ଅନ୍ୟମାନଙ୍କ ପାଇଁ ସାଜିଲେ ପ୍ରେରଣା: ସଡ଼କ ଦୁର୍ଘଟଣାରେ ମୃତ ପ୍ରିୟଙ୍କାଙ୍କ କିଡ୍‌ନୀ, ଚକ୍ଷୁ ଦାନ କଲେ ପରିବାର

ଦିଗପହଣ୍ଡି,୪।୨(ଡି.ଏନ୍‌.ଏ.): ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଗଞ୍ଜାମ ଜିଲା ଦିଗପହଣ୍ଡି ରାଣୀ ସାହିର ପ୍ରିୟଙ୍କାରାଣୀ ରାଜୁ(୨୬)ଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ପରେ ପରିବାର ଲୋକଙ୍କ ସହମତି ଭିତ୍ତିରେ ପ୍ରିୟଙ୍କାଙ୍କ ଦୁଇଟି କିଡ୍‌ନୀ ଓ ଚକ୍ଷୁକୁ ଦାନ କରାଯାଇଛି। କିଡ୍‌ନୀ ଦୁଇଟିକୁ ଅନ୍ୟ ଦୁଇ ଜଣ ଅସୁସ୍ଥ ବ୍ୟକ୍ତିଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି । ଏହାଦ୍ୱାରା ପ୍ରିୟଙ୍କାଙ୍କ ପରିବାର ଲୋକେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି ବୋଲି ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ସୋମବାର ସାରେ ଭୁବନେଶ୍ୱର ଘରୋଇ ହସ୍ପିଟାଲର ଡାକ୍ତର ପ୍ରିୟଙ୍କାଙ୍କୁ ମୃତ ଘୋଷଣା କରିଥିଲେ। ଉପସ୍ଥିତ ପ୍ରିୟଙ୍କାଙ୍କ ଶ୍ୱଶୁର ଭି. ଧର୍ମା ରାଜୁ ଓ ସ୍ବାମୀ ଭି. ସମୀର ରାଜୁ ଅଙ୍ଗ ଦାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରିଥିଲେ। ସୋମବାର ବିଳମ୍ବିତ ରାତିରେ କଟକ ବଡ଼ ଡ଼ାକ୍ତରଖାନାର ସ୍ବତନ୍ତ୍ର ଚିକିତ୍ସକ ଟିମ୍‌ ଉକ୍ତ ହସ୍ପିଟାଲରେ ପହଞ୍ଚି କିଡ୍‌ନୀ ଓ ଚକ୍ଷୁ ସଂଗ୍ରହ କରିଥିଲେ। ପରେ ବିଳମ୍ବିତ ରାତିରେ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ପଦ୍ଧତି ଜରିଆରେ କଟକ ବଡ଼ ଡ଼ାକ୍ତରଖାନା ଡାକ୍ତରୀ ବିଶେଷଜ୍ଞ ଟିମ୍‌ ଜଣେ ବ୍ୟକ୍ତିଙ୍କ ଦେହରେ ପ୍ରିୟଙ୍କାଙ୍କ ଗୋଟିଏ କିଡ୍‌ନୀ ପ୍ରତ୍ୟାରୋପଣ କରିଥିବା ଜଣାପଡ଼ିଛି। ମଙ୍ଗଳବାର ସକାଳେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ପୁରୀ ସ୍ବର୍ଗଦାରରେ ଶେଷକୃତ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା: ଆଜି ଓଡ଼ିଶାବାସୀଙ୍କୁ ସ୍ବତନ୍ତ୍ର ଉଦ୍‌ବୋଧନ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪।୩(ବ୍ୟୁରୋ): କରୋନା (କୋଭିଡ-୧୯) ବିଶ୍ୱ ପାଇଁ ମହାମାରୀ ଭାବେ ଉଭା ହୋଇଛି। ୟୁରୋପୀୟ ଦେଶଗୁଡିକରେ କରୋନା ଭୂତାଣୁ ତାଣ୍ଡବ ରଚାଇଥିବାବେଳେ ଭାରତରେ ଏହା ଧୀରେ...

ଛତିଶଗଡ଼ ଫେରିଯିବାକୁ ଜିଲାପାଳଙ୍କୁ ଆକୁଳ ନିବେଦନ କଲେ ଶ୍ରମିକ

ରାଜନଗର,୧୭ା୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ହାତିନା ଗ୍ରାମରେ ଇଟା ନିର୍ମାଣ ପାଇଁ ସୁଦୂର ଛତିଶଗଡ଼ ଚୁରେନ୍ଦ୍ରା ଜିଲାରେ ରାଜକୁମାର ବିଶ୍ୱକର୍ମା, ଲୀଳାବାଇ ଚୌହାନ୍‌, ସଂଗଲାଲ୍‌...

୯୨ କଇଁଛ ଉଦ୍ଧାର: ବନ୍ଧା ହେଲେ ୨ ଅଭିଯୁକ୍ତ 

ପାପଡାହାଣ୍ଡି,୧୫।୬(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଥାନା ପୋଲିସ ୯୨ କଇଁଛ ଉଦ୍ଧାର  କରିଛି। ଏହି ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ...

ସମର୍ଥନରେ ଶୋଭାଯାତ୍ରା

ଭୁବନେଶ୍ୱର, ୨୧ା୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଦେଶ ସାରା ଆନ୍ଦୋଳନର ନିଅଁ। ଜଳୁଥିବାବେଳେ ଏହାକୁ କେତେକ ସଙ୍ଗଠନ ସମର୍ଥନ ଜଣାଇଛନ୍ତି। ଏହି...

ଓଭରଲୋଡ ଟ୍ରକରୁ ଜରିମାନା ଆଦାୟ

ଜୁନାଗଡ,୮।୧୨(ଡି.ଏନ୍‌.ଏ) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବନମାଲୀପୁର ନିକଟରେ ସୋମବାର ଏକ ଓଭରଲୋଡ ମକା ଟ୍ରକକୁ ଜିଲା କନିଷ୍ଠ ଏମଭିଆଇ ରତିକାନ୍ତ ନାହାକ ଧରପଗଡ କରିଛନ୍ତି।...

ମାସ୍କ ପିନ୍ଧି ବିବାହ

ପାଟଣା,୧୯।୫(ସ୍ବ.ପ୍ର.)-କରୋନା ଭାଇରସ୍‌ ସଂକ୍ରମଣ ପାଇଁ ସାରା ଦେଶରେ କଟକଣା ଘୋଷଣା କରାଯାଇଛି। ମେ ୧୮ ତାରିଖରୁ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ଏହି ସମୟରେ...

୧୬୦ ନମୁନାରୁ ନେଗେଟିଭ ଆସିଛି ୧୯

ସୁନାବେଡ଼ା,୧୬ା୪: କୋରାପୁଟ ଜିଲାରୁ ଏଯାବତ୍‌ ଜଣେ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି। ଏହାସତ୍ତ୍ୱେ ଜିଲା ପ୍ରଶାସନ କୋଭିଡ୍‌-୧୯ ମୁକାବିଲା ପାଇଁ ସଜାଗ ରହିଛି। ଜିଲା...

ବାର୍‌ହା ଶିକାର କରିବାକୁ ଯାଇ ନିଜେ ପାଲଟିଲେ ଶିକାର

ବୌଦ୍ଧ/ବଘିଆପଡ଼ା,୨୦।୧୧(ସ୍ବ.ପ୍ର./ଡି.ଏନ୍‌.ଏ.): ଜଙ୍ଗଲକୁ ବାର୍‌ହା ଶିକାର କରିବାକୁ ଯାଇ ୨ ଶିକାରୀ ଶିକାର ପାଲଟିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ରେଞ୍ଜର ଗଣ୍ଡିସର ସେକ୍ସନର ପିପଳମୁଣ୍ଡା...

Advertisement
Archives

Model This Week