ଚନ୍ଦ୍ରଗିରି,୨୨ା୮(ଡି.ଏନ.ଏ.)- ଅତିରିକ୍ତ ତହସିଲଦାର ପରିଚୟ ଦେଇ ବାଲି ଟ୍ରାକ୍ଟର ମାଲିକଙ୍କ ଠାରୁ ଜରିମାନା ଆଦାୟ ଯୋଜନା କରିବା ଜଣେ ଦୈନିକ ଖବରକାଗଜର ଏଜେଣ୍ଟ/ଖବରଦାତାଙ୍କ ପାଇଁ ମହଙ୍ଗା ପଡିଛି। ସମ୍ପୃକ୍ତ ଖବରଦାତାଙ୍କ ବିରୋଧରେ ମୋହନା ଥାନାରେ ଲିଖିତ ଏତଲା ଦେଇଛନ୍ତି ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ। ମୋହନା ପୋଲିସ ନଂ.୧୪୨/୧୯ରେ ମାମଲା ରୁଜୁ କରି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଗିରଫ ଭୟରେ ସମ୍ପୃକ୍ତ ସାମ୍ବାଦିକ ଫେରାର ହୋଇଯାଇଛନ୍ତି।
ସୂଚନା ପ୍ରକାରେ, ଗତ ୧୭ ଅଗଷ୍ଟ ସନ୍ଧ୍ୟାରେ ଏକ ଦୈନିକ ଖବରକାଗଜର ମୋହନା ଏଜେଣ୍ଟ ତଥା ଖବରଦାତା ଅଂଶୁମାନ ପଣ୍ଡା କର୍ଚ୍ଚବାଡି ବାଲିଘାଟରୁ ଗୋଟିଏ ଟ୍ରାକ୍ଟର ବେଆଇନ ବାଲି ଉଠାଣ କରୁଥିବାବେଳେ ଏକ ନମ୍ବର ବିହୀନ ବୋଲେରୋରେ କେତେଜଣ ସହଯୋଗୀଙ୍କ ସହ ଯାଇ ଟ୍ରାକ୍ଟର ଚାଳକଙ୍କୁ ଆବଶ୍ୟକୀୟ କାଗଜପତ୍ର ମାଗିଥିଲେ। ମାତ୍ର ସେ କୌଣସି କାଗଜପତ୍ର ଦେଖାଇପାରି ନଥିଲେ। ପରେ ଅଂଶୁମାନ ନିଜକୁ ମୋହନା ଅତିରିକ୍ତ ତହସିଲଦାରଙ୍କ ପରିଚୟ ଦେଇ ଚାଳକ ପିତର ମଲ୍ଲିକ ଏବଂ ସୁପରଭାଇଜର ଚିଣ୍ଟୁ ଦଳାଇଙ୍କୁ ବୋଲେରୋରେ ବସିବା ପାଇଁ କହିବା ସହ ଟ୍ରାକ୍ଟରରୁ ଚାବି କାଢି ନେଇଥିଲେ। ପରେ ମାମଲା ରଫାଦଫା ପାଇଁ ୧୫ ହଜାର ଟଙ୍କା ଦାବି କରିଥିଲେ। ସେମାନେ ଟଙ୍କା ନଦେବାରୁ ଅଂଶୁମାନ ପିତର ଓ ଚିଣ୍ଟୁଙ୍କୁ ମୋହନା ତହସିଲଦାରଙ୍କ ନିକଟରେ ହାଜର କରିଥିଲେ। ସେଠାରେ ପିତର ଓ ଚିଣ୍ଟୁ ଅତିରିକ୍ତ ତହସିଲଦାର ପରିଚୟ ଦେଇ ସମ୍ପୃକ୍ତ ଯୁବକ ୧୫ହଜାର ଟଙ୍କା ମାଗୁଥିବା ଅଭିଯୋଗ କରିଥିଲେ। ତହସିଲଦାର ସମସ୍ତ ଘଟଣାର ଅନୁଧ୍ୟାନ କରିବା ସହ ବେଆଇନ ବାଲିଚାଲାଣ ଅଭିଯୋଗରେ ଉକ୍ତ ଗାଡ଼ି ମାଲିକଙ୍କ ଠାରୁ ୭୧୦୫ ଟଙ୍କା ଜରିମାନା ଆଦାୟ କରିଥିଲେ। ପରେ ମୋହନା ଥାନାରେ ନକଲି ଅତିରିକ୍ତ ତହସିଲଦାର ଅଂଶୁମାନଙ୍କ ବିରୋଧରେ ବୁଧବାର ସନ୍ଧ୍ୟାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଅଂଶୁମାନ ଫେରାର ହୋଇଯାଇଛନ୍ତି। ଆଇନ ଅନୁଯାୟୀ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୋହନା ଥାନାଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି।
ଅତିରିକ୍ତ ତହସିଲଦାର ପରିଚୟ ଦେଇ ଜରିମାନା ଆଦାୟ ଅଭିଯୋଗ: ଖବରଦାତାଙ୍କ ବିରୋଧରେ ଏତଲା ଦେଲେ ତହସିଲଦାର
Posted inଆମ ଜିଲା ଖବର, ଗଜପତି View All

ଅଡିଟ୍ ଧରିଲା ମଧ୍ୟାହ୍ନଭୋଜନ ଚାଉଳ ଅଖା ଦୁର୍ନୀତି
ରଣପୁର,୧୦ା୯(ସ୍ବ.ପ୍ର.): ନୟାଗଡ ଜିଲାରେ ମଧ୍ୟାହ୍ନଭୋଜନ ଚାଉଳ ଅଖା ଦୁର୍ନୀତି ହୋଇଛି । ସ୍କୁଲର ପ୍ରଧାନଶିକ୍ଷକମାନେ ଅଖା ଅଥବା ଅଖା ବାବଦ ଟଙ୍କା ନ ଦେବାରୁ ଅଡିଟ୍...

ଚାକିରି ପାଇଁ ରୋଗକୁ ଖାତିର ନାହିଁ
ବାଲେଶ୍ୱର ଅଫିସ, ୧।୪: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା କରିବା ଲାଗି ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବାରମ୍ବାର ଗଣମାଧ୍ୟମରେ ସୂଚନା ଦିଆଯାଉଛି। ସାମାଜିକ...

ନାବାଳିକାଙ୍କୁ ବଳାତ୍କାର ଭିଡିଓ ଭାଇରାଲ ମାମଲା: ମୁଖ୍ୟ ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡ
ଢେଙ୍କାନାଳ ଅଫିସ, ୧୩।୧: ଢେଙ୍କାନାଳ ଜିଲା ଭୁବନ ଥାନା ମାର୍ଥାପୁର ଅଞ୍ଚଳର ଜନୈକ ନାବାଳିକାଙ୍କୁ ବଳାତ୍କାର ଏବଂ ଘଟଣାର ଭିଡିଓ ଭାଇରାଲ ମାମଲାର ରାୟ ଶୁକ୍ରବାର...

ଯୁବକଙ୍କୁ କାବୁ କରିବାକୁ ଯାଇ ଆଇଆଇସିଙ୍କ ଗୋଡ଼ ଭାଙ୍ଗିଲା
ପାଟଣା,୨ା୨(ସ୍ବ.ପ୍ର.): କୁରାଢ଼ି ଧରି ଉତ୍ପାତ କରୁଥିବା ଜଣେ ଯୁବକଙ୍କୁ କାବୁ କରିବାକୁ ଯାଇ କେନ୍ଦୁଝର ଜିଲା ପାଟଣା ଥାନା ଆଇଆଇସି ରାଜେନ୍ଦ୍ର ସ୍ବାଇଁ ଆହତ ହୋଇଛନ୍ତି।...

ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଭାଙ୍ଗିଲା କେନାଲ
ମାଲକାନଗିରି,୨୧ା୪: ମାଲକାନଗିରି ଜିଲା ପୋଟେରୁ ଜଳସେଚନ ବିଭାଗର ତମସା ମୁଖ୍ୟ କେନାଲ ଭାଙ୍ଗି ବୁଧବାର ଏକ ଘାଇ ସୃଷ୍ଟି ହୋଇଛି। ଫଳରେ ପାଣି ମାଡି ଚାଷ...

‘ତ୍ରୁଟିପୂର୍ଣ୍ଣ ସାହିତ୍ୟ ଉତ୍ତର ପିଢ଼ି ପାଇଁ ଘାତକ’
ବଇଣ୍ଡା, ୭।୩(ଡି.ଏନ୍.ଏ.) – ତ୍ରୁଟିପୂର୍ଣ୍ଣ ସାହିତ୍ୟ ସର୍ଜନା ଉତ୍ତରପିଢ଼ି ପାଇଁ ଘାତକ। କେବଳ ଲୋକାଭିମୁଖୀ ରଚନା ଏବଂ ଶୁଦ୍ଧତା ସାହିତ୍ୟକୁ କାଳଜୟୀ କରିପାରିବ। ପାଠକଙ୍କୁ ଆକୃଷ୍ଟ...

ଗାଁରେ ସଙ୍ଗରୋଧ କେନ୍ଦ୍ରକୁ ବିରୋଧ: ତାଲା ପକାଇଲେ ଗ୍ରାମବାସୀ
ରାୟଗଡ଼ା ଅଫିସ,୨ା୫: ରାୟଗଡ଼ା ଜିଲା ହାଲୁଆ ପଞ୍ଚାୟତ ଅଧୀନ ପୋଡ଼ାପାଡ଼ି ଗ୍ରାମରେ ସଙ୍ଗରୋଧ କେନ୍ଦ୍ରକୁ ବିରୋଧ କରି ଶୁକ୍ରବାର ଗ୍ରାମବାସୀ ସ୍କୁଲ ଫାଟକରେ ତାଲା ପକାଇଛନ୍ତି।...

ଶୂନ୍ୟ ହେଉଛି କୁପାରୀ ପୁଣ୍ୟଭୂମି: ଏବେ ମାଙ୍କଡ଼ା ଖଣି ଉପରେ ଲୋଲୁପ ଦୃଷ୍ଟି
ଖଇରା, ୨୧।୧୨ – ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀ ସାଂସ୍କୃତିକ ପୀଠ ପୁଣ୍ୟଭୂମି ଭାବେ ସାରା ଓଡିଶାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି...