Posted inରାଜ୍ୟ

ଅନ୍ତର୍ଜାତୀୟ ବିମାନ ସେବା: ଓଡ଼ିଶା ସ୍ବାର୍ଥକୁ ଅଣଦେଖା, ଆଗ୍ରହୀ ସଂସ୍ଥାକୁ ମିଳୁନି ଅନୁମତି

ଭୁବନେଶ୍ୱର,୨୦।୫(ବ୍ୟୁରୋ) : ଭାରତକୁ ଶ୍ରୀଲଙ୍କା, ବାଂଲାଦେଶ, ଯୁକ୍ତରାଷ୍ଟ ଆମେରିକା, ବ୍ରିଟେନ୍‌, କାନାଡା, ଅଷ୍ଟ୍ରେଲିଆ, ମାଲେସିଆ, ଜର୍ମାନୀ, ଫ୍ରାନ୍ସ ଭଳି ରାଷ୍ଟ୍ରରୁ ସର୍ବାଧିକ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ଏହି ରାଷ୍ଟ୍ର ଗୁଡ଼ିକରୁ ଆସୁଥିବା ପର୍ଯ୍ୟଟକମାନେ ସିଧା ବିମାନ ଯୋଗାଯୋଗ ଥିବା ରାଜ୍ୟଗୁଡ଼ିକୁ ଭ୍ରମଣ କରିବାକୁ ଅଧିକ ପସନ୍ଦ କରିଥାନ୍ତି। ଏ କ୍ଷେତ୍ରରେ ଓଡ଼ିଶା ବହୁ ପଛରେ ରହିଛି। ଓଡ଼ିଶାରେ ସିଧାସଳଖ ଅନ୍ତର୍ଜାତୀୟ ବିମାନ ସେବା କିଭଳି ଅଧିକ ଉପଲବ୍ଧ ହେବ ସେନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତତ୍ପର ଥିବାଭଳି ମନେ ହେଉନାହିଁ। କାରଣ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବିଶ୍ୱସ୍ତରୀୟ ବିମାନସେବା ଯୋଗାଇଦେବାକୁ ସିଙ୍ଗାପୁର ଏୟାରଲାଇନ୍ସ ଓ ଶ୍ରୀଲଙ୍କା ଏୟାରଲାଇନ୍ସ ଆଗ୍ରହ ଦେଖାଇଛନ୍ତିି। କିନ୍ତୁ ସେହି ପ୍ରସ୍ତାବ ମନ୍ତ୍ରଣାଳୟରେ ଅଟକି ରହିଛି। ୨ ଆଗ୍ରହୀ ସଂସ୍ଥାକୁ ଅନୁମତି ମିଳୁ ନ ଥିବାରୁ ଓଡ଼ିଶା ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିବାକୁ ଯାଉଛି। ବିମାନ ବନ୍ଦର ତଥ୍ୟ ମୁତାବକ ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ସର୍ବାଧିକ ୪୩.୧%, ମୁମ୍ବାଇ ଛତ୍ରପତି ଶିବାଜୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ୧୮.୫%, ଗୋଆ ୭.୯%, ଚେନ୍ନାଇ ୬.୮%, ବାଙ୍ଗାଲୋର ୬.୫%, କଲିକତା ୨.୭%, କୋଚିନ୍‌ ବିମାନ ବନ୍ଦର ୨.୪% ବିଦେଶୀ ପର୍ଯ୍ୟଟକ ଗ୍ରହଣ କରିଥାଏ। ହେଲେ ଓଡ଼ିଶାରେ ଏହା ଯଥେଷ୍ଟ କମ୍‌। ଭାରତକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରୁ ୧ ପ୍ରତିଶତ ବି ଓଡ଼ିଶାକୁ ଆସି ନ ଥାନ୍ତି, ଯାହାର ପ୍ରମୁଖ କାରଣ ବିଦେଶକୁ ସିଧା ବିମାନ ଚଳାଚଳର ସମସ୍ୟା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବର୍ତ୍ତମାନ କେବଳ ମାଲେସିଆର କୁଆଲାଲମ୍‌ପୁର ଏବଂ ଥାଇଲାଣ୍ଡର ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ଚଳାଚଳ କରୁଛି। ଅନ୍ୟପକ୍ଷରେ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଭଳି ରାଜ୍ୟ ଏକ୍ଷେତ୍ରରେ ବେଶ୍‌ ଆଗରେ ରହିଛନ୍ତି।
ଇଣ୍ଟରନ୍ୟାଶନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏଶନ(ଆଇଏଟିଏ) ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଭାରତରେ ବିମାନ ଚଳାଚଳ କରୁଥିବା ପଥ ଗତ କିଛିବର୍ଷ ମଧ୍ୟରେ ୨୦ ପ୍ରତିଶତ ବୃଦ୍ଧି ପାଇବା ଦ୍ୱାରା ଏହା ପର୍ଯ୍ୟଟନ ଓ ପର୍ଯ୍ୟଟକ ବୃଦ୍ଧିରେ ବିଶେଷ ସହାୟକ ହୋଇପାରିଛି। ହେଲେ ରାଜନୈତିକ ପ୍ରତିବନ୍ଧକ ଯୋଗୁ ଓଡ଼ିଶାକୁ ଏହାର ସୁଫଳ ମିଳିପାରିନାହିଁ। ଅଧିକରୁ ଅଧିକ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ବାରମ୍ବାର ଓଡ଼ିଶା ଦାବି କରିଆସୁଥିଲେ ମଧ୍ୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହାକୁ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହୋଇଛି। ଏପରିକି ସିଙ୍ଗାପୁର ଓ ଶ୍ରୀଲଙ୍କା ଏୟାରଲାଇନ୍ସ ଭୁବନେଶ୍ୱରରେ ନିଜ ସେବା ଯୋଗାଇଦେବାକୁ ଆଗ୍ରହୀ ଥିଲେ ମଧ୍ୟ ମନ୍ତ୍ରଣାଳୟ ଏଠାରେ ବିମାନ ଅବତରଣ ପାଇଁ ଅନୁମତି ଦେଉ ନ ଥିବା ରାଜ୍ୟ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ଜଣେ ବରିଷ୍ଠ ବ୍ୟକ୍ତି କହିଛନ୍ତି।
ଅନ୍ୟପକ୍ଷରେ ଡୋମେଷ୍ଟିକ୍‌ ଫ୍ଲାଇଟ୍‌ କ୍ଷେତ୍ରରେ ମଧ୍ୟ ଓଡ଼ିଶା ବହୁପଛରେ ପଡ଼ିଛି। ବାରାଣସୀ, ବୋଧଗୟା, ପୁଣେ ଓ ଅହମ୍ମଦାବାଦକୁ ଏବେ ସିଧା ବିମାନ ଯୋଗାଯୋଗ ନ ଥିବାରୁ ଓଡ଼ିଶା ବହୁ ପର୍ଯ୍ୟଟକ ହରାଉଛି। ଏନେଇ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏଶନ ଏବଂ ଟୁର୍‌ ଅପରେଟର୍ସ ଆସୋସିଏଶନ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଛି। ଗୋଟିଏ ପଟେ ବାତ୍ୟା ଫନୀରେ ରାଜ୍ୟ ପର୍ଯ୍ୟଟନ ଶିଳ୍ପର ମେରୁଦଣ୍ଡ ଦୋହଲି ଯାଇଥିବା ବେଳେ କମ୍‌ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ହୋଟେଲିୟର ଏବଂ ଟୁର୍‌ ଅପରେଟର୍‌ଙ୍କୁ ନିରାଶ କରିଛି। ଏଭଳିସ୍ଥଳେ ନୂଆ ବିମାନ ସେବା ଆରମ୍ଭ ହେଲେ ସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?