Posted inଜାତୀୟ

ଅଧିର ରଞ୍ଜନ ଚୌଧୁରୀ ପିଏସି ଅଧ୍ୟକ୍ଷ

ନୂଆଦିଲ୍ଲୀ,୫।୫: କଂଗ୍ରେସ ଏମ୍‌ପି ଅଧିର ରଞ୍ଜନ ଚୌଧୁରୀଙ୍କୁ ପାର୍ଲାମେଣ୍ଟାରୀ ପବ୍ଲିକ୍‌ ଆକାଉଣ୍ଟ୍‌ କମିଟି(ପିଏସି) ଅଧକ୍ଷ ଭାବେ ନିଯୁକ୍ତ କରାଯାଇଛି। ସେ ଏହି ପଦବୀରେ ୨୦୨୧ ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। କମିଟିର କାର୍ଯ୍ୟକାଳ ୨୦୨୦ ମେ୧ରୁ ଆରମ୍ଭ ହୋଇଛି। ଏହି କମିଟିରେ ୨୦ ଜଣ ସଦସ୍ୟ ରହିଛନ୍ତି। ସେଥିମଧ୍ୟରେ ଲୋକ ସଭାର ୧୫ ଏବଂ ରାଜ୍ୟ ସଭାର ୫ ଜଣ ସଦସ୍ୟ ରହିଛନ୍ତି। ପିଏସିରେ ଏନ୍‌ଡିଏ ମେଣ୍ଟର ୧୪ ଜଣ ସଦସ୍ୟ ରହିଛନ୍ତି। ସେଥିମଧ୍ୟରେ ଭାଜପାର ୧୨ ଜଣ ସଦସ୍ୟ ଅଛନ୍ତି। ରାଜ୍ୟ ସଭାର ୫ ସଦସ୍ୟଙ୍କ ମଧ୍ୟରେ ଭାଜପାର ୩, ତୃଣମୂଳ କଂଗ୍ରେସର ଜଣେ, ଶିରୋମଣି ଅକାଳୀ ଦଳର ଜଣେ ରହିଛନ୍ତି। ସେହିପରି ଲୋକସଭାର ୧୫ ଜଣ ସଦସ୍ୟଙ୍କ ମଧ୍ୟରେ ଭାଜପାର ୯ ଜଣ, ଡିଏମ୍‌କେର ଜଣେ, କଂଗ୍ରେସର ଜଣେ, ବିଜେଡିର ଜଣେ, ଶିବସେନାର ଜଣେ, ଓ୍ବାଇଏସ୍‌ଆର୍‌ କଂଗ୍ରେସର ଜଣେ ଏବଂ ଜେଡିୟୁର ଜଣେ ସଦସ୍ୟ ରହିଛନ୍ତି। ସୂଚନାଯୋଗ୍ୟ, ପିଏସି ସରକାରୀ ଖର୍ଚ୍ଚର ଯାଞ୍ଚ୍‌ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ଭାରତ ଏକ୍ସପ୍ରେସର ଚକା ଜାମ, ଶତାବ୍ଦୀ ଟ୍ରେନକୁ ଯାତ୍ରୀ ହେଲେ ସ୍ଥାନାନ୍ତରଣ…

ନୂଆଦିଲ୍ଲୀ,୮।୧୦ : ଦିଲ୍ଲୀରୁ ବାରାଣସୀ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ଚକା ଜାମ ହୋଇଛି। ଶନିବାର ଯାନ୍ତ୍ରିକ ତ୍ରୁଟି ଯୋଗୁ ଚକା ଜାମ ହେବାରୁ ଏକ୍ସପ୍ରେସ୍‌କୁ...

ଗର୍ଭବତୀ ହୋଇଥିବା କିମ୍ବା ଗର୍ଭପାତ କରିଥିବା ନାବାଳିକାର ନାମ ରିପୋର୍ଟରେ ପ୍ରକାଶ କରିବେ ନାହିଁ ଡାକ୍ତର: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ,୧୯।୮: ସହମତିରେ ଶାରୀରିକ ସମ୍ପର୍କ ରଖିବା ପରେ ଗର୍ଭବତୀ ହୋଇଥିବା ନାବାଳିକାର ନାମ ପ୍ରକାଶ କରିବା ଆବଶ୍ୟକ ନୁହେଁ। ଗର୍ଭବତୀ ନାବାଳିକାଙ୍କ ଚିକିତ୍ସା କରୁଥିବା ଡାକ୍ତର...

ଲକ୍‌ଡାଉନ୍‌ ହଟିବା ପରେ ବି ରହିବ କଟକଣା !

ନୂଆଦିଲ୍ଲୀ,୭।୪: ଦେଶରେ କରୋନା ସଂକ୍ରମଣକୁ ରୋକିବାକୁ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏବେ ଏହା ପୂରଣ ହେବାକୁ ଆଉ ମାତ୍ର ୭ ଦିନ ବାକି...

ନାବାଳିକାଙ୍କ ହାତ ଧରିବା, ନିଜ ଜିପ୍‌ ଖୋଲିବା ଯୌନ ଅପରାଧ ନୁହେଁ: ବମ୍ବେ ହାଇକୋର୍ଟ

ନାଗପୁର,୨୯।୧: ଜଣେ ନାବାଳିକାଙ୍କ ହାତ ଧରିବା ଓ ନିଜ ପ୍ୟାଣ୍ଟ୍‌ର ଜିପ୍‌ ଖୋଲିବା ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍ସୋ) ଆଇନ ଅନୁଯାୟୀ ଯୌନ ଅପରାଧ...

ଲଭ୍‌ ଜିହାଦ: କେନ୍ଦ୍ର ସରକାରଙ୍କ ପାଖରେ ନାହିଁ କୌଣସି ସୂଚନା

ନୂଆଦିଲ୍ଲୀ,୩୧।୧୨: ଲଭ୍‌ ଜିହାଦ ନେଇ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ଇତିମଧ୍ୟରେ ଉତ୍ତରପ୍ରଦେଶରେ ଲଭ୍‌ ଜିହାଦ ଆଇନ ପ୍ରଣୟନ ହୋଇସାରିଛି। ମଧ୍ୟପ୍ରଦେଶ...

ଗଣତନ୍ତ୍ରକୁ ରକ୍ଷା କରନ୍ତୁ ସିଜେଆଇ

କୋଲକାତା,୩୧ା୧୦: ଦେଶରେ ସବୁ ଗଣତାନ୍ତ୍ରିକ ଶକ୍ତିକୁ ସମାଜର ଏକ ନିର୍ଦ୍ଦିଷ୍ଟ ବର୍ଗ କବ୍‌ଜା କରିରଖିଛି। ତେଣୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ. ଲଲିତ ସେମାନଙ୍କ...

ଯୋଗୀ ସରକାରଙ୍କ ଉପରେ ପୁଣି ବର୍ଷିଲେ ଓୱାଇସି କହିଲେ, ଯଦି ଗୁଳିର ଜବାବ ଗୁଳିରେ ଦିଆଯାଏ ତେବେ…

ଲକ୍ଷ୍ନୌ,୨।୫: ଉତ୍ତରପ୍ରଦେଶର ମୋରାଦାବାଦରେ ହେବାକୁ ଥିବା ନଗର ନିଗମ ନିର୍ବାଚନରେ ପ୍ରଚାର କରିବା ପାଇଁ ଏଆଇଏମଆଇଏମ୍‌ର ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଉମ୍ରି କାଲା ନାଗର ପଞ୍ଚାୟତରେ...

ସିଏଏ ବିରୋଧରେ ସୁପ୍ରିମକୋର୍ଟ ଗଲେ କେରଳ ସରକାର

ଥିରୁଭାନନ୍ତପୁରମ୍‌,୧୪।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ କେରଳ ରେକର୍ଡ ଉପରେ ରେକର୍ଡ ସୃଷ୍ଟି କରିଛି। ପୂର୍ବରୁ ରାଜ୍ୟରେ ସିଏଏ ଲାଗୁ ନ କରିବା ପାଇଁ ଏକ...

Advertisement
Archives

Model This Week