ଅନିୟମିତ ଜୀବନଶୈଳୀ ଓ ଅପ୍ରଜନନତା

”ଏଣ୍ଡୋମେଟ୍ରିଓସିସ୍‌ ହେଉଛି ଏକ ସମାନ ପରିସ୍ଥିତି ଯେଉଁଠାରେ ଗର୍ଭାଶୟର ଲାଇନ ଏହାର ବାହାର ଆଡ଼କୁ ବୃଦ୍ଧି ପାଇବା ଆରମ୍ଭ ହୋଇଥାଏ(ଏଣ୍ଡୋମେଟ୍ରିଆଲ ଇମ୍‌ପ୍ଲାଣ୍ଟ), ଅତିଶୟ ଯନ୍ତ୍ରଣା ଏବଂ ଗର୍ଭଧାରଣ ଡିମ୍ବକୁ ରୋପଣ କରିବାରେ ବାଧା ସୃଷ୍ଟି କରିଥାଏ । ଏକ ପଲିସିଷ୍ଟିକ୍‌ ଓଭାରି ଡିଜିଜ୍‌(ପିସିଓଡି) ହେଉଛି ବର୍ତ୍ତମାନ କମ୍‌ ବୟସର ଯୁବତୀମାନଙ୍କ ମଧ୍ୟରେ ଦେଖାଯାଉଥିବା ଏକ
ସାଧାରଣ ପରିସ୍ଥିତି, ଯାହାକି ସ୍ତ୍ରୀ ଡିମ୍ବାଶୟ ବୃଦ୍ଧିର
ଏକ ପ୍ରମୁଖ କାରଣ ା“

-ଡା. ଲିପ୍‌ସା ମିଶ୍ର

ଜୀବନଶୈଳୀ ରୋଗ ଏବଂ ଅପ୍ରଜନନତା ମଧ୍ୟରେ ଯୋଗସୂତ୍ର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ କୈଶୋରଙ୍କ କ୍ଷେତ୍ରରେ ଏହା ଅପ୍ରଜନନତାର କାରଣ ହୋଇଥାଏ, ଯେଉଁଥିରେ ଆଡେନୋମାଓସିସ୍‌, ଏଣ୍ଡୋମେଟ୍ରିଓସିସ୍‌ ଏବଂ ପିସିଓଡି (ପଲିସିଷ୍ଟିକ୍‌ ଓଭାରି ଡିଜିଜ୍‌) ଅନ୍ତର୍ଭୁକ୍ତ। ଯେତେବେଳେ ଗର୍ଭାଶୟର ଆଭ୍ୟନ୍ତର ଲାଇନିଂ, ଯାହାକି ଏଣ୍ଡୋମେଟ୍ରିୟମ ୟୁଟେରିନ୍‌ ମସଲରେ ପ୍ରବାସ କରିଥାଏ, ସେତେବେଳେ ଏଣ୍ଡୋମେଟ୍ରିଆଲର ଗ୍ରହଣଶୀଳତା ହ୍ରାସ ପାଇଥାଏ ଏବଂ ଭୁଲ୍‌ ଧାରଣା ଅଧିକ ଜଟିଳ ହେବା ସହିତ ୟୁଟ୍ରିନ୍‌ କଣ୍ଟ୍ରାକ୍ସନର କାରଣ ହୋଇଥାଏ। ଉକ୍ତ ଅବସ୍ଥାକୁ ଆଡେନୋମାଓସିସ୍‌ କୁହାଯାଏ ।
ଏଣ୍ଡୋମେଟ୍ରିଓସିସ୍‌ ହେଉଛି ଏକ ସମାନ ପରିସ୍ଥିତି ଯେଉଁଠାରେ ଗର୍ଭାଶୟର ଲାଇନ ଏହାର ବାହାର ଆଡ଼କୁ ବୃଦ୍ଧି ପାଇବା ଆରମ୍ଭ ହୋଇଥାଏ (ଏଣ୍ଡୋମେଟ୍ରିଆଲ ଇମ୍‌ପ୍ଲାଣ୍ଟ) ଅତିଶୟ ଯନ୍ତ୍ରଣା ଏବଂ ଗର୍ଭଧାରଣ ଡିମ୍ବକୁ ରୋପଣ କରିବାରେ ବାଧା ସୃଷ୍ଟି କରିଥାଏ । ଏକ ପଲିସିଷ୍ଟିକ୍‌ ଓଭାରି ଡିଜିଜ୍‌ (ପିସିଓଡି) ହେଉଛି ବର୍ତ୍ତମାନ କମ୍‌ ବୟସର ଯୁବତୀମାନଙ୍କ ମଧ୍ୟରେ ଦେଖାଯାଉଥିବା ଏକ ସାଧାରଣ ପରିସ୍ଥିତି, ଯାହାକି ସ୍ତ୍ରୀ ଡିମ୍ବାଶୟ ବୃଦ୍ଧିର ଏକ ପ୍ରମୁଖ କାରଣ ।
ଏହି ସବୁ ରୋଗର ଲକ୍ଷଣ ପ୍ରାୟତଃ ସମାନ ହୋଇଥିବାବେଳେ, ଏହା ମାସିକ ଋତୁସ୍ରାବ ସହିତ ସଂଶ୍ଳିଷ୍ଟ। ଏହା ବହୁତ କମ୍‌ ସମୟ ପର୍ଯ୍ୟନ୍ତ କିମ୍ବା ବହୁତ ଲମ୍ବା ଅବଧି ପର୍ଯ୍ୟନ୍ତ ଏବଂ କ୍ୱଚିତ ହେଉଥିବାବେଳେ ଅଧିକ ରକ୍ତସ୍ରାବ ଏବଂ ଯନ୍ତ୍ରଣାଦାୟକ ହୋଇଥାଏ ା ପିସିଓଡିର କିଛି ନିର୍ଦ୍ଦିଷ୍ଟ ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ଅଧିକ କେଶ ବୃଦ୍ଧି, ନାଲି ବ୍ରଣ ଏବଂ ହଠାତ୍‌ ଓଜନ ବୃଦ୍ଧି ଅନ୍ତର୍ଭୂକ୍ତ, ଯାହାକି ଭବିଷ୍ୟତର ଜଟିଳତା ଯେପରିକି ଟାଇପ୍‌-୨ ଡାଇବେଟିସ୍‌ ମେଲିଟସ୍‌ ଏବଂ ଅନ୍ୟ ହୃଦୟ ସମ୍ବନ୍ଧିତ ରୋଗରୁ ରକ୍ଷା ପାଇବା ପାଇଁ ଯଥାଶୀଘ୍ର ପରାମର୍ଶ ଆବଶ୍ୟକ ା ଯଦିଓ ଏହିପରି ପରିସ୍ଥିତି ୩୫ରୁ ୫୦ ବର୍ଷ ବୟସ ମଧ୍ୟରେ ଏକ ସାଧାରଣ ଘଟଣା। କିନ୍ତୁ ଅଧିକାଂଶ ଯୁବତୀ ଏଥିରେ ଆକ୍ରାନ୍ତ ହୋଇଥାନ୍ତି ।ଏହି ଅନିୟମିତ ମାସିକ ଋତୁସ୍ରାବ କିମ୍ବା କମ୍‌ ବୟସରେ ଏହିସବୁ ଲକ୍ଷଣ ଦେଖାଗଲେ ଭବିଷ୍ୟତ ଅସୁବିଧାକୁ ଏଡ଼ାଇବା ପାଇଁ ଯଥାଶୀଘ୍ର ଚିକିସତ୍ା କରାଇବାକୁ ପରାମର୍ଶ ଦିଆଯାଇଥାଏ ।
ଅପ୍ରଜନନତାର ଚିକିସତ୍ା
ସେହି ସମାନ ଗବେଷଣା ଯଦିଓ ଚିକିସତ୍ା ପଦ୍ଧତି ପାଇଁ ବାଟ ଦେଖାଇଛି, ଯାହାକି ମହିଳାମାନେ ଏହିସବୁ ଜୀବନଶୈଳୀ ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।
ନୂତନ ଜ୍ଞାନକୌଶଳ ଯେପରି କି ୩ଡି ଅଲଟ୍ରାସୋନୋଗ୍ରାଫି ଏବଂ ଏମ୍‌ଆର୍‌ଆଇ ଆଡେନୋମାଓସିସ୍‌ର ଚିକିସତ୍ାକୁ ସମ୍ଭବ କରିପାରିଛି ା ଗୋଟିଏ ନିଦାନ ହେଲା ପରେ ରୋଗକୁ ବିଭିନ୍ନ ପ୍ରକାର ଓଷଧ ଏବଂ ମେଡିକାଲ ଏବଂ ମିଳିତ ମେଡିକୋ ସର୍ଜିକାଲ ଚିକିସତ୍ା ମାଧ୍ୟମରେ ଆରୋଗ୍ୟ କରାଯାଇପାରେ, ଯାହାକି ଗତ ୨୦ବର୍ଷ ଧରି ଚାଲୁଅଛି ।
ପ୍ରଥମ ଏଜେଣ୍ଟ ଏଥିପାଇଁ ବ୍ୟବହୃତ ହୋଇଥିବାବେଳେ ଗୋଣ୍ଡାଅଟ୍ରୋଫିନ୍‌ ନିର୍ଗତ କରୁଥିବା ହରମୋନ୍‌ ଆଗୋନିଷ୍ଟସ (ଜିଏନ୍‌ଆର୍‌ଏଚ୍‌ଏ) ଏବଂ ଏ ପର୍ଯ୍ୟନ୍ତ ସଫଳତା ହାର ମଧ୍ୟ ସର୍ବାଧିକ ରହିଛି ା
ଏହିପରି ଅନେକ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ଆଡେନୋମାଓସିସ୍‌ ସମ୍ବନ୍ଧୀୟ ଅପ୍ରଜନନତା ସହିତ ଜିଏନ୍‌ଆର୍‌ଏଚ୍‌ଏର ସଫଳ ଚିକିସତ୍ା ସମ୍ପର୍କରେ ଉଲ୍ଲେଖ କରାଯାଇଛି, ଯାହାକି ଏକୁଟିଆ କିମ୍ବା ମିଳିତ ଅସ୍ତ୍ରୋପଚାର ଦ୍ୱାରା ସମ୍ଭବ ହୋଇପାରିଛି।
ଏଥିସହିତ ଆଡେନୋମାଓସିସ୍‌ ଯୁବ ମହିଳାମାନଙ୍କଠାରେ ମଧ୍ୟ ଦେଖାଯାଇଥାଏ ଏବଂ ପେଲଭିକ୍‌ ଏଣ୍ଡୋମେଟ୍ରିଓସିସ୍‌ ଏବଂ ଇନ୍‌ଫର୍ଟିଲିଟି ସହିତ ସଂଯୋଗ ହୋଇପାରେ, ଯାହାକି ଯଥାଶୀଘ୍ର ଚିହ୍ନଟ କରିବା ପରେ ଆଇଭିଏଫ୍‌ ଚିକିସତ୍ା ସମ୍ଭବପର ହୋଇପାରିଛି ।ଏଥିମଝିରେ ଏହା ମଧ୍ୟ ମହିଳା ସହଯୋଗୀମାନଙ୍କୁ ଆଇଭିଏଫ୍‌ ସାଇକେଲ ପୂର୍ବରୁ ଏବଂ ଚିକିସତ୍ା ଚାଲୁଥିବା ସମୟରେ କ୍ୟାଫିନ୍‌ ଗ୍ରହଣ ନ କରିବାକୁ ପରାମର୍ଶ ଦିଆଯାଇଥାଏ ।
ସହଯୋଗୀମାନେ ଆଇଭିଏଫ୍‌ ସାଇକେଲ ସମୟରେ ଆଲକୋହଲ ପିଇବା ଉଚିତ ନୁହେଁ। ଉକ୍ତ ସର୍ବେକ୍ଷଣରୁ ପ୍ରକାଶ ଗର୍ଭାବସ୍ଥାରେ ଅବନତି ଏବଂ ଗର୍ଭପାତର ସମ୍ଭାବନା ହାରରେ ବୃଦ୍ଧି ହୋଇଥାଏ ା ପରିଶେଷରେ ଜୀବନ ପସନ୍ଦ ସମ୍ପର୍କରେ ଯେକୌଣସି ଆଲୋଚନା ଏବଂ ଆନିକ୍ସିଟି, ଚାପ ଏବଂ ବିଷାଦ ବିନା ଆଲୋଚନାରେ ପ୍ରଜନନତା ଅସମ୍ପୂର୍ଣ୍ଣ ରହିବ ା ବିଭିନ୍ନ ପ୍ରକାର ସର୍ବେକ୍ଷଣରୁ ପ୍ରକାଶ ଯେ, ଏହିସବୁ ଲକ୍ଷଣ ମହିଳାମାନଙ୍କଠାରେ ଗର୍ଭାଶୟ ସଫଳତା ହାରରେ ଅବନତି କରିଥାଏ । ଦୈନନ୍ଦିନ ଜୀବନରେ ଆମର ପସନ୍ଦ ଭବିଷ୍ୟତର ସମ୍ଭାବନାକୁ ଅନୁମାନ କରିପାରିଥାଏ। ସକ୍ଷମ ଅଭିଭାବକ ନିଶ୍ଚିତରୂପେ ଭବିଷ୍ୟତରେ ଆଗାମୀ ବର୍ଷଗୁଡ଼ିକରେ ଏକ ସମ୍ପୂର୍ଣ୍ଣ ପରିବାର ଗଠନ କରିବା ଦିଗରେ ଦୃଷ୍ଟିକୈନ୍ଦ୍ରିତ କରିବା ଆବଶ୍ୟକ ।
ଉପରୋକ୍ତ ବିଷୟ ସହ ନିମ୍ନୋକ୍ତ ଟିପ୍ସ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ।
-ଏହା ଏକ ଧାରଣା କିନ୍ତୁ ସତ୍ୟ ଯେ, ସବୁ ଜିନିଷର ଅଧିକ ହେଉଛି କ୍ଷତିକାରକ! ଦୀର୍ଘଦିନ ପର୍ଯ୍ୟନ୍ତ କ୍ୟାଫିନ୍‌ ଗ୍ରହଣ ହେଉଛି କ୍ଷତିକାରକ ଏବଂ ଯେଉଁ ମହିଳାମାନେ ଅଧିକ କ୍ୟାଫିନ୍‌ ଗ୍ରହଣ କରିଥାନ୍ତି, ତାହା ଦିନକୁ ପାଞ୍ଚ କପ୍‌ କଫି ପିଇବା ସହିତ ସମାନ ବୋଲି ଧରାଯାଏ, ଯାହାକି ଗର୍ଭଧାରଣ ପାଇଁ ଅଧିକ ଦିନ ସମୟ ଲାଗିବାରେ କାରଣ ହୋଇଥାଏ ।
-ଉଭୟ ଆଲକୋହଲ ଏବଂ ଧୂମପାନ ଗର୍ଭସଞ୍ଚାର ହାରକୁ ହ୍ରାସ ଏବଂ ଗର୍ଭପାତ ସମ୍ଭାବନାକୁ ବୃଦ୍ଧି କରିଥାଏ ।
ଆହୁରି ମଧ୍ୟ ସିଗାରେଟରେ ଥିବା କେମିକାଲ ପୁରୁଷମାନଙ୍କର ପ୍ରଜନନ କ୍ଷମତାକୁ ହ୍ରାସ କରିଥାଏ । ମାରିଜୁଆନା ଏବଂ କୋକେନ୍‌ ମଧ୍ୟ ବୀର୍ଯ୍ୟ ସଂଖ୍ୟା ଏବଂ ଗତିକୁ ହ୍ରାସ କରିପାରେ ଏବଂ ଖରାପ ବୀର୍ଯ୍ୟ ପ୍ରତିଶତକୁ ବୃଦ୍ଧି କରିଥାଏ ।
-ମେଦବୃଦ୍ଧି (୩୦ରୁ ଊଦ୍ଧ୍ୱର୍ର୍ ବିଏମ୍‌ଆଇ) ଜଣେ ମହିଳାଙ୍କ ପ୍ରଜନନତା ହ୍ରାସ, ଗର୍ଭପାତ ସମ୍ଭାବନାରେ ବୃଦ୍ଧି ଏବଂ ଅଧିକ ଗୁରୁତ୍ୱପୂର୍ଣ୍ଣ ଅପରିପକ୍ୱ ଜନ୍ମ ହାରରେ ବୃଦ୍ଧି ସମ୍ଭାବନା ଦେଖାଯାଇଥାଏ ା
୫% ରୁ ୧୦% ଓଜନ ହ୍ରାସ ଅହେତୁକ ଭାବରେ ଡିମ୍ବାଣୁ ସୃଷ୍ଟି କରିବା ଏବଂ ଗର୍ଭସଞ୍ଚାର ହାରରେ ଉନ୍ନତି କରିଥାଏ ।
-ମଧ୍ୟମ ଧରଣର ବ୍ୟାୟାମ ଉଭୟ ପୁରୁଷ ଏବଂ ମହିଳା ପ୍ରଜନନତାରେ ବୃଦ୍ଧି କରିଥାଏ (ଉଦାହରଣ: ଚଞ୍ଚଳ ଚାଲିବା)। ବର୍ତ୍ତମାନ ସମୟରେ ସମସ୍ତ ବୟସ୍କଙ୍କୁ ସପ୍ତାହରେ ଅଧିକାଂଶ ଦିନ ୩୦ ମିନିଟ୍‌ ଚାଲିବାକୁ ପରାମର୍ଶ ଦିଆଯାଉଛି ଏବଂ ଉକ୍ତ ସ୍ତର ପ୍ରଜନନତା ପାଇଁ ସର୍ବୋକୃଷ୍ଟ ।
-ଗର୍ଭବାସ୍ଥା ପାଇଁ ଚାପ ବହୁତ କ୍ଷତିକାରକ, ଯେତେବେଳେ ଏହାର ସଂଯୋଗ ସିଧାସଳଖ ନୁହେଁ, ଯାହାକି ଉକ୍ତ ଆର୍ଟିକିଲର ଶେଷରେ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରାଯାଇଛି ।
ଯେତେବେଳେ ଚାପ, ବିଷାଦ କିମ୍ବା ଉଦ୍‌ବେଗ ପ୍ରତ୍ୟକ୍ଷ ଭାବରେ ଆପଣଙ୍କ ପ୍ରଜନନତାକୁ ପ୍ରଭାବ ପକାଇ ନ ଥାଏ, ସେଗୁଡ଼ିକ ଆପଣଙ୍କଠାରେ କିଛି ହରମୋନାଲ ବ୍ୟାଘାତ ସୃଷ୍ଟି କରିଥାନ୍ତି। ଏହା ଆପଣଙ୍କ ମାସିକ ଋତୁଚକ୍ର ଉପରେ ପ୍ରଭାବ ପକାଇଥାଏ ଏବଂ ଆହୁରି ମଧ୍ୟ ଅଳ୍ପ କିଛି ଡିମ୍ବାଣୁ ଉପତ୍ାଦନ କରିଥାଏ ।

 

କମ୍‌ ବୟସରେ ଅପ୍ରଜନନତା ପାଇଁ ପ୍ରମୁଖ କାରଣ

ଏଥିପାଇଁ ଏକ ପ୍ରମୁଖ କାରଣ ଯେପରି ବୟସ, ଓଜନ ଏବଂ ଧୂମପାନ ସାଧାରଣ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ଏବଂ ବ୍ୟକ୍ତିବିଶେଷଙ୍କଠାରେ ପ୍ରଜନନ ଦକ୍ଷତାରେ ଅବନତି ହୋଇଥାଏ। ସମୟାନୁସାରେ ଅକ୍ସିଡେଟିଭ୍‌ ଚାପ ବୃଦ୍ଧି ଏବଂ ବୀର୍ଯ୍ୟରେ ଆଣ୍ଟିଅକ୍ସିଡାଣ୍ଟ ସ୍ତର ହ୍ରାସ ପାଇଥାଏ ା ଶୁକ୍ରାଣୁ ଡିଏନ୍‌ଏ ବିଖଣ୍ଡନ ମଧ୍ୟ ପୁରୁଷର ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ବୃଦ୍ଧି ପାଇଥାଏ ା ଯେଉଁ ପୁରୁଷମାନେ ପୌଷ୍ଟିକ ଆହାର ଗ୍ରହଣ କରି ନ ଥାନ୍ତି ସେମାନଙ୍କର ବୀର୍ଯ୍ୟର ଗୁଣବତ୍ତା ମଧ୍ୟ କମ୍‌ ରହିଥାଏ ା ଆଣ୍ଟିଅକ୍ସିଡାଣ୍ଟ ବୀର୍ଯ୍ୟର ଗତିଶୀଳରେ ଉନ୍ନତି କରିଥାଏ ଏବଂ ଯେଉଁ ପୁରୁଷଙ୍କର ଶୁକ୍ରାଣୁ ଠିକ୍‌ଭାବେ ଗତିକରି ନ ଥାଏ ଏବଂ ସେମାନଙ୍କ ବର୍ଦ୍ଧିତ ବିଖଣ୍ଡିତ ଡିଏନ୍‌ଏ ଅକ୍ସିଡେଟିଭ ଚାପ ସୃଷ୍ଟିକରିଥାଏ ା ଆହୁରି ମଧ୍ୟ ମହିଳାମାନଙ୍କ ଦ୍ୱାରା ହେଉଥିବା ଧୂମପାନ ଯୋଗୁ ସଫଳତା ହାର ୫୦ ପ୍ରତିଶତ ହ୍ରାସ ପାଇଥାଏ ଏବଂ ଗର୍ଭପାତ ବୃଦ୍ଧି ପାଇଥାଏ ା ଏଠାରେ ଲିଷ୍ଟ ସରିଯାଉ ନାହିଁ! ଯେତେବେଳେ ଉକ୍ତ ଘଟଣା ସମ୍ପର୍କରେ ଅଧିକ ସର୍ବେକ୍ଷଣର ଆବଶ୍ୟକତା ରହିଛି, ବିଶେଷଜ୍ଞମାନେ ମୁଖ୍ୟତଃ ମାନସିକ ଚାପ, ଚା କିମ୍ବା କଫିର ସେବନ, ମାଦକଦ୍ରବ୍ୟ ବ୍ୟବହାର ଏବଂ ପରିବେଶ ପ୍ରଦୂଷଣ ହେଉଛି କେତେକ ପ୍ରମୁଖ କାରଣ ଯାହାକି ଜୀବନଶୈଳୀ ଅନିୟମିତତାର କାରଣ ଏବଂ ପରୋକ୍ଷ ଭାବରେ ଅପ୍ରଜନନତାର କାରଣ ହୋଇଥାଏ ା

-ଆଇଭିଏଫ୍‌ ବିଶେଷଜ୍ଞ, ଇନ୍ଦିରା ଆଇଭିଏଫ୍‌ ହସ୍ପିଟାଲ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଜିଲା ଭାରତ! ହର୍ମୁଜରେ ଭାରତୀୟ ଜାହାଜ ଉପରେ ଆକ୍ରମଣ ପରେ ଆମେରିକାକୁ ଏମିତି କହିଲା…

ନୂଆଦିଲ୍ଲୀ,୧୧।୬: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ, ଗତ କିଛି ଦିନ ଧରି ଓମାନ ଉପକୂଳରେ ଭାରତୀୟ ନାବିକମାନଙ୍କୁ ନେଇଯାଉଥିବା ଜାହାଜଗୁଡ଼ିକୁ ଟାର୍ଗେଟ କରାଯାଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA)…

ଦଳୀୟ କନ୍ଦଳ ମଝିରେ ମମତାଙ୍କୁ ଶତ୍ରୁଘ୍ନ ସିହ୍ନାଙ୍କ ସମର୍ଥନ! ବଡ଼ ପ୍ରତିଜ୍ଞା କରି କହିଲେ…

କୋଲକାତା,୧୧।୬: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ଶତ୍ରୁଘ୍ନ ସିହ୍ନା ଦଳଠୁ ଅଲଗା ହେବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି । ଗୁରୁବାର ସେ କହିଛନ୍ତି ଯେ ମମତା…

ନାବାଳିକା ଗର୍ଭଧାରଣ ଘଟଣାରେ ପୋଲିସର ବଡ଼ ଆକ୍ସନ! ଯୁବକ ଗିରଫ

ବଞ୍ଚୋ,୧୧।୬(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲାର ସୋସୋ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକା ଗର୍ଭବତୀ ହେବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି…

କଂଗ୍ରେସରେ ବିଲୟ ହେବାକୁ ଯାଉଛି କି ଟିଏମସି? ଘଣ୍ଟା ଘଣ୍ଟା ବୈଠକ ପରେ କ’ଣ ନିଆଗଲା ନିଷ୍ପତ୍ତି ଜାଣନ୍ତୁ

କୋଲକାତା,୧୧।୬: ଦିଲ୍ଲୀରେ କଂଗ୍ରେସ ଦଳର ଏକ ପ୍ରମୁଖ ବୈଠକ ଶେଷ ହୋଇଛି; ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବରିଷ୍ଠ ନେତା ଏଥିରେ ଉପସ୍ଥିତ ଥିଲେ। ବୈଠକ ସମୟରେ…

କୁଆଡେ ଗଲା ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାର ରହସ୍ୟମୟ ରିପୋର୍ଟ? ବଡ଼ ବୟାନ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ

କଟକ,୧୧।୬(ପ୍ରଭୁକଲ୍ୟାଣ ପାଲ): ବହୁ ଚର୍ଚ୍ଚିତ କନ୍ଧମାଳ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣାର ତଦନ୍ତ କମିଶନ ରିପୋର୍ଟ ଗାଏବ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ତଦନ୍ତ…

ପୋଲିସ ଅଧିକାରୀ ହେବେ ସାଇ ପଲ୍ଲବୀ: ବଢୁଛି କ୍ରେଜ୍‌

ଅଭିନେତ୍ରୀ ସାଇ ପଲ୍ଲବୀ ଆଗାମୀ ଫିଲ୍ମ ‘ରାମାୟଣ’ ପାଇଁ ବେଶ୍‌ ପରିଶ୍ରମ କରୁଛନ୍ତି। ନିଜର ସର୍ବାଧିକ ସମୟ ଏହି ଫିଲ୍ମ ପାଇଁ ଉତ୍ସର୍ଗ କରିଛନ୍ତି। ଫିଲ୍ମର ପ୍ରଥମ…

ଡ୍ରାଇଭରମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସରକାରଙ୍କୁ ୯୦ ଦିନର ସମୟ

ବଲାଙ୍ଗୀର,୧୧ା୬(ସୁନିଲ କୁମାର ମହାନ୍ତି): ଅଟୋ ଓ ପ୍ରାଇଭେଟ ଗାଡ଼ିର ବୃତ୍ତିଗତ ଡ୍ରାଇଭରମାନଙ୍କୁ ଡ୍ରାଇଭର କଲ୍ୟାଣ ବୋର୍ଡରେ ସାମିଲ କରିବା ଏବଂ ଡ୍ରାଇଭରମାନଙ୍କୁ ନିର୍ବାଚନରେ ତାଙ୍କର ମତଦାନ ଦେବାର…

ପଞ୍ଚଭୂତରେ ଲୀନ ହେଲେ ଛତ୍ରପୁର ପୌରପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଶେଷକୃତ୍ୟରେ ସାମିଲ ହେଲେ ହଜାର ହଜାର…

ଛତ୍ରପୁର,୧୧।୬(ଦିଲୀପ ସାମଲ): ଛତ୍ରପୁର ପୌରପରିଷଦରେ ସମସ୍ତଙ୍କ ଆଖିକୁ ଲୁହରେ ଓଦା କରି ପଞ୍ଚଭୂତରେ ଲୀନ ହେଲେ ଛତ୍ରପୁର ପୌରପରିଷଦ ଅଧ୍ୟକ୍ଷା ସ୍ଵର୍ଗତା ଶର୍ମିଷ୍ଠା ପ୍ରଧାନ। ମୃତ୍ୟୁ ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri