ଅନୁପଙ୍କ ରିମାଣ୍ଡ ଅବଧି ଶେଷ: ସହଯୋଗ ନ କରି ପୋଲିସକୁ ଭୁଆଁ ବୁଲାଇଲେ

ଝାରସୁଗୁଡ଼ା ଅଫିସ,୨୩ା୨: ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ବବ୍‌ଲି ହତ୍ୟା ଘଟଣାରେ ଛତିଶଗଡ଼ ପୋଲିସ ଏବେ ଚିନ୍ତାରେ ପଡିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ପୋଲିସ ନିକଟରେ ପ୍ରଥମେ ନିଜ ଦୋଷ ସ୍ବୀକାର କରିଥିଲେ। ଏଣୁ ପୋଲିସ ଉଭୟଙ୍କୁ ରିମାଣ୍ଡରେ ଆଣି ସାମ୍ନାସାମ୍ନି ବସାଇ ପଚାରାଉଚରା କରିଥିଲା। ବର୍ଦ୍ଧନଙ୍କ ଦିନିକିଆ ରିମାଣ୍ଡ ଅବଧି ଶେଷ ପରେ ତାଙ୍କୁ ପୋଲିସ ଜେଲ ପଠାଇ ଦେଇଛି। ଶନିବାର ଅନୁପଙ୍କ ୩ ଦିନିଆ ରିମାଣ୍ଡ ସରିଛି। ହେଲେ ଏହି ରିମାଣ୍ଡ ସମୟ ଭିତରେ ଅନୁପ ପୋଲିସକୁ ସହଯୋଗ ନ କରି ଭୁଆଁ ବୁଲାଇଛନ୍ତି। ଅସୁସ୍ଥ ଆଳ ଦେଖାଇ ଅନୁପ ଅଧିକାଂଶ ପ୍ରଶ୍ନରେ ଚୁପ୍‌ ରହିଥିଲେ। ଏଣୁ ତାଙ୍କଠାରୁ ଅଧିକା ତଥ୍ୟ,ପ୍ରମାଣ ଯୋଗାଡ଼ କରିବାରେ ପୋଲିସ ଉଦ୍ୟମ ଶେଷରେ ଫେଲ୍‌ ମାରିଛି।

ଗତ ବୁଧବାର କୋର୍ଟ ଅନୁପଙ୍କୁ ୩ ଦିନ ଓ ବର୍ଦ୍ଧନଙ୍କୁ ଗୋଟିଏ ଦିନ ଲାଗି ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ଦେଇଥିଲେ। ଗୁରୁବାର ବର୍ଦ୍ଧନଙ୍କ ରିମାଣ୍ଡ ଅବଧି ଶେଷ ହୋଇଥିଲା। ଶନିବାର ଅନୁପଙ୍କ ରିମାଣ୍ଡ ଅବଧି ଶେଷ ହେବାରୁ ଅପରାହ୍ନରେ ପୋଲିସ କୋର୍ଟରେ ହାଜର କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି। ତେବେ ଉଭୟ ବର୍ଦ୍ଧନ ଓ ଅନୁପଙ୍କଠାରୁ ରିମାଣ୍ଡ ଅବଧି ମଧ୍ୟରେ ପୋଲିସ କୌଣସି ନୂଆ ତଥ୍ୟ ପାଇ ନ ଥିବା ଆଲୋଚନା ହେଉଛି। ବରଂ ଅଭିଯୁକ୍ତଦ୍ୱୟ ପୋଲିସକୁ ବାଟବଣା କରିବାକୁ ଉଦ୍ୟମ କରିଥିଲେ, ଯାହା ଖୋଦ୍‌ ରାୟଗଡ ଏସ୍‌ପି ସନ୍ତୋଷ ସିଂ ସ୍ବୀକାର କରିଛନ୍ତି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଆଉଥରେ ରିମାଣ୍ଡରେ ଆଣିବାକୁ ପୋଲିସ ପଦକ୍ଷେପ ନେବ ବୋଲି ସେ କହିଛନ୍ତି। ଅନୁପଙ୍କ ନାର୍କୋ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରାଯାଇଛି। ମଙ୍ଗଳବାର ଏହାର ଶୁଣାଣି ଅଛି। ପୋଲିସ ନିକଟରେ ଯାହା ତଥ୍ୟ ଓ ପ୍ରମାଣ ରହିଛି ତାହା ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଯାଉଛି ବୋଲି ସେ କହିଛନ୍ତି।

ତୃତୀୟ ବ୍ୟକ୍ତିଙ୍କୁ ନେଇ ପ୍ରଶ୍ନବାଚୀ
ଏହି ଡବଲ ମର୍ଡର ଘଟଣାର ଗୁମର ଫିଟୁଥିଲେ ହେଁ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ନାମ ସ୍ପଷ୍ଟ ଜଣାପଡିନାହିଁ। ଛତିଶଗଡ଼ ପୋଲିସ ପୂର୍ବତନ ବିଧାୟକ ଅନୁପ ସାଏ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି କହୁଥିବା ବେଳେ ତାଙ୍କ ଡ୍ରାଇଭର ବର୍ଦ୍ଧନ ତାଙ୍କୁ ସହଯୋଗ କରିଥିବା ଦର୍ଶାଉଛି। ଉଭୟଙ୍କୁ ଜେରା ବେଳେ ଏହି ଘଟଣାରେ ଆଉ ଜଣେ ବ୍ୟକ୍ତି ସମ୍ପୃକ୍ତ ଥିବା ସେମାନେ କୁଆଡ଼େ ଦର୍ଶାଇଥିଲେ। ହେଲେ ପୋଲିସ ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବା ବେଳେ ଆଉ କିଛି ତଥ୍ୟ ଦେଲେ ନାହିଁ। ଫଳରେ ଛତିଶଗଡ଼ ପୋଲିସର ଅକଲଗୁଡୁମ ହୋଇଯାଇଛି। ସେହିପରି ଏହି ଘଟଣାରେ ସମ୍ପୃକ୍ତ ତୃତୀୟ ବ୍ୟକ୍ତିଙ୍କୁ ପୋଲିସ ନିଜ ସ୍କାନରରେ ରଖିଥିବା ଗଣମାଧ୍ୟମକୁ କହିଥିଲା। ଏବେ କିନ୍ତୁ ପୋଲିସ ପାଖରୁ କିଛି ସୂଚନା ମିଳୁନାହିଁ। ଫଳରେ ପୋଲିସର ତଦନ୍ତ ବାଟବଣା ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଅନୁପଙ୍କ ସମ୍ପର୍କୀୟଙ୍କ ଉପରେ ନଜର
ଅନୁପ ସାଏ ଓ ବର୍ଦ୍ଧନ ଟପ୍ପୋଙ୍କଠାରୁ ସତ ଓକାଳିବାରେ ଛତିଶଗଡ଼ ପୋଲିସ ବିଫଳ ହେବାପରେ ପୋଲିସ ଅନ୍ୟ ବାଟ ବାହାର କରିଛି। ଅନୁପ ଓ ବର୍ଦ୍ଧନଙ୍କ ସମ୍ପର୍କୀୟମାନଙ୍କୁ ପଚରା ଉଚରା କରି ସେମାନଙ୍କ ନିକଟରୁ ତଥ୍ୟ ଓ ପ୍ରମାଣ ଯୋଗାଡ କରିବାକୁ ଯୋଜନା ରଖିଛି। ଏଥିପାଇଁ ପୋଲିସ ସେମାନଙ୍କ କେତେକ ସମ୍ପର୍କୀୟଙ୍କୁ ନୋଟିସ ପଠାଇ ଥାନାକୁ ଡାକିଛି। ଏଥିପାଇଁ ପୋଲିସ ନିଜକୁ ପ୍ରସ୍ତୁତ କରୁଥିବା ଜଣାପଡିଛି।

ବୋଲେରୋ, ଲୁହାରଡ଼ ଚିନ୍ତା
ଏହି ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀକୁ ଜବତ କରିବା ପାଇଁ ପୋଲିସ ତତ୍ପରତା ଦେଖାଇଛି। ହତ୍ୟାକାଣ୍ଡରେ ବୋଲେରୋ, ଇନୋଭା ସହ ଏକ ଲୁହା ରଡ଼ ବ୍ୟବହୃତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା। ପୋଲିସ କେବଳ ଇନୋଭା ଜବତ କରିବାରେ ସକ୍ଷମ ହୋଇଛି। ହେଲେ ବୋଲେରୋ ଓ ଲୁହା ରଡ଼କୁ ଜବତ କରିପାରିନାହିଁ। ବୋଲେରୋକୁ ଜବତ ପାଇଁ ପୋଲିସର ଏକ ଟିମ୍‌ ଗୁଜରାଟ ଯାଇଛି। ଏବେ ବୋଲେରୋ ଯାହାଙ୍କ ମାଲିକାନାରେ ରହିଛି ତାଙ୍କୁ ନୋଟିସ ଦିଆଯାଇଥିବା ଶନିବାର ରାୟଗଡ ଏସ୍‌ପି ସନ୍ତୋଷ ସିଂ କହିଛନ୍ତି। ବୋଲେରୋ ଏବଂ ଲୁହାରଡ୍‌ ଖୋଜିବାକୁ ପୋଲିସର ନିଦ ହଜିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାରାୟଣପାଟଣା ଆଇଆଇସି ନିଲମ୍ବିତ

ଜୟପୁର, ୨।୨(ନି.ପ୍ର.): କୋରାପୁଟ ଜିଲା ନାରାୟଣପାଟଣା ଆଇଆଇସି ରଞ୍ଜିତ ସାହୁ ନିଲମ୍ବିତ ହୋଇଛନ୍ତି। ଲକ୍ଷ୍ମୀପୁର ଏସ୍‌ବିଆଇ ବ୍ୟାଙ୍କ ଲକର୍‌ରୁ ସୁନା ଚୋରି ଘଟଣାରେ ପୋଲିସ ପକ୍ଷରୁ...

କାର୍ଯ୍ୟକ୍ଷମ ହେଉନି ହଳଦିଆପଦର ନୂତନ ବସ୍‌ଷ୍ଟାଣ୍ଡ

ଛତ୍ରପୁର,୨୫।୯(ଡି.ଏନ.ଏ.): ଗଞ୍ଜାମ ଜିଲାର ପ୍ରମୁଖ ବ୍ରହ୍ମପୁର ସହର ପାଇଁ ନିର୍ମିତ ହଳଦିଆପଦର ନୂତନ ବସ୍‌ଷ୍ଟାଣ୍ଡ ଉଦ୍‌ଘାଟନ ପରଠାରୁ ହିଁ କାର୍ଯ୍ୟକ୍ଷମ ହୋଇନି । ଫଳରେ ବର୍ଷବର୍ଷ...

ଅବହେଳିତ ଅବସ୍ଥାରେ ମା’ ଭଣ୍ଡାରଘରଣୀଙ୍କ ମୂଳପୀଠ

ନନ୍ଦାହାଣ୍ଡି,୨।୯(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାରଘରଣୀ। ନବରଙ୍ଗପୁର ଜିଲାବାସୀଙ୍କ ସହାୟତା ଓ ଚେଷ୍ଟା ଫଳରେ ନବରଙ୍ଗପୁର ସହର ମଝିରେ ମାଁ ଙ୍କର ଅତି ସୁନ୍ଦର...

ପୋଲିସ ଦେଖି ଦ୍ରୁତ ବାଇକ୍‌ ଚାଳନା, ସଚେତନ କଲେ ପ୍ରଶାସନ

ଜଟଣୀ,୫ା୪(ଡି.ଏନ୍‌.ଏ.): କରୋନା ମୁକାବିଲା ଲାଗି ଲକଡାଉନ ଘୋଷଣା ହୋଇଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିଛି। ଏଥିରେ ମଧ୍ୟ ଭିଡ ଜମିବାରୁ ସହରର ପ୍ରାୟ ହାଟ, ବଜାରକୁ...

ଉତ୍ତର ଘୁମୁସର ବନଖଣ୍ଡ ଜଳୁଛି

ଭଞ୍ଜନଗର,୩ା୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଦୁର୍ଗାପ୍ରସାଦ ଏବଂ ମୁଜାଗଡ ସେକ୍ସନର ଏକାଧିକ ଜଙ୍ଗଲରେ ଗୁରୁବାର ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଦୁର୍ଗାପ୍ରସାଦ...

ରାଜଧାନୀରେ ମର୍ଡର: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ରାଜଧାନୀରେ ମର୍ଡର ହୋଇଛି। ରବିବାର ବିଳମ୍ବିତ ରାତିରେ ଗୋଟିଏ ପରିବାରକୁ ଦୁର୍ବୃତ୍ତମାନେ ଛୁରାରେ ଆକ୍ରମଣ କରିଛନ୍ତି। ଫଳରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ...

୨ ଘଣ୍ଟାରେ ବେପାର ସରେ

ପିଲାବେଳେ ବାପାଙ୍କୁ ଦୋକାନରେ ସହଯୋଗ କରୁଥିଲେ। ତାଙ୍କଠାରୁ ସ୍ବାଦିଷ୍ଟ ଜଳଖିଆ ତିଆରି କରିବା ଶିଖିଥିଲେ। ଟିକେ ବଡ଼ ହେବା ପରେ ନିଜେ ଏହି ବ୍ୟବସାୟ ଆରମ୍ଭ...

ଦୁଇ ସ୍ଥାନରୁ ୬ ଲକ୍ଷ ୪୦ ହଜାର ଲୁଟ୍‌

ଭଦ୍ରକ ଅଫିସ, ୨୮।୧୦ : ଭଦ୍ରକ ଜିଲାର ଦୁଇଟି ସ୍ଥାନରୁ ସୋମବାର ଲୁଟେରାମାନେ ୬ ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ତରିକା...

Advertisement
Archives

Model This Week