ଅନୁଭୂତି: ମହାପ୍ରଭୁଙ୍କ ସେବା ଲାଗି ଜ୍ୱର ଭଲ ହୋଇଯାଇଥିଲା

ମହାପ୍ରଭୁଙ୍କ ଅଣସର ଗୁପ୍ତ ନୀତି ପାଇଁ ପରମ୍ପରା ମୁତାବକ ବଡ଼ ଓଡ଼ିଆ ମଠ ଫୁଲୁରି ତେଲ ଯୋଗାଇ ଦେଉଛି। ମହାପ୍ରଭୁଙ୍କ ଏହି ଅନନ୍ୟ ସେବା କରିଆସୁଥିବା ବଡ଼ ଓଡ଼ିଆ ମଠର ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ବାମୀ ଅନେକ ଅନୁଭୂତି ସାଉଣ୍ଟିଛନ୍ତି। ଏକ ଅଭୁଲା ଅନୁଭୂତି ସମ୍ପର୍କରେ ସେ କହିଛନ୍ତି, ୨୦୦୭ ମସିହା ରଥଯାତ୍ରା ସମୟର କଥା। ତିନିରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା। ଏହାପରେ ମଠ ପକ୍ଷରୁ ଯାହା ବିଧି ଥିଲା ତାହା ସମ୍ପନ୍ନ କରି ରଥଯାତ୍ରା ପରଦିନ ରାତି ପ୍ରାୟ ୧୨ଟାରେ ଅନ୍ୟ ମଠ ମହନ୍ତଙ୍କ ସହ ମୁଁ ଫେରୁଥାଏ। ପ୍ରବଳ ବର୍ଷା ଯୋଗୁ ବଡ଼ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥାଏ। ରାତିରେ ସେହି ପାଣିରେ ଚାଲି ଚାଲି ଆସୁଥାଏ। ମଝିରେ ଅସରାଏ ବର୍ଷା ବି ହେଲା। ହେଲେ କେଉଁଠି ଆଶ୍ରୟ ନ ନେଇ ସେହି ବର୍ଷାରେ ଓଦା ହୋଇ ମଠରେ ପହଞ୍ଚତ୍ଲି। ସକାଳକୁ ପ୍ରବଳ ଜ୍ୱର। ଆଉ ଦୁଇଦିନ ପରେ ହେରାପଞ୍ଚମୀ। ଆସନ୍ତାବର୍ଷ ପାଇଁ ଫୁଲୁରି ତେଲ ଲାଗି ସାମଗ୍ରୀ ପ୍ରସ୍ତୁତ କରାଯାଇ ମାଟିତଳେ ପୋତାଯିବ। ଏହି କଥା ଭାବୁଥାଏ। ହେଲେ ଜ୍ୱର ବଢୁଥାଏ ସିନା କମୁ ନ ଥାଏ। ହେରାପଞ୍ଚମୀ ଦିନ ସକାଳୁ ଜ୍ୱର ଏତେମାତ୍ରାରେ ଥିଲା ଯେ, ଉଠିବା ପାଇଁ ଆଦୌ ଇଚ୍ଛା ହେଉ ନ ଥାଏ। ସକାଳୁ ଜଣେ ଡାକ୍ତର ମଠରେ ପହଞ୍ଚତ୍ଲେ। ସେ ଜ୍ୱର ମାପି କିଛି ଔଷଧପତ୍ର ଦେଇ ବସିଥାନ୍ତି। ମୁଁ ମୁହଁ ତଳକୁ କରି ଶୋଇଥାଏ। ସେଇଠି ମହାପ୍ରଭୁଙ୍କୁ ସ୍ମରଣ କଲି। ପ୍ରଭୁ, ମୋତେ ଗୋଟିଏ ସେବା କରିବାର ସୁଯୋଗ ଦେଲ। ହେଲେ ଆଜି ଏମିତି ଅବସ୍ଥା ଯେ ସେହି ସେବା କରିବା ମୋ ପକ୍ଷେ ସମ୍ଭବ ହେଉନି। ଯାହା କରୁଛ କର, ମାତ୍ର ୨ଘଣ୍ଟା ପାଇଁ ମୋତେ ଟିକେ ସୁସ୍ଥ କରିଦିଅ। ଫୁଲୁରି ତେଲ ପ୍ରସ୍ତୁତି ବିଧି ସରିବା ପରେ ବରଂ ଦେହ ଖରାପ ହେଉ। ଯଦି କିଛି କର୍ମଫଳ ଅଛି ମୁଁ ଭୋଗିବାକୁ ପ୍ରସ୍ତୁତ ବୋଲି ଏମିତି ମନେ ମନେ ଠାକୁରଙ୍କୁ ଡାକୁଥାଏ। ଏହାପରେ ଯାହା ଘଟିଲା ଆଜି କହିବା ବେଳକୁ ଦେହ ଶୀତେଇ ଯାଉଛି। ହଠାତ୍‌ ମୁଁ କିଛି ଜାଣିପାରିଲିନି। ହେଲେ ଅନୁଭବ କଲି ଜଣେ ତ୍ରିପଣ୍ଡ କଳା (ସୁନ୍ଦର ଚେହେରା), ବୟସ୍କ ବ୍ୟକ୍ତି ମୋ’ ମୁଣ୍ଡଠାରୁ ପିଠି ପର୍ଯ୍ୟନ୍ତ ହାତ ମାରିଦେଲେ। କହିଲେ କିଛି ହେବନି, ଯଦି ମୋ’ ପାଖରେ ତୁ ସମ୍ପୂର୍ଣ୍ଣ ସମର୍ପିତ ତେବେ ମୋ’ ଉପରେ କ’ଣ ଭରସା ନାହିଁ? ମୋ’ ସେବା କରିବା ପାଇଁ ତତେ ଆଣିଛି ପରା। ତୁ ସେହି ସେବା କରିବୁ, ଏତିକି କହି ପୁଣି ଆଉଁଷି ଦେଇ କେଉଁଆଡେ ଚାଲିଗଲେ। ହଠାତ୍‌ ମୋ’ ନିଦ ଭାଙ୍ଗିଗଲା। ଘର ଆଲୋକିତ ହୋଇଗଲା ଆଉ ଚନ୍ଦନ, କର୍ପୂର, କସ୍ତୁରୀ ମହମହ ହୋଇ ବାସିଲା। ଡାକ୍ତର ବି ସେଇଠି ବସିଛନ୍ତି। ସେ ବି କହିଲେ କଣ ଗୋଟିଏ ବାସ୍ନା ହେଲା। ଏହାପରେ ଉଠିବସିଲି। କହିଲି ଗାଧୋଇବି। ଡାକ୍ତର କହିଲେ ଜ୍ୱର ଏତେ ଅଛି, ଗାଧୋଇବ କଣ? କହିଲି, ନା କିଛି ନାହିଁ। ସେତେବେଳକୁ ଜ୍ୱର ସମ୍ପୂର୍ଣ୍ଣ ଛାଡ଼ିଯାଇଥିଲା। ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଏହାପରେ ଗାଧୋଇ ଫୁଲୁରି ତେଲ ପ୍ରସ୍ତୁତିର ସବୁ କର୍ମ ଶେଷ କରିବାର ପ୍ରାୟ ଘଣ୍ଟାଏ ପରେ ପୁଣି ଯେଉଁ ଜ୍ୱରକୁ ସେହି ଜ୍ୱର। ଧୀରେ ଧୀରେ ପ୍ରାୟ ୩ଦିନ ପରେ ପୁଣି ସମ୍ପୂର୍ଣ୍ଣ ସୁସ୍ଥ ହେଲି। ଏହା କେବଳ ମହାପ୍ରଭୁଙ୍କ ଇଚ୍ଛା ବୋଲି ମହନ୍ତ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri