ଅଧା ମହାପ୍ରସାଦ ବଳିଲା

ପୁରୀ ଅଫିସ,୨୪।୮ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ ପାଇଁ ଅନୁମତି ନ ଥିବାରୁ ମହାପ୍ରସାଦ ବିକ୍ରି ଧିମେଇଥିବା ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପଢିହାରୀ କହିଛନ୍ତି। ସେ କହିଛନ୍ତି, ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିବାରୁ ଭକ୍ତଙ୍କ ଆଗମନ ବଢିବ। ଏଭଳି ସ୍ଥଳେ ଆନନ୍ଦବଜାରରେ ଭକ୍ତଙ୍କୁ ମହାପ୍ରସାଦ ସେବନ ପାଇଁ ଅନୁମତି ଦିଆଯିବା ଉଚିତ। ନଚେତ୍‌ ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯାଉ। ମହାପ୍ରସାଦ ସେବନ ପାଇଁ ବ୍ୟବସ୍ଥା ନ ଥିବାରୁ ଭକ୍ତମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୋମବାର ୧୦ହଜାର ଲୋକଙ୍କ ପାଇଁ ମହାପ୍ରସାଦର ବ୍ୟବସ୍ଥା ହୋଇଥିବାବେଳେ ପାଖାପାଖି ୫ ହଜାର ଲୋକ ସେବନ କରିବା ଭଳି ମହାପ୍ରସାଦ ବଳିପଡ଼ିଛି। ଯେଉଁ ବ୍ୟକ୍ତି ୫ଶହ ଟଙ୍କାର ଅବଢ଼ା ନେବା କଥା, ସେବନ ପାଇଁ ସ୍ଥାନ ନ ଥିବାରୁ ନାମକୁ ମାତ୍ର ୫୦ ଟଙ୍କାର ଅବଢ଼ା ନେଇ ଚାଲିଯାଉଛି। ଅନ୍ୟପକ୍ଷରେ ଶ୍ରଦ୍ଧାଳୁମାନେ ଅବଢ଼ା କିଣିନେଇ ଶ୍ରୀମନ୍ଦିର ବାହାରେ ଏଣେତେଣେ ଚପଲ ପିନ୍ଧି ଖାଉଛନ୍ତି, ଯାହା ମହାପ୍ରସାଦକୁ ଅସମ୍ମାନ। ଏଣୁ ପ୍ରଶାସନ ମହାପ୍ରସାଦ ସେବନ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ପଢିହାରୀ ମତ ପ୍ରକାଶ କରିଛନ୍ତି।
ପ୍ରମାଣପତ୍ର ଫଟୋକପି ନ ନେଇ ଶ୍ରଦ୍ଧାଳୁ ହଇରାଣ
କୋଭିଡ୍‌ ଡବଲ୍‌ ଡୋଜ୍‌ କିମ୍ବା ଆର୍‌ଟି-ପିସିିଆର୍‌ ଟେଷ୍ଟ ନେଗେଟିଭ୍‌ ରିପୋର୍ଟର ନକଲ ସାଙ୍ଗରେ ନେଇ ଦର୍ଶନ କରିବାକୁ ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଥିଲା। ହେଲେ ଅନେକ ଶ୍ରଦ୍ଧାଳୁ ରିପୋର୍ଟ କପି ନ ଦେଖାଇ ପାରି ହଇରାଣ ହୋଇଛନ୍ତି। ଶ୍ରଦ୍ଧାଳୁମାନେ ଡିଜିଟାଲ୍‌ ଫର୍ମରେ ପ୍ରମାଣପତ୍ର ଧରି ଧାଡ଼ି ଲାଗାଇଥିଲେ। ଯାଞ୍ଚ ବେଳେ କାଗଜ ନକଲ ଦେଖାଇବାକୁ କୁହାଯାଇଥିଲେ ମଧ୍ୟ ସେମାନଙ୍କ ପାଖରେ କେବଳ ଡିଜିଟାଲ୍‌ ପ୍ରମାଣପତ୍ର ଥିବା କହିଥିଲେ। ପ୍ରଶାସନ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦର୍ଶନ ଅନୁମତି ନ ଦେବାରୁ ସେମାନେ ଧାଡ଼ିରୁ ବାହାରି ଡିଜିଟାଲ୍‌ ପ୍ରମାଣପତ୍ରଗୁଡ଼ିକର ଫଟୋ କପି କରାଇବା ପାଇଁ ଯାଇଥିଲେ। ଫଟୋ କପି ଧରି ପୁଣି ଥରେ ଦର୍ଶନ ଲାଗି ଧାଡ଼ିରେ ରହିଥିଲେ।
ଆର୍‌ଟି-ପିସିଆର୍‌ ରିପୋର୍ଟ ପାଇଁ ଘରୋଇ ହସ୍ପିଟାଲ୍‌ରେ ପର୍ଯ୍ୟଟକ
ପୁରୀକୁ ଆସିଥିବା ଅନେକ ପର୍ଯ୍ୟଟକ ଆର୍‌ଟି-ପିସିଆର୍‌ ରିପୋର୍ଟ ପାଇଁ ଘରୋଇ ହସ୍ପିଟାଲ୍‌ରେ ପହଞ୍ଚତ୍ଥିଲେ। ଶ୍ରୀମନ୍ଦିର ପ୍ରବେଶ ପାଇଁ ନେଗେଟିଭ୍‌ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଥିବାରୁ ପର୍ଯ୍ୟଟକମାନେ ଘରୋଇ ହସ୍ପିଟାଲ୍‌କୁ ଧାଉଁଛନ୍ତି। ଗୋଟିଏ ଦିନରେ ଘରୋଇ ହସ୍ପିଟାଲ୍‌ ପକ୍ଷରୁ ରିପୋର୍ଟ ଦିଆଯାଉଛି। ସମ୍ପୃୃକ୍ତ ଘରୋଇ ହସ୍ପିଟାଲ୍‌ ଭୁବନେଶ୍ୱରର ବିଭିନ୍ନ ଲାବ୍‌କୁ ନମୁନା ପଠାଇ ଟେଷ୍ଟିଂ କରୁଥିବା ଜଣାପଡ଼ିଛି। ସେହିଭଳି ଆର୍‌ଟି-ପିସିିଆର୍‌ ରିପୋର୍ଟ ପାଇଁ ଜଣଙ୍କ ପିଛା ୮ଶହ ଟଙ୍କା ନିଆଯାଉଛି।
ବେଳାଭୂମି ଗହଳଚହଳ, ହୋଟେଲରେ ଯାତ୍ରୀ
ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥାର ୨୪ ଘଣ୍ଟା ପୂରି ନ ଥିଲେ ମଧ୍ୟ ପୁରୀ ସହରରେ ପର୍ଯ୍ୟଟକଙ୍କ ଗହଳି ବଢ଼ିବାରେ ଲାଗିଛି। ସମୁଦ୍ରକୂଳ ନିକଟ ହୋଟେଲ ଓ ଲଜ୍‌ଗୁଡ଼ିକରେ ପର୍ଯ୍ୟଟକ ରହିବା ଆରମ୍ଭ କଲେଣି। ପର୍ଯ୍ୟଟକମାନେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ବେଳାଭୂମିରେ ବସି ମଜା ନେଇଥିବା ଦେଖିବାକୁ ମିଳିଛି। ଦୀର୍ଘ ଦିନ ପରେ ପୁରୀ ବେଳାଭୂମିରେ ଆଖିଦୃଶିଆ ଗହଳି ପରିଲକ୍ଷିତ ହୋଇଛି। ସେହିଭଳି ବେଳାଭୂମିରେ ବାରମଜା, ଗୁପଚୁପ, ବାଦାମଭଜା, ସି ଫୁଡ୍‌ ଓ ଅନ୍ୟ ଉଠା ବ୍ୟବସାୟ ଜମିଛି। ବେଳାଭୂମି ସମ୍ମୁଖ ଭାଗରେ ଥିବା ପ୍ରାୟ ସମସ୍ତ ହୋଟେଲ୍‌ ବାଲକୋନିରେ ପର୍ଯ୍ୟଟକମାନେ ବସି ବେଳାଭୂମିର ମଜା ନେଇଥିଲେ। ଅଗାମୀ ଦିନରେ ଆହୁରି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ। ତେଣୁ ବ୍ୟବସାୟ ଆହୁରି ଜମିବ ବୋଲି ଉଭୟ ଛୋଟବଡ଼ ବ୍ୟବସାୟୀ ଆଶା ବାନ୍ଧିଛନ୍ତି। ସେହିପରି ଲଜ୍‌, ହୋଟେଲଗୁଡ଼ିକରେ ମଧ୍ୟ ଭିଡ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri