ଅନୁଗୋଳରେ ଅଂଶୁଘାତ ମୃତ୍ୟୁ

ବନ୍ତଳା, ୧୬ା୫(ଡି.ଏନ.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ନୂଆଖେତା ସାରୁଆଳି ଗ୍ରାମ ନିକଟରେ ଶୁକ୍ରବାର ଅଂଶୁଘାତରେ ଜଣେ ମାଛ ବିକାଳିଙ୍କ ମୃତ୍ୟୁ ହୋଇଛି। ମୃତକ ବନ୍ତଳା ଅଞ୍ଚଳର ପ୍ରମୋଦ ସାହୁ(୪୫) ବୋଲି ଜଣାପଡିଛି। ଅପରାହ୍ନ ପ୍ରାୟ ୨ଟାରେ ସେ ମାଛ ବିକ୍ରି କରିବାକୁ ଯାଇଥିବାବେଳେ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଭାଇ ରାମଚନ୍ଦ୍ର ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶନିବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି। ତେବେ ଏହା ଅଂଶୁଘାତଜନିତ ମୃତ୍ୟୁ ବୋଲି ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଘନଶ୍ୟାମ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇକୋ ରିଟ୍ରିଟ୍‌ରେ ନିଆଁ

ନରସିଂହପୁର (ସ୍ବ.ପ୍ର.)/ଭୁବନେଶ୍ୱର,୧।୩(ବ୍ୟୁରୋ): କଟକ ଜିଲା ନରସିଂହପୁର ବ୍ଲକ ବାଲିପୁଟସ୍ଥିତ ସାତକୋଶିଆ ଇକୋ ରିଟ୍ରିଟ୍‌ରେ ରବିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟି ୩ ବିଳାସପୂର୍ଣ୍ଣ ଟେଣ୍ଟ ଜଳିଯାଇଛି।...

ବିପଦ ସଂକେତ ଟପିଲା ଜଳକା

ରୂପସା,୧୨।୯(ଡି.ଏନ.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲାରେ ପୁଣି ବନ୍ୟା ଆଶଙ୍କା ଦେଖାଦେଇଛି। ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳପତ୍ତନ...

ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ: ପୂଜକ ଗିରଫ

ପୁରୀ ଅଫିସ,୯।୧୦: ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଜଣେ ପୂଜକଙ୍କୁ ଗିରଫ କରାଯାଇଛି। ସେ ହେଲେ ସଂଗ୍ରାମ ଦାସ। ଗିରଫ ପରେ ତାଙ୍କୁ କୋର୍ଟଚାଲାଣ...

ପ୍ରଧାନ ଶିକ୍ଷକ ନିୟମିତ ସ୍କୁଲ ନ ଆସିବା ଘଟଣା: ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ ମାଗିଲେ ବିଇଓ; ଧରିତ୍ରୀ ପ୍ରଭାବ

ଭବାନୀପାଟଣା,୨୮।୮(ସ୍ବ.ପ୍ର.)-କଳାହାଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ସିନ୍ଦିପଦର ପଞ୍ଚାୟତ ବାର୍ଷିକୋଣା ନୂତନ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ରୋହିତ ମାଝି ନିୟମିତ ସ୍କୁଲ ଆସୁ ନ...

ବନ୍ଦ ଥିବା ବଜାର ଅଞ୍ଚଳ ବୁଲିଲେ ଜିଲାପାଳ

ବ୍ରହ୍ମପୁର ଅଫିସ, ୧୮ା୩ – କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଉଛି। ରବିବାରରୁ ଗଞ୍ଜାମ ଜିଲାରେ ଭିଡ ତଥା...

ମେଧାବୀ ଛାତ୍ରଙ୍କୁ ନାମଲେଖା ପାଇଁ ମିଳିଲା ସହାୟତା

ଆନନ୍ଦପୁର,୪।୮(ସ୍ବ.ପ୍ର.)-କେନ୍ଦୁଝର ଜିଲାପାଳ ଆଶିଷ ଠାକରେ କୃଷ୍ଣ ଚନ୍ଦ୍ର ହେମ୍ବ୍ରମ୍‌ ନାମକ ଜଣେ ମେଧାବୀ ଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ନାମଲେଖା ବାବଦରେ ସହାୟତା ଯୋଗାଇଦେଇଛନ୍ତି। ଜିଲାପାଳଙ୍କ ଏପରି...

୧୧୬୫ ମୂଲ୍ୟବାନ ଗଛକଟାରେ ସୀମିତ ରାସ୍ତା ନିର୍ମାଣ

ସୋନପୁର,୧୩।୨(ନି.ପ୍ର.) – ରାଜନୈତିକ ଓ ପ୍ରଶାସନିକ ଇଛାଶକ୍ତିର ଅଭାବ ଯୋଗୁଁ ସୁବର୍ଣ୍ଣପୁର ଜିଲାର ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁନି। ନିର୍ଦ୍ଧାରିତ ସମୟରେ କୌଣସି ପ୍ରକଳ୍ପ କାର୍ଯ୍ୟ...

ପାରଳାଖେମୁଣ୍ଡିରେ ଇ-ଫାଇଲିଂ ଷ୍ଟେଶନ

ପାରଳାଖେମୁଣ୍ଡି,୨୧।୩(ଡି.ଏନ.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲା କୋର୍ଟ ପରିସରରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ.ମୂରଲୀଧରଙ୍କ ଦ୍ୱାରା ଇ-ଫାଇଲିଂ ଷ୍ଟେଶନ ଉଦ୍‌ଘାଟିତ ହୋଇଯାଇଛି।...

Advertisement
Archives

Model This Week