Posted inଖେଳ

ଅନୁପମାଙ୍କ ପାଇଁ ଏସିଆନ ଗେମ୍ସ ସମ୍ଭାବନା; ଓଡ଼ିଶା ଜୁଜୁଟ୍‌ସୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୫।୯(କ୍ରୀଡ଼ା ପ୍ରତିନିଧି)- ଦକ୍ଷିଣ କୋରିଆର ଚୁଙ୍ଗ୍‌ ଜୁଠାରେ ଅନୁଷ୍ଠିତ ବିଶ୍ୱ ମାର୍ଶାଲ ଆର୍ଟର ଅଲିମ୍ପିକ୍‌ ଭାବେ ବିବେଚିତ ହେଉଥିବା ମାଷ୍ଟରଶିପ୍‌ ପ୍ରତିଯୋଗିତାର ଜୁଜୁଟ୍‌ସୁ ଫାଇଟିଂ(କଣ୍ଟାକ୍ଟ )ରେ ବ୍ରୋଞ୍ଜ ପଦକ ଜିତିଥିବା ଅନୁପମା ଓଡ଼ିଶା ଫେରି ଆସିଛନ୍ତି। ପ୍ରଦର୍ଶନ ଆଧାରରେ ସେ ୨୦୨୨ ଏସିଆନ ଗେମ୍ସର ଜୁଜୁଟ୍‌ସୁ ଇଭେଣ୍ଟ ପାଇଁ ପ୍ରାରମ୍ଭିକ ଭାବେ ମନୋନୟନ ହୋଇଛନ୍ତି। କ୍ରମାଗତଭାବେ ସେ ଏହି ଇଭେଣ୍ଟରେ ଭଲ ପ୍ରଦର୍ଶନ ଜାରି ରଖିଲେ ଏସିଆନ ଗେମ୍ସ ପାଇଁ ଫାଇନାଲ ଟିକେଟ ପାଇ ପାରିବେ। ଏକାଧିକ କ୍ରୀଡ଼ାରେ ଜାତୀୟ/ଅନ୍ତର୍ଜାତୀୟ ସଫଳତା ଲାଭ କରିଥିବା ଅନୁପମା ଏଥିପାଇଁ ବେଶ୍‌ ଆଶାବାଦୀ। ନିଜର ସଫଳତା ପାଇଁ ସେ ସମସ୍ତ ଶ୍ରେୟ କୋଚ୍‌ ଡ. ହରିପଟ୍ଟନାୟକଙ୍କୁ ଦେଇଛନ୍ତି। ଉପଯୁକ୍ତ ଟ୍ରେନିଂ ନେଲେ ସେ ନିଶ୍ଚିତ ବଡ଼ ପ୍ରତିଯୋଗିତାରେ ପ୍ରତିପକ୍ଷ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିପାରିବେ ବୋଲି ଦୃଢ଼ତାର ସହ କହିଛନ୍ତି ଏହି ଓଡ଼ିଆ ଯୁବତୀ। ଜୁଜୁଟ୍‌ସୁ ନଓ୍ବୋଜା ବିଭାଗରେ ମଧ୍ୟ ସେ ଭାଗନେଇ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ। ତେବେ ଅଳ୍ପକେ ପଦକ ହାସଲରୁ ବଞ୍ଚତ୍ତ ହୋଇଥିଲେ। ଯୁବ ବୟସରେ ଏପରି ଏକ ବଡ଼ ସଫଳତା ତାଙ୍କୁ ବେଶ୍‌ ଉତ୍ସାହିତ କରିଛି। ବିଶ୍ୱ ସଂଘଦ୍ୱାରା ଅନୁପମାଙ୍କୁ ବିଶ୍ୱର ଜଣେ ଏଲାଇଟ ଖେଳାଳିଭାବେ ସ୍ବିକୃତି ମିଳିଥିବାରୁ ତାଙ୍କର ସମସ୍ତ ଖର୍ଚ୍ଚ ଓ୍ବାଲର୍‌ଡ ମାର୍ଶାଲ ଆର୍ଟ ମାଷ୍ଟରଶିପ୍‌ ଆୟୋଜକ କମିଟି ବହନ କରିଥିଲା।
ଅନୁପମାଙ୍କୁ ଉତ୍କଳ କରାଟେ ସ୍କୁଲ ପରିସରରେ ବୁଧବାର ଓଡ଼ିଶା ଜୁଜୁଟ୍‌ସୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆ ଯାଇଛି। ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଶା ଜୁଜୁଟ୍‌ସୁ ସଂଘ ସଭାପତି ଗୌରୀ ମହାନ୍ତି, ଉପସଭାପତି ଚିତ୍ତରଞ୍ଜନ ସ୍ବାଇଁ, କୋଚ୍‌ ହରିପ୍ରସାଦ, ହିମାଂଶୁ ଶେଖର ଦାସ, ମୀର ଅଜମତ ଅଲୀ, ଅବିନାଶ ପୁନ୍ଦିର, ଯିଶୁକର, ଜାନକି ବଲ୍ଲଭ ମିଶ୍ର, ଦେବାଶିଷ ଆଚାର୍ଯ୍ୟ, ଅନ୍ତର୍ଜାତୀୟ କରାଟେକା ଦିଲୀପ କୁମାର ଜେନା, ସୁସ୍ମିନି ପାଲଟାସିଂ, ସିନ୍ଧୁତନୟା ଖୁଣ୍ଟିଆ, ମଧୁପ୍ରିୟା, ଅନ୍ତର୍ଜାତୀୟ ଭାରୋତ୍ତୋଳନକାରୀ ଶୁଭସ୍ମିତା ମହାନ୍ତି ପ୍ରମୁଖ ଏହି ସମ୍ବଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ। ଓଡ଼ିଶା ପୋଲିସରେ କାର୍ଯ୍ୟରତ ଅନୁପମା ଜୁଜୁଟ୍‌ସୁ ବ୍ୟତୀତ ଏସୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଏବଂ କରାଟେରେ ରାଜ୍ୟଗୋଷ୍ଠୀ ପଦକ ମଧ୍ୟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri