ଅଧିକ ସମୟ ସୋସିଆଲ ମିଡିଆ ବ୍ୟବହାର ହାନିକାରକ, ବେଳ ଥାଉଥାଉ ହୋଇଯାଆନ୍ତୁ ସତର୍କ

ଆଜିକାଲିର ଜୀବନଶୈଳୀର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି ସୋସିଆଲ ମିଡିଆ। ଆବାଳବୃଦ୍ଧବନିତା ଏହାର ପ୍ରେମରେ। ହେଲେ ଯଦି ଆପଣ ଆବଶ୍ୟକତାଠାରୁ ଅଧିକ ସମୟ ଏହାର ବ୍ୟବହାର କରୁଥାଆନ୍ତି, ତେବେ ସତର୍କ ହୋଇଯାଆନ୍ତୁ। ଏହା ଏକ କୁଅଭ୍ୟାସ। କାରଣ ଏହା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଅନେକ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ଏହାଦ୍ୱାରା ସୃଷ୍ଟି ହୋଇପାରେ।

ଯେପରିକି:

ନିଦ ନହେବା: ବିଶେଷକରି ୧୦ରୁ ୧୨ ବର୍ଷର ଶିଶୁମାନେ ଏଭଳି ସମସ୍ୟା ଭୋଗିଥାଆନ୍ତି। ଏତେ ଛୋଟ ବୟସରୁ ସେମାନେ ସୋସିଆଲ ମିଡିଆ ପ୍ରତି ଆକର୍ଷିତ ହେବା ଦ୍ୱାରା ଅଧିକ ସମୟ ସେମାନେ ଏଠାରେ ହିଁ ବିତାଇଥାଆନ୍ତି, ଯାହାକି ଭଲ ନୁହେଁ। ଏଣୁ ପିଲାମାନଙ୍କୁ ଏସବୁକୁ ନେଇ ସଚେତନ କରାନ୍ତୁ।

ପ୍ରଭାବିତ ହୋଇଥାଏ ଦିନଚର୍ଯ୍ୟା: ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କଠାରୁ ଆରମ୍ଭ କରି ମଡେଲମାନଙ୍କ ଦିନଚର୍ଯ୍ୟା ଓ ଶରୀର ଗଠନ ଉପରେ ନଜର ଆସିଥାଏ। ଫଳରେ ଅନେକେ ସେମାନଙ୍କ ଭଳି ନଜରକୁ ଆସିବାକୁ ଚେଷ୍ଟା କରିଥାଆନ୍ତି। ପତଳା ଶରୀର ପାଇବା ଲାଗି ଅନେକେ ଖାଇବା ଛାଡ଼ି ଦେଇଥାଆନ୍ତି, ନଚେତ ଖାଇବା କମ୍‌ କରିଦେଇଥାଆନ୍ତି। ଫଳରେ ଅନେକ ସମସ୍ୟା ଉପୁଜିଥାଏ।

ଈର୍ଷାଳୁ କରିଥାଏ: ସୋସିଆଲ ମିଡିଆ ଯୋଗୁ ଜଣେ ଅନ୍ୟ ଜଣକ ସହ ନିଜକୁ, ନିଜ ପରିସ୍ଥିତିକୁ ତୁଳନା କରିଥାଏ। ଫଳରେ ମାନସିକ ଅଶାନ୍ତି ସୃଷ୍ଟି ହୋଇଥାଏ। ମନରେ ଈର୍ଷାଳୁ ପ୍ରବୃତ୍ତି ବୃଦ୍ଧି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟକିରଣ ଓ ଅସ୍ଥି

ଅସ୍ଥି ମଜଭୁତ ରହିବା ପାଇଁ ଭିଟାମିନ୍‌ ‘ଡି’ର ପ୍ରମୁଖ ଭୂମିକା ରହିଛି। ତେଣୁ ଏପରି ଭିଟାମିନ୍‌ଯୁକ୍ତ ଖାଦ୍ୟକୁ ଆମେ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା...

ଶୀତଦିନେ ପିଅନ୍ତୁ ଗୁଡ ମିଶ୍ରିତ କ୍ଷୀର

ଶୀତଦିନ ଆସିଲେ ଥଣ୍ଡା ସର୍ଦ୍ଦି ଏକ ସାଧାରଣ ସମସ୍ୟା ପାଲଟି ଯାଇଥାଏ। ହେଲେ ଘରୋଇ ଉପଚାର ମାଧ୍ୟମରେ ଆମେ ଏହାକୁ ସହଜରେ ଠିକ୍‌ କରିପାରିବା। ବିଶେଷ...

ଛୁଟି ଟେନ୍‌ସନ

ଛୁଟି! କାହା ପାଇଁ ଶ୍ରମ ଲାଘବର ଅବସର ତ କାହା ପାଇଁ ବିନୋଦନର ସମୟ। ଅନ୍ୟମାନଙ୍କ ପାଇଁ କାମରୁ ବିରତିର ଏକ ସୁଯୋଗ ହୋଇପାରେ। କିନ୍ତୁ...

ହୃଦ୍‌ରୋଗ ଠାରୁ ଦୂରେଇ ରଖେ ତଟକା ଫଳମୂଳ

ହୃଦ୍‌ରୋଗ ପରି ଗୁରୁତର ସମସ୍ୟାଠାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛନ୍ତି କି ? ଯଦି ହଁ, ତେବେ ସେଥିପାଇଁ ସନ୍ତୁଳିତ ଜୀବନଶୈଳୀ, ଖାଦ୍ୟପେୟ, ବ୍ୟାୟାମ ବିଷୟରେ...

ଦୀପାବଳି ଓ ପ୍ରଦୂଷଣ

”ଶବ୍ଦ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ସ୍ବଳ୍ପ ଡେସିବେଲଯୁକ୍ତ ଶବ୍ଦ ବାଣ ଫୁଟାଇବା ଦରକାର । ଅଧିକ ଶବ୍ଦ କରୁଥିବା ବାଣ କେବଳ ଶ୍ରବଣ...

ବିଶ୍ୱ ସ୍ବାସ୍ଥ୍ୟ ଦିବସ: ସତର୍କତା ଜରୁରୀ

ପୃଥିବୀରେ ପ୍ରାୟତଃ ୧୯୦ରୁ ଊର୍ଦ୍ଧ୍ୱ ଦେଶର ସାମୂହିକ ଏକତାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ଗଠିତ ହୋଇଛି। ୧୯୪୮ ଏପ୍ରିଲ ୭ ତାରିଖ ଦିନ ସୁଇଜରଲାଣ୍ଡର...

ସାଗୁ ପକୁଡ଼ି

ଆବଶ୍ୟକ ସାମଗ୍ରୀ- ସାଗୁ-୫୦ଗ୍ରାମ୍‌, ଆଳୁ- ୨ଟି ସିଝା, ମୁଗ-୫୦ଗ୍ରାମ୍‌, ଅଟା- ୧୦୦ ଗ୍ରାମ୍‌, ଜିରା- ଅଧା ଚାମଚ, ଟମାଟୋ- ୧ଟି ଛୋଟ, ସୈନ୍ଧବ ଲୁଣ ସ୍ବାଦ...

ନୂଆ ଘର କିଣୁଛନ୍ତି କି? ଏସବୁ ପ୍ରତି ଦିଅନ୍ତୁ ଧ୍ୟାନ: କେବେ ହେବାକୁ ପଡ଼ିବ ନାହିଁ ଚିନ୍ତିତ

ସୁଖମୟ ଜୀବନଯାପନ ପାଇଁ ଆଚାର୍ଯ୍ୟ ଚାଣକ୍ୟ ଅନେକ କିଛି କହିଛନ୍ତି। ଜୀବନର ମୂଲ୍ୟଠାରୁ ଆରମ୍ଭ କରି ଘର କିଣିବା ପର୍ଯ୍ୟନ୍ତ ସେ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ...

Advertisement
Archives

Model This Week