Posted inଖେଳ

ଅନିଶ୍ଚିତତାରେ ଗ୍ରାଣ୍ଡସ୍ଲାମ ଟେନିସ

ପ୍ୟାରିସ, ୧୯ା୩- ବିଶ୍ୱରେ କରୋନା ଭାଇରସ ମହାମାରୀ ରୂପ ନେଇଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ା ପ୍ରଭାବିତ ହୋଇଛି। ଅନେକ ପ୍ରତିଯୋଗିତା ବାତିଲ ହୋଇଥିବାବେଳେ କେତେକ ସ୍ଥଗିତ ରହିଛି ଏବଂ ଆଉ କେତେକ ଟୁର୍ନାମେଣ୍ଟ ପାଇଁ ନୂଆ ତାରିଖ ଧାର୍ଯ୍ୟ କରାଯାଉଛି। ଏଥିରେ ଯୋଡ଼ି ହୋଇ ଯାଇଛି ଗ୍ରାଣ୍ଡସ୍ଲାମ ଟେନିସ। ସିଜନର ପ୍ରଥମ ଗ୍ରାଷ୍ଟସ୍ଲାମ ଅଷ୍ଟ୍ରେଲିଆନ ଓପନ ସଫଳତାର ସହ ସମ୍ପନ୍ନ ହୋଇଥିଲେ ହେଁ ଅବଶିଷ୍ଟ ୩ଟି ଗ୍ରାଣ୍ଡସ୍ଲାମ ଉପରେ ଅନିଶ୍ଚିତତାର କଳା ବାଦଲ ଛାଇ ହୋଇ ରହିଛି। ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଫ୍ରେଞ୍ଚ୍‌ ଓପନପାଇଁ ନୂଆ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ୪ର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଘୁଞ୍ଚାଇବାକୁ ଯୋଜନା ହେଉଛି। ଓ୍ବିମ୍ବେଲଡନକୁ ଯଥା ସମୟରେ କରାଇବା ପାଇଁ ଆୟୋଜକମାନେ ଯଦିଓ ଚିନ୍ତା କରୁଛନ୍ତି ମାତ୍ର ଏହାକୁ ନେଇ ଆଶଙ୍କା ରହିଛି।

ଫ୍ରେଞ୍ଚ୍‌ ଓପନ୍‌
ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏହା ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ କରିବା ଲାଗି ଚାମ୍ପିୟନଶପି୍‌ର ଆୟୋଜକମାନେ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ପ୍ରସ୍ତୁତି କାର୍ଯ୍ୟକୁ ଆଗେଇନେବା ସହଜ ନୁହେଁ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। ତେବେ ଅନ୍ୟ ଗ୍ରାଣ୍ଡସ୍ଲାମ ଆୟୋଜନ ଉପରେ ଫେଞ୍ଚ୍‌ ଓପନ ସେପ୍ଟେମ୍ବରରେ ହୋଇ ପାରିବ କି ନାହିଁ ତାହା ସ୍ପଷ୍ଟ ହେବ।

ୟୁଏସ୍‌ ଓପନ୍‌
ଫ୍ରେଞ୍ଚ୍‌ ଓପନ ପରେ ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଆୟୋଜନ ନେଇ ମଧ୍ୟ ଅନିଶ୍ଚିତତା ଦେଖା ଦେଇଛି। ଏପରିକି ଇଭେଣ୍ଟକୁ ଅଗଷ୍ଟ ଶେଷ ସପ୍ତାହକୁ ଘୁଞ୍ଚାଇବାକୁ ମଧ୍ୟ ଯୋଜନା ହେଉଛି। ଅନ୍ୟ ବଡ଼ ଟୁର୍ନାମେଣ୍ଟର ଆୟୋଜକ, ଅନ୍ତର୍ଜାତୀୟ ଟେନିସ୍‌ ଫେଡେରେଶନ, ଏଟିପି ଓ ଡବ୍ଲ୍ୟଟିଏ ଟୁର୍‌ ସହ ଆଲୋଚନା ପରେ ହିଁ ତାରିଖ ଧାର୍ଯ୍ୟ ହୋଇପାରିବ ବୋଲି ୟୁଏସ୍‌ ଟେନିସ ଆସୋସିଏଶନ (ୟୁଏସ୍‌ଟିଏ)ପକ୍ଷରୁ କୁହାଯାଇଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏକତରଫା ନିଆଯାଇପାରିବ ନାହିଁ ବୋଲି ୟୁଏସ୍‌ଟିଏ ପକ୍ଷରୁ ବିବୃତିରେ କୁହାଯାଇଛି। ପ୍ରକୃତରେ ୟୁଏସ୍‌ ଓପନ ନ୍ୟୁୟର୍କର ଫ୍ଲଶିଂ ମିଡୋସଠାରେ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ହେବାର ଥିଲା। ଏହାକୁ ଗୋଟିଏ ସପ୍ତାହ ଘୁଞ୍ଚାଇ ଦିଆଯାଇପାରେ। ୟୁଏସ୍‌ଟିଏ ପକ୍ଷରୁ ଚଳିତ ବର୍ଷର ୟୁଏସ୍‌ ଓପନ ଆୟୋଜନ ପାଇଁ ଯୋଜନା ଚାଲିଛିି। ଏବେ କୌଣସି ପରିବର୍ତ୍ତନ ଲାଗି ସମୟ ଆସିନାହିଁ। ଆମେ ସମସ୍ତ ବିକଳ୍ପ ଓ ସମ୍ଭାବନା ଉପରେ ନଜର ରଖିଛୁ ବୋଲି ୟୁଏସ୍‌ଟିଏ ପକ୍ଷରୁ କୁହାଯାଇଛି।
ଓ୍ବିମ୍ବେଲଡ଼ନ ଓପନ
କରୋନା ଆତଙ୍କ ସତ୍ତ୍ୱେ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମକୁ ନିର୍ଦ୍ଧାରିତ ସମୟରେ ଆୟୋଜନ କରିବାକୁ ଆୟୋଜକ ଯୋଜନା କରୁଛନ୍ତି। ଓ୍ବିମ୍ବେଲଡ଼ନ ଜୁନ ୨୯ରୁ ଆରମ୍ଭ ହୋଇ ଜୁଲାଇ ୧୨ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ଯଦି ଭାଇରସ୍‌ର ସଂକ୍ରମଣରେ ମନ୍ଥରତା ଦେଖାଯାଏ ତା’ହେଲେ ଓ୍ବିମ୍ବେଲଡନ ନିର୍ଦ୍ଧାରିତ ସମୟରେ ଆୟୋଜନ କରାଯାଇପାରିବ ବୋଲି ଆୟୋଜକମାନେ ଆଶା ରଖିଛନ୍ତି। ତେବେ ସର୍ବସାଧାରଣଙ୍କ ନିରାପତ୍ତାକୁ ଅଗ୍ରାଧିକାର ଦିଆଯାବ ବୋଲି ଅଲ ଇଂଲଣ୍ଡ ଲନ୍‌ ଟେନିସ୍‌ ଓ କ୍ରୋକ୍ୱେଟ କ୍ଲବ ମୁଖ୍ୟ କାର୍ଯ୍ୟନିର୍ବାହୀ ରିଚାର୍ଡ ଲୁଓ୍ବିସ୍‌ ସ୍ପଷ୍ଟ କରିଛନ୍ତି। ସର୍ବସାଧାଣଙ୍କ ସମେତ ଆମର ସଦସ୍ୟ, ଷ୍ଟାଫ୍‌ଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯିବ। ସବୁ ଦୃଷ୍ଟିକୋଣରୁ ବିଚାର କରି ଆମେ ନିଷ୍ପତ୍ତି ନେବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ବିପକ୍ଷ ସିରିଜ୍‌ ଲାଗି ୧୯ ଜଣିଆ ଶ୍ରୀଲଙ୍କା ମହିଳା ଦଳ ଘୋଷିତ

ଡାମ୍ବୁଲା,୨୧।୬: ଆସନ୍ତା ୨୩ ତାରିଖରୁ ଭାରତ ଓ ଶ୍ରୀଲଙ୍କା ମହିଳା ଦଳ ମଧ୍ୟରେ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ଓ ୩ ଟି୨୦ ମ୍ୟାଚ୍‌ ଖେଳାଯିବ। ଉଭୟ...

ଧୋନୀଙ୍କୁ ଉପେକ୍ଷା କରିବାର ପ୍ରଶ୍ନ ଉଠୁନାହିଁ: ଚୟନକର୍ତ୍ତା

ନୂଆଦିଲ୍ଲୀ,୩୦।୮: ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଟି୨୦ ସିରିଜ ଲାଗି ଭାରତୀୟ ଦଳ ଘୋଷଣା କରାଯିବା ପରେ କ୍ରିକେଟ ପଣ୍ଡିତମାନେ ମହେନ୍ଦ୍ର ସିଂ ଧୋନୀଙ୍କୁ ଉପେକ୍ଷା...

୧୩ ବଲ୍‌ରେ ବିସ୍ଫୋରକ ଇନିଂସ ଖେଳିଲେ ଏହି କ୍ରିକେଟର୍‌: ଚର୍ଚ୍ଚାରେ ତାଙ୍କ ଛକା

ନୂଆଦିଲ୍ଲୀ,୧୮।୭: ଆଫଗାନିସ୍ତାନର ଷ୍ଟାର୍‌ ବୋଲର୍‌ ରଶିଦ୍‌ ଖାନ ଭିଟାଲିଟି ଟି-୨୦ ବ୍ଲାଷ୍ଟରେ ନିଜ ବ୍ୟାଟ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସସେକ୍ସ ପକ୍ଷରୁ ଖେଳୁଥିବା ରଶିଦ୍‌ ହାମ୍ପସାୟର...

୫ ବ୍ୟାଟର, ଦୁଇ ସ୍ପିନରଙ୍କ ସହ ଓହ୍ଲାଇଲା ଟିମ୍‌ ଇଣ୍ଡିଆ

କୋଲକାତା,୧୬।୨: ସ୍ଥାନୀୟ ଇଡେନ ଗାର୍ଡେନ ଷ୍ଟାଡିୟମରେ ବୁଧବାର ଖେଳାଯିବାକୁ ଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌...

ଓ୍ବିମ୍ବେଲଡନ ପୁରୁଷ ଫାଇନାଲରେ ପ୍ରଥମ ମହିଳା ଚେୟାର ଅମ୍ପାୟର

ଓି୍ବମ୍ବେଲଡନ, ୧୦ା୭ (ଏପି)-୧୮୭୭ରୁ ଖେଳାଯାଇ ଆସୁଥିବା ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ଫାଇନାଲକୁ ପ୍ରଥମଥର ଜଣେ ମହିଳା ଚେୟାର ଅମ୍ପାୟର ମ୍ୟାଚ...

କୋଚ୍‌ ଶାକୋଙ୍କୁ ଛାଡ଼ିବେ ବଜରଙ୍ଗ

ନୂଆଦିଲ୍ଲୀ, ୨୩ା୧୧ (ପି.ଟି.)- ଭାରତର ଷ୍ଟାର ରେସଲର ବଜରଙ୍ଗ ପୁନିଆ ଏଣିକି ତାଙ୍କ ଜର୍ଜିଆନ କୋଚ୍‌ ଶାକୋ ବେନ୍‌ଟିନ୍‌ଡିସ୍‌ଙ୍କଠାରୁ ଆଉ ତାଲିମ ନେବେ ନାହିଁ। ବଜରଙ୍ଗ...

ମ୍ୟାଚ୍‌ ଚାଲୁଥିବା ସମୟରେ ହଠାତ୍‌ ଡ୍ରେସିଂ ରୁମ୍‌କୁ ଦୌଡିଲେ ଏହି ଖେଳାଳି, ଜାଣନ୍ତୁ କାହିଁକି

କରାଚି,୧୭।୧୧:ପାକିସ୍ତାନ ସୁପର ଲିଗ (ପିଏସଏଲ) ଏବେ ଚାଲିଛି। ଗତ ମାର୍ଚ୍ଚରେ ପ୍ଲେ ଅଫ ପୂର୍ବରୁ କରୋନା ଭାଇରସ କାରଣରୁ ପିସିଏ୍‌କୁ ସ୍ଥଗିତ ରଖାଯାଇଥିଲା ଏବଂ ଏବେ...

ବୁମରାଙ୍କ ସମ୍ପର୍କରେ ବଡ଼ ଅପଡେଟ୍‌ ଦେଲେ ବ୍ୟାଟିଂ କୋଚ୍‌

ବ୍ରିସବେନ,୧୪।୧- ଭାରତୀୟ ପେସର ଯଶପ୍ରୀତ ବୁମରା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଖେଳିବା ନେଇ ଦେଖାଦେଇଥିବା ଅନିଶ୍ଚିତତା ଜାରି ରହିଛି। କିନ୍ତୁ ଟିମ୍‌...

Advertisement
Archives

Model This Week