ଅଧାପନ୍ତରିଆ ଅବସ୍ଥାରେ ୧୮ ପ୍ରକଳ୍ପ

ବନ୍ତ, ୨୨।୭ (ସ୍ବ.ପ୍ର.) – ଭଦ୍ରକ ଜିଲା ବନ୍ତ ବ୍ଲକରେ ଦିଗହରା ହୋଇପଡ଼ିଛି ଗ୍ରାମ୍ୟ ଜଳ ଯୋଗାଣ ଯୋଜନା। ସରକାରଙ୍କ ଏହି ଯୋଜନାରେ ପ୍ରତ୍ୟେକ ପରିବାରକୁ ସ୍ବଚ୍ଛ ପାନୀୟଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଯୋଜନା କିନ୍ତୁ ଫେଲ୍‌ ମାରିଥିବା ଦେଖିବାକୁ ମିଳିଛି। ବ୍ଲକର ୨୫ ପଞ୍ଚାୟତରେ ମୋଟ ୩୮ଟି ପ୍ରକଳ୍ପ ମଞ୍ଜୁର ହୋଇଥିବା ଜଣାପଡ଼ିଛି। ୨୦୧୩-୧୪ ଓ ୨୦୧୪-୧୫ରୁ ଅଧିକାଂଶ ପ୍ରକଳ୍ପ ମଞ୍ଜୁର ହୋଇ କାମ ଆରମ୍ଭ ହୋଇଥିଲେ ମଧ୍ୟ ସରକାରୀ ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ମାତ୍ର ୨୦ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଅବଶିଷ୍ଟ ୧୮ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିଥିବା ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଜଣାପଡ଼ିଛି।
ପଞ୍ଚାୟତର ସମସ୍ତ ଗ୍ରାମକୁ ପାଇପ୍‌ ସଂଯୋଗ କରାଯାଇ ପ୍ରତି ପରିବାରକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ସକାଶେ ଏହି ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି। ୨୦୧୬ ସୁଦ୍ଧା ସମସ୍ତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଥିଲା। ଧାର୍ଯ୍ୟ ସମୟ ଯାଇ ୩ ବର୍ଷ ବିତିଗଲାଣି। କାର୍ଯ୍ୟ କରୁଥିବା ଏଜେନ୍ସି ଧାର୍ଯ୍ୟ ସମୟରେ କାମ ଶେଷ କରୁ ନ ଥିବାରୁ ଯୋଜନାର ଉଦ୍ଦେଶ୍ୟ ସାଧିତ ହୋଇପାରୁ ନ ଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଅଣିଜୋରେ ୨୦୧୩-୧୪ ଆର୍ଥିକ ବର୍ଷରେ ପ୍ରକଳ୍ପ ମଞ୍ଜୁର ହୋଇଥିଲା। ୨୦୧୪ ଜୁନ ୧୦ରେ କାମ ଆରମ୍ଭ କରାଯାଇ ୨୦୧୫ ଜୁଲାଇ ୧୦ରେ କାର୍ଯ୍ୟ ସାରିବାର ଥିଲା। ଅଦ୍ୟାବଧି ୧୫ ଲକ୍ଷ ୭୮ ହଜାର ୧୨୦ ଟଙ୍କା ଖର୍ଚ୍ଚ ସରିଥିଲେ ବି କାର୍ଯ୍ୟ ଶେଷ ହୋଇପାରି ନାହିଁ। ସେହିପରି ଓଡଙ୍ଗ ପଞ୍ଚାୟତ ସରମରାରେ ୨୦୧୪-୧୫ରେ ମଞ୍ଜୁର ହୋଇଥିବା ପ୍ରକଳ୍ପ ୨୦୧୫ ଜୁନ ୩୦ରେ କାର୍ଯ୍ୟ ଶେଷ ହେବାର ଥିଲା। ଏପର୍ଯ୍ୟନ୍ତ ୨୦ ଲକ୍ଷ ୬୭ ହଜାର ୫୩୬ ଟଙ୍କା ଖର୍ଚ୍ଚ ହୋଇସାରିଥିଲେ ମଧ୍ୟ କାର୍ଯ୍ୟ ସରିପାରି ନାହିଁ। ୨୦୧୪-୧୫ରେ ମଞ୍ଜୁର ହୋଇଥିବା ଆପଣ୍ଡା, ଗୋପାଳପୁର, ତରାଗୋ, ରାଉତରାପୁର, ଅଳଉତି ପ୍ରକଳ୍ପର ଅନୁରୂପ ଅବସ୍ଥା। ୨୦୧୩-୧୪ରେ ମଞ୍ଜୁର ହୋଇଥିବା ଗୋପୀନାଥପୁର, ଦଣ୍ଡୋ, ରାମକୃଷ୍ଣପୁର, ରାମପୁର, ତୋଡଗଁା ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଶେଷ ହୋଇପାରି ନାହିଁ। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ମିଶ୍ରଙ୍କୁ ପଚାରିବାରୁ କହିଛନ୍ତି, ପ୍ରକଳ୍ପ କାମ କରୁଥିବା ଏଜେନ୍ସି ମନ୍ଥର ଗତିିରେ କାର୍ଯ୍ୟ କରୁଥିବାରୁ ଏପରି ବିଳମ୍ବ ହେଉଛି। ଏଗ୍ରିମେଣ୍ଟ ଅନୁସାରେ ସେମାନେ ୧୧ ମାସ ଭିତରେ କାମ ସାରିବା କଥା। ବେଶିହେଲେ ୬ ମାସ ସମୟ ନେଇପାରିବେ। ରାଉତରାପୁର ଓ ଗୋପୀନାଥପୁର ୨ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଆସିଲାଣି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri