ଲକ୍‌ଡାଉନ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଶିଶୁ ପାଇଁ କ୍ଷୀର ମାଗିଲେ ମା’: ସାହାଯ୍ୟ କଲେ ଓଡ଼ିଶା କ୍ୟାଡର ଆଇପିଏସ୍‌

ମୁମ୍ବାଇ,୧୪।୪: କରୋନା ସଂକ୍ରମଣ ଯୋଗୁ ଦେଶରେ ଚାଲିଥିବା ଲକ୍‌ଡାଉନ ଫଳରେ କିଏ କେତେ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ସମୟରେ ଜଣେ ଅଟିଜିମ ପୀଡିତ ଶିଶୁର ମା’ଙ୍କ ଦୁଃଖକୁ ଲାଘବ କରିଛନ୍ତି ଜଣେ ଓଡ଼ିଆ ଆଇପିଏସ୍‌ ଅରୁଣ ବୋଥ୍ରା। ତାଙ୍କର ବଦାନ୍ୟତା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପ୍ରିଲ ୪ରେ ମୁମ୍ବାଇର ଚେମ୍ବୁରରେ ରହୁଥିବା ନେହା ସିହ୍ନା ନାମକ ଜଣେ ମହିଳା ତାଙ୍କ ସାଢେ ୩ ବର୍ଷର ଶିଶୁ ପାଇଁ ଓଟ କ୍ଷୀର ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟର ଯୋଗେ ଅନୁରୋଧ କରିଥିଲେ। ଶିଶୁଟିର ସିଭିୟର ଫୁଡ ଆଲର୍ଜି ଥିବାରୁ ସେ କେଳବ ଓଟ କ୍ଷୀର ପିଏ ବୋଲି ତାଙ୍କ ମା’ ଏହି କ୍ଷୀର ଅଥବା ଏହାର କିଛି ପାଉଡର ତାଙ୍କୁ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଲକ୍‌ଡାଉନ ଯୋଗୁ ତାଙ୍କ ନିକଟରେ ଗଚ୍ଛିତ ଥିବା ଓଟ କ୍ଷୀର ସରି ଆସିବାରୁ ରାଜସ୍ତାନର ସଡରିରୁ ଏହାକୁ ମଗାଇ ଦେବାକୁ ସେ ଅନୁରୋଧ କରିଥିଲେ। ତେବେ ଏପ୍ରିଲ ୬ ପର୍ଯ୍ୟନ୍ତ ଏହାର କୌଣସି ଉତ୍ତର ମିଳି ନ ଥିଲା ନେହାଙ୍କୁ। ଏହାପରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଅରୁଣ ବୋଥ୍ରାଙ୍କର ୬୩.୫ ହଜାର ସୋସିଆଲ ମିଡିଆ ଫଲୋୟର୍ସଙ୍କ ମଧ୍ୟରୁ କେହି ଜଣେ ଫଲୋୟର୍ସ ତାଙ୍କୁ ଏହା ଟ୍ୟାଗ କରିବା ପରେ ସେ ଏ ସମ୍ପର୍କରେ ସୂଚନା ପାଇଥିଲେ। ତୁରନ୍ତ ସେ ଏହାର ସମାଧାନ ଖୋଜି ମୁମ୍ବାଇରେ ଓଟ କ୍ଷୀର ଓ ଏହାର ପାଉଡର ଯୋଗାଉଥିବା ଆଡଭିକ ଫୁଡସ୍‌(Advik Foods) ସହ ଯୋଗାଯୋଗ କରି କୌଣସି ମତେ ଉକ୍ତ ମହିଳାଙ୍କୁ ୪ଶହ ଗ୍ରାମ ଓଟ କ୍ଷୀର ପାଉଡର ଯୋଗାଇ ଦେଇଥିଲେ। ଏହାପରେ ସେ ରେଲଓ୍ବେର ସହଯୋଗରେ ରାଜସ୍ଥାନର ସଡରିରୁ ୨୦ ଲିଟର ଓଟ କ୍ଷୀର ଓ ୨୦ କିଲେଗ୍ରାମ ଓଟ କ୍ଷୀର ପାଉଡର ମଗାଇ ନେହାଙ୍କୁ ଯୋଗାଇ ଦେଇଥିଲେ। ଫାଲନା ଷ୍ଟେଶନ ଯେଉଁଠାରେ ଟ୍ରେନ୍‌ ଅଟକେ ନାହିଁ ସେଠାରେ ଟ୍ରେନକୁ ଅଟକାଇ ସେ ମୁମ୍ବାଇ ପର୍ଯ୍ୟନ୍ତ ଏହି କ୍ଷୀର ପହଞ୍ଚାଇ ଜଣେ ଅଟିଜିମ ପିଲାକୁ ସାହାଯ୍ୟ କରିଥିବାରୁ ଏବେ ସେ ସମସ୍ତଙ୍କର ପ୍ରଶଂସା ସାଉଁଟିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ କେମିତି ଲୋକଙ୍କୁ ଅସୁବିଧା ସମୟରେ ସାହାଯ୍ୟ କରାଯାଇପାରେ ସେ କଥା ବୋଥ୍ରା ଏକ ସାକ୍ଷାତ୍‌କାରରେ କହିଛନ୍ତି। ୧୯୯୬ ବ୍ୟାଚର ଏହି ଆଇପିଏସ୍‌ ଏବେ ଓଡ଼ିଶା ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଇ ଇଉଟିଲିଟିର ସିଇଓ ଓ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟର ମ୍ୟାନେଜିଙ୍ଗ ଡାଇରେକ୍ଟର(CEO, Odisha Central Electricity Supply Utility, and Managing Director of Capital Region Urban Transport) ଭାବେ ନିଯୁକ୍ତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମ୍‌ପି ପ୍ରଜ୍ଞା ଠାକୁରଙ୍କୁ ଧମକପୂର୍ଣ୍ଣ ଚିଠି

ଭୋପାଳ,୧୪।୧: ମଧ୍ୟପ୍ରଦେଶ ଭୋପାଳର ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ପ୍ରଜ୍ଞା ସିଂ ଠାକୁରଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିବା ଜଣାପଡିଛି। ଏହା ଉର୍ଦ୍ଦୁରେ ଲେଖାଯାଇଥିବା ବେଳେ...

କଣ୍ଟେନରରେ ଜଳିଗଲା ୪୦ ଇ-ସ୍କୁଟର

ନାସିକ,୧୨।୪: ମହାରାଷ୍ଟ୍ରର ନାସିକ ସହରରେ ଥିବା ଜିତେନ୍ଦ୍ର ଇଲେକ୍ଟିକ୍‌ ଭେହିକ୍ଲସ୍‌ର ଏକ କଣ୍ଟେନରରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୪୦ ଇ-ସ୍କୁଟର ଜଳିଯାଇଛି। ମିଳିଥିବା ସୂଚନା ମୁତାବକ,...

ମୁଣ୍ଡରେ କେଶ ନ ଥିବା ପୁରୁଷଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ

ଓ୍ବାଶିଂଟନ, ୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିଚାଲିଛି। ଶିଶୁ,...

ଏମ୍ସରେ ଭର୍ତ୍ତି ହେଲେ ଆଇସିଏମ୍‌ଆର ମୁଖ୍ୟ ବଳରାମ ଭାର୍ଗବ

ନୂଆଦିଲ୍ଲୀ,୧୮।୧୨-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍‌)ର ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ। ଶୁକ୍ରବାର ତାଙ୍କ କରୋନା ରିପୋର୍ଟ ପଜିଟିଭ...

ଲିଭ୍‌ ଇନ୍‌ ରିଲେଶନ ଯୋଗୁ ବୃଦ୍ଧି ପାଉଛି ଯୌନ ଅପରାଧ, କହିଲେ ହାଇକୋର୍ଟ…

ଭୋପାଳ, ୨୦।୪ : ଭାରତୀୟ ସାମ୍ବିଧାନିକ ଧାରା ୨୧ ଅନ୍ତର୍ଗତ ଲିଭ୍‌ ଇନ୍‌ ରିଲେଶନକୁ ସ୍ବୀକୃତି ପ୍ରଦାନ କରାଯାଇଛି। ତେବେ ଏହାଯୋଗୁ ସମାଜରେ ଯୌନ ଅପରାଧ...

ଭକ୍ତର ଅନୁଭୂତି: ଭକ୍ତି ଭାବରେ ବନ୍ଧା କାଳିଆସାଆନ୍ତ, ଭାବକୁ ନିକଟ ସେ ଯେ ଅଭାବକୁ ଦୂର

ଶ୍ରୀଜଗନ୍ନାଥ ସଂସ୍କୃତି ସର୍ବଧର୍ମ ସମ୍ମନ୍ବୟର ପ୍ରତୀକ। ଭକ୍ତର ଭକ୍ତିଭାବରେ ବନ୍ଧା କାଳିଆସାଆନ୍ତ ହିଁ ଭକ୍ତର ଭଗବାନ । ତାଙ୍କ ପାଖରେ ନଥାଏ ଜାତିଧର୍ମର ଭେଦଭାବ। ସେ...

ହସ୍ପିଟାଲ ନିର୍ଦ୍ଦେଶନାମା ରଦ୍ଦ କଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ,୯ା୬: କୋଭିଡ୍‌-୧୯ ଚିକିତ୍ସା ଲାଗି ଦିଲ୍ଲୀର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲ କେବଳ ଦିଲ୍ଲୀବାସୀଙ୍କ ପାଇଁ ସଂରକ୍ଷିତ ରହିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ...

ଖାଲି ପାଦରେ ୧୪ କିଲୋମିଟର ଚାଲିଲେ ସ୍ମୃତି

ମୁମ୍ବାଇ,୨୮।୫: ଉତ୍ତରପ୍ରଦେଶ ଅମେଠୀର ଲୋକ ସଭା ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଜିତି ସ୍ମୃତି ଇରାନୀ ବଡ଼ ରେକର୍ଡ କରିଛନ୍ତି। ଏହି...

Advertisement
Archives

Model This Week