ଅଧାରୁ ଅବକାଶ ଜଳ ପିଙ୍ଗଣ ନେଇଆସିଲେ ସେବକ: ମହାପ୍ରଭୁଙ୍କର ହେଲା ମହାସ୍ନାନ, ନୀତି ବିଳମ୍ବ

ପୁରୀ ଅଫିସ, ୬ା୬: ଶ୍ରୀମନ୍ଦିରରେ ବୁଧବାର ଅବକାଶ ନୀତି ଚାଲିଥିବାବେଳେ ଜଣେ ସେବକ ଅଧାରୁ ଅବକାଶ ଜଳ ପିଙ୍ଗଣ ନେଇଆସିଥିଲେ। ଫଳରେ ନୀତି ବିଭ୍ରାଟ ହେବାରୁ ମହାପ୍ରଭୁଙ୍କର ମହାସ୍ନାନ ହୋଇଛି। ଦ୍ୱିତୀୟଥର ଲାଗି ଠାକୁରଙ୍କ ଅବକାଶ ନୀତି ପ୍ରାୟ ଦେଢ ଘଣ୍ଟା ବିଳମ୍ବ ହୋଇଛି।
ସୂଚନା ମୁତାବକ, ସକାଳେ ଠାକୁରଙ୍କ ଅବକାଶ ନୀତି ଚାଲିଥିଲା। ପାଳିଆ ସିଂହାରୀ ସେବକମାନେ ଜଳ ଲାଗି କରୁଥିଲେ। ଆହୁରି କିଛି ସମୟ ଜଳ ଲାଗି ବାକି ରହିଥିଲା। ଏହି ସମୟରେ ଜଣେ ଖୁଣ୍ଟିଆ ସେବକ ଅବକାଶ ଜଳ ପିଙ୍ଗଣକୁ ଉଠାଇ ଆଣିଥିଲେ। ଏଥିଯୋଗୁ ନୀତିରେ ବ୍ୟାଘାତ ଘଟିଥିଲା। ସେହିଠାରେ ନୀତି ଅଟକାଇ ମହାସ୍ନାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ପୂଜାପଣ୍ଡା ସେବକଙ୍କୁ ଡକାଯାଇଥିଲା। ସାଧାରଣତଃ ପୂଜାପଣ୍ଡା ସେବକମାନେ ଅବକାଶ ବଢିବା ପରେ ରୋଷହୋମରେ ଯୋଗଦେଇଥାନ୍ତି। କିନ୍ତୁ ଅବକାଶ ଚାଲିଥିବାରୁ ପୂଜାପଣ୍ଡା ଆସି ନ ଥିଲେ। ସେ ପହଞ୍ଚତ୍ବା ପରେ ମହାସ୍ନାନ ପାଇଁ ପ୍ରସ୍ତୁତି ହୋଇଥିଲା। ଅବକାଶ ସମୟରେ ଠାକୁର ଲୁଗା ଓ ଚାଦର ପରିଧାନ କରିଥିଲେ। ମହାସ୍ନାନ ଯୋଗୁ ଠାକୁରଙ୍କ ମଇଲମ କରାଯାଇଥିଲା। ଠାକୁରଙ୍କୁ କେବଳ ଲୁଗା ପରିଧାନ (ଏକ କାନିଆ) କରାଯାଇଥିଲା। ପୁଣି ମହାସ୍ନାନ ଲାଗି ଭିତର ଧୁଆ ହୋଇଥିଲା। ମହାସ୍ନାନ ପରେ ପୁଣିଥରେ ଅବକାଶ ଲାଗି ଲୁଗା ଓ ଚାଦର ପିନ୍ଧାଯାଇଥିଲା। ଏଥିଯୋଗୁ ପ୍ରାୟ ଦେଢ ଘଣ୍ଟା ବିଳମ୍ବ ହୋଇଥିଲା। ତେବେ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ପ୍ରକାର ବିଳମ୍ବ କିମ୍ବା ବିଭ୍ରାଟ ଯେପରି ନ ହୁଏ ସେଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ ସେବକମାନଙ୍କୁ ଚେତାବନୀ ଦେଇଛି। ଏହାସତ୍ତ୍ବେ ବେଳେବେଳେ କେତେଜଣ ସେବକଙ୍କ ଯୋଗୁ ନୀତିରେ ବିଳମ୍ବ ଘଟୁଛି। ସମ୍ପୃକ୍ତ ସେବାୟତ ଅଧାରୁ ଅବକାଶ ଜଳ ପିଙ୍ଗଣ ନେଇ ଆସିବାରୁ ମହାସ୍ନାନ ହୋଇ ପୁଣିଥରେ ଠାକୁରଙ୍କର ଅବକାଶ ହେଲା। ତେଣୁ ନୀତି ବିଳମ୍ବ ହୋଇଥିଲା ଏବଂ ପରେ ସ୍ବାଭାବିକ ହୋଇଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ଲାଗି ବନ୍ଦ ରହିବ ମୋ ବସ୍‌ ସେବା

ଭୁବନେଶ୍ୱର,୯।୩(ବ୍ୟୁରୋ): ମଙ୍ଗଳବାର ହୋଲି ପାଳନ ହେବାକୁ ଥିବା ବେଳେ ଏ ନେଇ ମୋ ବସ୍‌ ସେବା ବନ୍ଦ ରହିବ। ଏହା ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ...

ଭିମସାରରେ ୧୦୦ ଶଯ୍ୟା କୋଭିଡ ହସ୍ପିଟାଲ ହେବ

ଭୁବନେଶ୍ୱର,୬।୯(ବ୍ୟୁରୋ): ରାଜ୍ୟ ସରକାର ସମ୍ବଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ(ଭିମସାର)ରେ ୧୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କରିବାକୁ...

ଲାଇନ୍‌ଚ୍ୟୁତ ହେଲା ମାଲ୍‌ବାହୀ ଟ୍ରେନ, ୨ ଆହତ

ରାଉରକେଲା,୨୨।୧୨: ବିମଳାଗଡ଼ ରେଲୱେ ୟାର୍ଡ ନିକଟରେ ମଙ୍ଗଳବାର ସାରେ ଏକ ଟ୍ରେନ ଦୁର୍ଘଟଣା ଘଟିଛି। ସନ୍ଧ୍ୟା ୭ଟାରେ ଲୁହାପଥର ନେଇ ଏକ ମାଲବାହୀ ଟ୍ରେନ ବରସୁଆଁରୁ...

ଭାସିଗଲା ଡାଇଭର୍ସନ ରୋଡ

ନୂଆଗାଁ,୨୩।୫ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ୫୭ ନଂ. ଜାତୀୟ ରାଜପଥ ସୋରଡାଠାରୁ ଗୌଡ ଚାଞ୍ଚେରାପଲୀ ଦେଇ ଯାଇଥିବା ଆର.ଡି. ରାସ୍ତାର ନିର୍ମାଣ କାର୍ଯ୍ୟ...

ବ୍ୟାଙ୍କ ମ୍ୟାନେଜରଙ୍କୁ ଘରେ ବନ୍ଦକରି ସର୍ବସ୍ବ ଲୁଟିନେଲେ ଲୁଟେରା

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଓ ଏହାର ଉପକଣ୍ଠ ଅଞ୍ଚଳରେ ଡକାୟତ ଗ୍ୟାଙ୍ଗ ସକ୍ରିୟ ହୋଇଉଠିଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୁଣା ଭୁବନେଶ୍ୱର...

ଦିନେ କମୁଛି ଦିନେ ବଢ଼ୁଛି: ଆଜି ରାଜ୍ୟରେ ୨୧୨ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୨୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

କଟକରେ ମାଡିଲାଣି କରୋନା: ଆଜି ଚିହ୍ନଟ ହେଲେ ୨୭ ନୂଆ ପଜିଟିଭ

କଟକ ଅଫିସ, ୧୪।୭(ବ୍ୟୁରୋ): କଟକ ସହରରେ ମଙ୍ଗଳବାର ଆଉ ୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ସରକାରୀ କ୍ୱାରାଣ୍ଟାଇନରୁ ୨୦ଜଣ, ହୋମ୍‌ କ୍ୱାରାଣ୍ଟାଇନ୍‌ରୁ...

ଆରମ୍ଭ ହେଲା ବିଶ୍ୱ ଓଡ଼ିଶୀ ଉତ୍ସବ

ଭୁବନେଶ୍ୱର, ୨୪ା୧୨ (ବ୍ୟୁରୋ) – ସାଂସ୍କୃତିକୀ ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ବିଶ୍ୱ ଓଡ଼ିଶୀ ନୃତ୍ୟ ଉତ୍ସବ ଆରମ୍ଭ ହୋଇଛି। ଗୋଟିପୁଅ...

Advertisement
Archives

Model This Week