ପୁରୀ ଅଫିସ,୨୪।୮ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ ପାଇଁ ଅନୁମତି ନ ଥିବାରୁ ମହାପ୍ରସାଦ ବିକ୍ରି ଧିମେଇଥିବା ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପଢିହାରୀ କହିଛନ୍ତି। ସେ କହିଛନ୍ତି, ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିବାରୁ ଭକ୍ତଙ୍କ ଆଗମନ ବଢିବ। ଏଭଳି ସ୍ଥଳେ ଆନନ୍ଦବଜାରରେ ଭକ୍ତଙ୍କୁ ମହାପ୍ରସାଦ ସେବନ ପାଇଁ ଅନୁମତି ଦିଆଯିବା ଉଚିତ। ନଚେତ୍ ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯାଉ। ମହାପ୍ରସାଦ ସେବନ ପାଇଁ ବ୍ୟବସ୍ଥା ନ ଥିବାରୁ ଭକ୍ତମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୋମବାର ୧୦ହଜାର ଲୋକଙ୍କ ପାଇଁ ମହାପ୍ରସାଦର ବ୍ୟବସ୍ଥା ହୋଇଥିବାବେଳେ ପାଖାପାଖି ୫ ହଜାର ଲୋକ ସେବନ କରିବା ଭଳି ମହାପ୍ରସାଦ ବଳିପଡ଼ିଛି। ଯେଉଁ ବ୍ୟକ୍ତି ୫ଶହ ଟଙ୍କାର ଅବଢ଼ା ନେବା କଥା, ସେବନ ପାଇଁ ସ୍ଥାନ ନ ଥିବାରୁ ନାମକୁ ମାତ୍ର ୫୦ ଟଙ୍କାର ଅବଢ଼ା ନେଇ ଚାଲିଯାଉଛି। ଅନ୍ୟପକ୍ଷରେ ଶ୍ରଦ୍ଧାଳୁମାନେ ଅବଢ଼ା କିଣିନେଇ ଶ୍ରୀମନ୍ଦିର ବାହାରେ ଏଣେତେଣେ ଚପଲ ପିନ୍ଧି ଖାଉଛନ୍ତି, ଯାହା ମହାପ୍ରସାଦକୁ ଅସମ୍ମାନ। ଏଣୁ ପ୍ରଶାସନ ମହାପ୍ରସାଦ ସେବନ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ପଢିହାରୀ ମତ ପ୍ରକାଶ କରିଛନ୍ତି।
ପ୍ରମାଣପତ୍ର ଫଟୋକପି ନ ନେଇ ଶ୍ରଦ୍ଧାଳୁ ହଇରାଣ
କୋଭିଡ୍ ଡବଲ୍ ଡୋଜ୍ କିମ୍ବା ଆର୍ଟି-ପିସିିଆର୍ ଟେଷ୍ଟ ନେଗେଟିଭ୍ ରିପୋର୍ଟର ନକଲ ସାଙ୍ଗରେ ନେଇ ଦର୍ଶନ କରିବାକୁ ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଥିଲା। ହେଲେ ଅନେକ ଶ୍ରଦ୍ଧାଳୁ ରିପୋର୍ଟ କପି ନ ଦେଖାଇ ପାରି ହଇରାଣ ହୋଇଛନ୍ତି। ଶ୍ରଦ୍ଧାଳୁମାନେ ଡିଜିଟାଲ୍ ଫର୍ମରେ ପ୍ରମାଣପତ୍ର ଧରି ଧାଡ଼ି ଲାଗାଇଥିଲେ। ଯାଞ୍ଚ ବେଳେ କାଗଜ ନକଲ ଦେଖାଇବାକୁ କୁହାଯାଇଥିଲେ ମଧ୍ୟ ସେମାନଙ୍କ ପାଖରେ କେବଳ ଡିଜିଟାଲ୍ ପ୍ରମାଣପତ୍ର ଥିବା କହିଥିଲେ। ପ୍ରଶାସନ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦର୍ଶନ ଅନୁମତି ନ ଦେବାରୁ ସେମାନେ ଧାଡ଼ିରୁ ବାହାରି ଡିଜିଟାଲ୍ ପ୍ରମାଣପତ୍ରଗୁଡ଼ିକର ଫଟୋ କପି କରାଇବା ପାଇଁ ଯାଇଥିଲେ। ଫଟୋ କପି ଧରି ପୁଣି ଥରେ ଦର୍ଶନ ଲାଗି ଧାଡ଼ିରେ ରହିଥିଲେ।
ଆର୍ଟି-ପିସିଆର୍ ରିପୋର୍ଟ ପାଇଁ ଘରୋଇ ହସ୍ପିଟାଲ୍ରେ ପର୍ଯ୍ୟଟକ
ପୁରୀକୁ ଆସିଥିବା ଅନେକ ପର୍ଯ୍ୟଟକ ଆର୍ଟି-ପିସିଆର୍ ରିପୋର୍ଟ ପାଇଁ ଘରୋଇ ହସ୍ପିଟାଲ୍ରେ ପହଞ୍ଚତ୍ଥିଲେ। ଶ୍ରୀମନ୍ଦିର ପ୍ରବେଶ ପାଇଁ ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଥିବାରୁ ପର୍ଯ୍ୟଟକମାନେ ଘରୋଇ ହସ୍ପିଟାଲ୍କୁ ଧାଉଁଛନ୍ତି। ଗୋଟିଏ ଦିନରେ ଘରୋଇ ହସ୍ପିଟାଲ୍ ପକ୍ଷରୁ ରିପୋର୍ଟ ଦିଆଯାଉଛି। ସମ୍ପୃୃକ୍ତ ଘରୋଇ ହସ୍ପିଟାଲ୍ ଭୁବନେଶ୍ୱରର ବିଭିନ୍ନ ଲାବ୍କୁ ନମୁନା ପଠାଇ ଟେଷ୍ଟିଂ କରୁଥିବା ଜଣାପଡ଼ିଛି। ସେହିଭଳି ଆର୍ଟି-ପିସିିଆର୍ ରିପୋର୍ଟ ପାଇଁ ଜଣଙ୍କ ପିଛା ୮ଶହ ଟଙ୍କା ନିଆଯାଉଛି।
ବେଳାଭୂମି ଗହଳଚହଳ, ହୋଟେଲରେ ଯାତ୍ରୀ
ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥାର ୨୪ ଘଣ୍ଟା ପୂରି ନ ଥିଲେ ମଧ୍ୟ ପୁରୀ ସହରରେ ପର୍ଯ୍ୟଟକଙ୍କ ଗହଳି ବଢ଼ିବାରେ ଲାଗିଛି। ସମୁଦ୍ରକୂଳ ନିକଟ ହୋଟେଲ ଓ ଲଜ୍ଗୁଡ଼ିକରେ ପର୍ଯ୍ୟଟକ ରହିବା ଆରମ୍ଭ କଲେଣି। ପର୍ଯ୍ୟଟକମାନେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ବେଳାଭୂମିରେ ବସି ମଜା ନେଇଥିବା ଦେଖିବାକୁ ମିଳିଛି। ଦୀର୍ଘ ଦିନ ପରେ ପୁରୀ ବେଳାଭୂମିରେ ଆଖିଦୃଶିଆ ଗହଳି ପରିଲକ୍ଷିତ ହୋଇଛି। ସେହିଭଳି ବେଳାଭୂମିରେ ବାରମଜା, ଗୁପଚୁପ, ବାଦାମଭଜା, ସି ଫୁଡ୍ ଓ ଅନ୍ୟ ଉଠା ବ୍ୟବସାୟ ଜମିଛି। ବେଳାଭୂମି ସମ୍ମୁଖ ଭାଗରେ ଥିବା ପ୍ରାୟ ସମସ୍ତ ହୋଟେଲ୍ ବାଲକୋନିରେ ପର୍ଯ୍ୟଟକମାନେ ବସି ବେଳାଭୂମିର ମଜା ନେଇଥିଲେ। ଅଗାମୀ ଦିନରେ ଆହୁରି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ। ତେଣୁ ବ୍ୟବସାୟ ଆହୁରି ଜମିବ ବୋଲି ଉଭୟ ଛୋଟବଡ଼ ବ୍ୟବସାୟୀ ଆଶା ବାନ୍ଧିଛନ୍ତି। ସେହିପରି ଲଜ୍, ହୋଟେଲଗୁଡ଼ିକରେ ମଧ୍ୟ ଭିଡ ହେବ ବୋଲି ଆଶା କରାଯାଉଛି।
Posted inଆମ ଜିଲା ଖବର, ପୁରୀ, ରାଜ୍ୟ View All

ଆଇଏଏସ୍ସ୍ତରରେ ଅଦଳବଦଳ, ଜାଣନ୍ତୁ କିଏ କେଉଁଠି ହେଲେ ଅବସ୍ଥାପିତ
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଆଇଏଏସ୍ ସ୍ତରରେ ଶୁକ୍ରବାର ଅଦଳବଦଳ କରାଯାଇଛି। ୨୦୦୪ ବ୍ୟାଚ୍ର ଆଇଏଏସ୍ ଅଫିସର ନିରଞ୍ଜନ ସାହୁଙ୍କୁ ଉତ୍ତରାଞ୍ଚଳ ଆର୍ଡିସି, ୨୦୦୦ ବ୍ୟାଚ୍ ଆଇଏଏସ୍ ଅଫିସର ବସନ୍ତ...

ବିରଜା କ୍ଷେତ୍ରକୁ ନୂତନ ରେଳପଥ ସଂଯୋଗ ଆଶା ମଉଳିଲା
ଯାଜପୁର ଅଫିସ,୫।୨: ଚଳିତ ରେଳ ବଜେଟ ଯାଜପୁର ଜିଲା ପାଇଁ ନିରାଶଜନକ ହୋଇଛି । ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେଉଁଝରରୋଡ ଷ୍ଟେଶନଠାରୁ ଧାମରା ପର୍ଯ୍ୟନ୍ତ ଭାୟା...

ଜେଲରେ ଇ-ମୁଲାକାତ୍ ବ୍ୟବସ୍ଥା
ଭୁବନେଶ୍ୱର,୧୯।୩(ବ୍ୟୁରୋ): ସମସ୍ତ ଜିଲା ମୁଖ୍ୟ କାରାଗାରରେ ‘ଇ-ମୁଲାକାତ୍’ ବ୍ୟବସ୍ଥା ଆରମ୍ଭ। ଭିଜିଟର୍ ରୁମ୍(ପରିଦର୍ଶକ କୋଠରି)ରେ ସ୍କାଇପ୍ ଜରିଆରେ କଏଦୀଙ୍କ ସାକ୍ଷାତ ବ୍ୟବସ୍ଥା କରାଯାଇଛି। ୨ରୁ ୩...

ନାବାଳିକା ବଳାତ୍କାର ମାମଲା ଦୋଷୀଙ୍କୁ ୨୦ ବର୍ଷ ଜେଲ୍
ବାଲେଶ୍ୱର ଅଫିସ,୧୭।୧୨-ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ସୋମବାର ବାଲେଶ୍ୱର ପୋକ୍ସୋ ଅଦାଲତର ସ୍ବତନ୍ତ୍ର ବିଚାରପତି ଗିରିଜା ମହାପାତ୍ର ଦୋଷୀଙ୍କୁ ୨୦ ବର୍ଷ ଜେଲ...

ମଧ୍ୟରାତ୍ରି ପର୍ଯ୍ୟନ୍ତ ଉଡିଲା ତ୍ରିରଙ୍ଗା
ସାରସକଣା,୧୬।୮(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସ୍ବାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରାଯାଇଥିଲା। ମାତ୍ର ମଧ୍ୟ ରାତ୍ରି ପର୍ଯ୍ୟନ୍ତ ତିରଙ୍ଗା...

ବାଲିଗୁଡ଼ାରେ ଉପସ୍ଥିତି ଜାହିର କଲେ ମାଓବାଦୀ: ଗଛ ପକାଇ ରାସ୍ତା ଅବରୋଧ କଲେ
ବାଲିଗୁଡ଼ା,୧୪ା୫(ଡି.ଏନ୍.ଏ.)-କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ମାଓବାଦୀମାନେ ପୁଣି ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି। ସୋମବାର ମଧ୍ୟ ରାତିରେ ବାଲିଗୁଡ଼ା- କଣ୍ଟାମାଳ ମୁଖ୍ୟରାସ୍ତାର ପରୁଭଟ୍ଟା ଘାଟିରେ...

ନିୟମିତ ପଞ୍ଜୀକରଣ, ନବୀକରଣ କର
ଅନୁଗୋଳ ଅଫିସ୍,୭।୩ – ଅନୁଗୋଳ ଶ୍ରମ ଜିଲାର ୫ଟି ବ୍ଲକର ନିର୍ମାଣ ଶ୍ରମିକମାନଙ୍କୁ ନେଇ ଶୁକ୍ରବାର ଅନୁଗୋଳ ପୌରପାଳିକା ଟାଉନ୍ ହଲ ଠାରେ ନିର୍ମାଣ ଶ୍ରମିକ...

ମହାବିଦ୍ୟାଳୟ ପରିସରରେ ଅର୍ଦ୍ଧନିର୍ମିତ ସୁଇମିଂ ପୁଲ୍: ନାହିଁ ସୁରକ୍ଷା ପ୍ରାଚୀର
ନିରାକାରପୁର,୨୬ା୯(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ଥିବା ସର୍ବପୁରାତନ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ପରିସରରେ ଦୀର୍ଘଦିନ ହେଲା ଏକ ସୁଇମିଂପୁଲ୍ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି। ବର୍ଷା...