ଅଣ୍ଟା ସଳଖୁଛି ହୋଟେଲ ଶିଳ୍ପ

ରିପୋର୍ଟ-ହେମନ୍ତ କୁମାର ନାୟକ

ପୁରୀ ଅଫିସ, ୩୧।୫: ଫନୀ ମାଡ଼ରେ ଦୋହଲିଯାଇଛି ପୁରୀ ହୋଟେଲ ଶିଳ୍ପର ଭିତ୍ତିଭୂମି। ପ୍ରାୟ ଅଳ୍ପବହୁତେ ସବୁ ହୋଟେଲ କ୍ଷତିଗ୍ରସ୍ତ ହୋଇଛି। ଇତିମଧ୍ୟରେ ବାତ୍ୟାକୁ ୨୯ ଦିନ ବିତିଲାଣି। ହେଲେ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଛିଡା ହୋଇପାରି ନାହିଁ ହୋଟେଲ ଶିଳ୍ପ। ଧୀରେ ଧୀରେ ଅଣ୍ଟା ସଳଖୁଛି। ଏବେ ବି କେତେକ ହୋଟେଲରେ ବାତ୍ୟାର କ୍ଷତ ବାରି ହୋଇପଡୁଛି। ଯୁଦ୍ଧକାଳୀନ ଭିତ୍ତିରେ ଅନେକ ହୋଟେଲର ମରାମତି ଚାଲିଛି। ଅନ୍ୟପଟେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିବା କିଛି ହୋଟେଲ ପର୍ଯ୍ୟଟକଙ୍କୁ ସେବା ଯୋଗାଇବା ମଧ୍ୟ ଆରମ୍ଭ କରିଦେଇଛନ୍ତି। ପାଣି ସୁବିଧା ଉପଲବ୍ଧ ହୋଇଥିଲେ ମଧ୍ୟ କେତେକ ହୋଟେଲକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ନାହିଁ। ୩ ତାରିଖ ସୁଦ୍ଧା ସବୁ ହୋଟେଲକୁ ବିଦ୍ୟୁତ୍‌ ଯୋଗାଣ ହୋଇଯିବ ବୋଲି ବିଭାଗ ପକ୍ଷରୁ ଅଶ୍ୱାସନା ଦିଆଯାଇଛି। ସେପଟେ ପୁରୀ ହୋଟେଲ ଶିଳ୍ପର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ହୋଟେଲ ଆସୋସିଏଶନ ପକ୍ଷରୁ ସରକାରଙ୍କ ପାଖରେ କେତେକ ଦାବି ଉପସ୍ଥାପନ କରାଯାଇଛି ।
ପର୍ଯ୍ୟଟନ ଶିଳ୍ପର ଭିତ୍ତିଭୂମି ହେଉଛି ହୋଟେଲ। ହୋଟେଲ ଶିଳ୍ପ ଯୋଗୁ ହିଁ ଆର୍ଥିକ ମାନଦଣ୍ଡ ସୁଦୃଢ ହୋଇଥାଏ। ଦେଶ ବିଦେଶର ପର୍ଯ୍ୟଟକ ରାଜ୍ୟକୁ ଆସିଲେ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ଅନେକ ଲୋକ ସ୍ବାବଲମ୍ବୀ ହୋଇଥାନ୍ତି। ହେଲେ ବାତ୍ୟାରେ ପ୍ରମୁଖ ସହର ପୁରୀ, ଭୁବନେଶ୍ୱର ଏବଂ କଟକରେ ହୋଟେଲ ଶିଳ୍ପ ପ୍ରଭାବିତ ହୋଇଛି। ଇତିମଧ୍ୟରେ ବହୁ ହୋଟେଲ ମରାମତି ପରେ ପର୍ଯ୍ୟଟକଙ୍କୁ ସେବା ଯୋଗାଇବା ଆରମ୍ଭ କରିଦେଇଥିବା ବେଳେ ଆଉ କେତେକ ହୋଟେଲରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଚାଲିଛି। ଖୁବ୍‌ଶୀଘ୍ର ହୋଟେଲଗୁଡ଼ିକ ପୂର୍ବାବସ୍ଥାକୁ ଫେରି ପୁରୀ ପର୍ଯ୍ୟଟନକୁ ଆଗେଇ ନେବାରେ ସହଯୋଗ କରିବେ ବୋଲି ପୁରୀ ହୋଟେଲ ସଂଘ ପକ୍ଷରୁ କୁହାଯାଇଛି।
ବାତ୍ୟାରେ ପୁରୀ ସହରର ହୋଟେଲ କ୍ଷୟକ୍ଷତି ଏବଂ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପୁରୀ ହୋଟେଲ ଆସୋସିଏଶନର ସମ୍ପାଦକ ରାଜକିଶୋର ପାତ୍ର କହିଛନ୍ତି, ବାତ୍ୟାରେ ପୁରୀ ସହରର ପ୍ରାୟ ୮୦୦ରୁ ଊର୍ଦ୍ଧ୍ୱ ଛୋଟବଡ ହୋଟେଲ, ଲଜିଂ ଆଦି ପ୍ରଭାବିତ ହୋଇଛି। ହୋଟେଲ ଶିଳ୍ପର ପ୍ରାୟ ୫୦୦ କୋଟି ଟଙ୍କା କ୍ଷତି ହୋଇଛି। ପର୍ଯ୍ୟଟନ ଶିଳ୍ପର ପ୍ରମୁଖ ଅଂଶ ହେଉଛି ହୋଟେଲ। କିନ୍ତୁ ପ୍ରାୟ ୧ ମାସ ହେବ ହୋଟେଲଗୁଡ଼ିକର ଭିତ୍ତିଭୂମି ଠିକ୍‌ ନ ଥିବାରୁ ଖଁା ଖଁା ରହିଛି। ବାତ୍ୟା ପରେ ପ୍ରାୟ ୨୦ ଦିନ ପର୍ଯ୍ୟନ୍ତ ପୁରୀକୁ ପର୍ଯ୍ୟଟକ ଆସି ନ ଥିଲେ। ଏବେ ଧୀରେ ଧୀରେ ପର୍ଯ୍ୟଟକଙ୍କ ଆଗମନ ଆରମ୍ଭ ହେଲାଣି। କିନ୍ତୁ ଏ ପର୍ଯ୍ୟନ୍ତ ସବୁ ହୋଟେଲ ସେବା ଯୋଗାଇବାକୁ ସକ୍ଷମ ହୋଇନାହାନ୍ତି। ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ ଅର୍ଥାତ୍‌ ୨୦୦ରୁ ଊର୍ଦ୍ଧ୍ୱ ହୋଟେଲ ଖୋଲିଗଲାଣି। ୨ ତାରିଖ ସୁଦ୍ଧା ୭୦ ପ୍ରତିଶତ ଏବଂ ରଥଯାତ୍ରା ପୂର୍ବରୁ ସବୁ ହୋଟେଲ ଖୋଲିଯିବ ବୋଲି ସମ୍ପାଦକ ପାତ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ ୬୦ରୁ ୭୦ ପ୍ରତିଶତ ହୋଟେଲକୁ ବିଦ୍ୟୁତ୍‌ ସଂଯୋଗ ଦିଆସରିଛି। ଆସନ୍ତା ୩ ତାରିଖ ମଧ୍ୟରେ ପୁରୀର ସବୁ ହୋଟେଲକୁ ବିଦ୍ୟୁତ୍‌ ସଂଯୋଗ ଦିଆଯିବ ବୋଲି ସେସୁ ପୁରୀ ଡିଭିଜନ ପକ୍ଷରୁ କୁହାଯାଇଥିବା ସଂଘ ସମ୍ପାଦକ ସୂଚନା ଦେଇଛନ୍ତି।
ସେହିପରି ହୋଟେଲ ସଂଘ ସରକାରଙ୍କ ପାଖରେ କେତେକ ଦାବି ମଧ୍ୟ ରଖିଛି। ଯୁଦ୍ଧକାଳୀନ ଭିତ୍ତିରେ ହୋଟଲଗୁଡ଼ିକୁ ବିଦ୍ୟୁତ୍‌ ଯୋଗାଣ, ଋଣ ପରିଶୋଧ ସମୟସୀମାର ଅବଧି ବୃଦ୍ଧି ସହ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦେଶ ବାହାରେ ରୋଡ୍‌ ଶୋ, ବ୍ୟାପକ ମିଡିଆ କଭ୍‌ରେଜ, ଭିଡ଼ିଓ ଫିଲ୍ମ ପ୍ରସ୍ତୁତି ଭଳି ପ୍ରମୋଶନାଲ ଆକ୍ଟିଭିଟି କରିବାକୁ ସଂଘ ଅନୁରୋଧ କରିଛି। ଏହାଦ୍ୱାରା ପୁରୀକୁ ପୁଣି ପୂର୍ବପରି ପର୍ଯ୍ୟଟକମାନେ ଆସିପାରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ବିଜୟ କୁମାର ଜେନା କହିଛନ୍ତି, ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବାକୁ ହେଲେ ହୋଟେଲ ଶିଳ୍ପକୁ ପୁଣି ଠିଆ ହେବାକୁ ପଡିବ। ପୁରୀକୁ ଧୀରେ ଧୀରେ ପର୍ଯ୍ୟଟକଙ୍କ ଆଗମନ ହେଲାଣି। ଆଗକୁ ରଥଯାତ୍ରା ଏବଂ ପର୍ଯ୍ୟଟନ ଋତୁ ବି ଆସୁଛି। ତେଣୁ ହୋଟେଲ ଭିତ୍ତିଭୂମିକୁ ସଜାଡିବାରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଜେନା କହିଛନ୍ତି।
ସହରର କେତେକ ପ୍ରମୁଖ ହୋଟେଲକୁ ଦେଖିଲେ ମେ’ ଫେୟାର ବାତ୍ୟା ପରେ ଏ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ସେବା ଦେଇପାରି ନାହିଁ। ୬/୭ ଦିନ ପୂର୍ବରୁ ହୋଟେଲକୁ ବିଦ୍ୟୁତ୍‌ ଆସିଯାଇଛି। ହୋଟେଲର ରେଷ୍ଟୁରାଣ୍ଟ ଖୋଲା ରହିଥିବା ବେଳେ ମରାମତି କାମ ଚାଲିଥିଲା। ଏବେ ମରାମତି ପ୍ରାୟ ସରିଯାଇଛି, ଶନିବାରଠାରୁ ପର୍ଯ୍ୟଟକମାନେ ରହିପାରିବେ ବୋଲି ହୋଟେଲ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରେ ହୋଟେଲ ହଲିଡେ ରିସର୍ଟର ୯୨ଟି ରୁମ୍‌ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୩ଟି ରୁମ୍‌ ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତ ହୋଇଯାଇଛି। ଅଳ୍ପ କେତେଜଣ ପର୍ଯ୍ୟଟକ ବି ହୋଟେଲରେ ରହିଛନ୍ତି। ସେମାନଙ୍କୁ ପୂର୍ବଭଳି ସେବା ଯୋଗାଇ ଦିଆଯାଉଛି। ଜୁନ୍‌ ୨ ତାରିଖ ସୁଦ୍ଧା ସବୁ ରୁମ୍‌ ଠିକ୍‌ ହୋଇଯିବ । ତେବେ କ୍ଷତିଗ୍ରସ୍ତ ରୁମ୍‌ଗୁଡ଼ିକର ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ହୋଟେଲର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ରାଜକିଶୋର ପାତ୍ର କହିଛନ୍ତି। ହୋଟେଲ ପ୍ରମୋଦକୁ ଗତ ୧୮ ତାରିଖରୁ ବିଦ୍ୟୁତ୍‌ ସଂଯୋଗ ଦିଆସରିଛି। ଏଠାରେ ଥିବା ୩୦ଟି ଯାକ ରୁମ୍‌ ପ୍ରସ୍ତୁତ ହୋଇଯାଇଛି। ଏବେ ବି କିଛି ପର୍ଯ୍ୟଟକ ରହୁଛନ୍ତି ବୋଲି ଏଚ୍‌ଆର ମ୍ୟାନେଜର ସୁବୋଧ ଚନ୍ଦ୍ର ମିଶ୍ର କହିଛନ୍ତି। ସିଟି ରୋଡର ଅନ୍ୟତମ ହୋଟେଲ ସାଗର ତରଙ୍ଗ କିନ୍ତୁ ଏ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ସେବା ଯୋଗାଇ ପାରିନାହିଁ। ବାତ୍ୟାରେ ହୋଇଥିବା ଭଙ୍ଗାରୁଜା ମରାମତି ସରି ନ ଥିବାବେଳେ ବିଦ୍ୟୁତ୍‌ ସଂଯୋଗ ମଧ୍ୟ ଦିଆଯାଇ ନାହିଁ। ସେହିପରି ଅନନ୍ୟା ହୋଟେଲ, ଗୋଲ୍‌ଡେନ ପ୍ୟାଲେସ୍‌ ପ୍ରଭୃତି ହୋଟେଲ ପର୍ଯ୍ୟଟକଙ୍କୁ ସେବା ଯୋଗାଇବା ଆରମ୍ଭ କରିଦେଇଛନ୍ତି। ତେବେ ପୁରୀକୁ ଏ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଆଗମନ ପୂର୍ବଭଳି ସ୍ବାଭାବିକ ହୋଇପାରି ନ ଥିବାରୁ ହୋଟେଲଗୁଡ଼ିକରେ ଗହଳି ଚହଳି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

NATO ସମିଟ୍ ପୂର୍ବରୁ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ, ୮ ମୃତ

ମସ୍କୋ,୬।୭: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ପରେ ଉପସାଗରୀୟ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାରି…

କେଉଁଠି ଲୁଚିଛନ୍ତି ମୋଜତାବା ଖାମେନେଇ? ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ; ପୂର୍ବତନ ସର୍ବୋଚ୍ଚ ନେତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ଅନ୍ୟ ତିନି ପୁଅ

ତେହରାନ,୬।୭: ପୂର୍ବତନ ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର ଇରାନରେ ଚାଲିଛି। ତାଙ୍କୁ ଜୁଲାଇ ୯ରେ କବର ଦିଆଯିବାର କାର୍ଯ୍ୟକ୍ରମ ରହିଛି, ତାଙ୍କ ଅସ୍ଥିକୁ ସାଧାରଣ…

ରାଇକିଆ ବ୍ଲକରେ ଲଗାଣ ବର୍ଷା; ପାଞ୍ଚ ଦିନ ହେଲା ଶିକ୍ଷାଦାନ ବନ୍ଦ, ବିଦ୍ୟୁତ-ମୋବାଇଲ୍ ସେବା ବାଧାପ୍ରାପ୍ତ

ରାଇକିଆ,୬ା୭(ପ୍ରଦୀପ ବେହେରା): ଗତ ପାଞ୍ଚ ଦିନ ହେଲା କନ୍ଧମାଳ ଜିଲାରେ ଅବିଶ୍ରାନ୍ତ ବର୍ଷା ବେହାଲ କରିଛି । ଏହାର ପ୍ରଭାବ ରାଇକିଆ ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି…

ସାର ପକାଇବାବେଳେ ଜମିରେ ହଠାତ୍‌ ହୋଇଗଲା ୧୦ ଫୁଟର ଦୁଇଟି ଗାତ, ଭୟରେ ଅଞ୍ଚଳବାସୀ

ନବରଙ୍ଗପୁର,୬।୭(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ ଆମ୍ବଦଳା କୋଡ୍ରିଗୁଡ଼ା ଗାଁରେ ରବିବାର ଲୋକେ ଚାଷ ଜମିରେ ସାର ପକାଉଥିବା ବେଳେ ହଠାତ୍‌ ଶବ୍ଦ କରି ମାଟି ଧସିବା ସହ…

ଖାମେନେଇଙ୍କ ପାଇଁ ପ୍ରାର୍ଥନାରେ ଯୋଗଦେଲେ ଇରାନର ସବୁ ଶୀର୍ଷ ଅଧିକାରୀ

ତେହରାନ,୬ା୭: ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର ପ୍ରାର୍ଥନା ରବିବାର ରାଜଧାନୀ ତେହରାନ୍‌ରେ ଅନୁଷ୍ଠିତ ହୋଇଥିବାବେଳେ ସେଥିରେ ଦେଶର ସମସ୍ତ ଶୀର୍ଷ ଅଧିକାରୀ…

ଶ୍ରୀକ୍ଷେତ୍ରପୁରୀ-ଶାବର ଶ୍ରୀକ୍ଷେତ୍ର ସ୍ପେଶାଲ ଟ୍ରେନ ଚଳାଚଳ ଆଜି, ଉଦଘାଟନ କରିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କେସିଙ୍ଗା, ୬।୭,( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ରପୁରୀରୁ ଶାବର ଶ୍ରୀକ୍ଷେତ୍ର କୋରାପୁଟ ସ୍ପେସିଆଲ ଏକ୍ସପ୍ରେସ ଟ୍ରେନ ନ .୦୮୪୦୯ ଟ୍ରେନକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀରୁ…

ବର୍ଷାରେ ବେହାଲ ବରଗଡ଼ ସହର, ତଳି ଅଞ୍ଚଳ ଜଳମଗ୍ନ

ବରଗଡ଼,୬।୭,(ପ୍ରେମାନନ୍ଦ ଖମାରୀ): ବିିକଶିତ ବରଗଡ଼ ଲକ୍ଷ୍ୟ ନେଇ ରାସ୍ତାପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ହୋଇଛି। ସେଠାରେ ଡ୍ରେନ ନିର୍ମାଣ କରାଯାଇଛି। କେଉଁଠି ଡ୍ରେନ ନିର୍ମାଣ ସରିଛି ତ ଆଉ…

ବରଗଡ଼ ଜିଲାରେ ଆଜି ସ୍କୁଲ ଛୁଟି

ବରଗଡ଼,୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବରଗଡ଼ ଜିଲାରେ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri