ଅଧିକ ସୁବିଧାଜନକ ହେବ ଡିଜିଟାଲ ନେଣଦେଣ;ଆର୍‌ବିଆଇ ଜାରି କଲା ଭିଜନ ୨୦୨୧ ଡକ୍ୟୁମେଣ୍ଟ

ମୁମ୍ବାଇ,୧୭-୫: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସୁରକ୍ଷିତ, ସୁବିଧାଜନକ, ଦ୍ରୁତ ଏବଂ ଶସ୍ତା ଡିଜିଟାଲ ଦେୟ ପ୍ରଣାଳୀକୁ ନେଇ ଏକ ଭିଜନ ଡକ୍ୟୁମେଣ୍ଟ ଜାରି କରିଛି। ଆସନ୍ତା ୨ ବର୍ଷ ଭିତରେ ଅନ୍‌ଲାଇନ ଦେୟ ବ୍ୟବସ୍ଥାରେ ଆସିବାକୁ ଥିବା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ଡକ୍ୟୁମେଣ୍ଟ ଜାରି କରାଯାଇଛି।
ଆର୍‌ବିଆଇ ପକ୍ଷରୁ ଜାରି ୨୦୧୯-୨୦୨୧ ଭିଜନ ଡକ୍ୟୁମେଣ୍ଟରେ ଡିସେମ୍ବର ୨୦୨୧ ସୁଦ୍ଧା ଦେଶରେ ଡିଜିଟାଲ ମାଧ୍ୟମରେ ହେବାକୁ ଥିବା ନେଣଦେଣ ୪ ଗୁଣାରୁ ଅଧିକ ବୃଦ୍ଧି ପାଇ ୮୭୦୭ କୋଟି ଟଙ୍କାରେ ପହଞ୍ଚତ୍ୟିବ ବୋଲି ଆଶାବ୍ୟକ୍ତ କରାଯାଇଛି। ଭିଜନ ଡକ୍ୟୁମେଣ୍ଟ ଜାରି କରି ଦେଶରେ ଇ-ଦେୟର ଅନୁଭବକୁ ଅଧିକ ଉନ୍ନତ କରିବା ତଥା ଅଧିକ ଡିଜିଟାଲ ଏବଂ କମ ନଗଦ ଥିବା ସମାଜ ଗଠନ କରିବା ଦିଗରେ ଏହା ଏକ ପଦକ୍ଷେପ ବୋଲି ରିଜର୍ଭ ବ୍ୟାଙ୍କ କହିଛି। କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ, ନୂଆ ସେବା ପ୍ରଦାନକାରୀ ଏବଂ ନୂଆ ପନ୍ଥାପଦ୍ଧତି ଆସିବା କାରଣରୁ ଦେୟ ପ୍ରଣାଳୀରେ କ୍ରମାଗତ ପରିବର୍ତ୍ତନ ଜାରି ରହିବ। ଏହାଦ୍ୱାରା ଉପଭୋକ୍ତାଙ୍କୁ ଉନ୍ନତ ଲଗାଣ ଉପରେ ବିଭିନ୍ନ ପ୍ରକାର ଦେୟ ପ୍ରଣାଳୀର ବିକଳ୍ପ ଉପଲବ୍ଧ ହେବ। ଏହି ଡକ୍ୟୁମେଣ୍ଟକୁ ଆର୍‌ବିଆଇ ୨୦୧୯-୨୦୨୧ ମଧ୍ୟରେ ଲାଗୁ କରିବ। ସୂଚନାଥାଉ କି, ଆର୍‌ବିଆଇ ପକ୍ଷରୁ ପ୍ରଥମ ଭିଜନ ଡକ୍ୟୁମେଣ୍ଟ ୨୦୧୬-୨୦୧୮ ଲାଗି ଜାରି କରାଯାଇଥିଲା। ଦେଶରେ ଡିଜିଟାଲ ମାଧ୍ୟମରେ ନେଣଦେଣ ୨୦୧୮ ଡିସେମ୍ବର ସୁଦ୍ଧା ୨୦୬୯ କୋଟି ଟଙ୍କାରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ଇରାନ ଉପରୁ କଟକଣା ହଟାଇଲେ ଟ୍ରମ୍ପ୍‌, ତେହରାନ କହିଲା ଆମ ପାଖରେ…

ଓ୍ବାଶିଂଟନ/ତେହରାନ୍‌,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଏହାକୁ ପ୍ରଶମିତ କରିବା ପାଇଁ ଆମେରିକା ସମୁଦ୍ରରେ ଅଟକି…

ବିଜେଡିର ୬ ବିଧାୟକ ଦଳରୁ ନିଲମ୍ବିତ

ଭୁବନେଶ୍ୱର,୨୧ା୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ଆକ୍ସନ ନେଇଛନ୍ତି। ଦଳରୁ ୬ ବିଧାୟକଙ୍କୁ ନବୀନ ନିଲମ୍ବନ କରିଛନ୍ତି।…

ଗ୍ୟାସ୍‌କୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆସନ୍ତା ୨୩ରୁ…

ନୂଆଦିଲ୍ଲୀ,୨୧ା୩: କେନ୍ଦ୍ର ସରକାର ଏଲ୍‌ପିଜିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର ସରକାର କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT)କୁ ବାଣିଜ୍ୟିକ ଏଲ୍‌ପିଜିର ଆଉ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

Gold Rate: ଲକ୍ଷେ ତଳକୁ ଖସିଆସିବ ସୁନା ଦର? ବିଶେଷଜ୍ଞ କହିଦେଲେ ତାରିଖ!

ସୁନା ଦର ଲକ୍ଷେ ଟଙ୍କା ତଳକୁ ଖସିବ? ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ବଜାରରେ ଅସ୍ଥିରତା ରହିଥାଏ, ତେବେ ଆହୁରି ଟିକିଏ ହ୍ରାସ ହୋଇପାରେ। ତଥାପି, ହଠାତ୍…

ଦଶମ ପାସ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ରେଳବାଇରେ ଆସିଲା ବମ୍ପର ନିଯୁକ୍ତି

ନୂଆଦିଲ୍ଲୀ,୨୧।୩: ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ହଜାର ହଜାର ଶିକ୍ଷାର୍ଥୀ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ସୁଯୋଗ ବିଶେଷ ଭାବରେ ଦଶମ ଶ୍ରେଣୀ ପାସ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri