ଅନାବୃଷ୍ଟି ଯୋଗୁ ଚାଷ କାର୍ଯ୍ୟରେ ବ୍ୟାଘାତ, କାଦୋଦର ଗ୍ରାମରେ ବର୍ଷା ପାଇଁ ଇନ୍ଦ୍ରପୂଜା, ହୋମଯଜ୍ଞ

ଅମରପାଲି,୩୦ା୭(ଡ଼ି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ଗ୍ରାମରେ ବର୍ଷା ପାଇଁ ଇନ୍ଦ୍ରପୂଜା ଓ ହୋମଯଜ୍ଞ କରାଯାଇଛି। ଚଳିତବର୍ଷ ବିଳମ୍ବ ବର୍ଷା ସହିତ ଅନାବୃଷ୍ଟି ଯୋଗୁ ଚାଷ କାର୍ଯ୍ୟରେ ବ୍ୟାଘାତ ଦେଖାଯାଇଛି। ପରମ୍ପରା କ୍ରମେ ଭଲବର୍ଷା ପାଇଁ ଗାଁ ଗାଁରେ ଘୃତଯଜ୍ଞ ସହିତ ଇନ୍ଦ୍ରପୂଜା କରାଯାଇଥାଏ। ଏହି କ୍ରମରେ ଗ୍ରାମର ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଚଳିତବର୍ଷ ଇନ୍ଦ୍ରପୂଜା ସହିତ ହୋମଯଜ୍ଞ, ମହା ଜଳଶାୟୀ ଓ ତୁଳସୀ ରାମାୟଣ କରାଯାଇଛି। ଏଥିରେ ଯଜ୍ଞ ଆଚାର୍ଯ୍ୟ ସୀତାରାମ ପାଢ଼ୀ, ପୁରୋହିତ ବଳରାମ ପଣ୍ଡା, ଚରୁହୋତ୍ରୀ ଆଶୁତୋଷ ପୁରୋହିତ, ଯପକ କାମପାଳ ମିଶ୍ର, କର୍ତ୍ତାଭାବେ ମନୋଜ କୁମାର ବେହେରାମାଳୀ ଓ ତାଙ୍କ ସ୍ତ୍ରୀ ସଚଳା ବେହେରାମାଳି କାର୍ଯ୍ୟ ତୁଲାଇଥିଲେ। ପୂଜାର୍ଚ୍ଚନା, ଘୃତଯଜ୍ଞ ସହିତ ମହା ଜଳଶାୟୀ ମଧ୍ୟ କରାଯାଇଥିଲା। ଏହି ଅବସରରେ ମନ୍ଦିର ପରିସରରେ ତୁଳସୀ ରାମାୟଣ ପାରୟଣ ମଧ୍ୟ କରାଯାଇଥିଲା। ଏଥିରେ ରଘୁବୀର ମିଶ୍ର ବ୍ୟାସଭାବେ ପାରାୟଣ ପଠନ କରିଥିଲେ। ମନ୍ଦିରରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଲୁ ହେଲା ରୂପ୍‌ସା ଝୋଟ କାରଖାନା

ରୂପ୍‌ସା, ୩୧।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ରୂପ୍‌ସାସ୍ଥିତ ଜୟକିଶନ ଦାସ ସହ ଝୋଟ କାରଖାନା ମଙ୍ଗଳବାରଠାରୁ ଚାଲୁ କରାଯାଇଛି। କରୋନା କଟକଣା ପରିପ୍ରେକ୍ଷୀରେ ରାଜ୍ୟ...

୧୨ ଘଣ୍ଟା ପରେ ବାଇକ୍‌ରେ ଗଲେ ୬ ପ୍ରବାସୀ

ଅନୁଗୋଳ ଅଫିସ, ୫।୫ ଓଡ଼ିଶା ଫେରିବାକୁ ଚାହଁୁଥିବା ପ୍ରବାସୀମାନଙ୍କୁ କିପରି ଅଣାଯାଇ କ୍ୱାରାଣ୍ଟାଇନ୍‌ରେ ରଖାଯିବ ସେ ନେଇ ରାଜ୍ୟ ସରକାର ସ୍ବତନ୍ତ୍ର ଯୋଜନା କରିଛନ୍ତି। ଯେଉଁମାନେ...

ଜେଲ ଗଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ

ସଜନାଗଡ଼,୭ା୪(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି କଲେଜର ଜନୈକା ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ ଅଭିଯୋଗରେ କଲେଜର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ସୂଚନା...

ସୌଭାଗ୍ୟ ଯୋଜନାରେ ଜଣକ ଘରକୁ ହୋଇନି ବିଦ୍ୟୁତ ସଂଯୋଗ

ପାପଡାହାଣ୍ଡି, ୧୮।୪,(ଡି.ଏନ.ଏ)-  ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଘାଟଗୁଡ଼ା ପଞ୍ଚାୟତ ବିସମପଦର ଗ୍ରାମବାସୀ ସମସ୍ୟା ଭିତରେ ଗତି କରୁଛନ୍ତି। ରାସ୍ତା ନ ଥିବାରୁ ବର୍ଷା ଦିନେ...

ଦେଶୀ ବନ୍ଧୁକ ଧରି ଅବାଧରେ ବୁଲୁଥିଲେ; ବାନ୍ଧିଲା ବ୍ରଜରାଜନଗର ଥାନା ପୋଲିସ

ଝାରସୁଗୁଡା ଅଫିସ, ୧୦।୮: ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ...

ଆଇସୋଲଶନ ସେଣ୍ଟର ପରିସର ସଫେଇ

ଛତ୍ରପୁର,୨୨ା୪(ଡି.ଏନ୍‌.ଏ.)-ଛତ୍ରପୁର ବ୍ଲକ କଣମଣା ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କରୋନା ଆଇସୋଲେଶନ ସେଣ୍ଟରରେ କେତେଜଣଙ୍କୁ ସଙ୍ଗରୋଧରେ ରଖାଯାଇଛି। ଉକ୍ତ ଆଇସୋଲେଶନ ସେଣ୍ଟରରେ ସେଠାରେ ସ୍ବାସ୍ଥ୍ୟପ୍ରଦ...

୧୧ରେ ହୀରାକୁଦ ଛାଡିବ ବନ୍ୟାଜଳ

ସମ୍ବଲପୁର,୮ା୭(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ଜୁଲାଇ ୧୧ ତାରିଖରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏ ନେଇ ଡ୍ୟାମ୍‌ କର୍ତ୍ତୃପକ୍ଷ ଗୁରୁବାର ସୂଚନା ଦେଇଛନ୍ତି। ଏ...

ହଟାଗଲା ହୋର୍ଡିଂ

ଭଣ୍ଡାରିପୋଖରୀ, ୧।୨ (ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାମାଞ୍ଚଳରେ ତିନି ପ୍ରମୁଖ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଯାଇଛି। ସରକାରଙ୍କ ଯୋଜନା ସମ୍ପର୍କରେ ସୂଚନା...

Advertisement
Archives

Model This Week