ଅଧିକ ସମୟ ଇ-ରିଡିଂ କରୁଥିଲେ..

ଆଜିକାଲି ଡିଜିଟାଲ ଯୁଗ। କମ୍ପ୍ୟୁଟର ଏବଂ ସ୍ମାର୍ଟଫୋନ୍‌ ପାଠପଢ଼ାରେ କେତେ ସାହାଯ୍ୟ କରୁଛି ତାହା କହିବା ସହଜ ନୁହେଁ। କେବଳ ସେତିକି ନୁହେଁ, ବିଭିନ୍ନ ବିଷୟରେ ଜାଣିବାକୁ ଏହାର ସହାୟତା ନିଆଯାଇଥାଏ। ବର୍ତ୍ତମାନ ଅଧିକାଂଶ ଯୁବପିଢ଼ି ଇ-ରିଡିଂ ସହ ଜଡ଼ିତ। ପାଠ୍ୟପୁସ୍ତକ ବ୍ୟତୀତ ଇଲେକ୍‌ଟ୍ରୋନିକ ଗ୍ୟାଜେଟ୍‌ର ସହାୟତା ସେମାନେ ନେଉଛନ୍ତି। ହେଲେ ଏଥିପ୍ରତି ସତର୍କତା ଅବଲମ୍ବନ କରିବା ଦରକାର ବୋଲି ୟୁନିଭର୍ସିଟି ଅଫ୍‌ ଟୋକିଓର ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେମାନେ ଏକ ସର୍ଭେରୁ ଜାଣିପାରିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ପ୍ରତିଦିନ ଅଧିକାଂଶ ସମୟ ଇ-ରିଡିଂରେ ବ୍ୟସ୍ତ ରହନ୍ତି ତେବେ ସେ କେତେକ ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା ରହିଛି। ବିଶେଷଭାବରେ ଅନିଦ୍ରା ପରି ଗୁରୁତର ସମସ୍ୟାର ସାମ୍ନା କରିପାରନ୍ତି। ତେଣୁ ଏହା ସହ ଆବଶ୍ୟକ ମୁତାବକ ବିଶ୍ରାମର ଆବଶ୍ୟକତା ରହିଛି। ଅପରପକ୍ଷରେ ଇ-ରିଡିଂ ସମୟରେ ଆଖିକୁ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ବିଶ୍ରାମଦେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ବାସ୍ତୁଶାସ୍ତ୍ର: ସୁଖ ସମୃଦ୍ଧି ପାଇଁ ଏଭଳି ସଜାନ୍ତୁ ଘର

ଘର ସଜାଇବାରେ ବାସ୍ତୁଶାସ୍ତ୍ରର ଏକ ପ୍ରମୁଖ ଭୂମିକା ରହିଛି। ଏହା ଅନୁଯାୟୀ କିଛି ଜିନିଷରେ ଘର ସଜାଇଲେ ଘରେ ସୁଖସମୃଦ୍ଧି ବଢିବ ଓ ଦୁର୍ଭାଗ୍ୟ ବି...

ଭାଗ୍ୟରୁ ଧନୀ ହୋଇଥାନ୍ତି ଏହି ୩ ରାଶିର ବ୍ୟକ୍ତି; ଯାହା ଚାହାନ୍ତି ତାହା ପାଆନ୍ତି…

କୁହାଯାଏ, ଯାହାର ଭାଗ୍ୟ ଭଲ ସେ କମ୍‌ ପରିଶ୍ରମରେ ସଫଳତା ପ୍ରାପ୍ତ କରିଥାଏ। ଯାହାର ଖରାପ ତାକୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ। ଜ୍ୟୋତିଷଶାସ୍ତ୍ରରେ ଏଭଳି...

ଘରେ ରଖାଯାଇଥିବା ଏହି ୫ ଅଶୁଭ ଜିନିଷ ବଢ଼ାଇଥାଏ ଦୁର୍ଭାଗ୍ୟ; ଯଥାଶୀଘ୍ର ବାହାର କରିଦିଅନ୍ତୁ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ରଖାଯାଇଥିବା କିଛି ଖରାପ ଜିନିଷ ନକାରାତ୍ମକ ଶକ୍ତି ଆଣିଥାଏ। ଏହି ଜିନିଷଗୁଡ଼ିକୁ ଘରେ ରଖିବା ଦ୍ୱାରା ଦାରିଦ୍ରତା ମାଡ଼ି ଆସେ। ବୈବାହିକ...

ଗର୍ଭାବସ୍ଥାରେ ମେଦ ବୃଦ୍ଧି

ଜଣେ ଜଣେ ମହିଳା ଗର୍ଭଧାରଣ ପୂର୍ବରୁ ମୋଟା ଥାଆନ୍ତି ଏବଂ ବେଶି ଓଜନ ସହ ଗର୍ଭଧାରଣ କରିଥାନ୍ତି, ପୁଣି କେତେକ ମହିଳା ଗର୍ଭଧାରଣ ସମୟରେ ବହୁତ...

ବିବାହରେ ବିଳମ୍ବ ହେଉଛି କି: ଏପରି ଉପାୟ ଅବଲମ୍ବନ କରନ୍ତୁ..

ବିବାହରେ ବିଳମ୍ବ ପାଇଁ ଅନେକେ ମଙ୍ଗଳ ଦୋଷକୁ ଦାୟୀ କରିଥାନ୍ତି। ଏହାକୁ ଦୂର କରିବା ପାଇଁ ଘରର କବାଟଗୁଡିକୁ ଲାଲ କିମ୍ବା ଗୋଲାପୀ ରଙ୍ଗର କରିଦିଅନ୍ତୁ।...

ଆଉ ରକ୍ଷା ନାହିଁ, କାଶିଲେ-ଛିଙ୍କିଲେ ୧୦ ମିଟର ପର୍ଯ୍ୟନ୍ତ ବ୍ୟାପିବ କରୋନା ଭୂତାଣୁ…

ନୂଆଦିଲ୍ଲୀ,୨୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣ ନେଇ ନୂଆ ସତର୍କ...

ଟ୍ରେଣ୍ଡରେ ରଫଲ୍‌ ଲେହେଙ୍ଗା

ସାଧାରଣତଃ ପୋଷାକର କିଛି କିଛି ସ୍ଥାନରେ କପଡ଼ା କୁଞ୍ଚ କୁଞ୍ଚ ହୋଇ ଝୁଲିକି ରହିବାର ଷ୍ଟାଇଲ୍‌କୁ ରଫଲ୍‌ କୁହାଯାଇଥାଏ। ଆଉଟ୍‌ଫିଟ୍‌ ଯେତେ ସିମ୍ପଲ ହେଉନା କାହିଁକି,...

ଜିମ୍‌ ଯିବା ପୂର୍ବରୁ ପିଉଛନ୍ତି କି ଏହି ୫ ପାନୀୟ

ବର୍ତ୍ତମାନ ସମୟରେ ଯୁବପିଢ଼ି ଫିଟ ରହିବା ପାଇଁ ଜିମ୍‌ ଯାଉଛନ୍ତି। ଏ ନେଇ ସେମାନେ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଜିମ୍‌ ଯିବା ପୂର୍ବରୁ...

Advertisement
Archives

Model This Week