ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ରକୁ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ରାଷ୍ଟ୍ରୀୟ କୃଷି ବିଜ୍ଞାନ ପ୍ରୋତ୍ସାହନ ପୁରସ୍କାର

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧୀନ ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ରକୁ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ରାଷ୍ଟ୍ରୀୟ କୃଷି ବିଜ୍ଞାନ ପ୍ରୋତ୍ସାହନ ପୁରସ୍କାର ମିଳିଛି। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅଟାରି ଜୋନ୍‌-୫ର ଶ୍ରେଷ୍ଠ କୃଷି ବିଜ୍ଞାନ କେନ୍ଦ୍ର ଭାବେ ଏହି କେନ୍ଦ୍ରକୁ ସମ୍ମାନିତ କରାଯାଇଛି। ପରିଷଦର ୯୧ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କଠାରୁ ଓୟୁଏଟି କୁଳପତି ଡ. ପବନ କୁମାର ଅଗ୍ରୱାଲ ଏବଂ କୃଷି ବିଜ୍ଞାନ କେନ୍ଦ୍ର ଅନୁଗୋଳର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ. ବିନୀତା ଶତପଥୀ ଏହି ସମ୍ମାନ ଗ୍ରହଣ କରିଥିଲେ। ଏହି ଅବସରରେ ନବପ୍ରବର୍ତ୍ତକଙ୍କର ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଯେଉଁଥିରେ ଓଡ଼ିଶାର ୧୦ ଜଣ ଅଗ୍ରଣୀ କୃଷକ ଭାଗ ନେଇ ନିଜ ଦ୍ୱାରା ବିକଶିତ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରିଥିଲେ। ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠାନ ହେବା ଦିନଠାରୁ ଚାଷୀ ଓ ଚାଷର ଉନ୍ନତି ପାଇଁ କାମ କରି ଆସୁଅଛି। ଏହା ଅନୁଗୋଳ ଜିଲାରେ ଫସଲ ବିବିଧିକରଣରେ ଡାଲିଜାତୀୟ ଏବଂ ତୈଳବୀଜ ଫସଲର ଉପତ୍ାଦିକା ବୃଦ୍ଧି ସହ ଧାନ ଚାଷ ପରବର୍ତ୍ତୀ ଖାଲି ଜମିରେ ଚାଷର ପ୍ରସାର ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଛି। ସୂଚନାଯୋଗ୍ୟ, ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଜୋନ୍‌-୫ରେ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ୫୯ଟି କୃଷି ବିଜ୍ଞାନ କେନ୍ଦ୍ର ଅନ୍ତର୍ଭୁକ୍ତ। ନିକଟରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏହି ଉତ୍ସବରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଡାଇରେକ୍ଟର ଜେନରାଲ ଡ. ତ୍ରିଲୋଚନ ମହାପାତ୍ର, ଜୋନ୍‌ ୫ର ମୁଖ୍ୟ ଡ. ଏସ୍‌. ଏସ୍‌. ସିଂ, ଓୟୁଏଟି କୃଷି ସଂପ୍ରସାରଣ ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଡ. ପ୍ରଭାତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଳ୍ପ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ, ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ

ବଲାଙ୍ଗୀର,୧୬।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ ମଙ୍ଗଳବାର ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ସ୍ଥାନୀୟ ଟ୍ରକ ମାଲିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ…

ଭାତହାଣ୍ଡିର ଚାଷୀଙ୍କୁ ହତାଦର, ମାସେ ପରେ ବି ମିଳିପାରିନି ଟୋକନ

ବରଗଡ଼,୧୬।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି । ଆଉ ୨ସପ୍ତାହ ପରେ ଏହି ପ୍ରକ୍ରିୟା ସରିଯିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ…

‘ଇରାନ ସହ ଚୁକ୍ତି କରିଛି ଆମେରିକା, ହେଲେ ଆମେରିକା ଉପରେ ଭରସା ନାହିଁ’, କାହିଁକି ଏମିତି ଚେତାବନୀ ଦେଲା CIA? ଜାଣନ୍ତୁ…

ଓ୍ବାଶିଂଟନ,୧୬।୬: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧକୁ ଏଡାଇବା ପାଇଁ ଏକ ଚୁକ୍ତି ହୋଇଛି, କିନ୍ତୁ ଆମେରିକାରେ ସମସ୍ତେ ଏହି ଚୁକ୍ତି ଉପରେ ଆସ୍ଥା ପ୍ରକଟ କରିନାହାଁନ୍ତି।…

ଗୋଟିଏ ଦିନରେ ୨ଟି ପ୍ଲେନ କ୍ରାଶ, ଉଡୁଥିବା ବେଳେ ହଠାତ୍ ଜଙ୍ଗଲରେ ଖସି ପଡ଼ିଲା

ମସ୍କୋ,୧୬।୬: ଆମେରିକା ପରେ ଏବେ ଏକ ରୁଷିଆର Tu-22M3 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏନେଇ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । Tu-22M3 ବିମାନଟି…

‘ରାହୁଲ ଗାନ୍ଧୀ ନିଜେ ଏକ ବଡ଼ ପରିହାସ’: କଂଗ୍ରେସକୁ ଟାର୍ଗେଟ କଲା DMK,ଦଳ ଉପରେ ଲଗାଇଲା ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୧୬।୬: ଦେଶବ୍ୟାପୀ ଚାଲିଥିବା ରାଜନୈତିକ ଉଷ୍ମତା ମଧ୍ୟରେ, ବିରୋଧୀ ମେଣ୍ଟ (ଇଣ୍ଡିଆ ବ୍ଲକ) ଭିତରେ ଫାଟ ଏବେ ଖୋଲାଖୋଲି ଭାବରେ ଦେଖାଦେଇଛି। ତାମିଲନାଡୁରେ କ୍ଷମତା ହାସଲ କରୁଥିବା…

ପାଉଁଶ ବୋଝେଇ ହାଇୱାକୁ ପିଟିଲା ବାଇକ୍, ଡ଼ାକ୍ତରଖାନା ନେବା ବେଳେ ଅଧାବାଟରେ ମୃତ୍ୟୁ

ଲାଞ୍ଜିଗଡ,୧୬।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଛକ ନିକଟରେ ହାଇୱା ସହିତ ବାଇକ ଧକ୍କା ହୋଇଛି । ଚିକିତ୍ସାଧୀନ…

ଆମେରିକା-ଇରାନ ଶାନ୍ତି ଚୁକ୍ତିରେ ପୁଣି ନୂଆ ପେଞ୍ଚ; ଟ୍ରମ୍ପ ୩୦୦ ବିଲିୟନ ଡଲାର ପ୍ରଦାନ ଦାବିକୁ କହିଲେଣି…

ଓ୍ବାଶିଂଟନ,୧୬।୬: ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇଛି। ଏହି ଶାନ୍ତି ଚୁକ୍ତିନାମା ଅନୁଯାୟୀ, ଆମେରିକା ଇରାନକୁ ୩୦୦ ବିଲିୟନ ଡଲାର ସହାୟତା…

କ୍ଷଣିକରେ ଖୁସି ପାଲଟିଲା ଦୁଃଖ, ରୋଟାଭେଟରରେ କାଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ

ନୀଳଗିରି,୧୬।୬(ପ୍ରଶାନ୍ତ କୁମାର ବିଶ୍ବାଳ): ରୋଟାଭେଟରରେ କାଟି ହୋଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ନୂଆ ରୋଟାଭେଟର ଆଣି ଖୁସିରେ ଟ୍ରାଏଲ କରିବା ପରେ ବନ୍ଦକରିବାକୁ ଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri