ଜଟଣୀ,୪/୪(ଡି.ଏନ୍.ଏ): ଜଟଣୀ ପୌରାଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ସମୟରେ ପରିବର୍ତ୍ତନ ହୋଇଛି। ଫଳ,ପନିପରିବା,ମାଛ,ମାଂସ,ଅଣ୍ଡା ଓ ଗ୍ରସେରୀ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନ ସକାଳ ୭ ଟା ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଖୋଲିବ । ସେହିପରି କ୍ଷୀର ବିକ୍ରୟ ପାଇଁ ସକାଳ ୭ ଟାରୁ ପୂର୍ବାହ୍ନ ୯ ଟା ଓ ଅପରାହ୍ନ ୫ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସମୟ ନିର୍ଘଣ୍ଟ ହୋଇଛି। ପ୍ରଶାସନର ବିନା ଅନୁମତିରେ କୌଣସି ବ୍ୟକ୍ତିବିଶେଷ ବା ସଂଗଠନ ଖାଦ୍ୟ ସାମଗ୍ରୀ, ମସ୍କ୍, ସାନିଟାଇଜର ଆଦି ବଣ୍ଟନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହାଛଡା ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କାରୀ ଯାନବାହାନ ବ୍ୟତୀତ ଅନ୍ୟ କୌଣସି ଗାଡ଼ିକୁ ସହର ମଧ୍ୟକୁ ପ୍ରବେଶ ନିଷେଧ କରାଯାଇଥିବା ନେଇ ଜଟଣୀ ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର ଶୁକ୍ରବାର ସଂଧ୍ୟାରେ ନିର୍ଦ୍ଦେଶନାମା ଜାରି କରିଚନ୍ତି। ତେବେ ସମୟ ପରିବର୍ତ୍ତନ ନେଇ ପ୍ରଶାସନ ପକ୍ଷରୁ ଶୁକ୍ରବାର ରାତି ୯ଟା ପରେ ଡ଼ାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରାଯାଇଥିଲା। ଫଳରେ ଏନେଇ ଅନେକ ଅବଗତ ହୋଇପାରିନଥିଲା। ଶନିବାର ସକାଳେ ନୂତନ ସମୟ ନିର୍ଘଣ୍ଟ ବୁଝିବା ପାଇଁ ଉଭୟ ଦୋକାନୀ ଓ ଲୋକଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଥିଲା। ପୂର୍ବରୁ ଏଠାରେ ସକାଳ ୬ ଟା ରୁ ୯ ଟା ଓ ଅପରାହ୍ନ ୪ ଟା ରୁ ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲିବା ସମୟ ନିର୍ଘଣ୍ଟ ଥିଲା।

ବଢ଼ିବ ସାଧାରଣଙ୍କ ସଙ୍କଟ
ଅନୁଗୋଳ ଅଫିସ, ୮।୧୨ କରୋନା କାୟାରୁ ଲୋକଙ୍କୁ ନିସ୍ତାର ମିଳିନି। ଦୋହଲି ଯାଇଥିବା ସେମାନଙ୍କ ଆର୍ଥିକ ସ୍ଥିତି ଏଯାଏ ମଜଭୁତ ହୋଇନି। ଏପରି ସମୟରେ ଅତ୍ୟାବଶ୍ୟକ...

ସାମାଜିକ ଦୂରତା, କୋଭିଡ -୧୯ ନିୟମ ଉଲ୍ଲଂଘନ: ଖୋର୍ଦ୍ଧାରେ ୩ ଦୋକାନ ସିଲ୍
ଖୋର୍ଦ୍ଧା ଅଫିସ,୧୫।୬ : ସାମାଜିକ ଦୂରତା ଓ କୋଭିଡ-୧୯ ନିୟମ ଉଲ୍ଲଂଘନ ନେଇ ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ ସୋମବାର ୩ଟି ଦୋକାନ ସିଲ୍ କରାଯାଇଛି...

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୧୦୧ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ
ଭୁବନେଶ୍ୱର,୧୮।୯(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୪୧୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୮୨ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୫୫୦, ପୁରୀରୁ ୨୯୮,...

ଶିକ୍ଷକ ସ୍ବାମୀକୁ ଲଣ୍ଡା, ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ଉଲଗ୍ନ କରି ବୁଲାଇଲେ; ଲଜ୍ଜାରେ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
ଭୁବନେଶ୍ୱର, ୨ା୬(ବ୍ୟୁରୋ)- ଜଣେ ଶିକ୍ଷକଙ୍କୁ ଲୋକେ ଲଣ୍ଡା କରିବା ସହ ତାଙ୍କ ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ଉଲଗ୍ନ କରି ବୁଲାଇଛନ୍ତି। ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଧିରୁକିଟି...

ରାଜ୍ୟ ଓକିଲ ସଂଘ ନିର୍ବାଚନ ସ୍ଥଗିତ
କଟକ ଅଫିସ୍,୧୬ା୪: ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅନୁବନ୍ଧିତ ସମସ୍ତ ଓକିଲ ସଂଘର ନିର୍ବାଚନ ଏପ୍ରିଲ୍ ୨୫ରେ ହେବାର ଥିଲା। ହେଲେ କରୋନା ଭୂତାଣୁ ଯୋଗୁ...

ସଦର ରେଞ୍ଜ୍ରେ ବୁଲୁଛି ବାଘ
ଭାପୁର, ୨୦।୧୦(ଡି.ଏନ୍.ଏ.) ଢେଙ୍କାନାଳ ସଦର ରେଞ୍ଜ ମାଟିଆମୁଣ୍ଡିଆ ପାହାଡ଼ ପାଦଦେଶରେ ଏକ କଲରାପତରିଆ ବାଘ ବୁଲୁଥିବା ବନ ବିଭାଗ ସ୍ପଷ୍ଟ କରିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ...

ଭୟରେ ଓଲଟିଲା ମାଛ ଗାଡ଼ି
ରାଉରକେଲା ଅଫିସ,୯ା୧: ବୁଧବାର ବନ୍ଦ ପାଳନ ସମୟରେ ଏକ ମାଛ ବୋଝେଇ ପିକ୍ଅପ୍ ଭ୍ୟାନ ଷ୍ଟିଲ ସିଟିର ବିର୍ସା ଛକରେ ଓଲଟି ପଡ଼ିବାରୁ ଅଭାବନୀୟ ପରିସ୍ଥିତି...

ମାହାଙ୍ଗା ଡବଲ ମର୍ଡର ଘଟଣା : ୧୨ ଜଣଙ୍କ ନାଁରେ ମାମଲା
ନିଶ୍ଚିନ୍ତକୋଇଲି/ମାହାଙ୍ଗା, ୩ା୧(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ନୃତାଙ୍ଗସ୍ଥିତ ଯଁକୁଟି ନିକଟରେ ଭାଜପା ନେତା କୁଳମଣି ବରାଳ(୬୨) ଓ ଦିବ୍ୟସିଂହ ବରାଳ(୭୦)ଙ୍କୁ ଶନିବାର ହତ୍ୟା କରାଯାଇଥିଲା।...