ଅନିଶ୍ଚିତତାରେ ୧୫୦୦ ଚାଷୀ

ଗତ ୨୮ତାରିଖରୁ ଯାଜପୁର ଜିଲାରେ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଜିଲାର ବିଭିନ୍ନ ସ୍ଥାନରେ ଅମଳ ପୂର୍ଣ୍ଣମାତ୍ରାରେ ହୋଇ ନ ଥିବାରୁ ଧାନକିଣା ସେତେଟା ଅଗ୍ରଗତି ହୋଇନାହିଁ। ଚଳିତବର୍ଷ ଧାନ ବିକ୍ରିରେ ଚାଷୀ ଯେପରି କୌଣସି ପ୍ରକାର ଅସୁବିଧାର ଯେପରି ସମ୍ମୁଖୀନ ନ ହେବେ ସେଥିପାଇଁ ଯାଜପୁର ଜିଲା ପ୍ରଶାସନିକସ୍ତରରେ ସମସ୍ତ ପ୍ରଚେଷ୍ଟା କରାଯିବ ବୋଲି ପୂର୍ବରୁ କୁହାଯାଉଥିଲା। ହେଲେ କେତେକ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଯୋଗୁ ଏବେସୁଦ୍ଧା ୧୫୦୦ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିପାରି ନ ଥିବା ଜଣାପଡ଼ିଛି। ଚାଷୀମାନେ ସେମାନଙ୍କ କଷ୍ଟୋପାର୍ଜିତ ଧାନ କେଉଁଠି ବିକ୍ରି କରିବେ ସେନେଇ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। ଚଳିତବର୍ଷ ଜିଲାର ୧,୧୧,୦୬୧ ହେକ୍ଟର ଜମିରେ ଧାନଚାଷ କରାଯାଇ ମୋଟ ୨,୭୪,୧୮୬ ମେଟ୍ରିକ ଟନ୍‌(ଏମ୍‌ଟି) ଧାନ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି। ସେଥିରୁ ୮୦,୧୪୭.୦୫୮ ମେଟ୍ରିକ ଟନ୍‌ ଧାନ ସଂଗ୍ରହର ଲକ୍ଷ୍ୟ ରହିଥିବାବେଳେ ୫୪,୫୦୦ ମେଟ୍ରିକ ଟନ୍‌ ଚାଉଳ ସଂଗ୍ରହ କରାଯିବ। ଏଥିରେ ୧୨୨ରୁ ୧୨୧ପ୍ୟାକ୍ସ ଅଂଶଗ୍ରହଣ କରୁଛନ୍ତି। ଚଳିତ ବର୍ଷ ୩୨,୪୬୪ ଜଣ ଚାଷୀ ଧାନ ବିକ୍ରି କରିବାକୁ ଅନ୍‌ଲାଇନରେ ପଞ୍ଜିକୃତ କରିଛନ୍ତି। ହେଲେ ୧୪ଟି ପ୍ୟାକ୍ସର ପ୍ରାୟ ୧୫୦୦ ଚାଷୀ ପଞ୍ଜୀକରଣରୁ ବାଦ୍‌ ପଡ଼ିଛନ୍ତି। ଏଥିରେ ଯାଜପୁର ବ୍ଲକ ବେରୁଦା ଏବଂ ଦଶରଥପୁର ବ୍ଲକ ତଳିହା, ଅପରପଡ଼ା ଓ ପାଲଟପୁର ପ୍ୟାକ୍ସର ଅଧିକାଂଶ ଚାଷୀ ରହିଛନ୍ତି। ଧାନ ଅମଳ କରିବା ପରେ ପଞ୍ଜୀକରଣରୁ ବଞ୍ଚତ୍ତ ଚାଷୀମାନେ ପ୍ୟାକ୍ସରେ ଆଉ ଧାନ ବିକ୍ରି କରିପାରିବେ ନାହିଁ। ଫଳରେ ସରକାରଙ୍କ ଧାର୍ଯ୍ୟ ଦର ପାଇବାରୁ ସେମାନେ ବଞ୍ଚିତ ହେବା ନିଶ୍ଚିତ ହୋଇଛି। ପଞ୍ଜୀକରଣ ଦାୟିତ୍ୱରେ ଥିବା ସମ୍ପୃକ୍ତ ପ୍ୟାକ୍ସର ସମ୍ପାଦକଙ୍କ ଅବହେଳା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ପଞ୍ଜୀକରଣରୁ ବାଦ୍‌ ପଡିଥିବା ଚାଷୀମାନେ ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦ୍ୱାରସ୍ଥ ହେଉଥିଲେ ହେଁ କିଛି ସୁଫଳ ମିଳୁନାହିଁ। ଅନ୍ୟପକ୍ଷେ ସମ୍ପୃକ୍ତ ପ୍ୟାକ୍ସ ସମ୍ପାଦକମାନେ ନେଟ୍‌ ସାଇଡ ସମସ୍ୟା, ସର୍ଭର ଡାଉନ ଆଦି ଯୋଗୁ ନିର୍ଦ୍ଧାରିତ ସମୟରେ ଚାଷୀ ପଞ୍ଜୀକରଣ ସମ୍ପନ୍ନ ହୋଇପାରି ନ ଥିବା ଦର୍ଶାଉଛନ୍ତି। ଏଭଳି ସ୍ଥିତିରେ ପଞ୍ଜୀକରଣରୁ ବାଦ୍‌ ପଡିଥିବା ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବାନେଇ ଆଶଙ୍କା ଦେଖା ଦେଇଛି। ମୁହଁରେ ଚାଷୀଙ୍କ କଥା କହି ସରକାର ଯୋଗାଣ ବିଭାଗ, ମିଲ୍‌ ମାଲିକ ଓ ବ୍ୟବସାୟୀଙ୍କ ହିତରେ କାର୍ଯ୍ୟ କରୁଥିବା ମନେହେଉଛି। ଏହି କାରଣରୁ ହତୋତ୍ସାହିତ ହୋଇ ଶେଷରେ ଜୀବନଜୀବିକା ପାଇଁ ଚାଷୀ ନିଜ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri