ଅଧିକ ଷ୍ଟିରଏଡ୍‌ ବ୍ୟବହାର ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରେ

ସାଧାରଣତଃ ଅଙ୍ଗ ପ୍ରତିରୋପଣ, ଶ୍ୱାସ, ଆଣ୍ଠୁଗଣ୍ଠି ବାତ, ଚର୍ମ ଓ କ୍ୟାନ୍‌ସର ଆଦି ରୋଗୀମାନଙ୍କ କ୍ଷେତ୍ରରେ ଷ୍ଟିରଏଡ ଔଷଧ ବହୁଳ ଭାବେ ବ୍ୟବହାର କରାଯାଇଥାଏା ଦୀର୍ଘ ସମୟ ଧରି ଷ୍ଟିରଏଡ ବ୍ୟବହାର କରାଗଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ହ୍ରାସ ପାଇଥାଏ। ତେଣୁ ବର୍ତ୍ତମାନ ପରିସ୍ଥିତିରେ ଏହି ଔଷଧଗୁଡିକ କିପରି ନିରାପଦର ସହ ବ୍ୟବହାର କରିହେବ ସେ ନେଇ କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲର ନେଫ୍ରୋଲୋଜି ବିଭାଗର ମୁଖ୍ୟ ଡା. ଚିତ୍ତ ରଞ୍ଜନ କର ଯାହା କୁହନ୍ତି….

ଷ୍ଟିରଏଡ କ’ଣ ଓ କାହିଁକି ବ୍ୟବହାର କରାଯାଇଥାଏ?
:- ଷ୍ଟିରଏଡଗୁଡିକ ମୁଖ୍ୟତଃ ଜୀବନ ରକ୍ଷାକାରୀ ଜରୁରୀ ଔଷଧ। କୌଣସି ବି ରୋଗର ଚିକିତ୍ସା କରିବା ବେଳେ ଏସବୁର ବ୍ୟବହାର କରାଗଲେ ଲକ୍ଷଣଠାରୁ ତୁରନ୍ତ ଉପଶମ ମିଳିଥାଏ। କିନ୍ତୁ ରୋଗର କାରଣ ଉପରେ ପ୍ରାୟତଃ ଠିକଣାଭାବେ କାମ କରି ନ ଥାଏ। ତଥାପି ଅଙ୍ଗ ପ୍ରତିରୋପଣ, ଶ୍ୱାସ,ଆଣ୍ଠୁଗଣ୍ଠି ବାତ, ଚର୍ମ ଓ କ୍ୟାନସର ଆଦି ରୋଗ କ୍ଷେତ୍ରରେ ଏସବୁର ବ୍ୟବହାର ନିହାତି ଅପରିହାର୍ଯ୍ୟ।
ଷ୍ଟିରଏଡ ବ୍ୟବହାର କରିବା ଦ୍ୱାରା ଶରୀରର ଇମ୍ୟୁନିଟି ପାଓ୍ବାର ବା ରୋଗ ପ୍ରତିରୋଧକ କ୍ଷମତା ଉପରେ କି ପ୍ରଭାବ ପକାଇଥାଏ?
:- ଷ୍ଟିରଏଡ ବ୍ୟବହାର କରିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଇଥାଏ। କିନ୍ତୁ ଅଙ୍ଗ ପ୍ରତିରୋପଣର ପୂର୍ବରୁ ଏବଂ ପରେ ଏସବୁ ଦିଆଯିବା ଦ୍ୱାରା ରିଜେକସନ୍‌ ବା ପ୍ରତ୍ୟାଖ୍ୟାନ କରିବା ପ୍ରକ୍ରିୟାକୁ ସହଜରେ ନିୟନ୍ତ୍ରଣ କରାଯାଇ ପାରିଥାଏ। ତେଣୁ ଏପରି ରୋଗୀଙ୍କ କ୍ଷେତ୍ରରେ ଇମ୍ୟୁନିଟି କମ୍‌ କରି ପାରୁଥିବା(ଟାକ୍ରୋଲିମସ, ଆଜାଥାଓପ୍ରାଇନ ଓ ସାଇକ୍ଳୋଫସ ଫାମାଇଡ) ଭଳି ଔଷଧ ସହ ମିଶାଇ କରି ଦିଆଯାଇଥାଏ।
ବିଶେଷ କରି ବର୍ତ୍ତମାନର କରୋନା ସଂକ୍ରମଣକୁ ଆଶଙ୍କା କରି ଏସବୁ ଔଷଧ ବ୍ୟବହାର କରାଯାଇ ପାରିବ କି ନାହିଁ ?
– ମୁଖ୍ୟତଃ ଏହି ପ୍ରକାର ଔଷଧଗୁଡିକ ବ୍ୟବହାର କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। କରୋନା ଏକ ସଂକ୍ରମଣ ରୋଗ ଏବଂ ଏହି ରୋଗ ଇମ୍ୟୁନୋ କମ୍ପରମାଇଜଡ୍‌ ବା କମ୍‌ ରୋଗ ପ୍ରତିରୋଧକ କ୍ଷମତା ଥିବା ବ୍ୟକ୍ତିଙ୍କୁ ଶୀଘ୍ର ଆକ୍ରାନ୍ତ କରିଥାଏ। ତଥାପି ଯେଉଁମାନେ ଏସବୁ ଔଷଧ ପୂର୍ବରୁ ବ୍ୟବହାର କରି ଆସୁଛନ୍ତି, ସେମାନେ ଏହାକୁ ବନ୍ଦ କରିପାରିବେ ନାହିଁ କିମ୍ବା ଡ଼ୋଜ ବା ପରିମାଣକୁ ମଧ୍ୟ କମାଇବା ଉଚିତ୍‌ ନୁହଁ। କେବଳ ଏଭଳି ରୋଗୀମାନେ ହାତକୁ ବାରମ୍ବାର ସାନିଟାଇଜର ଦ୍ୱାରା ସଫା ରଖିବା ସହ ମୁହଁକୁ ସର୍ଜିକାଲ ଏନ୯୫ମାସ୍କରେ ଘୋଡାଇ ରଖିବା ଆବଶ୍ୟକ। ଏସବୁ ପରେ ଯଦି କେୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତି ତେବେ ୧୦୪ରେ ଯୋଗାଯୋଗ କରି ନିଜର ଉପଯୁକ୍ତ ଚିକିତ୍ସା କରାଇନେବା ଜରୁରୀ। ବର୍ତ୍ତମାନ କୌଣସି ବ୍ୟକ୍ତି ଯଦି ନୂଆକରି ଏହି ଔଷଧ ଆରମ୍ଭ କରିବାକୁ ଯାଉଛନ୍ତି,ତେବେ ଡାକ୍ତରଙ୍କ ପରାମର୍ଶ କରି ଆଉ କିଛି ଦିନ ପରେ ବ୍ୟବହାର କରିଲେ ଭଲ ହେବ।
ବର୍ତ୍ତମାନ ଷ୍ଟିରଏଡ ବ୍ୟବହାରର ଅନ୍ୟ କେଉଁ ସବୁ ଦିଗଗୁଡିକୁ ଧ୍ୟାନ ଦିଆଯିବା ଆବଶ୍ୟକ?
-ଏବେ କୌଣସି ବ୍ୟକ୍ତି ଔଷଧ ଦୋକାନୀ କିମ୍ବା କ୍ୱାକମାନଙ୍କଠାରୁ ପଚାରି ଏପରି ଔଷଧ ବ୍ୟବହାର କରନ୍ତୁ ନାହଁ। କାରଣ ଯଦି ଭୁଲ୍‌ବଶତଃ ଏପରି କରନ୍ତି ତେବେ ଶରୀରରେ ଅଜାଣତରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ହୋଇଯିବା କାରଣରୁ ସଂକ୍ରମଣର ଶିକାର ହୋଇପାରନ୍ତି।

-ପ୍ରଣବ କୁମାର ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ବୃଦ୍ଧିକରେ ସାଗୁଦାନା

ସୌନ୍ଦର୍ଯ୍ୟ ବୃଦ୍ଧିକରାଇବା ଲାଗି ମହିଳା ସର୍ବଦା ଚିନ୍ତିିତ। ଏ ନେଇ ସେମାନେ ରାସାୟନିକ ଦ୍ରବ୍ୟର ବ୍ୟବହାର କରିବା ସହିତ ବିଭିନ୍ନ ଫେସ୍‌ ପ୍ୟାକ୍‌ ମଧ୍ୟ ଲଗାଇଥାନ୍ତି।...

ନମନୀୟ ତ୍ୱଚା ପାଇଁ ଆଲୋଭେରା

ଆଲୋଭେରା ବା ଘିକୁଆଁରୀରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। କେବଳ ସେତିକି ନୁହେଁ, ତ୍ୱଚାକୁ ନୂଆ ରୂପ ଦେବାରେ ଏହା ଅନେକାଂଶରେ ସାହାଯ୍ୟ...

ଗାର୍ଡେନିଂ କରୁଥିଲେ…

ଗାର୍ଡେନିଂ କରିବା ପାଇଁ ଅଧିକାଂଶ ମହିଳାଙ୍କୁ ଭଲ ଲାଗିଥାଏ। ସେଥିପାଇଁ କିଏ କିଚେନ୍‌ ଗାର୍ଡେନ କରନ୍ତି ତ କିଏ ବିଭିନ୍ନ ପ୍ରକାରର ଫୁଲ ଗଛ ସବୁ...

ଓଜନ ଆଉ ପେଟ କମାଇବ ଏହି ଯୋଗାସନ

ସୁସ୍ଥ ରହିବା ପାଇଁ ଯୋଗାସନ ଜରୁରୀ ଅଟେ। ଫଳକାସନ ଏମିତି ଏକ ଆସନ ଯାହା କରିବା ଦ୍ୱାରା ଓଜନ କମିବା ସହ ପେଟ କମିଥାଏ ବୋଲି...

ଚୁଡ଼ା ଉତ୍ତପମ୍‌

ଆବଶ୍ୟକ ସାମଗ୍ରୀ ଚୁଡା: ଅଧା କପ୍‌ ସୁଜି: ଅଧା କପ୍‌ ଦହି: ଅଧା କପ୍‌ ପିଆଜ: ଅଧାକପ୍‌ ଛୋଟ କଟା ହୋଇଥିବା ବିନ୍ସ, ଗାଜର ଓ...

ବସବାସ: ପୃଥିବୀରେ ଆଗ ନା ମଙ୍ଗଳରେ…

ସୌରମଣ୍ଡଳରେ ଥିବା ଗ୍ରହଗୁଡ଼ିକ ମଧ୍ୟରେ କେବଳ ପୃଥିବୀରେ ହିଁ ଜୀବନ ଧାରଣ ପାଇଁ ଆବଶ୍ୟକ ଉପାଦାନ ରହିଛି। ତେବେ ବସବାସ କେଉଁ ଗ୍ରହରେ ପ୍ରଥମେ ସମ୍ଭବ...

ମେନ୍ସ ଓ୍ବିଣ୍ଟର ଜ୍ୟାକେଟ୍‌

ଋତୁ ଯାହା ବି ହେଉ ସମସ୍ତେ ଷ୍ଟାଇଲିସ୍‌ ଲାଗିବାକୁ ଚାହାନ୍ତି। ହେଲେ ଶୀତଋତୁରେ ସ୍ମାର୍ଟ ଲୁକ୍‌ ମିଳିବା ମୁସ୍କିଲ ବୋଲି ଅନେକେ ଭାବନ୍ତି। କିନ୍ତୁ ଏହି...

ସୁସ୍ଥ ରହିବାକୁ ହେଲେ ଖାଆନ୍ତୁ ବ୍ଲଡ୍‌ ଗ୍ରୁପ୍‌ ଅନୁସାରେ ଖାଦ୍ୟ: ଜାଣନ୍ତୁ କେଉଁ ବର୍ଗ ପାଇଁ କ’ଣ ରହିଛି ଡାଏଟ୍‌ ପ୍ଲାନ୍‌

ଅନେକ ସମୟରେ ଖାଦ୍ୟପେୟର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ। ସୁସ୍ଥ ରହିବାକୁ ହେଲେ ଉପଯୁକ୍ତ ଖାଦ୍ୟସେବନ କରିବା ଜରୁରୀ। ତେବେ ଆଜିକାଲିର ବ୍ୟସ୍ତବହୁଳ ସମୟରେ ଲୋକମାନେ...

Advertisement
Archives

Model This Week