ଅନୁଗୋଳରେ ଖୋଲିଲା ୧୯ ମଦ ଦୋକାନ

ଅନୁଗୋଳ ଅଫିସ, ୨୭।୫- ରାଜ୍ୟ ସରକାର ଅନ୍‌ଲାଇନ୍‌ରେ ବିକ୍ରି ପାଇଁ ଅନୁମତି ଦେବା ପରେ ଗତ ୩ ଦିନ ମଧ୍ୟରେ ଅନୁଗୋଳରେ ୧୯ଟି ମଦ ଦୋକାନ ଖୋଲିଛି। କିନ୍ତୁ ଅନ୍‌ଲାଇନ୍‌ ବଦଳରେ ଖୋଲାଖୋଲି ଗ୍ରାହକମାନେ ଦୋକାନରୁ ମଦ କିଣୁଥିବା ଦେଖାଯାଉଛି। ବୁଧବାର ଅପରାହ୍ନରେ ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟ ମଦ ଦୋକାନକୁ ଅନୁମତି ମିଳିବା ପରେ ଏଠାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି।
ନିୟମ ଅନୁଯାୟୀ ଅନ୍‌ଲାଇନ୍‌ରେ ଜଣେ ଗ୍ରାହକଙ୍କୁ ଅଢ଼େଇ ଲିଟର ବିଦେଶୀ ଓ ୫ ଲିଟର ବିୟରରୁ ଅଧିକ ଦିଆଯାଇ ପାରିବ ନାହିଁ। କିନ୍ତୁ ଅନୁଗୋଳରେ ତାହା ପାଳନ ହେଉନାହିଁ। ଗ୍ରାହକଙ୍କୁ ସିଧାସଳଖ ଦୋକାନରୁ ମଦ ବିକ୍ରି କରାଯାଉଛି। ବୁଧବାର ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟ ଦୋକାନରୁ ଦୁଇ ଜଣ ଯୁବକ ଦୁଇ ପେଟି ମଦ କିଣି ଏକ ବାଇକ୍‌ରେ ସହର ଉପକଣ୍ଠ କୁଇଓ ଆଡ଼କୁ ଯାଉଥିଲେ। ଏପରି ଦୃଶ୍ୟ ଅନୁଗୋଳ ତାହସିଲଦାର ନେହେରୁ ମାଝି ଦେଖିବା ପରେ ସେମାନଙ୍କ ପିଛା କରିଥିଲେ। ଏହା ଜାଣି ପ୍ରଗତିନଗର ନିକଟରେ ଦୁଇ ଯୁବକ ମଦ ପେଟି ପିଙ୍ଗି ଦେଇ ଚମ୍ପଟ ମାରିଥିଲେ। ପରେ ଅନୁଗୋଳ ପୋଲିସ ସେଠାରେ ପହଞ୍ଚତ୍ ମଦ ପେଟି ସହ ଭଙ୍ଗା ବୋତଲ ଗୋଟାଇ ଥାନାକୁ ଅଣିଥିଲା। ଏ ସମ୍ପର୍କରେ ଅବକାରୀ ଏସ୍‌ପି କ୍ରୀଷ୍ଣା ନାୟକ କହିଛନ୍ତି, ଜିଲାରେ ଏବେ ସୁଦ୍ଧା ୧୯ଟି ଦୋକାନ ଖୋଲିଛି। ବୁଧବାର ୭ଟି ଦୋକାନକୁ ଅନୁମତି ଦିଆଯାଇଛି। ଏଯାଏ ୨୬୭ ଜଣ ଅନ୍‌ଲାଇନ୍‌ରେ ଅର୍ଡର କିଣିଛନ୍ତି। ଯେଉଁ ଦୋକାନୀ କାଉଣ୍ଟରରୁ ସିଧାସଳଖ ଗ୍ରାହକଙ୍କୁ ବିକ୍ରି କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ଏସ୍‌ପି ନାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ତାଳଚେର,୨୨।୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri