ଅନିଦ୍ରା ରହିଥିଲେ ପ୍ରିୟଙ୍କା

ନିକ୍‌ ଜୋନାସଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ପ୍ରିୟଙ୍କା ଚୋପ୍ରା ପ୍ରାୟ ଅଭିନୟ ନିକଟରୁ ଦୂରେଇ ଯାଇଛନ୍ତି। ଯଦି ସୁଯୋଗ ମିଳେ ତେବେ ଏବେ ମଧ୍ୟ ବଲିଉଡ୍‌ରେ କମ୍‌ବ୍ୟାକ୍‌ କରି ପୁଣି ଥରେ ଦର୍ଶକଙ୍କୁ ମନୋରଞ୍ଜନ ଦେବାକୁ ତୟାର ବୋଲି ସେ କହିଛନ୍ତି। ତେବେ ଏବେ ଲକ୍‌ଡାଉନ୍‌ ପାଇଁ ସବୁ ବନ୍ଦ। ସମସ୍ତଙ୍କୁ ପ୍ରାୟ ଘରେ ହିଁ ରହିବାକୁ ପଡୁଛି। ତେଣୁ ଏହି ସମୟରେ ସେ ନିଜର ପୁରୁଣା ସ୍ମୃତିକୁ ଉଜାଗର କରି ସାଙ୍ଗମାନଙ୍କ ସହ ଶେୟାର କରୁଛନ୍ତି। ବଲିଉଡ୍‌ରେ ଏଣ୍ଟ୍ରି କରିବା ପୂର୍ବରୁ ପ୍ରିୟଙ୍କା ମିସ୍‌ ଓ୍ବାଲର୍‌ଡ ଟାଇଟଲ ବିଜୟିନୀ ହୋଇଥିଲେ। ଏପରି ସଫଳତା ହାସଲ ପରେ ସେ ଏତେ ଖୁସି ହୋଇଯାଇଥିଲେ ଯେ ସେଦିନ ସେ ରାତି ତମାମ ଶୋଇପାରି ନ ଥିଲେ। ଏ ସମ୍ପର୍କରେ ପ୍ରିୟଙ୍କା କହନ୍ତି, ‘ସେଦିନ ସେହି କ୍ରାଉନ୍‌ ପିନ୍ଧିବା ପରେ ମୁଁ କେତେ ଖୁସି ହୋଇଥିଲି ତାହା ବର୍ଣ୍ଣନା କରିବାକୁ ମୋ ନିକଟରେ ଭାଷା ନାହିଁ। ସେହି ରାତିରେ ମୋତେ ଆଦୌ ନିଦ ହୋଇ ନ ଥିଲା କେବଳ ସେତିକି ନୁହେଁ, ରାତିତମାମ ସେ ମିସ୍‌ ଓ୍ବାଲର୍‌ଡ ମୁକୁଟକୁ ପିନ୍ଧି ସେଦିନ ରାତିକୁ ବିତାଇ ଦେଇଥିଲି।’ ସେତେବେଳେ ତାଙ୍କର ବୟସ କେତେ ହୋଇଥିଲା ଜାଣନ୍ତି? ମାତ୍ର ୧୮ବର୍ଷ। ତା’ପରେ ସେ ହିନ୍ଦୀ ସିନେମାରେ ନିଜକୁ ଜଣେ ଦକ୍ଷ ଅଭିନେତ୍ରୀ ଭାବରେ ପରିଚିତ କରାଇ ପାରିଥିଲେ। ଖେଚୁଡ଼ି ଏବଂ ଆଚାର ହେଉଛି ତାଙ୍କର ପସନ୍ଦୀୟ ଖାଦ୍ୟ। ତା’ସହ ସେ ଚିଜ୍‌ବର୍ଗର ଖାଇବାକୁ ଭଲ ପାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ଶହ କୋଟି କ୍ଳବରେ ସାମିଲ ହେଲା ‘ଓ୍ବାର’

ମୁମ୍ବାଇ: ବଲିଉଡ୍‌ ମୁଭି ‘ଓ୍ବାର’ ବକ୍ସ ଅଫିସରେ ବେଶ୍‌ ଭଲ ପ୍ରଦର୍ଶନ କରିଛି। ଫିଲ୍ମଟି ଏବେ ୩ଶହ କୋଟି କ୍ଲବରେ ସାମିଲ ହୋଇଛି। ୨୦୧୯ର ଏହା...

ପରିଣତ ବୟସରେ ମା’ଙ୍କ ସହ ଝୁମିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଭର୍ସାଟାଇଲ୍‌ ଅଭିନେତା ଅନୁପମ ଖେର ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି। ସେ ମା’ ଦୁଲାରୀଙ୍କ ଅତି ନିକଟତର ହୋଇଥିବା ବେଳେ ଅନୁପମ...

ଶାହାରୁଖ୍‌ଙ୍କ ପରି ଜନ୍ମଦିନ ପାଳିବାକୁ ଚାହୁଥିବା କହିଲେ ଏହି ବ୍ୟକ୍ତି: ସୋନୁ ସୁଦଙ୍କ ଏପରି ଉତ୍ତର ଲୋକଙ୍କ ହୃଦୟ ଜିତିଲା

ଲୋକଙ୍କ ପାଇଁ ଏବେ ପ୍ରକୃତ ହିରୋ ପାଲଟିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ମହାମାରୀ କରୋନା ସମୟରୁ ଆଜି ପର୍ଯ୍ୟନ୍ତ ସେ ଯେପରି ଭାବେ ଅସହାୟ...

ସାମ୍ନାକୁ ଆସିଲା ‘ସତ୍ୟମେବ ଜୟତେ ୨’ର ରିଲିଜ ଡେଟ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଜନ ଆବ୍ରାହମ ଏବଂ ଅଭିନେତ୍ରୀ ଦିବ୍ୟା ଖୋସଲା କୁମାରଙ୍କ ଅଭିନୀତ ଫିଲ୍ମ’ସତ୍ୟମେବ ଜୟତେ ୨’ର ରିଲିଜ ଡେଟ୍‌ ସାମ୍ନାକୁ ଆସିଛି। ନଭେମ୍ବର...

ରିଲିଜ୍ ହେଲା ‘ଥାର’ର ଧମାକାଦାର ଟ୍ରେଲର

ମୁମ୍ବାଇ: ଅନିଲ କପୁର ଓ ହର୍ଷ ବର୍ଦ୍ଧନ କପୁରଙ୍କ ଅଭିନୀତ ଫିଲ୍ମ ‘ଥାର’ ସମ୍ପର୍କରେ ଯେବେଠାରୁ ଘୋଷଣା କରାଗଲାଣି ସେବେଠାରୁ ଏହି ମୁଭିକୁ ନେଇ ଦର୍ଶକଙ୍କ...

ଲୋକ ସଭା ନିର୍ବାଚନକୁ ନେଇ କଙ୍ଗନା ରାଣାୱତଙ୍କ ବଡ଼ ବୟାନ

ମୁମ୍ବାଇ,୧।୫: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ହରିଦ୍ୱାରରେ ପହଞ୍ଚିଛନ୍ତି। ଯେଉଁଠାରେ ସେ ନିରଂଜନି ଅଖାଡେ ଆଚାର୍ଯ୍ୟ ମହାମଣ୍ଡେଶ୍ୱର କୈଲାଶନନ୍ଦ ଗିରିଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି। ଏଥିସହ...

ବୋଲ୍ଡ ଫଟୋ ଶେୟାର କଲେ ଶ୍ୱେତା

ମୁମ୍ବାଇ: ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ନିଜର କିଛି ବୋଲ୍ଡ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକ ଖୁବ୍‌ ଭାଇରାଲ ହେଉଛି। ଏଥିରେ ସେ...

କନିକାଙ୍କୁ କରୋନା: ଦାୟିତ୍ୱହୀନତାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ମେମ୍‌

ବମ୍ବେ: ବଲିଉଡ୍‌ ଗାୟିକା କନିକା କପୁର କରୋନା ସଂକ୍ରମିତ। ଶୁକ୍ରବାର ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଦଶଦିନ ତଳେ ଲଣ୍ଡନରୁ ଫେରିଥିଲେ ସେ। ହେଲେ ବିମାନ...

Advertisement
Archives

Model This Week