ଅଟୋ-ବାଇକ୍‌ ଧକ୍କା, ସରପଞ୍ଚଙ୍କ ମୃତ୍ୟୁ

ଭୋଗରାଇ, ୮।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅଧୀନ କମର୍ଦ୍ଦା ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ସେଠୀ (୪୮) ଶୁକ୍ରବାର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ତାଙ୍କ ମୃତ୍ୟୁରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
କମର୍ଦ୍ଦା ସରପଞ୍ଚ ଏକ ବାଇକ୍‌ ଯୋଗେ ଚନ୍ଦନେଶ୍ୱରରୁ ଘରକୁ ଫେରୁଥିବା ବେଳେ ଜଗନ୍ନାଥପୁର ନିକଟ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ବିପରୀତ ଦିଗରୁ ଆସୁଥିବା ଏକ ଆଳୁ ବୋଝେଇ ଟ୍ରକ୍‌ ସହିତ ମୁହାଁମୁହଁି ଧକ୍କା ହୋଇଥିଲା। ସରପଞ୍ଚଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ୧୦୮ ଯୋଗେ ପ୍ରଥମେ ଜଳେଶ୍ୱରପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ସରପଞ୍ଚଙ୍କ ମୃତ୍ୟୁରେ କମର୍ଦ୍ଦା ପଞ୍ଚାୟତ କାର୍ଯ୍ୟାଳୟରେ ଶୋକସଭା କରାଯାଇଥିଲା। ଏଥିରେ ବିଧାୟକ ଅନନ୍ତ ଦାସ, ବ୍ଲକ ଚେୟାରମ୍ୟାନ ମଞ୍ଜୁରାଣୀ ବେହେରାଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି। ସରପଞ୍ଚଙ୍କ ମୃତ୍ୟୁରେ କମର୍ଦ୍ଦା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଫ ପାଣ୍ଠିକୁ ଆର୍ଥତ୍କ ସହାୟତା

ଖଇରା, ୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ସିମୁଳିଆ ଓ ଖଇରା ବ୍ଲକର ବିଭିନ୍ନ ପଞ୍ଚାୟତର ଅଙ୍ଗନୱାଡି କେନ୍ଦ୍ରକୁ ଛତୁଆ ଯୋଗାଇ ଆସୁଥିବା ମା’ ରାଉତରାଉତାଣୀ ସ୍ବୟଂ ସହାୟିକା...

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୩ ଆହତ

ବାରିପଦା ଅଫିସ,୫।୬- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଧୀନ ବାରିପଦା- ବାଘଡା ରାସ୍ତା ହାତୀମରା ସ୍ଥିତ ପାକଟିଆ ଜଙ୍ଗଲଠାରେ ମଙ୍ଗଳବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ...

୬ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚୋରା ବେପାରୀ ଗିରଫ

ବାଲେଶ୍ୱର ଅଫିସ,୧୧।୭- ବାଲେଶ୍ୱର ଜିଲା ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ବସ୍‌ଷ୍ଟାଣ୍ଡ ନିକଟରେ କଟକରୁ ଆସିଥିବା ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାଡ...

ସର୍ପ ଦଂଶନରେ ବୃଦ୍ଧାଙ୍କ ମୃତ୍ୟୁ

ପାଟଣା,୨।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ଅଙ୍କୁରା ଗ୍ରାମର ଜଣେ ବୃଦ୍ଧାଙ୍କର ସର୍ପ ଦଂଶନରେ ମଙ୍ଗଳବାର ସକାଳେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ...

ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀଙ୍କ ପଞ୍ଚଲିଙ୍ଗେଶ୍ୱର ଗସ୍ତ:‘ପୀଠର ବିକାଶ ଲାଗି ସାମୂହିକ ସହଯୋଗ ଲୋଡା’

ସଜନାଗଡ଼, ୨।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳୀର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ପୀଠକୁ ରବିବାର ସଂସ୍କୃତି, ପର୍ଯ୍ୟଟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଗସ୍ତ କରିଥିଲେ।...

କୋଭିଡ଼ ଯୋଦ୍ଧାଙ୍କ ମନୋବଳ ବଢ଼ାଇଲେ ବିଧାୟକ

ଭୋଗରାଇ, ୩୧।୫(ଡି.ଏନ.ଏ.)-ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ଓ ଜଳେଶ୍ୱରରେ କୋଭିଡ଼ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଦେବା ସହ ସେମାନଙ୍କର ମନୋବଳକୁ ଦୃଢ଼ କରିବା ଉଦ୍ଦେଶ୍ୟରେ...

ଦୁର୍ଘଟଣାରେ ଆହତ ଯୁବକଙ୍କ ଜୀବନ ଗଲା

ଖଇରା, ୨୯ା୫(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ଥାନା ଭାସ୍କରପୁର ଗ୍ରାମର ଜନ୍ମେଜୟ ପୁରୀ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ସେ ମଙ୍ଗଳବାର ବାଇକରେ...

ପ୍ରେମ ବ୍ୟାପାରରୁ ଯୁବକଙ୍କ ଜୀବନ ଗଲା: ୨ ଗିରଫ

ବାଲେଶ୍ୱର ଅଫିସ,୧୪।୫-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଗୋଶାଳପଦାର ଜଣେ ଯୁବକଙ୍କୁ ପ୍ରେମ ବ୍ୟାପାର ପାଇଁ ହତ୍ୟା କରାଯାଇ ବୁଢ଼ାବଳଙ୍ଗ ନଦୀରେ ଫୋପାଡ଼ି ଦିଆଯାଇଛି। ପୋଲିସ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *