗଳବାର ବିଏମ୍‌ସି ପକ୍ଷରୁ କୁହାଯାଇଛି।
କିଛିଦିନ ତଳେ ଭୁବନେଶ୍ୱରବାସୀଙ୍କ ସୁବିଧା ପାଇଁ ବିଏମ୍‌ସି ଯେପରି ଭୁବନେଶ୍ୱରଡ଼ଟ୍‌ମି ଓ୍ବେବ୍‌ସାଇଟ୍‌ରେ ହୋଲ୍ଡିଂ ଟ୍ୟାକ୍ସ ଦେବା ବ୍ୟବସ୍ଥା କରିଥିଲା। ଠିକ୍‌ ସେହିପରି ଏବେ ଉକ୍ତ ଭୁବନେଶ୍ୱରଡ଼ଟ୍‌ମି ଓ୍ବେବ୍‌ସାଇଟ୍‌ରେ ଟ୍ରେଡ଼୍‌ ଲାଇସେନ୍ସ ଆବେଦନ କରିବାକୁ ଫର୍ମ ଉପଲବ୍ଧ କରାଯାଇଛି। ବ୍ୟବସାୟୀଙ୍କ ପାଇଁ ଏହା କିପରି ସୁଗମ ହୋଇପାରିବ ସେନେଇ ମଙ୍ଗଳବାର ବିଏମ୍‌ସି ଆଡିଶନାଲ କମିଶନର ସୁରଥ ଚନ୍ଦ୍ର ମଲ୍ଲିକଙ୍କ ତତ୍ତ୍ୱାବଧାନରେ ବିଏମ୍‌ସି ମୁଖ୍ୟାଳୟରେ ୬୭ ଜଣ ୱାର୍ଡ଼ ଅଫିସର ଏବଂ ୧୪ ଜଣ ମିସ୍‌ ସରକାରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ୩ଟି ବ୍ୟାଚ୍‌ରେ ଦିଆଯାଇଥିବା ଏହି ପ୍ରଶିକ୍ଷଣରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼୍‌ (ବିଏସ୍‌ସିଏଲ୍‌) ଦ୍ୱାରା ପ୍ରସ୍ତୁତ ଅନଲାଇନ୍‌ ମଡ଼୍ୟୁଲ୍‌ ଦେଖାଯାଇଛି। ଉକ୍ତ ପ୍ରଶିକ୍ଷଣରେ ଦକ୍ଷିଣ ପୂର୍ବ ଜୋନ ଜୋନାଲ୍‌ ଡ଼େପୁଟି କମିଶନର ଅଂଶୁମାନ ରଥ, ଦକ୍ଷିଣ ପଶ୍ଚିମ ଜୋନ ଜୋନାଲ୍‌ ଡ଼େପୁଟି କମିଶନର ରବିନାରାୟଣ ଜେଠୀ ଏବଂ ଉତ୍ତର ଜୋନ୍‌ ଜୋନାଲ୍‌ ଡ଼େପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି ନିଜ ନିଜ ଜୋନ୍‌ର କର୍ମଚାରୀମାନଙ୍କ ସହ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିବା ବିଏମ୍‌ସି ପକ୍ଷରୁ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ମ୍ୟୁନିସିପାଲ୍‌ କର୍ପୋରେଶନ୍‌ ଆଇନ୍‌ ୨୦୦୩ ଅନୁସାରେ ବିଏମ୍‌ସି ସୀମା ମଧ୍ୟରେ ବ୍ୟବସାୟ କରୁଥିବା ପ୍ରତ୍ୟେକ ବ୍ୟବସାୟୀ ନିଜ ନିଜର ଟ୍ରେଡ଼୍‌ ଲାଇସେନ୍ସ କରାଇ ନେବାକୁ କୁହାଯାଇଛି। ପୂର୍ବରୁ ଟ୍ରେଡ଼୍‌ ଲାଇସେନ୍ସ ଅଫ୍‌ଲାଇନ୍‌ରେ କରାଯାଉଥିଲା। ଯେଉଥିପାଇଁ ଅଧିକ ସମୟ ଲାଗୁଥିଲା। ବର୍ତ୍ତମାନ ଅନ୍‌ଲାଇନ୍‌ ସୁବିଧା ଦ୍ୱାରା କମ୍‌ ସମୟରେ ଅଧିକ ସଂଖ୍ୟକ ଟ୍ରେଡ଼୍‌ ଲାଇସେନ୍ସ କରାଯାଇପାରିବ। ଏହାର ବିବରଣୀ ଉଭୟ ଆବେଦନକାରୀ ଓ ବିଏମ୍‌ସି ପାଇଁ ଉନ୍ମୁକ୍ତ ରହିବ। କୌଣସି ପ୍ରକାର ତ୍ରୁଟି ବିଚ୍ୟୁତିର ସମାଧାନ ଶୀଘ୍ର ହୋଇପାରିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

୧୫ ଦିନରେ ମିଳିବ ଲାଇସେନ୍ସ

ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ଦ୍ୱାରା ପ୍ରସ୍ତୁତ ମଡ଼୍ୟୁଲ୍‌ ଅନୁସାରେ ଅନ୍‌ଲାଇନ୍‌ ପ୍ରକ୍ରିୟାରେ ଟ୍ରେଡ଼୍‌ ଲାଇସେନ୍ସ ପାଇବାକୁ ସମୂଦାୟ ୧୫ ଦିନର ଅବଧି ରଖାଯାଇଛି। ଜଣେ ବ୍ୟବସାୟୀ ଅନ୍‌ଲାଇନ୍‌ରେ ଆବେଦନ କରିବା ପରେ ଏହାର ବାର୍ତ୍ତା ଉକ୍ତ ବ୍ୟବସାୟୀଙ୍କ ଅଞ୍ଚଳରେ ଥିବା ୱାର୍ଡ଼ ଅଫିସରଙ୍କ ପାଖକୁ ଚାଲିଯିବ। ସମ୍ପୃକ୍ତ ୱାର୍ଡ଼ ଅଫିସର ଜଣକ ଦୁଇଦିନ ମଧ୍ୟରେ ନିଜ ମତାମତ ଦେଇ ଯାଞ୍ଚ ପାଇଁ ମିସ୍‌ ସରକାରଙ୍କୁ କହିବେ। ଯାଞ୍ଚ ପରେ ୩ ଦିନ ମଧ୍ୟରେ ୱାର୍ଡ଼ ସୁପରଭାଇଜର ଉକ୍ତ ଅନ୍‌ଲାଇନ୍‌ ଦରଖାସ୍ତକୁ ଅବଗତ କରାଇବେ। ଏଥିସହ ୩ ଦିନ ମଧ୍ୟରେ ସମ୍ପୃକ୍ତ ଓ୍ବାର୍ଡ ଦାୟିତ୍ୱରେ ଥିବା ଜୋନାଲ୍‌ ଡ଼େପୁଟି କମିଶନରଙ୍କୁ ଜଣାଇବେ। ଜୋନାଲ୍‌ ଡ଼େପୁଟି କମିଶନର ଉକ୍ତ ଆବେଦନକୁ ବୈଧ ଦର୍ଶାଇବା ପରେ ଆବେଦନକାରୀଙ୍କୁ ଟ୍ରେଡ଼୍‌ ଲାଇସେନ୍ସ ମିଳିବ। ଯଦି ଆବେଦନକାରୀଙ୍କର ଆବେଦନରେ କିଛି ତ୍ରୁଟି ଥାଏ ତେବେ ଏହା ସଂଶୋଧନ କରି ଆବେଦନ କରିବାକୁ ୱାର୍ଡ଼ ଅଫିସର ଅନ୍‌ଲାଇନ୍‌ରେ ଜଣାଇବେ। ଯଦି ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଠିକ୍‌ ଥାଏ ତେବେ ଆବେଦନକାରୀଙ୍କ ପାଇଁ ଅନ୍‌ଲାଇନ୍‌ ସାର୍ଟିଫିକେଟ୍‌ ଆପେ ପ୍ରସ୍ତୁତ ହୋଇଯିବ।

ପ୍ରଥମେ ବ୍ୟବସାୟୀମାନେ ଭୁବନେଶ୍ୱରଡ଼ଟ୍‌ମି ଓ୍ବେବ୍‌ସାଇଟ୍‌କୁ ଯାଇ ସିଟିଜେନ୍‌ ସର୍ଭିସ୍‌ ବିକଳ୍ପକୁ ଚୟନ କରିବେ। ପରେ ଦିଆଯାଇଥିବା ଟ୍ରେଡ଼୍‌ ଲାଇସେନ୍ସ ବିକଳ୍ପକୁ ବାଛି ଲାଇସେନ୍ସ ପାଇଁ ଆବେଦନ କରିବେ। ଆବେଦନ ପରେ ଏକ ଫର୍ମ ଆସିବ ଆବଶ୍ୟକ କାଗଜପତ୍ର ସହ ସମସ୍ତ ତଥ୍ୟ ଦେଇ ବ୍ୟବସାୟୀମାନେ ଫର୍ମ ପୂରଣ କରିବେ। ବ୍ୟବସାୟୀ ଜଣକ ଉଭୟ ଫୋନ୍‌ ଓ କମ୍ପ୍ୟୁଟର ମାଧ୍ୟମରେ ଏହି ଆବେଦନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?