ଅଧାପନ୍ତରିଆ ହୋଇ ପଡ଼ିରହିଛି ପାଇଖାନା, ବିଲ୍‌ କରି ନେଇଛନ୍ତି ସ୍ବେଚ୍ଛାସେବୀ

ନାଉଗାଁ,୧୯।୭(ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ବ୍ଲକ ଅନ୍ତର୍ଗତ ତିରୁଣା ପଞ୍ଚାୟତର ଦହିପାଳ ହରିଜନ ସାହିରେ ସ୍ବଚ୍ଛ ଭାରତ ଅଭିଯାନରେ ନିର୍ମାଣ କରାଯାଇଛି ପାଇଖାନା। ମାତ୍ର ପାଇଖାନା ନିର୍ମାଣ କରିଥିବା ସ୍ବେଚ୍ଛାସେବୀ ବିଲ୍‌ କରି ନେଇଥିବାବେଳେ ଏହା ଅଧାପନ୍ତରିଆ ହୋଇପଡ଼ିଛି। ସ୍ବଚ୍ଛ ଭାରତ ଅଭିଯାନରେ ପାଇଖାନାଗୁଡ଼ିକୁ ଯଥାଶୀଘ୍ର କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ କେତେକ ସ୍ବେଚ୍ଛାସେବୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଉକ୍ତ ସ୍ବେଚ୍ଛାସେବୀ ହରିଜନ ସାହିରେ ୧୨ଟି ପାଇଖାନା ୨୦୧୮ ମସିହାରେ ନିର୍ମାଣ କରିଥିବାବେଳେ ପାଇଖାନା ସମ୍ପୂର୍ଣ୍ଣ କରିଥିବା ଦର୍ଶାଇ ପ୍ରତ୍ୟେକ ପାଇଖାନା ପାଇଁ ୧୨ ହଜାର ଟଙ୍କା ଲେଖାଏ ବିଲ୍‌ କରିଛନ୍ତି। ମାତ୍ର ପାଇଖାନାରେ କେଉଁଠି କବାଟ ନାହିଁ ତ ଆଉ କେଉଁଠି ଟାଙ୍କି ଓ ପ୍ୟାନ୍‌ ନ ଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ଫଳରେ ସେମାନେ ପାଇଖାନା ବ୍ୟବହାରରୁ ବଞ୍ଚିତ ହେଉଥିବା ହରିଜନ ସାହିର ଟାଙ୍ଗୁରୀ ଭୋଇ, ପ୍ରଦୀପ ଭୋଇ, ରମେଶ ଭୋଇ ଏବଂ ନେଳି ବଓ୍ବୋ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର ଓ ହତ୍ୟା ମାମଲା: ଜଗତ୍‌ସିଂହପୁର କୋର୍ଟରେ ପ୍ରଥମ ଫାଶୀ ଦଣ୍ଡାଦେଶ

ଜଗତ୍‌ସିଂହପୁର ଅଫିସ,୧୦।୯: ଜଗତ୍‌ସିଂହପୁର ଜିଲା ଏରସମା ଥାନା ଗଡ଼ହରିପୁରରେ ୨୦୧୮ ମାର୍ଚ୍ଚ ମାସରେ ଜନୈକା ନାବାଳୀକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ମାମଲାର ରାୟ...

ଦେଶସାରା ଲକ୍‌ଡାଉନ୍‌: ଶ୍ରମିକଙ୍କୁ କାମରେ ନିୟୋଜିତ କରିଛନ୍ତି ଠିକାଦାର

ନାଉଗଁା, ୨୭।୩ (ସ୍ବ.ପ୍ର.)-କରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ କରାଯାଇଥିବା ବେଳେ କୌଣସି ଜରୁରୀ...

ଗେଷ୍ଟହାଉସ୍‌ରେ ସେକ୍ସ ରାକେଟ ଠାବ: ୧୨ଜଣଙ୍କୁ ଉଠାଇନେଲା ପୋଲିସ

ଜଗତସିଂହପୁର ଅଫିସ,୨୭।୧୧: ସ୍ଥାନୀୟ ସିପି ଛକ ନିକଟ ଏକ ଗେଷ୍ଟ ହାଉସ୍‌ରେ ବୁଧବାର ଜଗତସିଂହପୁର ପୋଲିସ ସେକ୍ସ ରାକେଟ ଠାବ କରିଛି। ସେଠାରୁ ୬ଜଣ ମହିଳା...

ଭୂତକୋଠି ପାଲଟିଛି ବଡ଼ଖଣ୍ଡାଏତା ରେଳଷ୍ଟେଶନ

ବାଲିଆ,୫।୧୦: ୧୯୭୪ରେ ଜଗତ୍‌ସିଂହୁର ଜିଲାର ବରିଡ଼ି ତହସିଲ ଅଧୀନ ବଡ଼ଖଣ୍ଡାଏତା ରେଳଷ୍ଟେଶନ ନିର୍ମାଣ ହୋଇଥିଲା। ଏହା କଟକ-ପାରାଦୀପ ରେଳପଥର ସର୍ବପୁରାତନ ଷ୍ଟେଶନ ଥିଲା। ଏହି ଷ୍ଟେସନ...

ପାରାଦୀପ ଟ୍ରକ୍‌ ସଂଘ ବିବାଦ ପ୍ରସଙ୍ଗ: ବୈଠକ ବସିଲା, ସମାଧାନ ହେଲାନି

ପାରାଦୀପ,୧୦।୧ (ସ୍ବ.ପ୍ର.): ପାରାଦୀପ ଟ୍ରକ ମାଲିକ ସଂଘଗୁଡ଼ିକ ମଧ୍ୟରେ ଚାଲିଥିବା ବିବାଦ ସମାଧାନ ପାଇଁ ଗୁରୁବାର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ତ୍ରିପାକ୍ଷିକ ବୈଠକ ବସିଥିଲେ ବି...

ଶିକ୍ଷକଙ୍କୁ ଅଡ଼ୁଆରେ ପକାଇଲା ହ୍ବାଟ୍ସଆପ୍‌ ମେସେଜ୍‌

ନାଉଗଁ।,୨୬ା୧୦(ସ୍ବ.ପ୍ର.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜଗତ୍‌ସିଂହପୁର ଜିଲାର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ ଶୁକ୍ରବାର ବନ୍ଦ ରହିବ ବୋଲି ସରକାରୀ ନିର୍ଦ୍ଦେଶନାମା...

ଯୁବତୀଙ୍କୁ ବିବାହ କରିବାକୁ ଜିଦ୍‌, ଯୁବକ ଗିରଫ

ବାଲିକୁଦା,୧୬ା୧୨(ସ୍ବ.ପ୍ର.): ବାଲିକୁଦା ଥାନା ଅଧୀନ ତିତିରା ପଞ୍ଚାୟତର ଜଣେ ଯୁବତୀଙ୍କୁ ବିବାହ କରିବାକୁ ଜିଦ୍‌ କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏପରି କି...

ରାସ୍ତାରେ ଗଦାହୋଇଛି ବାଲି, ମେଟାଲ : ଠିକାଦାରଙ୍କ ଦେଖାନାହିଁ

ନାଉଗାଁ,୧।୭(ସ୍ବ.ପ୍ର.): ନାଉଗାଁ ବ୍ଲକର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ମରାମତି ଅଭାବରୁ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅବସ୍ଥା ଏଭଳି ହୋଇ ଯେ,...

Advertisement


Archives

Model This Week