ଅନ୍ତରଙ୍ଗ

ସୌମ୍ୟା ପରିଡ଼ା

ବୋଉ ବାପା ଉଭୟ ଅବସରପ୍ରାପ୍ତ ସରକାରୀ ଚାକିରିଆ। ତିନି-ଚାରି ବର୍ଷ ହେବ କ୍ୟାନ୍‌ସର୍‌ରେ ବାପା ଚାଲିଗଲା ପରେ ହଠାତ୍‌ ଦିନେ ମୁଁ ବୋଉକୁ ପଚାରିବସିଲି। ବୋଉ, ତୋର ଆଉ ବାପାଙ୍କର କ’ଣ କେବେ ବି ଝଗଡ଼ା ହୁଏନି। ଏତେ ବର୍ଷ ଭିତରେ ମୁଁ କାଇଁ କେବେ ତମ ଦିହିଁଙ୍କି ଝଗଡ଼ା କରୁଥିବାର ତ ଦେଖିନି। ବୋଉ କହିଲା ହଁ, ଆମ ଭିତରେ ରାଗରୁଷା, ମନୋମାଳିନ୍ୟ ହୁଏ ହେଲେ ଖୁବ୍‌ କ୍ୱଚିତ୍‌। ଆମେ ଦୁହେଁ ନିଷ୍ପତ୍ତି ନେଇଥିଲୁ ପିଲାଙ୍କୁ ଏସବୁଠୁ ଦୂରେଇ ରଖିବୁ। ଆମ ରାଗରୁଷା ଯେମିତି ଛୁଆଙ୍କ ପାଖରେ ପହଞ୍ଚତ୍ବନି। କଥାଟା ଶୁଣିଲି ସିନା ହେଲେ ସତରେ ଜମାରୁ ବିଶ୍ୱାସ କରିପାରୁ ନ ଥିଲି। ନିଜ ଉପରେ ଏତେ ନିୟନ୍ତ୍ରଣ କେମିତି? ହେଲେ ଏବେ ଆମ କଥା ଭିନ୍ନ। କଥାକଥାକେ ନିଜ ଉପରୁ ନିୟନ୍ତ୍ରଣ ହରାଇବା ଯେମିତି ଗୋଟେ ସାଧାରଣ କଥା। ଆଉ ଛୁଆଙ୍କ ଉପରେ ଆମ କଳିତକରାଳ ଯେ କି ପ୍ରଭାବ ପକାଇବ ସେଇଟା ବି ଚିନ୍ତା କରିବାକୁ ଆମ ପାଖେ ସମୟ ନାହିଁ। ଯେଉଁଠି ସମୟ ଅଛି ସେଠି ପୁଣି ବୁଝିବା ଶକ୍ତିର ଅଭାବ। ନିଜ ସହ ଛୁଆଙ୍କ ଭବିଷ୍ୟତ ସୁରକ୍ଷା କରିବାକୁ ପ୍ରତିଦିନ ମେଶିନ୍‌ ପରି ଦଉଡ଼। ଆଉ ଏସବୁ ଭିତରେ ଆମ ଅଜାଣତରେ ଆମ ଛୁଆ ପରିବାରରେ ରହି ବି ଆମଠୁ ଦୂରରେ।
ହରି ମଉସା କହନ୍ତି,”କିଛି ବର୍ଷ ତଳେ ମାଉସୀ ଚାଲିଗଲେ। ଏବେ ମୁଁ ଏକୁଟିଆ ଆଉ ସବୁ ପୁଅଝିଅ ବିଦେଶରେ। ପିଲାଛୁଆ ପାଳିବା, ବାପାମାଆଙ୍କ ଯତ୍ନ ନେବା ଭିତରେ ଚାକିରି ଜୀବନ ସରିଗଲା। ଅବସର ନେଲା ପରେ ସମୟ ମିଳିଥିଲା ଆମ ଦିହିଁଙ୍କ ପାଇଁ। ହେଲେ ସେ ମଉକା ବି ଠାକୁର ମୋଠୁ ଛଡ଼େଇନେଲେ। ଏବେ ମୁଁ ଏକୁଟିଆ ଝୁରି ହେଉଛି। ଆଉ ପିଲାମାନେ ମତେ ପଚାରୁଛନ୍ତି, ବାପା ତମେ କ’ଣ ବୋଉକୁ ସତରେ ଏତେ ଭଲପାଉଥିଲ!“ ଅନୁ କହନ୍ତି,”ମତେ ଏବେ ପାଖାପାଖି ଚାଳିଶ ବର୍ଷ। ଏ କରୋନାରେ ସବୁଦିନ କିଏ ନା କିଏ ମରୁଥିବା ଶୁଣୁଛି। କିଏ କେତେ ଦିନ ବଞ୍ଚିବ ଜଣାନାହିଁ। ଆଉ ଯେତିକି ବର୍ଷ ବଞ୍ଚିବି ମୁଁ ଭଲରେ ବଞ୍ଚିବାକୁ ଚାହେଁ। ଆଗରୁ ସ୍ବାମୀଙ୍କ ସହ ଥରେ ଝଗଡ଼ା ହେଲେ ଲାଗୁଥିଲା ମୋ ଜୀବନରୁ ଗୋଟେ ଦିନ ଚାଲିଗଲା। ହେଲେ ଏବେ ପରିସ୍ଥିତି ମତେ ବାଧ୍ୟ କରୁଛି ଚୁପ୍‌ ରହିବାକୁ। ତେଣୁ ଜୀବନରୁ ସମୟ ସରିଚାଲିଛି। ଆଉ ମୁଁ ଯେତେ ଚେଷ୍ଟା କଲେ ବି ମୋ ସମ୍ପର୍କକୁ ସଜାଡ଼ି ପାରୁନି।“ ମନୋବିଜ୍ଞାନୀ ଡ. ଗୀତା ଦାସ (କାନାଡ଼ା)ଙ୍କ ମତରେ, ”ସମାଜରେ କଷ୍ଟ ସହିବାଟା ଭଲ ଗୁଣ ବୋଲି ବିବେଚିତ ହେଉଥିବାରୁ ଲୋକେ କଷ୍ଟ ଅନୁଭବ କଲେ ସୁଦ୍ଧା ତା’ର ପ୍ରତିକାର ଲୋଡ଼ନ୍ତିନାହିଁ। ଧୀର ପାଣି ପଥର କାଟିଲା ପରି ଚାପ ଅଦୃଶ୍ୟ ଭାବରେ ଦେହ ଓ ମନକୁ କ୍ଷୟ କରି ଚାଲିଥାଏ। ତା’ର ଫଳ ବିଳମ୍ବିତ ହୋଇଥିବାରୁ ଯେତେବେଳେ ଲୋକେ ବିଭିନ୍ନ ରୋଗର ପ୍ରକୋପ ଭୋଗନ୍ତି ସେତେବେଳେ ଯାଇ ଡାକ୍ତରଙ୍କର ପରାମର୍ଶ ଲୋଡ଼ନ୍ତି।“
ଜୀବନ ଜିଇବା ବି ଗୋଟେ କଳା। ମଣିଷ ଜୀବନର ବିଭିନ୍ନ ପାହାଚରେ ଭିନ୍ନ ଅନୁଭୂତି ହୁଏ। କିନ୍ତୁ ପ୍ରକୃତ ସମୟ ଆସିଲେ ହିଁ ତାହା ବୁଝାପଡ଼େ। କୁନି ପିଲାଟିଏକୁ ଆମେ ଖେଳନା କିଣିବାକୁ ମନାକଲେ ସେ ହୁଏତ କାନ୍ଦିବ। ହେଲେ ସେଇ ସମାନ ପିଲା ଟିକିଏ ବଡ଼ ହେଲେ ଆପେ ଆପେ ଅଝଟ କରିବା ଛାଡ଼ିଦେବ। ସମୟ ସ୍ରୋତରେ ଭାସି, ଛୁଆପିଲାଙ୍କ ଜଞ୍ଜାଳ ଓ କର୍ତ୍ତବ୍ୟ ଡୋରିରେ ବନ୍ଧା ହୋଇ ସ୍ବାମୀ-ସ୍ତ୍ରୀର ସମ୍ପର୍କ ପଛରେ ରହିଯାଏ। ଅନେକ ଉଭୟ ଉଭୟଙ୍କଠୁ ମାନସିକ ସ୍ତରରେ ଦୂରେଇ ଯାଆନ୍ତି। ଯୁବାବସ୍ଥାରେ ଅନାୟାସରେ ଅନେକ କଥା ଦୁହେଁ ଦୁହିଁଙ୍କୁ କହିଦିଅନ୍ତି। ହେଲେ ସମୟ ଗଡ଼ିବା ସହ ଜଞ୍ଜାଳରେ ପଡ଼ି ସେମାନେ ଧୀରେ ଧୀରେ ଚୁପ୍‌ ରହିବା ବି ଶିଖିଯାଆନ୍ତି। କିଛି କହିବା ପୂର୍ବରୁ କ’ଣ ଠିକ୍‌ କ’ଣ ଭୁଲ୍‌ ନିକିତିରେ ତଉଲନ୍ତି। ଆଉ ତାରି ଭିତରେ ଉଭୟ ଉଭୟଙ୍କଠୁ ଦୂରେଇ ଯାଆନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ନିଜ ଚିହ୍ନା ଲୋକଠୁ ବରଂ ଅଚିହ୍ନା ଅଜଣା ଲୋକ ନିଜର ଲାଗନ୍ତି। କେବେକେବେ ଚିହ୍ନା ଲୋକ ପାଖେ ନିଜ ଅନ୍ତରରେ କଥା କହିହୁଏ ନାହିଁ। ସେ କ’ଣ ଭାବିବ। କାହାକୁ କହିବନି ତ? ମୁଁ ତା’ ଆଗରେ ଛୋଟ ହୋଇଯିବିନି ତ? ଏମିତି ଅନେକ ପ୍ରଶ୍ନ ଆମ ଭିତରେ ବସା ବାନ୍ଧେ। ହେଲେ ଅଜଣା ଲୋକଟିଏ ପାଖେ କେବେକେବେ ଆମେ ଘଣ୍ଟାଘଣ୍ଟା ଗପିଯାଉ।
ଘରଟିଏ ସୁନ୍ଦର ଦେଖାଯିବା ପାଇଁ ଆମେ କେତେ ଯତ୍ନ କରୁ। କୋଉ ଜାଗାରେ କ’ଣ ରହିବ ତନ୍ନତନ୍ନ କରି ଦେଖୁ। ସମ୍ପର୍କ ବି ଠିକ୍‌ ସେମିତି। ସମୟ ସହ ସମ୍ପର୍କ ବି ମରାମତି ଖୋଜେ, ଲିପାପୋଛା ଖୋଜେ। ଉଭୟଙ୍କର ଉଭୟଙ୍କ ପାଇଁ ଯେ ସ୍ନେହ, ଶ୍ରଦ୍ଧା, ସମ୍ମାନ ରହିଛି ତାହା ଅନୁଭବ କରିବା ନିହାତି ଆବଶ୍ୟକ। ନ ହେଲେ ଦୁଇଟି ଲୋକ ମଧ୍ୟରେ ଅଜାଣତରେ ଧୀରେ ଧୀରେ ଦୂରତା ବଢ଼େ। କର୍ମମୟ ଜୀବନରେ ଅଧିକାଂଶ ମେଶିନ୍‌ ପରି ଖଟି ଚାଲିଥାଆନ୍ତି। ହେଲେ ଏ କରୋନା ଯେମିତି ସଭିଙ୍କୁ ବହୁତ କିଛି ଶିଖିବାର ସୁଯୋଗ ଦେଇଛି। ଜୀବନରେ ବଡ଼ଗାଡ଼ି, ବଡ଼ବଙ୍ଗଳା, ବିଦେଶ ବୁଲିଯିବା ଏସବୁର ଯେମିତି ବିଶେଷ ଗୁରୁତ୍ୱ ନାହିଁ। କେବଳ ଗୋଟିଏ କଥା ସବୁଠୁ ଗୁରୁତ୍ୱପୂର୍ଣ୍ଣ, ସେଇଟି ହେଉଛି ‘ଖୁସି’। ‘ସମ୍ପର୍କ’ ବି ସମୟ ଅନୁସାରେ ତାଳ ଦେଇ ଚାଲିବା ଜରୁରୀ। ପୁଅଟି ଝଡ଼ଝଞ୍ଜା ସହି ଟଙ୍କା ରୋଜଗାର କରି ପରିବାରର ପ୍ରତିଟି ସଦସ୍ୟଙ୍କ ସୁଖସୁବିଧାର ଯତ୍ନ ନିଏ। ଏସବୁ କ୍ରମରେ ସିଏ ବି ତା’ର ଅଧିକାଂଶ ଇଚ୍ଛା, ସୁଖ, ସୁବିଧାକୁ ଜଳାଞ୍ଜଳି ଦିଏ। ଗୃହିଣୀମାନେ ଘରେ ରହି ଘରଗୋଟାକ ଯାକର କାମ କରନ୍ତି। ଘରର ବୟସ୍କ, ବନ୍ଧୁବାନ୍ଧବ, ସ୍ବାମୀ, ଛୁଆପିଲା ସମସ୍ତଙ୍କ କଥା ବୁଝନ୍ତି। ତାଙ୍କ ପାଇଁ ଛୁଟି ନ ଥାଏ। ବର୍ଷତମାମ୍‌ ଘରେ ରହି ସେମାନେ ସବୁ ଜଞ୍ଜାଳ ମୁଣ୍ଡେଇ ଥାଆନ୍ତି। ଆଉ କର୍ମଜୀବୀ ମହିଳାଙ୍କ କଥା ନ କହିବା ଭଲ। ସେମାନଙ୍କୁ ଆହୁରି ସଂଘର୍ଷ କରିବାକୁ ପଡ଼େ, ଉଭୟ ଘରେ ଓ ବାହାରେ। ତେଣୁ ସମୟ ସ୍ରୋତରେ ଭାସିଭାସି ଯାଉଥିବା ପ୍ରତିଟି ମଣିଷକୁ ଆଗକୁ ବଢ଼ିବାକୁ ହେଲେ ଅନ୍ୟ ମଣିଷଠୁ ଭଲପାଇବା ଓ ସହାନୁଭୂତି ନିହାତି ଆବଶ୍ୟକ।
ନୂଆ କଥା, ନୂଆ ଜିନିଷ ପାଇଁ ସବୁବେଳେ ଆଗ୍ରହ ଥାଏ, ଆବିଳତା ଥାଏ। ସେମିତି ନୂଆ ସମ୍ପର୍କଟିଏ ପାଇଁ ବି ମଣିଷ ବେଶ୍‌ ଉତ୍ସୁକ ଥାଏ। ହେଲେ କେବେକେବେ ସମ୍ପର୍କ ଆଗକୁ ବଢ଼େ,କେବେ ବଢ଼େନି। ଆଉ କେବେ ସମ୍ପର୍କ ଅଧା ରାସ୍ତାରେ ଅଣନିଃଶ୍ୱାସୀ ହୁଏ। କେବେ ଘରୋଇ ହିଂସା, କେବେ ଯୌତୁକ ନିର୍ଯାତନା, କେବେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ନିଜନିଜ ପାଇଁ ସମ୍ମାନ, ଭଲପାଇବା ନ ରହିବା ପାଇଁ ବି ସମ୍ପର୍କ ସ୍ଥାୟୀ-ଅସ୍ଥାୟୀ ଭାବେ ବାଟବଣା ହୁଏ। କିଛି ଆପୋଷ ବୁଝାମଣାରେ ବିବାହ ବିଚ୍ଛେଦକୁ ଆପଣାନ୍ତି ତ ଆଉ କିଛି ସମାଧାନର ବାଟ ପାଇଲେ ବି ଲୋକଲଜ୍ଜାକୁ ଚାହିଁ ପଡ଼ିରୁହନ୍ତି। ଏସବୁ ଭିତରେ ସେଇ ଗୋଟିଏ ଖିଅ ଥାଏ, ଉଭୟ ଉଭୟଙ୍କୁ ବୁଝିବା, ସମ୍ମାନ ଦେବା ଆଉ ଉଭୟଙ୍କ ପରିବାରକୁ ଆପଣାଇବା। ଯେଉଁ ସମ୍ପର୍କରେ ଏତିକି କଥା ଠିକ୍‌ ରୁହେ ସେଠି ସମ୍ପର୍କରେ ତିକ୍ତତା ରହିବା ଖୁବ୍‌ କମ୍‌ ଦେଖିବାକୁ ମିଳେ।
ମୁମ୍ବାଇ, ମୋ-୯୩୩୮୫୬୬୫୮୭


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri