ଅନୁଗୋଳ ଆସିଥିଲେ ନିଜାମୁଦ୍ଦିନ ଧର୍ମଗୁରୁ

ଅନୁଗୋଳ ଅଫିସ୍‌/ତାଳଚେର, ୩ା୪ – ଦିଲ୍ଲୀର ନିଜାମୁଦ୍ଦିନ ମରକଜ୍‌ଠାରେ ଯୋଗ ଦେଇଥିବା ମୁସଲିମ ସମ୍ପ୍ରଦାୟର ଧର୍ମଗୁରୁଙ୍କ ମଧ୍ୟରୁ ୫ଜଣ ମହିଳା ଓ ପୁରୁଷ ନିକଟରେ ଅନୁଗୋଳ ଆସିଥିବା ଜଣାପଡିଛି। ସେମାନେ ଜିଲାର ବିଭିନ୍ନ ଅଞ୍ଚଳକୁ ଯାଇ କେତେଜଣଙ୍କ ଘରେ ରହିବା ସହ ସ୍ଥାନୀୟ ମସଜିଦ୍‌କୁ ମଧ୍ୟ ଯାଇଥିଲେ। ଏ ନେଇ ତନାଘନା ପରେ ସନ୍ଦେହରେ ଜିଲାର ମୋଟ୍‌ ୩୧ ଜଣଙ୍କୁ ପ୍ରଶାସନ ପକ୍ଷରୁ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିବା ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି।
ଜିଲାପାଳ କହିଛନ୍ତି ଯେ, ସମ୍ପୃକ୍ତ ଧର୍ମଗୁରୁମାନେ ଗତ ମାର୍ଚ୍ଚ ୧୫ରେ ଅନୁଗୋଳ ଆସିବା ସହ ୨୦ ତାରିଖରେ ଜିଲା ବାହାରକୁ ଯାଇଥିଲେ। ସହର ଉପକଣ୍ଠ ବିଭିନ୍ନ ସ୍ଥାନ ସହ ନାଲ୍‌କୋ ଅଞ୍ଚଳ ଓ ତାଳଚେର ମଧ୍ୟ ଯାଇଥିଲେ। ତେଣୁ ସହର ଉପକଣ୍ଠର ୧୨ଜଣଙ୍କ ସହ ନାଲ୍‌କୋ ଅଞ୍ଚଳରୁ ୧୧ ଓ ତାଳଚେରରୁ ୮ଜଣଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଛି। ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଛି। ଏହାକୁ ନେଇ ଜିଲାବାସୀ ଭୟଭୀତ ହୁଅନ୍ତୁ ନାହିଁ। ଅନୁଗୋଳ ପୋଲିସ କହିଛି, ଧର୍ମଗୁରୁମାନେ ପଶ୍ଚିମବଙ୍ଗରୁ ଆସି ଜିଲାର ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି। କାଳେ ସେମାନେ ଦିଲ୍ଲୀରୁ ସିଧାସଳଖ ଅନୁଗୋଳ ଆସି ଧର୍ମ ଚର୍ଚ୍ଚା କରିଥିବେ ସେ ନେଇ ଜିଲା ପ୍ରଶାସନ ଆଶଙ୍କା କରି ଲୋକମାନଙ୍କୁ କ୍ବାରାଣ୍ଟାଇନ୍‌ କରିଛି। ଅନୁଗୋଳ ତହସିଲଦାର ନେହେରୁ ମାଝି, ପୌରପରିଷଦ ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା, ଅନୁଗୋଳ ଥାନା ଏସ୍‌ଆଇ ସତ୍ୟରଞ୍ଜନ ଲେଙ୍କା, ଅରକ୍ଷିତ ସେଠୀ ପ୍ରମୁଖ ସମ୍ପୃକ୍ତ ଲୋକମାନଙ୍କୁ କ୍ବାରାଣ୍ଟାଇନ୍‌ ସେଣ୍ଟରକୁ ଆଣିଥିବା ପୋଲିସ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିତ୍‌ ତଥା ସାମ୍ବାଦିକଙ୍କ ପରଲୋକ:ବିଭିନ୍ନ ମହଲରେ ଶୋକର ଛାୟା

ଖଣ୍ଡପଡ଼ା,୨୦ା୯(ସ୍ବ.ପ୍ର.): ବିଶିଷ୍ଟ ଶିକ୍ଷାବିତ୍‌ ତଥା ବରିଷ୍ଠ ଖବରଦାତା ପ୍ରଫୁଲ୍ଲ ଚନ୍ଦ୍ର ଦାଶ(୭୧)ଙ୍କ ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ରାହ୍ମଣ ସାହିସ୍ଥ ତାଙ୍କ ବାସଭବନରେ ଗୁରୁବାର ସକାଳେ ପରଲୋକ...

ବନ୍ୟା ପାଣିରେ ନିଆଁ

ବଲାଙ୍ଗୀର ସହର ନିକଟରେ କୌଣସି ନଦୀ ପ୍ରବାହିତ ହୋଇନାହିଁ। ସହର ମଧ୍ୟଦେଇ ଅଙ୍କାବଙ୍କା ହୋଇ ଲକ୍ଷ୍ମୀଯୋର ପ୍ରବାହିତ ହେଉଛି। ସାଧାରଣତଃ ସହରରେ ବନ୍ୟା ପ୍ରଭାବ ଦେଖାଯାଏ...

ରଥଯାତ୍ରାରେ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ବାହାର ଜିଲାରୁ ଆସିବେ ୨୨୩ ଡାକ୍ତର

ପୁରୀ ଅଫିସ,୨୪।୬: ଦୀର୍ଘ ଦୁଇ ବର୍ଷ ପରେ ଚଳିତବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ। ଏଥିରେ ବହୁ ସଂଖ୍ୟାରେ ଭକ୍ତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।...

ନୋଟ୍‌ ଦେଲେ ନେଗେଟିଭ୍‌

ଅନୁଗୋଳ ଅଫିସ, ୨୦।୧ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିନା ପରୀକ୍ଷାରେ ଲୋକଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ପ୍ରଦାନ କରାଯାଉଥିବା ନେଇ ସାଂଘାତିକ ଅଭିଯୋଗ...

ବିଧାୟକଙ୍କୁ ଆକ୍ରମଣ ଘଟଣା : ୫ ଗିରଫ

କେନ୍ଦୁଝର,୧୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ ହେଲେ...

୧୧ କେଭି ବିଦ୍ୟୁତ୍‌ ତାରକୁ ନେଇ ଉତ୍ତେଜନା

ଛେଣ୍ତିପଦା,୯ା୧୨ (ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗ୍ରାମରେ ଛିଣ୍ଡିପଡ଼ିଥିବା ୧୧ କେଭି ବିଦ୍ୟୁତ୍‌ ତାରକୁ ନେଇ ୨ ଦିନ ହେଲା ଉତ୍ତେଜନା ଦେଖାଦେଇଛି।...

ବ୍ୟଥା ବଢ଼ାଉଛି ବିଜୁଳି ବିଚ୍ଛିନ୍ନ

ଅମିତ କୁମାର ସାମଲ ଅନୁଗୋଳ ଅଫିସ, ୨୮।୪ – ତତଲା କଡ଼େଇରେ ପରିଣତ ହୋଇଛି ଅନୁଗୋଳ। ପାରଦ ୪୦ ଡିଗ୍ରୀ ପାର୍‌କଲାଣି। ଅସହ୍ୟ ଗ୍ରୀଷ୍ମପ୍ରବାହ କଲବଲ...

ବର୍ଷା ପାଇଁ ପୂଜାର୍ଚ୍ଚନା

କେନ୍ଦୁଝର,୭ା୬(ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ବଉଳମାଳ ଗ୍ରାମ ତଥା ଆଖପାଖ ଅଞ୍ଚଳରେ ବର୍ଷା ହୋଇ ନ ଥିବାରୁ ଚାଷୀକୁଳ ହତାଶ ହୋଇପଡ଼ିଛନ୍ତିା ଫଳରେ ଲୋକେ ବର୍ଷା...

Advertisement
Archives

Model This Week